ରାଜ୍ୟର ୪୨୮୩ ମିଟର ନଦୀବନ୍ଧ ଦୁର୍ବଳ

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ,୧୮ା: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ଷାଋତୁ ଆସିଲେ ପ୍ରତିବର୍ଷ ପରି ଚଳିତବର୍ଷ ବି ନଦୀକୂଳବାସୀଙ୍କୁ ବନ୍ୟା ଆତଙ୍କ ଚିନ୍ତାରେ ପକାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୧ ମେ’ ମାସରେ ୟାସ୍‌ ଏବଂ ସେପ୍ଟେମ୍ବର ବନ୍ୟାରେ ସୃଷ୍ଟି ହୋଇଥିବା ୧୫୮ ଘାଇ ମଧ୍ୟରୁ ଏଯାଏ ୫ ଘାଇର ସ୍ଥାୟୀ ପ୍ରତିକାର ହୋଇ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ବିଭାଗ ପକ୍ଷରୁ ରାଜ୍ୟର ୧୮ଟି ସ୍ଥାନରେ ୪୨୮୩ ମିଟର ଲମ୍ବ ଦୁର୍ବଳ ନଦୀବନ୍ଧ ରହିଥିବା ଚିହ୍ନଟ ହୋଇଛି। ଏହାବାଦ୍‌ ୨୨୨୮ ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ୨୧୬୬ର ସ୍ଥିତି ଠିକ୍‌ ରହିଥିବାବେଳେ ୨୩ଟିର ମରାମତି ଆବଶ୍ୟକ ରହିଛି। ୩୯ଟି ସ୍ଲୁଇସ୍‌ ଗେଟ୍‌ର ସ୍ଥିତି ସାଂଘାତିକ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଜରୁରିକାଳୀନ ଘାଇ ମରାମତି ପାଇଁ ଆବଶ୍ୟକ ପରିମାଣର ବାଲି, ଖାଲି ସିମେଣ୍ଟ ବସ୍ତା , ବହ୍ଲା, ବାଉଁଶ, ତାଟି ଇତ୍ୟାଦିର ଅଭାବ ରହିଥିବାରୁ ବିଭାଗ ପାଇଁ ତାହା ଚିନ୍ତାର କାରଣ ହୋଇଛି।
ସୂଚନା ଅନୁଯାୟୀ, ରାଜ୍ୟର ୧୧ ନଦୀନାଳରେ ୭୪୭୩ କି.ମି. ଲମ୍ବ ନଦୀବନ୍ଧ ରହିଛି। ସେଥିମଧ୍ୟରୁ ୧୭୧୭ କି.ମି. କ୍ୟାପିଟାଲ ନଦୀବନ୍ଧ, ୨୪୯୬ କି.ମି. କୃଷିଭିତ୍ତିକ ନଦୀବନ୍ଧ, ୧୬୨୪ କି.ମି. ରିଲିଫ ନଦୀବନ୍ଧ ଏବଂ ୧୬୩୬ କି.ମି. ଲୁଣା ନଦୀବନ୍ଧ । ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ନଦୀବନ୍ଧର ନିରୀକ୍ଷଣ କରାଯାଇଛି। ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି ା ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ତା’ର ଶାଖା ନଦୀରେ ବନ୍ୟା ପରିସ୍ଥିତି ଅଧିକ ଦେଖିବାକୁ ମିଳିଥାଏ। ଦୁର୍ବଳ ନଦୀବନ୍ଧରେ ସ୍ଥାୟୀ ପ୍ରତିକାର ଏବଂ ଆବଶ୍ୟକ ସ୍ଥଳେ ନଦୀବନ୍ଧ ନିର୍ମାଣରେ ଅବହେଳା ଏଥିପାଇଁ ଦାୟୀ ବୋଲି କୁହାଯାଇଛି। ୨୦୨୦ ଅଗଷ୍ଟରେ ହୋଇଥିବା ବନ୍ୟାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ୩୫ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଥିଲା। ଏହାବାଦ୍‌ ୨୦୨୧ ମେ ମାସ ୟାସ୍‌ ପ୍ରଭାବ ବନ୍ୟାରେ ଆଳି ନଦୀବନ୍ଧ ଡିଭିଜନ ଅଧୀନରେ ୯ଟି, ବାଲେଶ୍ୱର ଡିଭିଜନରେ ୧୧୬ଟି, ଯାଜପୁର ଡିଭିଜନରେ ଗୋଟିଏ ଘାଇ ସୃଷ୍ଟି ହୋଇଥିଲା। ସେହିପରି ୨୦୨୧ ସେପ୍ଟେମ୍ବର ବନ୍ୟାରେ ବାଲେଶ୍ୱର ଡିଭିଜନରେ ୪, ଖୋର୍ଦ୍ଧା ଡିଭିଜନରେ ୨, ଉତ୍ତର ମହାନଦୀ ଡିଭିଜନରେ ୧୦, ଜାରକା ଡିଭିଜନରେ ୭, ମୟୂରଭଞ୍ଜ ଡିଭିଜନରେ ୮ ଓ ବଲାଙ୍ଗୀର ଇରିଗେଶନ ଡିଭିଜନରେ ଗୋଟିଏ ଘାଇ ସୃଷ୍ଟି କରିଥିଲା। ଉପରୋକ୍ତ ୧୫୮ ଘାଇ ମଧ୍ୟରୁ ୧୫୩ଟିର ସ୍ଥାୟୀ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ଯାଜପୁର ଜିଲା ଜାରକା ଡିଭିଜନ ଅଧୀନରେ ରହିଥିବା ମାଟିଆପଡ଼ା ନିକଟସ୍ଥ ୫ ଘାଇ ଏଯାଏ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏଥିପାଇଁ ସିଧାସଳଖ ଜମି କିଣିବାକୁ ଜିଲାସ୍ତରରେ ମଞ୍ଜୁରୀ ମିଳିସାରିଛି। କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଘାଇର ସ୍ଥାୟୀ ମରାମତି ହୋଇପାରୁନାହିଁ। ତେବେ ଅସ୍ଥାୟୀ ଘାଇର ମରାମତି କାମ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ଉତ୍ତର ମହାନଦୀ ଡିଭିଜନ ଜଗତପୁରଠାରେ ୨୦୮୦ ମିଟର ୨, ଆଳି ନଦୀବନ୍ଧ ଡିଭିଜନରେ ୧୨୭୫ ମିଟର ଲମ୍ବ ବିଶିଷ୍ଟ ୨, ଜାରକା ଡିଭିଜନରେ ୧୫୫ ମିଟର ୫, ବାଲେଶ୍ୱରରେ ୫୧୮ ମିଟର ୩ , ମୟୂରଭଞ୍ଜ ଡିଭିଜନରେ ୬୦ ମିଟରର ଗୋଟିଏ, ସାଳନ୍ଦୀ କେନାଲ ଡିଭିଜନରେ ୫୦ ମିଟରର ୨ ଏବଂ ବୈତରଣୀ ସାଲପଡା ଡିଭିଜନରେ ୧୪୫ ମିଟର ଲମ୍ବର ୩ ଦୁର୍ବଳ ନଦୀବନ୍ଧ ଚିହ୍ନଟ ହୋଇଛି। ଏହାସହ ସ୍ଲୁଇସ ଗେଟ୍‌ଗୁଡ଼ିକର ମରାମତି କାର୍ଯ୍ୟ ଜୁନ୍‌ ୩୦ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ଜୁନ୍‌ ୧ ତାରିଖ ସୁଦ୍ଧା ରାଜ୍ୟର ୨୪ ଡିଭିଜନରେ ୬୧୫୮୩ ଘନମିଟର ବାଲିର ଆବଶ୍ୟକତା ରହିଥିବାବେଳେ ମାତ୍ର ୩୭୬୪୭ ଘନମିଟର ବାଲି ମହଜୁଦ ରହିଛି। ଏହାସହ ୩୦,୪୦,୩୦୦ ଖାଲି ସିମେଣ୍ଟ ବସ୍ତାର ଆବଶ୍ୟକ ଥିବା ବେଳେ ୧୫,୮୩,୭୨୬, ୧୩୨୮୪ ବହ୍ଲା ଆବଶ୍ୟକ ସ୍ଥଳେ ୭୬୨୭, ୫୩୧୦ଟି ବାଉଁଶ ଆବଶ୍ୟକ ସ୍ଥଳେ ୩୧୦୦ ଏବଂ ବାଉଁଶ ତାଟି ୪୯୮୬ ବର୍ଗମିଟର ଆବଶ୍ୟକ ଥିବା ବେଳେ ୨୧୯୭ ବର୍ଗମିଟର ମହଜୁଦ ରହିଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସମ୍ଭାବ୍ୟ ଘାଇଗୁଡିକ ସ୍ଥାନରେ ମହଜୁଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ବୈଠକ, ଘାଇଗୁଡ଼ିକର ସ୍ଥାୟୀ ମରାମତି, ନିୟମିତ ନିରୀକ୍ଷଣ, ସ୍ଲୁଇସ୍‌ ମକ୍‌ଡ୍ରିଲ, ଡ୍ରେନେଜ୍‌ ସଫା, ବନ୍ୟା ନିୟନ୍ତ୍ରଣ କକ୍ଷ, ଜରୁରୀ ଯୋଗାଯୋଗ ବ୍ୟବସ୍ଥା, ସଚେତନତା ଆଦି ବ୍ୟବସ୍ଥା କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଗ୍ରାମବାସୀ, କମ୍ପାନୀ କର୍ମଚାରୀଙ୍କୁ ଛାଡ଼ିଲେନି ଭିତରକୁ

ଯୋଡ଼ା,୪ା୭(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣିର ଫାଟକରେ ତାଲା ପକାଇ ଯୋଡ଼ା ବସ୍ତିର ମୂଳ ଅଧିବାସୀମାନେ...

କୋଭିଡ୍‌ ପରେ ମାନସିକ ସମସ୍ୟା ବଢ଼ିଛି

ବ୍ରହ୍ମପୁର ଅଫିସ,୧୧ା୧୦: ଗଞ୍ଜାମ ଜିଲା ସମନ୍ବିତ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର, ଗଞ୍ଜାମ ଆନୁକୂଲ୍ୟରେ ସୋମବାର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ...

ବେଆଇନ ମଦଭାଟି ଭାଙ୍ଗିଲେ ମହିଳା

ଚିତ୍ରଡା, ୨୪।୪(ଡି.ଏନ.ଏ.)-ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଧୀନରେ ଥିବା ହଲଦୀପାଳ ପଞ୍ଚାୟତର ମଦନଡ଼ିହି ଗ୍ରାମର ଶୁକ୍ରବାର ସକାଳୁ ସରପଞ୍ଚ ଅଞ୍ଜନା ମାଝୀଙ୍କ ସମେତ ମିଶନ ଶକ୍ତିର...

ବାଲେଶ୍ୱରରେ ଆଉ ୩୩ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା

ବାଲେଶର ଅଫିସ, ୧୩।୫: ବାଲେଶ୍ୱରରେ ବୁଧବାର ନୂଆ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧ଜଣ...

ପଶ୍ଚିମା ଝଡ଼ରେ ଉପୁଡ଼ିଲା ଗଛ

ବାରିପଦା ଅଫିସ/ଭଦ୍ରକ ଅଫିସ, ୧୯।୩: ପଶ୍ଚିମା ଝଡ଼ ପ୍ରଭାବରେ ମୟୂରଭଞ୍ଜ ଜିଲାର ଶିମିଳିପାଳ ସମେତ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଶନିବାର ଦିନ...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥ ଅନୁକୂଳ

ବାରିପଦା ଅଫିସ, ୨୭ା୪- ଅକ୍ଷୟ ତୃତୀୟା ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ରଥ...

ମାର୍ଚ୍ଚରୁ ପିଏମ୍‌ଜିଏସ୍‌ଓ୍ବାଇ-୩

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜ୍ୟ ସରକାର ସମସ୍ତ ସ୍କୁଲ ଓ ଗ୍ରାମାଞ୍ଚଳରେ ଥିବା ହସ୍ପିଟାଲଗୁଡିକୁ ରାସ୍ତା ସଂଯୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

‘ବାତ୍ସଲ୍ୟ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ୩ ବର୍ଷରୁ କମ୍‌ ଶିଶୁଙ୍କ ଯତ୍ନ ଏବଂ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ବିକଶିତ ଶୈଶବକୁ ଆନୁଷ୍ଠାନିକ ରୂପରେଖ ପ୍ରଦାନ ଲକ୍ଷ୍ୟରେ ‘ବାତ୍ସଲ୍ୟ’...

Advertisement
Archives

Model This Week