ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୧୧।୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ(ଏସ୍‌ଟି)ଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦାଏର ମାମଲାରେ ସୋମବାର ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବଙ୍କୁ ଖଣ୍ଡପୀଠ ପୂର୍ବରୁ ନୋଟିସ ଜାରି କରିଥିଲେ। ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲା ସମେତ ରାଜ୍ୟର ୨୩ଟି ଜିଲାରେ ଏସ୍‌ଟିଙ୍କ ପାଇଁ ସଂରକ୍ଷଣ ନ ଥିବା ପ୍ରସଙ୍ଗରେ ସରକାର ସତ୍ୟପାଠ ଜରିଆରେ ଜବାବ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଆବେଦନକାରୀ ପ୍ରତିଜବାବ ଦାଖଲ କରିବା ପାଇଁ ବିଚାରପତି ବିଶ୍ୱନାଥ ରଥ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖକୁ ଅଦାଲତ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ୧୯୦ଟି ଏବଂ ସୁବର୍ଣ୍ଣପୁର ଜିଲାରେ ୧୦୯ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ସଂରକ୍ଷଣ ତାଲିକାରେ ସରପଞ୍ଚ ପଦବୀରେ ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ। ଏପରି କି ଉକ୍ତ ଜିଲା ସମେତ ରାଜ୍ୟର ୨୩ ଜିଲାରେ ଆଦିବାସୀଙ୍କ ନିମନ୍ତେ ସରପଞ୍ଚ ପଦବୀ ପାଇଁ କୌଣସି ସଂରକ୍ଷଣ ନ ଥିବା ନେଇ ଆବେଦନରେ ଦର୍ଶାଯାଇଥିଲା। ଯାହାଦ୍ୱାରା ସେମାନଙ୍କର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଛି। ଉକ୍ତ ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁବର୍ଣ୍ଣପୁର ଜିଲାର ବଳଭଦ୍ର କୁଅଁର ଓ ଖୋର୍ଦ୍ଧା ଜିଲାର ଟୁକୁ ମାଝିଙ୍କ ସମେତ ଅନ୍ୟ ୫ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ବିବାହ ବନ୍ଦ କଲା ପୋଲିସ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୧।୧୧ (ଡି.ଏନ.ଏ/ସ୍ବ.ପ୍ର): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଲଙ୍ଗୁଳି ମଠ ପରିସରରେ ବୁଧବାର ନାବାଳିକାଙ୍କ ବିବାହ ଆୟୋଜନ ଚାଲିଥିଲା। ଖବରପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ...

ପିପିଲି ଉପନିର୍ବାଚନ ଦାୟିତ୍ୱରେ ବିଜେଡିର ଏହି ୪ ବରିଷ୍ଠ ନେତା

ପୁରୀ ଅଫିସ,୩୧।୩: ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ୪ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଦେବୀ ପ୍ରସାଦ...

ବଣ୍ଟନ କମ୍‌, ବିକ୍ରି ବେଶି

ଆଠମଲ୍ଲିକ/ ବଇଣ୍ଡା,୧୩ା୮ (ଡି.ଏନ.ଏ.) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କ ପାଇଁ ସରକାର କିରୋସିନ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସମୟରେ ଏହି ସରକାରୀ କିରୋସିନରୁ...

୨ ଶହ ମିଟର ଧସିଲା ହରିଦାସପୁର-ପାରାଦୀପ ରେଳରାସ୍ତା, ଲୋକେ ଆତଙ୍କିତ

ମାର୍ଶାଘାଇ,୧୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଗୁରୁବାର ଦୁଇପଟକୁ ୨ଶହ ମିଟର ଧସିଯାଇଛି। ଫଳରେ ୩ ପରିବାର ପ୍ରଭାବିତ ହୋଇଛନ୍ତି।...

ବିସ୍ଥାପିତଙ୍କୁ ଥଇଥାନ ନାହିଁ

ହାଟଡିହି, ୩।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ବଣପାହାଡ ଘେରାରେ ଆଦିବାସୀ ଅଧ୍ୟୁଷିତ କେ.ବାଲିପାଳ(କଅଁଳେଇବାଲିପାଳ) ପଞ୍ଚାୟତ ଅବସ୍ଥିତ। ସୂଚନା ମୁତାବକ ମୟୂରନଚା ଗ୍ରାମର...

‘ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି’

ପୁରୀ ଅଫିସ, ୧୯ା୧୧: ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି। ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର...

ବୋମାମାଡ଼ କରି ବିଜେଡି ନେତା ଗିରଫ

ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...

ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ବସ୍‌

ସଇଁତଲା, ୧୫ା୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ୍‌ କୁମ୍ଭାରୀ, ଡ଼େଙ୍ଗ ଓ ବୁଢ଼ାବାହାଲ ପଞ୍ଚାୟତରର ୧୭ ଜଣ ଶ୍ରମିକ ଗୁଜୁରାଟରୁ ବସ୍‌ରେ ଫେରଛନ୍ତି। ଏମାନେ...

Advertisement
Archives

Model This Week