ଉପାଧ୍ୟକ୍ଷ ପଦ ହାତେଇବାକୁ କଂଗ୍ରେସର ରଣନୀତି

ଜଗତ୍‌ସିଂହପୁର ଅଫିସ, ୬ା୪: ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ନିର୍ବାଚନ ପରେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ କିଛିଦିନ ହେଲା କସରତ ଲାଗି ରହିଛି। ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବାବେଳେ ମଙ୍ଗଳବାର ରାତି ସୁଦ୍ଧା ଚିତ୍ର ସ୍ପଷ୍ଟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଧ୍ୟକ୍ଷ ପଦ ହାତେଇବା ପରେ କଂଗ୍ରେସ ଉପାଧ୍ୟକ୍ଷ ପଦକୁ ନେଇ ଚଳାଇଥିବା ଗୋଟି ଚାଳନାରେ ସଫଳ ହୋଇଥିବା କୁହାଯାଉଛି। ଅର୍ଥାତ୍‌ ଭାଜପାର ୨ ଓ ସ୍ବାଧୀନ ୨ କାଉନସିଲରଙ୍କୁ କଂଗ୍ରେସ ମନାଇ ପାରିଛି। କେବଳ ଏତିକି ନୁହେଁ, କାଳେ ସେମାନଙ୍କ ନିଷ୍ପତ୍ତି ବଦଳିଯିବ ସେନେଇ ମଙ୍ଗଳବାର ଅପରାହ୍ନରୁ ସେମାନଙ୍କୁ ଅଜ୍ଞାତବାସରେ ପୁରୀ ନିଆଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। କଂଗ୍ରେସର ୭, ଭାଜପା ୨ ଓ ସ୍ବାଧୀନ ୨ଙ୍କୁ ମିଶାଇ ମୋଟ ୧୧ ଜଣ କାଉନସିଲର ପୂର୍ବ ପ୍ରସ୍ତୁତି ମୁତାବକ ପୁରୀର ଏକ ଭଲ ହୋଟେଲରେ ପହଞ୍ଚତ୍ଛନ୍ତି। ୭ ତାରିଖ ସକାଳୁ ସେମାନେ ଜଗତ୍‌ସିଂହପୁରରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ହେଲେ କେଉଁ ୱାର୍ଡର କାଉନ୍‌ସିଲର ଉପାଧ୍ୟକ୍ଷ ହେବେ, ତାକୁ ନେଇ ସ୍ପଷ୍ଟ ଚିତ୍ର ଆସିପାରିନାହିଁ।
ଜଗତ୍‌ସିଂହପୁର ପୌରାଞ୍ଚଳରେ ମୋଟ ୨୧ଟି ୱାର୍ଡ ରହିଛି। ଏଥର ପୌରାଧ୍ୟକ୍ଷ ଭାବେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂହ ନିର୍ବାଚିତ ହୋଇଛନ୍ତି। କାଉନ୍‌ସିଲର ପଦବୀ ମଧ୍ୟରୁ ୯ ବିଜେଡି, ୭ କଂଗ୍ରେସ, ୨ ଭାଜପା ଓ ୩ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ। ପୌର ଉପାଧ୍ୟକ୍ଷ ପଦବୀ ହାତେଇବାକୁ ଅଧାରୁ ଅଧିକ ଅର୍ଥାତ୍‌ ୧୧ ଜଣ କାଉନ୍‌ସିଲର ରହିବା ଦରକାର। କିନ୍ତୁ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ। ବିଜେଡି ପାଇଁ ଆଉ ୨ କାଉନ୍‌ସିଲରଙ୍କ ଆବଶ୍ୟକତା ଥିବାବେଳେ କଂଗ୍ରେସ ଲାଗି ୪ ଦରକାର। ୨୦ନଂ. କାଉନ୍‌ସିଲର ଦୀପ୍ତିରଞ୍ଜନ ସାହୁ (ସ୍ବାଧୀନ)ଙ୍କୁ ବିଜେଡି ମନାଇବାରେ ଏକ ପ୍ରକାର ସଫଳ ହୋଇଛି ବୋଲି କୁହାଯାଉଛି। କାରଣ ସେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବାବେଳେ ଦଳ ତାଙ୍କୁ ସୁଯୋଗ ନ ଦେବାରୁ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇ ଜିତିଥିଲେ। ହେଲେ ତାଙ୍କୁ ଉପାଧ୍ୟକ୍ଷ ପଦବୀ ମିଳିଲେ ସେ ସମର୍ଥନ କରିବେ ବୋଲି ସର୍ତ୍ତ ରଖୁଥିବା ତାଙ୍କର ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବାସ୍ତବରେ ଦୀପ୍ତି ସାମିଲ ହେଲେ ବିଜେଡି ପାଇଁ ଆଉ ଜଣେ କାଉନସିଲରଙ୍କ ଆବଶ୍ୟକତା ରହିଛି। ଏହି ସଂଖ୍ୟା ପୂରଣ ପାଇଁ ବିଜେଡିକୁ ସ୍ବାଧୀନ ୨ କିମ୍ବା ଭାଜପାର ୨ କାଉନ୍‌ସିଲରଙ୍କ ମଧ୍ୟରୁ ଜଣଙ୍କୁ ନିଜ ସପକ୍ଷରେ ନେବାକୁ ପଡିବ ବୋଲି ରାଜନୀତି ବିଶ୍ଳେଷକମାନେ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri