ସ୍କୁଲରୁ ଛୁଟି ନ ନେଇ ୫୦ ଦେଶ ବୁଲିଲେଣି ଛାତ୍ରୀ

ଲଣ୍ଡନ,୨୩ା୭ ନୂଆ ସ୍ଥାନ ବୁଲିବା ପ୍ରାୟତଃ ସବୁ ବୟସ ବର୍ଗର ଲୋକଙ୍କ ପସନ୍ଦ। ସେମାନଙ୍କ ଭିତରୁ ଜଣେ ହେଲେ ଆଦିତୀ ତ୍ରିପାଠୀ। ବୟସ ମାତ୍ର ୧୦ ବର୍ଷ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି। ତାହା ପୁଣି ସ୍କୁଲରୁ ଛୁଟି ନ ନେଇ। ଆଦିତୀଙ୍କ ବିଦେଶ ଭ୍ରମଣ ପଛରେ ତାଙ୍କ ବାପା ଦୀପକ ଓ ମା’ ଅଭିଳାଷା ତ୍ରିପାଠୀଙ୍କର ବଡ଼ ଭୂମିକା ରହିଛି। ଆଦିତୀ ପରିବାର ସହ ସାଉଥ୍‌ ଲଣ୍ଡନରେ ରୁହନ୍ତି। ଏବେସୁଦ୍ଧା ସେ ୟୁରୋପର ଅନେକ ଦେଶ ସହିତ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ସେ ବୁଲିସାରିଛନ୍ତି। ଦୀପକ ଓ ଅଭିଳାଷା ଦୁହେଁ ଲଣ୍ଡନର ଏକ ବ୍ୟାଙ୍କରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ବିଭିନ୍ନ ଦେଶର ପରମ୍ପରା, ଖାଦ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରାଇବା ଲାଗି ଦୀପକ ଓ ଅଭିଳାଷା ଆଦିତୀଙ୍କୁ ଛୋଟବେଳୁ ବିଦେଶ ଭ୍ରମଣ କରାଇବା ପାଇଁ ନିଷ୍ପତ୍ତି ନେଇଥିବା କୁହନ୍ତି। ଝିଅକୁ ବିଦେଶ ବୁଲାଇବା ଯୋଗୁ କେବେ ସେମାନଙ୍କୁ ସ୍କୁଲରୁ ଛୁଟି ଆଣିବାକୁ ପଡ଼ିନାହିଁ କି କେବେ ଆଦିତୀ କ୍ଲାସ୍‌ ବନ୍ଦ କରି ନାହାନ୍ତିି। ଆଦିତୀଙ୍କୁ ୩ବର୍ଷ ବୟସ ହୋଇଥିବାବେଳେ ସେ ପ୍ରଥମ ବିଦେଶ ଭ୍ରମଣ କରିଥିଲେ। ସେତେବେଳେ ଆଦିତୀ ନର୍ସରିରେ ପଢ଼ୁଥିଲେ। ବାହାର ଦେଶକୁ ବୁଲିଯିବା ଲାଗି ବେଳେବେଳେ ଆଦିତୀଙ୍କୁ ସିଧା ସ୍କୁଲରୁ ବିମାନବନ୍ଦର ଯିବାକୁ ପଡ଼େ। ପ୍ରାୟ ସମୟ ଦୀପକ, ଅଭିଳାଷା ଓ ଆଦିତୀ ବିଦେଶ ଭ୍ରମଣ ସାରି ରବିବାର ବିଳମ୍ବିତ ରାତିରେ ଫେରନ୍ତି ତ ଆଉ କେତେବେଳେ ଫେରୁ ଫେରୁ ସୋମବାର ସକାଳ ହୋଇଯାଏ, ଆଉ ଆଦିତୀଙ୍କୁ ବିମାନବନ୍ଦରରୁ ହିଁ ସ୍କୁଲ ଯିବାକୁ ପଡ଼େ। ସେମାନଙ୍କ ବିଦେଶ ଭ୍ରମଣରେ ବର୍ଷକୁ ୨୦,୦୦୦ ପାଉଣ୍ଡ (ପାଖାପାଖି ୨୧ ଲକ୍ଷ) ଟଙ୍କା ଖର୍ଚ୍ଚ ହେଉଥିବା ଦୀପକ କହିଛନ୍ତି। ବିଶେଷ କରି ସ୍କୁଲ ଛୁଟି, ବ୍ୟାଙ୍କ ଛୁଟିଦିନ ଓ ନ୍ୟାଶନାଲ ଛୁଟିଗୁଡ଼ିକରେ ଦୀପକ ବିଦେଶ ଭ୍ରମଣର ଯୋଜନା ପ୍ରସ୍ତୁତ କରନ୍ତି। ଯେଉଁଥିପାଇଁ କାହାରିକୁ ଛୁଟି ନେବାକୁ ପଡ଼ୁ ନ ଥିବା ଅଭିଳାଷା କହିଛନ୍ତି।
ଝିଅକୁ ବିଦେଶ ବୁଲେଇବା ପାଇଁ ଦୀପକ ଓ ଅଭିଳାଷାଙ୍କୁ ଘର ଖର୍ଚ୍ଚ ପାଇଁ ଏକ ନିର୍ଦ୍ଦିଷ୍ଟ ବଜେଟ୍‌ ପ୍ରସ୍ତୁତ କରିବାକୁ ପଡ଼େ। ଏଥିପାଇଁ ସେମାନେ କେବେ ବାହାରେ ଖାଆନ୍ତି ନାହିଁ। ଏବେସୁଦ୍ଧା ସେମାନେ ନିଜର ଏକ କାର୍‌ କିଣି ନାହାନ୍ତି। ବସ୍‌, ଟାକ୍ସିରେ ସେମାନେ ଅଫିସ ଯିବା ଆସିବା କରନ୍ତି। ଏଥିସହ ଯାତାୟାତ ଖର୍ଚ୍ଚ ବଞ୍ଚାଇବା ପାଇଁ ସୁବିଧା ହେଲେ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବା ସହ ଆଦିତୀଙ୍କ ସାନ ଭଉଣୀ ଅଦ୍ୱିତାଙ୍କ ଯତ୍ନ ନେଇଥାନ୍ତି। କୋଭିଡ୍‌ ସଂକ୍ରମଣ ପୂର୍ବରୁ ସେମାନେ ପାଖାପାଖି ୧୨ ଦେଶ ବୁଲିସାରିଥିବା ଦୀପକ କୁହନ୍ତି। ବୁଲିିଥିବା ସବୁଦେଶ ଭିତରୁ ଆଦିତୀଙ୍କୁ ନେପାଳ, ଜର୍ଜିଆ ଏବଂ ଆର୍ମେନିଆ ସବୁଠୁ ଅଧିକ ପସନ୍ଦ ବୋଲି ସେ କହିଛନ୍ତି। ଅନ୍ୟ ଦେଶର ପରମ୍ପରା ଓ ରୀତିନୀତି ବିଷୟରେ ଜାଣିବା ତାଙ୍କୁ ଖୁବ୍‌ ପସନ୍ଦ। ନିକଟରେ ସେ ଫ୍ରାନ୍ସ, ଇଟାଲୀ ଏବଂ ଅଷ୍ଟ୍ରେଲିଆ ବୁଲି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?