ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଲୋକାର୍ପିତ

ପାରାଦୀପ,୨୬ା୪(ସ୍ବ.ପ୍ର.):ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ସୋମବାର ପାରାଦୀପର ଇଫକୋ କାରଖାନା ସଲଗ୍ନ ମହାନଦୀରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ, ଜଳପଥ ଓ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏହାକୁ ଉଦ୍‌ଘାଟନ କରିଥିଲେ। ମହାନଦୀ କୂଳରେ ହୋଇଥିବା ଭାସମାନ ପୋଣ୍ଟମଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ମନ୍ତ୍ରୀ ସୋନଓ୍ବାଲ ପତାକା ଦେଖାଇ ଏକ ବାର୍ଜକୁ ନୌଚାଳନା ପାଇଁ ସଙ୍କେତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ଆଇଡବ୍ଲ୍ୟୁଏଆଇ(ଇନଲାଣ୍ଡ ଓ୍ବାଟରଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ)ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୟ ବନ୍ଦୋପାଧ୍ୟାୟ, ବନ୍ଦର ଅଧ୍ୟକ୍ଷ ପି.ଏଲ.ହାରାନ୍ଧ, ଇଫ୍‌କୋର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାକେଶ କପୁର, ଇଫ୍‌କୋ କମ୍ପାନୀ ପାରାଦୀପ ନିର୍ବାହୀ ନିର୍ଦ୍ଦେଶକ କେ.ଜେ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ସୋନଓ୍ବାଲ କହିଥିଲେ, ନଦୀଭିତ୍ତିକ ବନ୍ଦର ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ବନ୍ଦର ବାଟେ ଇଫ୍‌କୋର ଜିପସମ ବାର୍ଜ ଯୋଗେ ପାରାଦୀପ ବନ୍ଦର ପୋତାଶ୍ରୟକୁ ଯାଇ ସେଠାରେ ବୃହତ୍‌ ଜାହାଜରେ ବୋଝେଇ ହୋଇ ବିଭିନ୍ନ ସ୍ଥାନକୁ ଯିବ। ଏହାଦ୍ବାରା ପରିବହନ ଖର୍ଚ୍ଚ କମ ହେବା ସହ ଟ୍ରାଫିକ ନିୟନ୍ତ୍ରଣ ଓ ପ୍ରଦୂଷଣ ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶର ୧୧୧ ନଦୀରେ ଜଳପଥ ବିକାଶ ପାଇଁ କେନ୍ଦ୍ର ସରକାର ଖସଡ଼ା କରିଛନ୍ତି। ସେଥିରୁ ଏପର୍ଯ୍ୟନ୍ତ ୩ ନଦୀରେ ପଣ୍ୟ କାରବାର ଓ ପର୍ଯ୍ୟଟନ ବିକାଶ କରାଯାଇଛି। ସେଗୁଡିକ ହେଲା ଗଙ୍ଗା, ବ୍ରହ୍ମପୁତ୍ର ଓ ମହାନଦୀ। ଆଗକୁ ମହାନଦୀର ଅନ୍ୟ ସ୍ଥାନ ଓ ବ୍ରାହ୍ମଣୀ ନଦୀରେ ନଦୀଭିତ୍ତିକ ବନ୍ଦର ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପର୍ଯ୍ୟାୟକ୍ରମେ ଏହାର ବିକାଶ କରାଯିବ। କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ଯୋଜନାରେ ଓଡ଼ିଶା ସରକାର ସହଯୋଗ କରୁଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବେହେରା ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଏଥିରେ ରାଜ୍ୟ ସରକାର ସବୁମତେ ସହଯୋଗ କରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ବନ୍ଦର ଅଧ୍ୟକ୍ଷ ହାରାନ୍ଧ କହିଥିଲେ, ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଏହା ଉନ୍ନତି ଆଣିବ। ୨୦୨୫ ସୁଦ୍ଧା ପାରାଦୀପ ଦେଶର ଏକ ନମ୍ବର ଓ ୨୦୩୦ ସୁଦ୍ଧା ବିଶ୍ବର ବୃହତ୍‌ ବନ୍ଦର ତାଲିକାରେ ସାମିଲ ହେବାକୁ ଯାଉଛି।
ସୂଚନାଯୋଗ୍ୟ, ଏହି ନଦୀ ଭିତ୍ତିକ ବନ୍ଦରକୁ ଓଡିଶା ସରକାର, ପାରାଦୀପ ବନ୍ଦର, ଆଇଡବ୍ଲ୍ୟୁଏଆଇ, ଇଫକୋ, ଏବଂ ଓଏସ୍‌ଏଲ (ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼)ମିଳିତ ଭାବେ କରିଛନ୍ତି। ନିର୍ମାଣ ଓ ପରିଚାଳନା କାମ ଓଏସ୍‌ଏଲ୍‌ କରୁଛି। ଏଥିପାଇଁ ୨୦୨୧ ଫେବୃୟାରୀ ୨୫ରେ ଚୁକ୍ତି ସ୍ବାକ୍ଷର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?