ପାଣିମୁନ୍ଦେ ପାଇଁ ସଂଘର୍ଷ

ବଡ଼ବିଲ,୧୧।୯(ଦେବପ୍ରିୟ ରଣା): ଦୀପତଳ ଅନ୍ଧାର ଭଳି ଖଣିଜ ସମ୍ପଦରେ ଭରପୂର ଗାଁ ଅବହେଳିତ ଅବସ୍ଥାରେ। ଏକାଧିକ ଖଣି କମ୍ପାନୀର ଧୂଳିଧୂଆଁରେ ଜର୍ଜରିତ ହେଉଥିବା ଉକ୍ତ ଗ୍ରାମର ୨ ସାହି ବାସିନ୍ଦାଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ ହୋଇଯାଇଛି। ଗ୍ରାମକୁ ପକ୍କାରାସ୍ତାଟିଏ ନ ଥିବା ବେଳେ ଦୈନିକ ପାନୀୟ ଜଳ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଗ୍ରାମରେ ପାନୀୟ ଜଳ ପାଇଁ ଗଭୀର ନଳକୂପ, ସୌରଚାଳିତ ପମ୍ପ, ପାଣିଟାଙ୍କି ଅଛି, ହେଲେ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାରୁ ଗ୍ରାମବାସୀଙ୍କ କାର୍ଯ୍ୟରେ ଲାଗିପାରୁନି ।
କେନ୍ଦୁଝର ଜିଲା ବଡ଼ବିଲ ତହସିଲ ତଥା ଯୋଡ଼ା ବ୍ଲକ୍‌ ଭଦ୍ରାସାହି ପଞ୍ଚାୟତରେ ରହିଛି କାଶିଆ ‘ଖ’ ଗ୍ରାମ। ଖଣି ଘେରା ଉକ୍ତ ଗାଁରେ ବୁରୁ ହଟିଂ ଓ କୁଦୁରବେଡ଼ା ୨ଟି ସାହି ରହିଛି। ଦୁଇ ସାହିରେ ୮୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ରହୁଥିବାବେଳେ ଜନସଂଖ୍ୟା ପ୍ରାୟ ୪ଶହ ପାଖାପାଖି ହେବ। ଗ୍ରାମବାସୀଙ୍କ ମଧ୍ୟରୁ ଅନେକ ଚାଷ କରିବା ସହ ଦିନମଜୁରିଆ ଭାବେ ଜୀବନ ଅତିବାହିତ କରନ୍ତି। ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ। ଜଳ ସଙ୍କଟ ଦୂର କରିବାକୁ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ସୌରଚାଳିତ ଗଭୀର ନଳକୂପ ଖନନ କରାଯାଇଛି। ଅଧାଦିନ ଖରାପ ରହୁଥିବା ବେଳେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ହେଲେ ନଳକୂପ କାର୍ଯ୍ୟ କରୁନାହିଁ। ଗ୍ରାମରେ ଥିବା ନଳକୂପ ଅଚଳ ହୋଇପଡ଼ିଛି। ଜିଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପାଣିଟାଙ୍କିର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ପ୍ରତି ଘରକୁ ପାଣି ପାଇପ୍‌ ସଂଯୋଗ ହୋଇଛି, ହେଲେ ଏବେ ସୁଦ୍ଧା କାହାରି ଘରେ ବୁନ୍ଦାଏ ପାଣି ପହଞ୍ଚତ୍ ପାରିନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମଠାରୁ ଦୂରରେ ଥିବା ଏକ କୂଅରୁ ପାଣି କାଢ଼ି ଯୁବତୀ ଓ ମହିଳାମାନେ ମୁଣ୍ଡରେ ପାଣିହାଣ୍ଡି ବୋହି ଆଣିଥାନ୍ତି। ସରକାରୀ ଅଧିକାରୀମାନେ କାଗଜକଲମରେ ସୁବିଧା ସୁଯୋଗ ଯୋଗାଇ ଦେଇ ନିଶ୍ଚିନ୍ତ ହୋଇ ଯାଉଥିବାବେଳେ ଏଠାକାର କେତେଜଣ ଲୋକପ୍ରତିନିଧି ଖଣିଜ ବ୍ୟବସାୟରେ ଉବୁଟୁବୁ ହୋଇ ରହୁଥିବା ଅଭିଯୋଗ ହେଉଛି। ତୁରନ୍ତ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଦିବ୍ୟାଙ୍ଗ ସାର୍ଟିଫିକେଟ୍ ନାଁରେ ଚାଲିଛି ମୋଟା ଅଙ୍କର ଠକେଇ! ଶିବିରରେ ଉତ୍ତେଜନା

ହାଟଡ଼ିହୀ/ଛେନାପଦୀ,୧୩।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆୟୋଜିତ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଦଲାଲଙ୍କ ପ୍ରାଦୁର୍ଭାବ ଦେଖାଯାଇଥିଲା। ଅଧିକ ପ୍ରତିଶତର…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?