ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୧୧।୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ(ଏସ୍‌ଟି)ଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦାଏର ମାମଲାରେ ସୋମବାର ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବଙ୍କୁ ଖଣ୍ଡପୀଠ ପୂର୍ବରୁ ନୋଟିସ ଜାରି କରିଥିଲେ। ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲା ସମେତ ରାଜ୍ୟର ୨୩ଟି ଜିଲାରେ ଏସ୍‌ଟିଙ୍କ ପାଇଁ ସଂରକ୍ଷଣ ନ ଥିବା ପ୍ରସଙ୍ଗରେ ସରକାର ସତ୍ୟପାଠ ଜରିଆରେ ଜବାବ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଆବେଦନକାରୀ ପ୍ରତିଜବାବ ଦାଖଲ କରିବା ପାଇଁ ବିଚାରପତି ବିଶ୍ୱନାଥ ରଥ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖକୁ ଅଦାଲତ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ୧୯୦ଟି ଏବଂ ସୁବର୍ଣ୍ଣପୁର ଜିଲାରେ ୧୦୯ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ସଂରକ୍ଷଣ ତାଲିକାରେ ସରପଞ୍ଚ ପଦବୀରେ ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ। ଏପରି କି ଉକ୍ତ ଜିଲା ସମେତ ରାଜ୍ୟର ୨୩ ଜିଲାରେ ଆଦିବାସୀଙ୍କ ନିମନ୍ତେ ସରପଞ୍ଚ ପଦବୀ ପାଇଁ କୌଣସି ସଂରକ୍ଷଣ ନ ଥିବା ନେଇ ଆବେଦନରେ ଦର୍ଶାଯାଇଥିଲା। ଯାହାଦ୍ୱାରା ସେମାନଙ୍କର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଛି। ଉକ୍ତ ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁବର୍ଣ୍ଣପୁର ଜିଲାର ବଳଭଦ୍ର କୁଅଁର ଓ ଖୋର୍ଦ୍ଧା ଜିଲାର ଟୁକୁ ମାଝିଙ୍କ ସମେତ ଅନ୍ୟ ୫ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?