ସ୍କୁଲରୁ ଛୁଟି ନ ନେଇ ୫୦ ଦେଶ ବୁଲିଲେଣି ଛାତ୍ରୀ

ଲଣ୍ଡନ,୨୩ା୭ ନୂଆ ସ୍ଥାନ ବୁଲିବା ପ୍ରାୟତଃ ସବୁ ବୟସ ବର୍ଗର ଲୋକଙ୍କ ପସନ୍ଦ। ସେମାନଙ୍କ ଭିତରୁ ଜଣେ ହେଲେ ଆଦିତୀ ତ୍ରିପାଠୀ। ବୟସ ମାତ୍ର ୧୦ ବର୍ଷ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି। ତାହା ପୁଣି ସ୍କୁଲରୁ ଛୁଟି ନ ନେଇ। ଆଦିତୀଙ୍କ ବିଦେଶ ଭ୍ରମଣ ପଛରେ ତାଙ୍କ ବାପା ଦୀପକ ଓ ମା’ ଅଭିଳାଷା ତ୍ରିପାଠୀଙ୍କର ବଡ଼ ଭୂମିକା ରହିଛି। ଆଦିତୀ ପରିବାର ସହ ସାଉଥ୍‌ ଲଣ୍ଡନରେ ରୁହନ୍ତି। ଏବେସୁଦ୍ଧା ସେ ୟୁରୋପର ଅନେକ ଦେଶ ସହିତ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ସେ ବୁଲିସାରିଛନ୍ତି। ଦୀପକ ଓ ଅଭିଳାଷା ଦୁହେଁ ଲଣ୍ଡନର ଏକ ବ୍ୟାଙ୍କରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ବିଭିନ୍ନ ଦେଶର ପରମ୍ପରା, ଖାଦ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରାଇବା ଲାଗି ଦୀପକ ଓ ଅଭିଳାଷା ଆଦିତୀଙ୍କୁ ଛୋଟବେଳୁ ବିଦେଶ ଭ୍ରମଣ କରାଇବା ପାଇଁ ନିଷ୍ପତ୍ତି ନେଇଥିବା କୁହନ୍ତି। ଝିଅକୁ ବିଦେଶ ବୁଲାଇବା ଯୋଗୁ କେବେ ସେମାନଙ୍କୁ ସ୍କୁଲରୁ ଛୁଟି ଆଣିବାକୁ ପଡ଼ିନାହିଁ କି କେବେ ଆଦିତୀ କ୍ଲାସ୍‌ ବନ୍ଦ କରି ନାହାନ୍ତିି। ଆଦିତୀଙ୍କୁ ୩ବର୍ଷ ବୟସ ହୋଇଥିବାବେଳେ ସେ ପ୍ରଥମ ବିଦେଶ ଭ୍ରମଣ କରିଥିଲେ। ସେତେବେଳେ ଆଦିତୀ ନର୍ସରିରେ ପଢ଼ୁଥିଲେ। ବାହାର ଦେଶକୁ ବୁଲିଯିବା ଲାଗି ବେଳେବେଳେ ଆଦିତୀଙ୍କୁ ସିଧା ସ୍କୁଲରୁ ବିମାନବନ୍ଦର ଯିବାକୁ ପଡ଼େ। ପ୍ରାୟ ସମୟ ଦୀପକ, ଅଭିଳାଷା ଓ ଆଦିତୀ ବିଦେଶ ଭ୍ରମଣ ସାରି ରବିବାର ବିଳମ୍ବିତ ରାତିରେ ଫେରନ୍ତି ତ ଆଉ କେତେବେଳେ ଫେରୁ ଫେରୁ ସୋମବାର ସକାଳ ହୋଇଯାଏ, ଆଉ ଆଦିତୀଙ୍କୁ ବିମାନବନ୍ଦରରୁ ହିଁ ସ୍କୁଲ ଯିବାକୁ ପଡ଼େ। ସେମାନଙ୍କ ବିଦେଶ ଭ୍ରମଣରେ ବର୍ଷକୁ ୨୦,୦୦୦ ପାଉଣ୍ଡ (ପାଖାପାଖି ୨୧ ଲକ୍ଷ) ଟଙ୍କା ଖର୍ଚ୍ଚ ହେଉଥିବା ଦୀପକ କହିଛନ୍ତି। ବିଶେଷ କରି ସ୍କୁଲ ଛୁଟି, ବ୍ୟାଙ୍କ ଛୁଟିଦିନ ଓ ନ୍ୟାଶନାଲ ଛୁଟିଗୁଡ଼ିକରେ ଦୀପକ ବିଦେଶ ଭ୍ରମଣର ଯୋଜନା ପ୍ରସ୍ତୁତ କରନ୍ତି। ଯେଉଁଥିପାଇଁ କାହାରିକୁ ଛୁଟି ନେବାକୁ ପଡ଼ୁ ନ ଥିବା ଅଭିଳାଷା କହିଛନ୍ତି।
ଝିଅକୁ ବିଦେଶ ବୁଲେଇବା ପାଇଁ ଦୀପକ ଓ ଅଭିଳାଷାଙ୍କୁ ଘର ଖର୍ଚ୍ଚ ପାଇଁ ଏକ ନିର୍ଦ୍ଦିଷ୍ଟ ବଜେଟ୍‌ ପ୍ରସ୍ତୁତ କରିବାକୁ ପଡ଼େ। ଏଥିପାଇଁ ସେମାନେ କେବେ ବାହାରେ ଖାଆନ୍ତି ନାହିଁ। ଏବେସୁଦ୍ଧା ସେମାନେ ନିଜର ଏକ କାର୍‌ କିଣି ନାହାନ୍ତି। ବସ୍‌, ଟାକ୍ସିରେ ସେମାନେ ଅଫିସ ଯିବା ଆସିବା କରନ୍ତି। ଏଥିସହ ଯାତାୟାତ ଖର୍ଚ୍ଚ ବଞ୍ଚାଇବା ପାଇଁ ସୁବିଧା ହେଲେ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବା ସହ ଆଦିତୀଙ୍କ ସାନ ଭଉଣୀ ଅଦ୍ୱିତାଙ୍କ ଯତ୍ନ ନେଇଥାନ୍ତି। କୋଭିଡ୍‌ ସଂକ୍ରମଣ ପୂର୍ବରୁ ସେମାନେ ପାଖାପାଖି ୧୨ ଦେଶ ବୁଲିସାରିଥିବା ଦୀପକ କୁହନ୍ତି। ବୁଲିିଥିବା ସବୁଦେଶ ଭିତରୁ ଆଦିତୀଙ୍କୁ ନେପାଳ, ଜର୍ଜିଆ ଏବଂ ଆର୍ମେନିଆ ସବୁଠୁ ଅଧିକ ପସନ୍ଦ ବୋଲି ସେ କହିଛନ୍ତି। ଅନ୍ୟ ଦେଶର ପରମ୍ପରା ଓ ରୀତିନୀତି ବିଷୟରେ ଜାଣିବା ତାଙ୍କୁ ଖୁବ୍‌ ପସନ୍ଦ। ନିକଟରେ ସେ ଫ୍ରାନ୍ସ, ଇଟାଲୀ ଏବଂ ଅଷ୍ଟ୍ରେଲିଆ ବୁଲି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri