ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର ସମୟ ନେଲେ

କଟକ ଅଫିସ,୨୪ା୨: ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଷ୍ଟାଇପେଣ୍ଡ୍‌ ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏଠାରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର ସମୟ ନେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗୁରୁବାର ଶୁଣାଣିବେଳେ ରାଜ୍ୟ ସରକାର ସାନି ସତ୍ୟପାଠ ଦାଖଲ କରିବାର ଥିଲା। କିନ୍ତୁ ସରକାର ସତ୍ୟପାଠ ଦାଖଲ କରିପାରି ନାହାନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆସନ୍ତା ଏପ୍ରିଲ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ଗଞ୍ଜାମ ଜିଲା ଆସ୍କାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀ ପେନ୍‌ସିଲ୍‌ ଓ ଖାତା କିଣିବା ପାଇଁ ମାତ୍ର ୧୦ ଟଙ୍କା ନ ପାଇବାରୁ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ପୂର୍ବ ଶୁଣାଣିରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ପରବର୍ତ୍ତୀ ତାରିଖରେ ସାନି ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଏଥିରେ ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଷ୍ଟାଇପେଣ୍ଡ୍‌ ପ୍ରଦାନ ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ କୁହାଯାଇଥିଲା। ଷ୍ଟାଇପେଣ୍ଡ୍‌ ପାଇଁ ଆବେଦନପତ୍ରଗୁଡ଼ିକ ଉପରେ ଯଥାଶୀଘ୍ର ନିଷ୍ପତ୍ତି ଗ୍ରହଣ ସହିତ ଏହାର ଲାଭ ଛାତ୍ରୀଛାତ୍ରଙ୍କୁ ମିଳିବା ନିମନ୍ତେ କ’ଣ ଆଦେଶ ରହିଛି, ୨୦୨୨ ଶିକ୍ଷାବର୍ଷରେ ଷ୍ଟାଇପେଣ୍ଡ୍‌ ପାଇଁ କେତେ ସଂଖ୍ୟକ ଏସ୍‌ସି ଓ ଏସ୍‌ଟି ଛାତ୍ରୀଛାତ୍ର ଆବେଦନ କରିଛନ୍ତି, ଆବେଦନଗୁଡ଼ିକ ଉପରେ କେତେ ସମୟ ମଧ୍ୟରେ କ’ଣ ନିଷ୍ପତ୍ତି ନିଆଯାଇଛି ତାହା ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତୃ ଓ ଶିଶୁ ସୁରକ୍ଷା ଯୋଜନା ବାଟବଣା: ଟଙ୍କାଟିଏ ପାଉନାହାନ୍ତି ଆଦିବାସୀ ମା’

ଜୟପୁର,୧୫ା୩(ନି.ପ୍ର.) ମାତୃ ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ କୋରାପୁଟ ପରି ଉପାନ୍ତ ଜିଲାରେ ଏହା ଫଳପ୍ରଦ ହୋଇପାରୁ ନାହିଁ।...

କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜଳସମ୍ପଦ ମନ୍ତ୍ରୀ

କେନ୍ଦୁଝର,୧୫ା୮(ସ୍ବ.ପ୍ର.): ଜିଲାସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ କେନ୍ଦୁଝର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୂଚନା ଲୋକ ସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ...

ଉଦ୍ଧାର ହେଲା ବିରଳ ପ୍ରଜାତିର ଗୋଧି

ଉଦଳା, ୧।୫(ଡି.ଏନ.ଏ.)-ଉଦଳା ବନଖଣ୍ଡ ଅଧୀନରେ ଥିବା ବହୁବନ୍ଧ ପଞ୍ଚାୟତର ନାବରା ଗ୍ରାମ ଜଙ୍ଗଲରୁ ଗ୍ରାମବାସୀମାନେ ଏକ ବିରଳ ପ୍ରଜାତିର ଗୋଧି ଉଦ୍ଧାର କରିଛନ୍ତି। ପରେ ଏହାକୁ...

ଦୈତ ନଗରୀରେ କଡ଼ା କଟକଣା: ଅଯଥା ଯାତାୟାତ ରୋକିବାକୁ ନିଆଗଲା ପଦକ୍ଷେପ

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳ କଟକରୁ ଜଣେ ପଜିଟିଭି ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ...

ବୁଡାଗୁଡା, କଡଗାବାଲିରେ ବ୍ୟାପୁଛି ଝାଡାବାନ୍ତି: ପହଁଚିଲା ସ୍ବାସ୍ଥ୍ୟ ଟିମ୍‌, ମାସକରେ ୨ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡ଼ି,୨୭।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କଡ଼ଗାବାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି। ଡଙ୍ଗେଶ୍ୱର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୁବାଜିନୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସୁବାଜିବୀ ଗର୍ଭବତୀ ଥିବାବେଳେ...

କରୋନା କାଳରେ ସୁଧୁରୁନାହାନ୍ତି ଅମାନିଆ: ୪୪ହଜାର ଜରିମାନା ଆଦାୟ କଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ , ୩।୭- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ତଦଜନିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ଏବେ ବଢ଼ିବାରେ ଲାଗିଛି...

ପଡିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପଡିଆ,୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ସୋମବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି।...

ମାଧପୁର ଅଞ୍ଚଳରେ ମନମୁଖି ବିଦ୍ୟୁତ୍‌ କାଟ: ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ

ମାଧପୁର,୨।୬: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟରେ ଅଞ୍ଚଳବାସୀ...

Advertisement
Archives

Model This Week