ଲଢ଼େଇ ମଇଦାନର ସ୍ଥିତି ଏବେ ବି ଅସ୍ପଷ୍ଟ

ଯାଜପୁର,୪ା୪(ହର୍ଷବର୍ଦ୍ଧନ ବେହେରା) :ଅଧିକ ବିଚାର ବିମର୍ଶ ଯାଜପୁର ଜିଲା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପରିସ୍ଥିତି ଚଳିତ ନିର୍ବାଚନରେ ବିଜେଡି ଉପରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି ା ଅତି ପରୀକ୍ଷା ନୀରିକ୍ଷା କରାଯାଉଥିବା ଯୋଗୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବି ବଡ଼ଚଣା, କୋରେଇ ଓ ବରୀରେ ଦଳ ପ୍ରାର୍ଥୀ ଦେଇ ପାରି ନ ଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ବରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ୬ ଆସନ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣା ସରିଛି। ଏଠାରେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଭାଜପା ଆମଦାନୀ ଲକ୍ଷ୍ୟରେ ଅଛି। ଫଳରେ ଆଶାୟୀ ଏବଂ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢିବା ସହ ଲଢେଇ ମଇଦାନର ସ୍ଥିତି ଏବେ ବି ଅସ୍ପଷ୍ଟ ରହିଛି।
ଯାଜପୁର ଜିଲାର ବହୁ ଚର୍ଚ୍ଚିତ କୋରେଇ ଆସନରେ ଗତ ନିର୍ବାଚନରେ ଆକାଶ ଦାସନାୟକଙ୍କ ସ୍ଥାନରେ ଅଶୋକ ବଳ ଓ ବରୀ ଆସନ ପାଇଁ ଦେବାଶିଷ ନାୟକଙ୍କ ସ୍ଥାନରେ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଉଭୟେ ବିଜୟୀ ହୋଇଥିଲେ ସତ ହେଲେ ଏଥିରେ ଅସନ୍ତୁଷ୍ଟ ଆକାଶ ଓ ଦେବାଶିଷ ୫ ବର୍ଷର ଅପେକ୍ଷା ପରେ ଏବେ ଭାଜପା ହାତ ଧରିଛନ୍ତି। କୋରେଇରୁ ଆକାଶ ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିର ଅଙ୍କ ଛିଣ୍ଡୁନି। ଫଳରେ କୋରେଇ ଉପରେ ବିଜେଡିର ପ୍ରଣବ ପ୍ରକାଶ ଦାସ(ବବି) ଏବଂ ପ୍ରୀତିରଞ୍ଜନ ଘଡେଇ(ଡାନି)ଙ୍କ ୨ ଗୋଷ୍ଠୀର ନଜର ରହିଛି। ଏହାସହ ବିଜେଡିର କେତେଜଣ ସମର୍ଥକ ଆକାଶଙ୍କୁ ସମର୍ଥନ କରୁଛନ୍ତି। ଏହିକ୍ରମରେ ବିଜେଡି ଏଠାରେ ୩ ଫାଳ ହୋଇଛି। ୨୦୦୯ ନିର୍ବାଚନରେ କୋରେଇରୁ ଡାନି ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ା ଏହି ୫ବର୍ଷ ମଧ୍ୟରେ ଡାନିଙ୍କ ସମର୍ଥକ ତଥା ବିଜେଡି କର୍ମୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ ଡାନିଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ବିଜେଡିରୁ ବହିଷ୍କାର କରିବା ପରେ ସୁକିନ୍ଦା ଆସନ ପାଇଁ ତାଙ୍କ ପୁଅ ଡାନିଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ା ଏଭଳି ଭାବେ କୋରେଇରେ ଏକ ସମର୍ଥକ ଗୋଷ୍ଠୀକୁ ଡାନି ଛାଡି ଯାଇଥିଲେ ା ପରେ ଆକାଶ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହେବାପରେ ଏକ ନୂତନ ସ୍ବତନ୍ତ୍ର ବିଜେଡି ଗୋଷ୍ଠୀ ମୁଣ୍ଡ ଟେକିଥିଲା ା ଏବେ ବିଧାୟକ ଅଶୋକ ବଳଙ୍କ ଅଧିକାଂଶ ସମର୍ଥକ ରହିଛନ୍ତି। ା ଏଭଳି ଭାବେ ଗତ ୧୦ବର୍ଷ ମଧ୍ୟରେ କୋରେଇ ବିଜେଡି ୩ ଫାଳ ହୋଇଛି ା ଯଦି ଅଶୋକଙ୍କୁ ଟିକେଟ୍‌ ନ ମିଳେ ଏବଂ ସେ ଏଥିରେ ଅସନ୍ତୁଷ୍ଟ ରହିବେ ତେବେ ବିଜେଡି ପୁଣି ୪ ଗୋଷ୍ଠୀ ହେବାର ସମ୍ଭାବନା ରହିଛି। ଏହାର ଫାଇଦା ନେବାକୁ ବିରୋଧି ଭାଜପା ଓ କଂଗ୍ରେସ ପାଇଁ ପଥ ସୁଗମ ହୋଇଛି ା ଏହି ପରିସ୍ଥିତିରେ ପ୍ରତିଦ୍ୱନ୍ଦ୍ୱି ଦଳ ଭାବେ ଭାଜପା ଧିରେ ଧିରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ା ବରୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି ା ୨୦୦୦ରୁ ଦେବାଶିଷ ନାୟକ ଲଗାତାର ବିଧାୟକ ନିର୍ବାଚିତ ହୋଇ ଏକ ଦୃଢ ସମର୍ଥକ ଗୋଷ୍ଠୀ ଛାଡି ଯାଇଛନ୍ତି ା
୨୦୧୯ ନିର୍ବାଚନରେ ସେ ଟିକେଟ୍‌ ନ ପାଇବାରୁ ସେହି ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ା ଏବେ ଦେବାଶିଷ ଭାଜପା ଶିବିରରେ ରହିଥିଲେ ହେଁ ତାଙ୍କୁ ଟିକେଟ୍‌ ମିଳିବା ନେଇ ସନ୍ଦେହ ରହିଛି। ବିଜେଡି ମଧ୍ୟ ଏଠାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ପରୀକ୍ଷା ନୀରିକ୍ଷା କରୁଛି। ୨୦୧୯ରେ ପ୍ରାୟ ୪ ହଜାର ଭୋଟ ବ୍ୟବଧାନରେ ହାରିଥିବା ବିଶ୍ୱରଞ୍ଜନ ମଲିକ ଭାଜପାରୁ ବିଜେଡିକୁ ଯାଇଛନ୍ତି। ବିଶ୍ୱରଞ୍ଜନଙ୍କ ମିଶ୍ରଣ ସମୟରେ ତାଙ୍କୁ ଦଳୀୟ ଟିକେଟ୍‌ ମିଳିବ ବୋଲି ବିଜେଡି ଶୀର୍ଷ ନେତୃତ୍ୱ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ଯଦି ରକ୍ଷା କରାଯାଏ ତେବେ ବିଧାୟକ ସୁନନ୍ଦା ଦାସ ବଳି ପଡିବେ। ତେଣୁ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଭାଜପା ନେତୃତ୍ୱ ଏଠାରେ ଅପେକ୍ଷା କରିଥିବା ଆଲୋଚନା ହେଉଛି। ଯଦି ବିଜେଡି ବିଶ୍ୱରଞ୍ଜନଙ୍କୁ ଟିକେଟ୍‌ ଦିଏ ତେବେ ସୁନନ୍ଦାଙ୍କୁ ଏବଂ ସୁନନ୍ଦାଙ୍କୁ ଟିକେଟ ମିଳେ ତେବେ ବିଶ୍ୱରଞ୍ଜନଙ୍କୁ ଭାଜପା ଆମଦାନି କରିପାରେ ବୋଲି ଆଶା ରଖିଛି ା ଅନ୍ୟପକ୍ଷେ ବଡ଼ଚଣାରେ ଭାଜପା ନେତା ଅମର ନାୟକ ଗତ ନିର୍ବାଚନରେ ମାତ୍ର ୧୪୮୫ ଭୋଟ ବ୍ୟବଧାନରେ ହାରିଥିବାରୁ ଏଥର ତାଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକ ଅମରପ୍ରସାଦ ଶତପଥୀଙ୍କୁ ବାଦ ଦେଇ ଜଣେ ନୂତନ ଚେହେରା ଖୋଜୁଥିବା ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଅସନ୍ତୁଷ୍ଟ ନେତାଙ୍କ ଭୂମିକା ଏବଂ ପ୍ରାର୍ଥୀଙ୍କ ରଣନୀତି କ’ଣ ରହିବ ତାହା ଆଗାମୀ ନିର୍ବାଚନରେ ଜଣାପଡିବ ବୋଲି ସବୁଠି ଆଲେଚନା ଜୋର ଧରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?