ଉପାଧ୍ୟକ୍ଷ ପଦ ହାତେଇବାକୁ କଂଗ୍ରେସର ରଣନୀତି

ଜଗତ୍‌ସିଂହପୁର ଅଫିସ, ୬ା୪: ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ନିର୍ବାଚନ ପରେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ କିଛିଦିନ ହେଲା କସରତ ଲାଗି ରହିଛି। ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବାବେଳେ ମଙ୍ଗଳବାର ରାତି ସୁଦ୍ଧା ଚିତ୍ର ସ୍ପଷ୍ଟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଧ୍ୟକ୍ଷ ପଦ ହାତେଇବା ପରେ କଂଗ୍ରେସ ଉପାଧ୍ୟକ୍ଷ ପଦକୁ ନେଇ ଚଳାଇଥିବା ଗୋଟି ଚାଳନାରେ ସଫଳ ହୋଇଥିବା କୁହାଯାଉଛି। ଅର୍ଥାତ୍‌ ଭାଜପାର ୨ ଓ ସ୍ବାଧୀନ ୨ କାଉନସିଲରଙ୍କୁ କଂଗ୍ରେସ ମନାଇ ପାରିଛି। କେବଳ ଏତିକି ନୁହେଁ, କାଳେ ସେମାନଙ୍କ ନିଷ୍ପତ୍ତି ବଦଳିଯିବ ସେନେଇ ମଙ୍ଗଳବାର ଅପରାହ୍ନରୁ ସେମାନଙ୍କୁ ଅଜ୍ଞାତବାସରେ ପୁରୀ ନିଆଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। କଂଗ୍ରେସର ୭, ଭାଜପା ୨ ଓ ସ୍ବାଧୀନ ୨ଙ୍କୁ ମିଶାଇ ମୋଟ ୧୧ ଜଣ କାଉନସିଲର ପୂର୍ବ ପ୍ରସ୍ତୁତି ମୁତାବକ ପୁରୀର ଏକ ଭଲ ହୋଟେଲରେ ପହଞ୍ଚତ୍ଛନ୍ତି। ୭ ତାରିଖ ସକାଳୁ ସେମାନେ ଜଗତ୍‌ସିଂହପୁରରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ହେଲେ କେଉଁ ୱାର୍ଡର କାଉନ୍‌ସିଲର ଉପାଧ୍ୟକ୍ଷ ହେବେ, ତାକୁ ନେଇ ସ୍ପଷ୍ଟ ଚିତ୍ର ଆସିପାରିନାହିଁ।
ଜଗତ୍‌ସିଂହପୁର ପୌରାଞ୍ଚଳରେ ମୋଟ ୨୧ଟି ୱାର୍ଡ ରହିଛି। ଏଥର ପୌରାଧ୍ୟକ୍ଷ ଭାବେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂହ ନିର୍ବାଚିତ ହୋଇଛନ୍ତି। କାଉନ୍‌ସିଲର ପଦବୀ ମଧ୍ୟରୁ ୯ ବିଜେଡି, ୭ କଂଗ୍ରେସ, ୨ ଭାଜପା ଓ ୩ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ। ପୌର ଉପାଧ୍ୟକ୍ଷ ପଦବୀ ହାତେଇବାକୁ ଅଧାରୁ ଅଧିକ ଅର୍ଥାତ୍‌ ୧୧ ଜଣ କାଉନ୍‌ସିଲର ରହିବା ଦରକାର। କିନ୍ତୁ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ। ବିଜେଡି ପାଇଁ ଆଉ ୨ କାଉନ୍‌ସିଲରଙ୍କ ଆବଶ୍ୟକତା ଥିବାବେଳେ କଂଗ୍ରେସ ଲାଗି ୪ ଦରକାର। ୨୦ନଂ. କାଉନ୍‌ସିଲର ଦୀପ୍ତିରଞ୍ଜନ ସାହୁ (ସ୍ବାଧୀନ)ଙ୍କୁ ବିଜେଡି ମନାଇବାରେ ଏକ ପ୍ରକାର ସଫଳ ହୋଇଛି ବୋଲି କୁହାଯାଉଛି। କାରଣ ସେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବାବେଳେ ଦଳ ତାଙ୍କୁ ସୁଯୋଗ ନ ଦେବାରୁ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇ ଜିତିଥିଲେ। ହେଲେ ତାଙ୍କୁ ଉପାଧ୍ୟକ୍ଷ ପଦବୀ ମିଳିଲେ ସେ ସମର୍ଥନ କରିବେ ବୋଲି ସର୍ତ୍ତ ରଖୁଥିବା ତାଙ୍କର ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବାସ୍ତବରେ ଦୀପ୍ତି ସାମିଲ ହେଲେ ବିଜେଡି ପାଇଁ ଆଉ ଜଣେ କାଉନସିଲରଙ୍କ ଆବଶ୍ୟକତା ରହିଛି। ଏହି ସଂଖ୍ୟା ପୂରଣ ପାଇଁ ବିଜେଡିକୁ ସ୍ବାଧୀନ ୨ କିମ୍ବା ଭାଜପାର ୨ କାଉନ୍‌ସିଲରଙ୍କ ମଧ୍ୟରୁ ଜଣଙ୍କୁ ନିଜ ସପକ୍ଷରେ ନେବାକୁ ପଡିବ ବୋଲି ରାଜନୀତି ବିଶ୍ଳେଷକମାନେ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଶିକ୍ଷକ ଫେରାର

ମାହାଙ୍ଗା,୨୮ା୬(ସ୍ବ.ପ୍ର.): ମାହାଙ୍ଗା ଥାନା ପୋଡାମରାଇ ପଞ୍ଚାୟତରେ ୨ ନାବାଳକ ପୁଅଙ୍କୁ ଘରେ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଏନେଇ ପୀଡିତା ଶନିବାର ମାହାଙ୍ଗା...

୨୬ ଲକ୍ଷ ୫ଶହ ଟଙ୍କିଆ ନୋଟ ଜବତ

କଟକ ଅଫିସ,୪।୬: କଟକରୁ ଜଣେ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ଏହି...

ଝାରସୁଗୁଡା ଉପନିର୍ବାଚନ: ୧୩ ରାଉଣ୍ଡ ସୁଦ୍ଧା ବି ବିଜେଡି ଆଗରେ…

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ରାଉଣ୍ଡ ସୁଦ୍ଧା ବିଜେଡି ଭାଜପାଠାରୁ ୩୪,୨୯୫ ଖଣ୍ଡ...

ଜଙ୍ଗଲ ପଦା, ସଙ୍କଟରେ ବନ୍ୟପ୍ରାଣୀ

କେନ୍ଦୁଝର, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ସଙ୍କଟ ଅବସ୍ଥାରେ। ଜଙ୍ଗଲ ପଦା ହେବାରୁ ଜନବସତି ମୁହଁା ହୋଇ ମଣିଷଙ୍କ ଶିକାର ହୋଇ...

କିଟ୍‌ ମିଳିଲାନି, ଖବରକାଗଜ ଉପରେ ନବଜାତକ

ଗୋପ,୧୪।୪(ଡି.ଏନ୍‌.ଏ.): ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ଜଣେ ମହିଳା ପ୍ରସବ କରିବା ପରେ ସରକାରୀ କିଟ୍‌ ନ ମିଳିବାରୁ ନବଜାତ ଶିଶୁ ଏକ ଖବରକାଗଜ ଉପରେ...

ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୭।୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି...

ରଜରେ ପୂଜା ପାଆନ୍ତି ମୁଣ୍ଡ ନ ଥିବା ଗୋପୀନାଥ

କେନ୍ଦ୍ରାପଡ଼ା,୧୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରର ତଳବାରଙ୍ଗସ୍ଥିତ ମୁଣ୍ଡକଟା ଗୋପୀନାଥଙ୍କ ୩ ଦିନିଆ ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଛି। ଭଜନ କୀର୍ତ୍ତନ ସହ ପୂଜା ଆରାଧନାରେ ପୀଠରେ...

ପଶ୍ଚିମ ଓଡ଼ିଶା ବନ୍ଦ ମାମଲା:ଗୁମର ଖୋଲିଦେଲା ଆୟକର ବିଭାଗ, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଆଦେଶ

କଟକ ଅଫିସ, ୪ା୧୨:ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପରେ ବି ସେଠାରେ ସବୁ ଠିକ୍‌ଠାକ୍‌ ଚାଲିଥିବା ରାଜ୍ୟ ସରକାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ...

Advertisement
Archives

Model This Week