ନାଟକ ଖୋଜୁଛି ମଞ୍ଚ

ଢେଙ୍କାନାଳ ଅଫିସ,୨୭ା୩: ମୁହଁରେ ରଙ୍ଗ ମାଖି ମଞ୍ଚ ଉପରକୁ ଚଢ଼ିଯିବା ପରେ କଳାକାର ଭିତରେ ସବାର ହୁଏ ଅଭିନୟର କାଳିଶୀ। ଉଜ୍ଜ୍ୱଳ ଆଲୋକ, ସଂଳାପଦର୍ଶକଙ୍କ କରତାଳିରେ ସେ ଭୁଲିଯାଏ ନିଜକୁ। ତେବେ ରିହର୍ସାଲରୁ ଆରମ୍ଭ ହୋଇ ପେଣ୍ଡାଲରେ ପହଞ୍ଚତ୍ବା ପର୍ଯ୍ୟନ୍ତ ନାଟକ ସହ ଭେଟ ହୁଏ ଅନେକ ସମସ୍ୟା। ସମାଜର ଗତାନୁଗତିକ ପ୍ରତିଛବିକୁ ମଞ୍ଚ ଉପରେ ଥୋଇବା ପାଇଁ ସହିବାକୁ ପଡ଼େ ଅନେକ କଷ୍ଟ। ହେଲେ ନାଟ୍ୟ ନିର୍ଦ୍ଦେଶକ, କଳାକାରଙ୍କ ଯନ୍ତ୍ରଣା ସେତେବେଳେ ଆହୁରି ବଢ଼ିଯାଏ, ଯେତେବେଳେ ଭଲ ନାଟକ ପରିବେଷଣ ପାଇଁ ଖୋଜାପଡ଼େ ମଞ୍ଚ। ନାଟକ ପାଇଁ ଜାତୀୟସ୍ତରରେ ସୁନାମ ଅର୍ଜିଥିବା ଢେଙ୍କାନାଳ ଜିଲାରେ ଏବେ ଏଭଳି ସମସ୍ୟା ନାଟ୍ୟପ୍ରେମୀଙ୍କୁ ନିରାଶ କରୁଛି। କେବଳ ଏତିକି ନୁହେଁ, ମଞ୍ଚ ଅଭାବରୁ ନାଟ୍ୟକାରମାନେ ଦର୍ଶକଙ୍କୁ ଭଲ ନାଟକ ଭେଟିଦେବାର ସୁଯୋଗ ହରାଉଥିବା ଅଭିଯୋଗ ହେଉଛି।

ଢେଙ୍କାନାଳର ନାଟ୍ୟ ପରମ୍ପରା ଅଷ୍ଟାଦଶ ଶତାବ୍ଦୀର। ରାଜରାଜୁଡ଼ା ଅମଳରେ ନାଟକକୁ ମିଳୁଥିଲା ବିପୁଳ ପ୍ରୋତ୍ସାହନ। ରାଜବାଟୀର ବର୍ଣ୍ଣାଢ଼୍ୟ ପରିବେଶରେ କଳାକଳାମାନେ ମୁହଁରେ ରଙ୍ଗ ମାଖି ଦେଖାଉଥିଲେ ଅଭିନୟର ଯାଦୁ। ଏବେ ସମୟ ବଦଳିଛି। ଭିନ୍ନ ସ୍ବାଦର ନାଟକ ଲେଖାଯାଉଛି। ଅଭିନୟ କରିବାକୁ କଳାକାରଙ୍କ ମଧ୍ୟରେ ଉତ୍ସାହ ମଧ୍ୟ କମିନାହିଁ। ହେଲେ ଉଚ୍ଚକୋଟୀର ପେଣ୍ଡାଲ ନ ଥିବାରୁ ନାଟକ ପରିବେଷଣ ପାଇଁ ସଂଘର୍ଷ କରିବାକୁ ପଡୁଛି, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି କଳାକାର, ନିର୍ଦ୍ଦେଶକ।
ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝର ଏବଂ ଅନୁଗୋଳ ଭଳି ଢେଙ୍କାନାଳ ଜିଲା ମଧ୍ୟ ନାଟକରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ଊନବିଂଶ ଶତାବ୍ଦୀର ଅଶୀ ଦଶକ ପରେ ‘ଶିଳ୍ପୀ’, ‘କଳାପରିଷଦ’, ‘ତ୍ରିରଙ୍ଗା’, ‘ସପ୍ତରଙ୍ଗ’, ‘ଚାର୍ଲି ଚାପଲିନ୍‌’ ଓ ‘ଆର୍‌ତାର’ ଭଳି ବହୁ ନାଟ୍ୟାନୁଷ୍ଠାନ ଗଢ଼ାଯାଇଛି। ସମ୍ପୃକ୍ତ ଅନୁଷ୍ଠାନ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଶତାଧିକ ନାଟକ ମଞ୍ଚସ୍ଥ କରିସାରିଲେଣି। ବରିଷ୍ଠ ନାଟ୍ୟକାର ତଥା କଳାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଦିଲୀଶ୍ୱର ମହାରଣା, ଶତ୍ରୁଘ୍ନ ମାଟି, ‘ଶିଳ୍ପୀ’ର ପରେଶ ପଟ୍ଟନାୟକ, ‘ସପ୍ତରଙ୍ଗ’ର ସୁଧାଂଶୁ ବେହେରା, ‘ଆର୍‌ତାର’ର ଦୀନେଶ ଦାସ, ‘ତ୍ରିରଙ୍ଗା’ର ଅରବିନ୍ଦ ସାହୁ ପ୍ରମୁଖ ଢେଙ୍କାନାଳର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଏତେସଂଖ୍ୟକ ନାଟ୍ୟାନୁଷ୍ଠାନ ଥିଲେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନାଟକ ପରିବେଷଣ ପାଇଁ ଉତ୍କୃଷ୍ଟ ମଞ୍ଚ ନାହିଁ। ଯେଉଁ ୫-୬ଟି ଅଡିଟୋରିୟମ୍‌ ରହିଛି, ତାହାର ନିର୍ମାଣଶୈଳୀ ନାଟକ ପରିବେଷଣ ପାଇଁ ଉପଯୋଗୀ ନୁହେଁ। ତେଣୁ ମିନି ଷ୍ଟାଡିୟମ୍‌ରେ ଅସ୍ଥାୟୀ ମଞ୍ଚ କରି ନାଟକ ପରିବେଷଣ କରିବାକୁ ବହୁ ନାଟ୍ୟ ନିର୍ଦ୍ଦେଶକ ବାଧ୍ୟ ହେଉଛନ୍ତି। ସବୁଠାରୁ ବଡ଼କଥା ହେଉଛି, ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନଗୁଡ଼ିକ ବାହାର ଜିଲାରେ ନାଟକ ପରିବେଷଣ କରିବା ବେଳେ ଯେଉଁ ଅନୁଭୂତି ସାଉଁଟୁଛନ୍ତି, ନିଜ ମାଟିରେ ତାହାର ଅଭାବବୋଧକୁ ସେମାନେ ହୃଦୟଙ୍ଗମ କରୁଛନ୍ତି। ନାଟକ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଢେଙ୍କାନାଳରେ ବର୍ଷତମାମ ନାଟକ ମଞ୍ଚସ୍ଥ କରିବା ଭଳି ଏକ ଉତ୍କୃଷ୍ଟ ମଞ୍ଚ ନିର୍ମାଣ ହୋଇ ନ ପାରିବା ପରିତାପର ବିଷୟ ବୋଲି ନାଟ୍ୟକାରମାନେ କହିଛନ୍ତି। ଜିଲା ପ୍ରଶାସନ, ରାଜ୍ୟ ସରକାର ଏବଂ ରାଜ୍ୟ ସଂସ୍କୃତି ବିଭାଗର ଆନ୍ତରିକତା ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ନାଟ୍ୟପ୍ରେମୀମାନେ ଅଭିଯୋଗ କରିଛନ୍ତି।

ଢେଙ୍କାନାଳ ନାଟକ ସାଉଁଟିଛି ପ୍ରଶଂସା

ନାଟକକୁ ନେଇ ପରୀକ୍ଷା ନିରୀକ୍ଷା କରିବାରେ ଢେଙ୍କାନାଳର ନାଟ୍ୟାନୁଷ୍ଠାନଗୁଡ଼ିକର ସ୍ବତନ୍ତ୍ରତା ରହିଛି। ସାମ୍ପ୍ରତିକ ସମୟର ଘଟଣାବଳୀକୁ ମଞ୍ଚରେ ପରିବେଷଣ କରି ବିଭିନ୍ନ ସମୟରେ ପ୍ରଶଂସା ସାଉଁଟିଛନ୍ତି ସେମାନେ। ନିକଟ ଅତୀତରେ ‘କଳାପରିଷଦ’ ପକ୍ଷରୁ ସ୍ବାଧୀନତା ସଂଗ୍ରାମ ଉପରେ ଆଧାରିତ ‘ବାଉଁଶ ଠେଙ୍ଗାରେ ସ୍ବାଧୀନତା’ ନାଟକ ଜାତୀୟସ୍ତରରେ ପ୍ରଶଂସିତ ହୋଇଥିଲା। ସେହିପରି ‘ଆର୍‌ତାର’ର ‘ପୌରଷ’, ‘ମୁଁ ଚକରା କହୁଛି’, ‘ଗାନ୍ଧୀଙ୍କ ଓଡ଼ିଶା’ ଏବଂ ‘ଚାର୍ଲି ଚାପଲିନ କଲଚରାର କ୍ଲବ’ର ‘ତୁଠ ପଥର’, ‘ଅଧାଅଧା’, ‘ଛାଇ’ ଦର୍ଶକୀୟ ସ୍ବୀକୃତି ଲାଭ କରିଛି। ନିକଟରେ ‘କଳା ପରିଷଦ’ ପକ୍ଷରୁ ସମରକବି ବ୍ରଜନାଥ ବଡ଼ଜେନାଙ୍କ ରଚିତ ‘ସମର ତରଙ୍ଗ’ କାବ୍ୟକୁ ଗୀତିନାଟ୍ୟରେ ରୂପାନ୍ତର କରାଯାଇଛି। ପ୍ରଥମ କରି ଏହାକୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶନ କରାଯାଇଥିଲା। ଢେଙ୍କାନାଳ ରାଜା ଏବଂ ମରହଟ୍ଟା ଶାସକଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧକୁ ଏଥିରେ ଅବତାରଣା କରାଯାଇଥିବାବେଳେ ଏହାକୁ ମଧ୍ୟ ମିଳିଛି ଦର୍ଶକୀୟ ଆଦୃତି।

ନାଟକ ଆଦୃତ ହେଲେ ଅନୁଷ୍ଠାନର ମାନ ବଢ଼ିବ
ଢେଙ୍କାନାଳରେ ଏକାଧିକ ନାଟ୍ୟାନୁଷ୍ଠାନ ରହିଛି। ହେଲେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ଅନୁଷ୍ଠାନ ଆଗକୁ ବଢ଼ିପାରୁନାହାନ୍ତି। ନାଟକ ଆଦୃତ ହେଲେ ଅନୁଷ୍ଠାନର ମାନ ବଢ଼ିବ। କଳାକାରମାନେ ନିଜକୁ ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିଷ୍ଠିତ କରାଇପାରିବେ
-ଅରବିନ୍ଦ ସାହୁ, ମଞ୍ଚ ଅଭିନେତା
ନାଟକ ପରିବେଷଣ କରିବା ଭଳି ମଞ୍ଚ ନାହିଁ
ଢେଙ୍କାନାଳରେ ନାଟକ ପରିବେଷଣ ପାଇଁ ଭଲ ମଞ୍ଚ ନାହିଁ। ଯେଉଁ କେତୋଟି ଭଲ ଅଡିଟୋରିୟମ୍‌ ଅଛି, ସେଠାରେ ବିଭାଗୀୟ କର୍ତ୍ତୃପକ୍ଷ ମନଇଚ୍ଛା ମଞ୍ଚ କରିଛନ୍ତି। ନାଟକରେ ଅଭିଜ୍ଞ ବ୍ୟକ୍ତିଙ୍କ ମତାମତ ନିଆଯାଉ ନ ଥିବାରୁ ତାହା ନାଟକ ପାଇଁ ଉପଯୋଗୀ ହେଉନାହିଁ।
-ବିନୋଦ ମହାନ୍ତି, ମଞ୍ଚ ଅଭିନେତା
ସବୁସ୍ତରରେ ବ୍ୟବସ୍ଥା ହେବା ଦରକାର
ନାଟକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ା ଏହା ବ୍ୟକ୍ତିତ୍ୱ ଗଠନରେ ସଫଳ ଚିକିତ୍ସା ପଦ୍ଧତି। କଳା ପ୍ରଦର୍ଶନ ପାଇଁ ଭରପୂର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେଥିପାଇଁ ସବୁସ୍ତରରେ ବ୍ୟବସ୍ଥା ହେବା ଦରକାର।
-ଦୀନେଶ ଦାସ, ନାଟ୍ୟକାର
ବିଭାଗୀୟ ଦୂରଦୃଷ୍ଟିର ଅଭାବ
ଢେଙ୍କାନାଳର ‘କଳାପରିଷଦ’ ଓ ‘ଆର୍‌ତାର’ ନାଟ୍ୟାନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ନାଟକ ମଞ୍ଚସ୍ଥ ହେଉଛି। ଜନପ୍ରତିନିଧିଙ୍କ ସହାୟତାରେ ଜିଲାରେ ଅଡିଟୋରିୟମ୍‌ ନିର୍ମାଣ ହେଉଛି। ତେବେ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ନାଟକ ପାଇଁ ଉଦ୍ଦିଷ୍ଟ ମଞ୍ଚଟିଏ ହୋଇ ନ ପାରିବା ଦୁଃଖର କଥା ା
-ଦିଲୀଶ୍ୱର ମହାରଣା, ବରିଷ୍ଠ ନାଟ୍ୟକାର

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri