ରାଜ୍ୟର ୪୨୮୩ ମିଟର ନଦୀବନ୍ଧ ଦୁର୍ବଳ

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ,୧୮ା: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ଷାଋତୁ ଆସିଲେ ପ୍ରତିବର୍ଷ ପରି ଚଳିତବର୍ଷ ବି ନଦୀକୂଳବାସୀଙ୍କୁ ବନ୍ୟା ଆତଙ୍କ ଚିନ୍ତାରେ ପକାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୧ ମେ’ ମାସରେ ୟାସ୍‌ ଏବଂ ସେପ୍ଟେମ୍ବର ବନ୍ୟାରେ ସୃଷ୍ଟି ହୋଇଥିବା ୧୫୮ ଘାଇ ମଧ୍ୟରୁ ଏଯାଏ ୫ ଘାଇର ସ୍ଥାୟୀ ପ୍ରତିକାର ହୋଇ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ବିଭାଗ ପକ୍ଷରୁ ରାଜ୍ୟର ୧୮ଟି ସ୍ଥାନରେ ୪୨୮୩ ମିଟର ଲମ୍ବ ଦୁର୍ବଳ ନଦୀବନ୍ଧ ରହିଥିବା ଚିହ୍ନଟ ହୋଇଛି। ଏହାବାଦ୍‌ ୨୨୨୮ ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ୨୧୬୬ର ସ୍ଥିତି ଠିକ୍‌ ରହିଥିବାବେଳେ ୨୩ଟିର ମରାମତି ଆବଶ୍ୟକ ରହିଛି। ୩୯ଟି ସ୍ଲୁଇସ୍‌ ଗେଟ୍‌ର ସ୍ଥିତି ସାଂଘାତିକ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଜରୁରିକାଳୀନ ଘାଇ ମରାମତି ପାଇଁ ଆବଶ୍ୟକ ପରିମାଣର ବାଲି, ଖାଲି ସିମେଣ୍ଟ ବସ୍ତା , ବହ୍ଲା, ବାଉଁଶ, ତାଟି ଇତ୍ୟାଦିର ଅଭାବ ରହିଥିବାରୁ ବିଭାଗ ପାଇଁ ତାହା ଚିନ୍ତାର କାରଣ ହୋଇଛି।
ସୂଚନା ଅନୁଯାୟୀ, ରାଜ୍ୟର ୧୧ ନଦୀନାଳରେ ୭୪୭୩ କି.ମି. ଲମ୍ବ ନଦୀବନ୍ଧ ରହିଛି। ସେଥିମଧ୍ୟରୁ ୧୭୧୭ କି.ମି. କ୍ୟାପିଟାଲ ନଦୀବନ୍ଧ, ୨୪୯୬ କି.ମି. କୃଷିଭିତ୍ତିକ ନଦୀବନ୍ଧ, ୧୬୨୪ କି.ମି. ରିଲିଫ ନଦୀବନ୍ଧ ଏବଂ ୧୬୩୬ କି.ମି. ଲୁଣା ନଦୀବନ୍ଧ । ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ନଦୀବନ୍ଧର ନିରୀକ୍ଷଣ କରାଯାଇଛି। ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି ା ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ତା’ର ଶାଖା ନଦୀରେ ବନ୍ୟା ପରିସ୍ଥିତି ଅଧିକ ଦେଖିବାକୁ ମିଳିଥାଏ। ଦୁର୍ବଳ ନଦୀବନ୍ଧରେ ସ୍ଥାୟୀ ପ୍ରତିକାର ଏବଂ ଆବଶ୍ୟକ ସ୍ଥଳେ ନଦୀବନ୍ଧ ନିର୍ମାଣରେ ଅବହେଳା ଏଥିପାଇଁ ଦାୟୀ ବୋଲି କୁହାଯାଇଛି। ୨୦୨୦ ଅଗଷ୍ଟରେ ହୋଇଥିବା ବନ୍ୟାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ୩୫ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଥିଲା। ଏହାବାଦ୍‌ ୨୦୨୧ ମେ ମାସ ୟାସ୍‌ ପ୍ରଭାବ ବନ୍ୟାରେ ଆଳି ନଦୀବନ୍ଧ ଡିଭିଜନ ଅଧୀନରେ ୯ଟି, ବାଲେଶ୍ୱର ଡିଭିଜନରେ ୧୧୬ଟି, ଯାଜପୁର ଡିଭିଜନରେ ଗୋଟିଏ ଘାଇ ସୃଷ୍ଟି ହୋଇଥିଲା। ସେହିପରି ୨୦୨୧ ସେପ୍ଟେମ୍ବର ବନ୍ୟାରେ ବାଲେଶ୍ୱର ଡିଭିଜନରେ ୪, ଖୋର୍ଦ୍ଧା ଡିଭିଜନରେ ୨, ଉତ୍ତର ମହାନଦୀ ଡିଭିଜନରେ ୧୦, ଜାରକା ଡିଭିଜନରେ ୭, ମୟୂରଭଞ୍ଜ ଡିଭିଜନରେ ୮ ଓ ବଲାଙ୍ଗୀର ଇରିଗେଶନ ଡିଭିଜନରେ ଗୋଟିଏ ଘାଇ ସୃଷ୍ଟି କରିଥିଲା। ଉପରୋକ୍ତ ୧୫୮ ଘାଇ ମଧ୍ୟରୁ ୧୫୩ଟିର ସ୍ଥାୟୀ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ଯାଜପୁର ଜିଲା ଜାରକା ଡିଭିଜନ ଅଧୀନରେ ରହିଥିବା ମାଟିଆପଡ଼ା ନିକଟସ୍ଥ ୫ ଘାଇ ଏଯାଏ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏଥିପାଇଁ ସିଧାସଳଖ ଜମି କିଣିବାକୁ ଜିଲାସ୍ତରରେ ମଞ୍ଜୁରୀ ମିଳିସାରିଛି। କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଘାଇର ସ୍ଥାୟୀ ମରାମତି ହୋଇପାରୁନାହିଁ। ତେବେ ଅସ୍ଥାୟୀ ଘାଇର ମରାମତି କାମ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ଉତ୍ତର ମହାନଦୀ ଡିଭିଜନ ଜଗତପୁରଠାରେ ୨୦୮୦ ମିଟର ୨, ଆଳି ନଦୀବନ୍ଧ ଡିଭିଜନରେ ୧୨୭୫ ମିଟର ଲମ୍ବ ବିଶିଷ୍ଟ ୨, ଜାରକା ଡିଭିଜନରେ ୧୫୫ ମିଟର ୫, ବାଲେଶ୍ୱରରେ ୫୧୮ ମିଟର ୩ , ମୟୂରଭଞ୍ଜ ଡିଭିଜନରେ ୬୦ ମିଟରର ଗୋଟିଏ, ସାଳନ୍ଦୀ କେନାଲ ଡିଭିଜନରେ ୫୦ ମିଟରର ୨ ଏବଂ ବୈତରଣୀ ସାଲପଡା ଡିଭିଜନରେ ୧୪୫ ମିଟର ଲମ୍ବର ୩ ଦୁର୍ବଳ ନଦୀବନ୍ଧ ଚିହ୍ନଟ ହୋଇଛି। ଏହାସହ ସ୍ଲୁଇସ ଗେଟ୍‌ଗୁଡ଼ିକର ମରାମତି କାର୍ଯ୍ୟ ଜୁନ୍‌ ୩୦ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ଜୁନ୍‌ ୧ ତାରିଖ ସୁଦ୍ଧା ରାଜ୍ୟର ୨୪ ଡିଭିଜନରେ ୬୧୫୮୩ ଘନମିଟର ବାଲିର ଆବଶ୍ୟକତା ରହିଥିବାବେଳେ ମାତ୍ର ୩୭୬୪୭ ଘନମିଟର ବାଲି ମହଜୁଦ ରହିଛି। ଏହାସହ ୩୦,୪୦,୩୦୦ ଖାଲି ସିମେଣ୍ଟ ବସ୍ତାର ଆବଶ୍ୟକ ଥିବା ବେଳେ ୧୫,୮୩,୭୨୬, ୧୩୨୮୪ ବହ୍ଲା ଆବଶ୍ୟକ ସ୍ଥଳେ ୭୬୨୭, ୫୩୧୦ଟି ବାଉଁଶ ଆବଶ୍ୟକ ସ୍ଥଳେ ୩୧୦୦ ଏବଂ ବାଉଁଶ ତାଟି ୪୯୮୬ ବର୍ଗମିଟର ଆବଶ୍ୟକ ଥିବା ବେଳେ ୨୧୯୭ ବର୍ଗମିଟର ମହଜୁଦ ରହିଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସମ୍ଭାବ୍ୟ ଘାଇଗୁଡିକ ସ୍ଥାନରେ ମହଜୁଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ବୈଠକ, ଘାଇଗୁଡ଼ିକର ସ୍ଥାୟୀ ମରାମତି, ନିୟମିତ ନିରୀକ୍ଷଣ, ସ୍ଲୁଇସ୍‌ ମକ୍‌ଡ୍ରିଲ, ଡ୍ରେନେଜ୍‌ ସଫା, ବନ୍ୟା ନିୟନ୍ତ୍ରଣ କକ୍ଷ, ଜରୁରୀ ଯୋଗାଯୋଗ ବ୍ୟବସ୍ଥା, ସଚେତନତା ଆଦି ବ୍ୟବସ୍ଥା କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?