ବ୍ରାହ୍ମଣୀ ନଦୀରେ ବାରମ୍ବାର ଭୁଶୁଡୁଛି ସ୍ପର

ପଟ୍ଟାମୁଣ୍ଡାଇ, ୨୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀର ପାଳପାଟଣା, କଦମ୍ବଦାଣ୍ଡି ଓ ଉତିକୋଣ ଘେରି ବନ୍ଧ ହୋଇଥିବା ପଥର ପ୍ୟାକିଂ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କେଉଁଠି କାମ ଅଧାପନ୍ତିରିଆ ହୋଇ ବିଲ୍‌ ଉଠା ଯାଇଛି ତ ଆଉ କେଉଁଠାରେ ନିର୍ମାଣ ହୋଇଥିବା ସ୍ପର ବାରମ୍ବାର ଭୁଶୁଡି ପଥର ଖସି ନଦୀ ଗର୍ଭକୁ ଚାଲିଗଲାଣି। ଏ ନେଇ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ସ୍ଥାନିୟ ବାସିନ୍ଦା ଅଭିଯୋଗ କଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେ କହୁଛନ୍ତି, ପଥର ପ୍ୟାକିଂ ଭାଙ୍ଗି ନଦୀ ଭିତରକୁ ଯାଇଛି ଅନ୍ୟ କେହି ନେଇ ଯାଇନାହାନ୍ତି। ଅନ୍ୟ ଡିପାଟମେଣ୍ଟ କାମ ଅଧିକରୁ ଅଧିକ ଅଧାପନ୍ତିରିଆ ହୋଇପଡ଼ିଛି। ଲୋକମାନେ କାହିଁ ଅଭିଯୋଗ କରୁନାହାନ୍ତି। ଅଭିଯୋଗ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସାମାଜିକ କର୍ମୀ ଉତ୍ତମ ଖୁଣ୍ଟିଆ କୁହନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ପ୍ରତିବର୍ଷ କୂଳରୁ ଅତଡା ଖାଉଛି। ଉତିକଣ ଭେଡାର ସୁରକ୍ଷା ପାଇଁ ନାବାର୍ଡ ଅନୁଦାନରେ ୨୦୧୮ରେ ଅଳଭାଠାରୁ ମଦନପୁର ପର୍ଯ୍ୟନ୍ତ ୧୩ କୋଟି ୧୫ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ଅଟକଳରେ ଅକ୍ଟୋବର ୧୫ରେ ଆଡିବନ୍ଧ ଓ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୦ ଏପ୍ରିଲ ୧୪ରେ କାମ ଶେଷ ହେବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବେଳେ ଏହା ୨୦୨୧ ଶେଷ ପର୍ଯ୍ୟନ୍ତ ଲାଗିଥିଲା। ବନ୍ଧ ପାଶର୍‌ବରେ ୪୦ରୁ ୫୦ କିଗ୍ରା ପଥର ପ୍ୟାକିଂରେ ବ୍ୟବହାର କରିବାକୁ ଚୁକ୍ତି ହୋଇଥିଲା। ମାତ୍ର ପ୍ୟାକିଂରେ ୫ରୁ ୧୦ କିଗ୍ରା ପଥର ବ୍ୟବହାର କରାଯାଇଥିଲା। ଫଳରେ ଚଳିତବର୍ଷ ବନ୍ୟାର ପ୍ରଖର ସ୍ରୋତରେ ପଥର ପ୍ୟାକିଂ କେତେକ ସ୍ଥାନରେ ଭାଙ୍ଗି ଯାଇଥିବା ବେଳେ ବହୁ ସ୍ଥାନ ବାଲିରେ ପୋତି ହୋଇପଡିଛି। ଏବେ ଏହି ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରୁଛି। ଅଡିବନ୍ଧ ମାଟି ହାଣି ନେଉଥିବା ଅଭିଯୋଗ ପରେ ମଧ୍ୟ ଜଳସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଜିଲା କଂଗ୍ରେସ ଦଳିତ ସେଲ୍‌ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ କହିଛନ୍ତି, ବ୍ରାହ୍ମଣୀ ନଦୀ କୂଳରେ ଥିବା ଶ୍ରୀରାମପୁରର, ପାଳପାଟଣା, କଦମ୍ବଦାଣ୍ଡୀ ଉପାନ୍ତ ଗ୍ରାମ। ବର୍ଷା ଆଉ ବନ୍ୟା ସହ ଯୁଝୁଥିବା ଏହି ଗ୍ରାମଗୁଡିକର ଲୋକ ପିଢି ପରେ ପିଢି ସମସ୍ୟାରେ ଘାଣ୍ଟି ହୋଇ ଆସୁଛନ୍ତି। ନଦୀକୂଳିଆ ଗଁା ହୋଇଥିବାରୁ ବନ୍ୟା ଆସିଲେ ଏମାନଙ୍କ ଚିନ୍ତା ବଢେ। ଏହି ଗ୍ରାମଗୁଡିକ ସୁରକ୍ଷା ପାଇଁ ପ୍ରଥମେ ପାଳପାଟଣା ଗ୍ରାମ ନିକଟ ବ୍ରାହ୍ମଣୀ କୂଳରେ ୨୦୧୯ ଜାନୁୟାରୀ ୧୬ରେ ନାବାର୍ଡ ପକ୍ଷରୁ ୧୭ କୋଟି ୮୩ ଲକ୍ଷ ୩୪ ହଜାରେ ଟଙ୍କା ବ୍ୟୟ ଅଟକଳରେ ପଥର ପ୍ୟାକିଂ ଓ ସ୍ପର କାର୍ଯ୍ୟ ନିର୍ମାଣ ହୋଇଥିଲା। ଏହି କାର୍ଯ୍ୟ ୨୦୨୦ ଜୁଲାଇ ୧୫ରେ ଶେଷ ହେବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ମାତ୍ର ଠିକାଦାର କାର୍ଯ୍ୟ କରିବାରେ ଅବହେଳା ଓ ବିଳମ୍ବ ଯୋଗୁ ୨୦୨୨ ସୁଦ୍ଧା ମାତ୍ର ୮୦ ଭାଗ କାମ ହୋଇ ପାରିଛି। ନଦୀରେ ବଡ଼ବନ୍ୟା ଆସିବା ଫଳରେ ବ୍ରାହ୍ମଣୀ ନଦୀ କୂଳ ଉପରେ ୬ ଫୁଟ ଉଚ୍ଚର ପ୍ରଖର ସ୍ରୋତରେ ୪୦ ଭାଗ ପଥର ପ୍ୟାକିଂ କେତେକ ସ୍ଥାନରେ ଭାଙ୍ଗି ଯାଇଥିବା ବେଳେ ବହୁ ସ୍ଥାନ ବାଲିରେ ପୋତି ହୋଇପଡିଛି। ନିର୍ମିତ ୧୩ ଗୋଟି ସ୍ପର ମଧ୍ୟରୁ ୬ଟି ସ୍ପର ଭାଙ୍ଗିଯିବା ସହ ଦବି ଯାଇଛି। ତେବେ ଭାଙ୍ଗି ଦବି ଯାଇଥିବା ୬ଟି ସ୍ପର ପଥର ପ୍ୟାକିଂ ପୁନର୍ବାର କରିବାକୁ ସ୍ଥାନୀୟ ଲୋକ ବିଭାଗୀୟ ଯନ୍ତ୍ରୀଙ୍କୁ ଦାବି କରୁଛନ୍ତି। ସେହିପରି ୧୦ ଖଣ୍ଡ ଗଁାକୁ ରକ୍ଷା କରିବାକୁ ଜଳସମ୍ପଦ ବିଭାଗ କଦମ୍ବଦାଣ୍ଡି ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସେଠାରେ ଗ୍ରାନାଇଟ ପଥର ପରିବର୍ତ୍ତେ ମାଙ୍କଡା ବ୍ୟବହାର କରାଯାଉଛି। ଖାଲି ସେତିକି ନୁହେଁ, କାମ ବି ଅତ୍ୟନ୍ତ ନିମ୍ନମାନର ହେଉଛି। ପଥର ଉପରେ ପଥର ପକେଇ କାମ ସାରି ଦିଆଯାଉଛି। ବିଭାଗୀୟ ଅଧିକାରୀ ଉପସ୍ଥିତ ନ ରହିବାରୁ କାମ ନିମ୍ନମାନର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀ ଜଳସମ୍ପଦ ବିଭାଗ ଅଫିସରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ନିରଞ୍ଜନ ପାତ୍ର, ଉତ୍ସବ ବିଶ୍ୱାଳ, ଚକ୍ରଧର ସ୍ବାଇଁ, ପୀତାମ୍ବର ବାରିକ, ଧବଳ ଚରଣ ନାୟକ, ଦଶରଥ ରାଉତରାୟ, ନିମାଇ ଚରଣ ଦାସ, ପ୍ରବୀର ବାରିକ, ନିତ୍ୟାନନ୍ଦ ରାଉତ, ସତ୍ୟବାନ ରାଉତ, ଆକୁଳି ମଲ୍ଲିକ ପ୍ରମୁଖ କହିଛନ୍ତି, ୬ ମାସ ଭିତରେ ଭୁଶୁଡ଼ି ଗଲା ପଥର ପ୍ୟାକିଂ। ତେଣୁ କେତେ ନିମ୍ନମାନର କାମ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି। ତେଣୁ ତୁରନ୍ତ ପୁଣି ଥରେ ଏହାର ମରାମତି କରାଯାଉ। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ସେହି ସ୍ଥାନକୁ ଯାଇ କାମ ଦେଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?