ଧାନ କେଣ୍ଡା ଧରିବାରେ ବାଧକ ସାଜିଛି ଷ୍ଟ୍ରିଟ୍‌ ଲାଇଟ୍‌

ଉମରକୋଟ,୨୮।୧୧(ସ୍ବ.ପ୍ର.): ଆଜିର ବିଜ୍ଞାନ ଯୁଗରେ ସୁବିଧା ପାଇଁ ମଣିଷ ଅନେକ ଆବିଷ୍କାର କରୁଛି। କିନ୍ତୁ ଏହାଦ୍ୱାରା ବେଳେବେଳେ କେତେକ ଅସୁବିଧା ଦେଖାଯିଏ। ଏପରିକି କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ପୌରାଞ୍ଚଳର ବିଭିନ୍ନ ୱାର୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଲାଗିଥିବା ଷ୍ଟ୍ରିଟଲାଇଟ ଯୋଗୁ କେତେଜଣ ଚାଷୀଙ୍କ ଫସଲ ପ୍ରଭାବିତ ହୋଇଥିବା ଅଭିଯୋଗ ଆସିଛି । ଷ୍ଟ୍ରିଟ୍‌ ଲାଇଟ ଆଲୁଅ ଯେତେ ଦୂର ଯାଏ ପଡିଛି ସେହି ସ୍ଥାନରେ ଧାନଗଛରେ ଫୁଲ ଆସିନାହିଁ। ଏ ନେଇ ଜିଲା କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଧାନଗଛ ସ୍ବଳ୍ପ ସମୟରେ ଚାଷ ହୁଏ। ସବୁବେଳେ ଗଛ ଉପରେ ଆଲୋକ ପଡୁଥିବା ଯୋଗୁ ଧାନ ଗଛରେ ଫୁଲ ଆସିପାରିଲା ନାହିଁ। ଅନ୍ଧାର ନ ହେଲେ କୌଣସି ସ୍ବଳ୍ପ ସମୟ ଚାଷ ଫସଲରେ ଫୁଲ ଆସିବ ନାହିଁ। ଧାନ କେଣ୍ଡା ଧରିବାରେ ଅସୁବିଧା ହେବ। ଯଦି ଏହି ସ୍ଥାନରେ ଚାଷ କରିବାର ଅଛି ତେବେ ଗଛରେ ଫୁଲ ଆସିବା ସମୟରେ ଲାଇଟ୍‌ ବନ୍ଦ ବ୍ୟବସ୍ଥା କରିବା ଜରୁରୀ ବୋଲି ସେ କହିଛନ୍ତି।
ଉମରକୋଟ ସହରରୁ ନୂଆଁଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାରେ ୧୫୦ଟି ଖୁଣ୍ଟ ପୋତି ଆଲୋକୀକରଣ ବ୍ୟବସ୍ଥା ଚଳିତ ବର୍ଷ କରାଯାଇଛି। ସେଥିରୁ ୯୦ଟି ବିଦ୍ୟୁତ୍‌ ଖୁଣ୍ଟ ଧାନଜମି କଡ଼ରେ ରହିଛି। ରାତିରେ ପଥଚାରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍‌ ଖୁଣ୍ଟଗୁଡିକରେ ହୋଇଥିବା ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବାବେଳେ ଯେଉଁ ଗଛ ଉପରେ ରାତିସାରା ବିଜୁଳି ଆଲୁଅ ପଡୁଛି ସେଠାରେ ଫୁଲ ମଧ୍ୟ ଫୁଟିନାହିଁ। ଆଲୁଅ ନ ପଡ଼ିବା ସ୍ଥାନରେ ଫସଲ ହୋଇଛି। କିନ୍ତୁ ଯେଉଁଠାରେ ଆଲୁଅ ପଡୁଛି ସେଠାରେ ଧାନ ଗଛ ବଢିଛି, କିନ୍ତୁ ଫଳ ଫଳିଲା ନାହିଁ। ରାସ୍ତାକଡରେ ଜମି ଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାରକରଜ କରି ଚାଷ କରିଥିଲୁ। ଷ୍ଟ୍ରିଟ୍‌ ଲାଇଟ ଆଲୁଅ ଯୋଗୁ ଧାନ ଫସଲ ନଷ୍ଟ ହେଲା। ମହାଜନକୁ ଋଣ ପରିଶୋଧ କିଭଳି କରିବେ ବୋଲି ଦୁଃଖରେ ଚାଷୀ ପ୍ରଶ୍ନ କରିଛନ୍ତି। ପ୍ରାୟ ୧୦ଏକର ଜମିରେ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଏଥିସହ କ୍ଷତିପୂରଣ ଦେବାକୁ ଚାଷୀମାନେ ପ୍ରଶାସନକୁ ନିବେଦନ କରୁଛନ୍ତି। ଏପରି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାରୀସ୍ତରରେ କୌଣସି କ୍ଷତିପୂରଣ ବ୍ୟବସ୍ଥା ନାହିଁ ବୋଲି ଜିଲା କୃଷି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri