ଏସ୍‌ସିବି କାଜୁଆଲଟି ସ୍ଥିତି ଖରାପ

କଟକ ଅଫିସ,୧୯ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କାଜୁଆଲିଟି ଓ ଆଇସୋଲେଶନ ୱାର୍ଡରେ ସ୍ଥିତି ଖରାପ ରହିଛି। କାଜୁଆଲିଟିରୁ ସୋମବାର ଜଣେ ରୋଗୀ ଚିହ୍ନଟ ହୋଇଥିଲେ। ଅନେକ ଚେଷ୍ଟା ପରେ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଯାଏ ଆହୁରି ୪ ଜଣ ରୋଗୀ କାଜୁଆଲିଟିରେ ଅପେକ୍ଷା କରି ରହିଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରାଯାଇ ନ ଥିବାରୁ ପାଖରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି କାଜୁଆଲିଟିର କର୍ମଚାରୀ ମଧ୍ୟ କାମ ବେଳେ ଆଶଙ୍କାରେ ରହିବା ସହ ଏନେଇ ସିଡିଏମ୍‌ଓ ଏବଂ ହସ୍ପିଟାଲ ଅଧୀକ୍ଷକଙ୍କୁ ବାରମ୍ବାର ଜଣାଇଛନ୍ତି। କିନ୍ତୁ କିଛି କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। କୌଣସି କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ଖାଲି ନ ଥିବାରୁ ଏସ୍‌ସିବିରେ ଏଭଳି ସ୍ଥିତି ଉପୁଜିଛି ବୋଲି ଅଧିକାରୀମାନେ କହିଛନ୍ତି। ଆଇସୋଲେଶନ ୱାର୍ଡରୁ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି। ମଙ୍ଗଳବାର ଏଠାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ସବୁ ଦିନ ଅପେକ୍ଷା ମଙ୍ଗଳବାର ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୭ଟି ବିଭାଗରୁ ୨୦ରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ଆଇସୋଲେଶନ ୱାର୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଇଏନ୍‌ଟି ବିଭାଗରୁ ଜଣେ ଡାକ୍ତରଙ୍କ ସମେତ ୪ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେହିପରି ନେଫ୍ରୋଲୋଜି ବିଭାଗ ଆଉଟ୍‌ଡୋରରୁ ୩ ରୋଗୀ ଓ ଜଣେ ରୋଗୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ନ୍ୟୁରୋ ସର୍ଜରୀ ବିଭାଗରୁ ୧, ସ୍ତ୍ରୀରୋଗ ବିଭାଗ ଆଉଟ୍‌ଡୋରରୁ ୧ ଓ ପାଥୋଲୋଜି ବିଭାଗର ଜଣେ କିରାଣିଙ୍କ ରିପୋର୍ଟ ପଜିଟିଭ ବାହାରିଛି। କ୍ୟାନ୍ସର ହସ୍ପିଟାଲରୁ ୨ଜଣଙ୍କ ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଡିଆଳ, ବୋଡେନ ଓ ସିନାପାଲିରେ ସ୍ବାସ୍ଥ୍ୟ ସମସ୍ୟା ବେହାଲ

ନୂଆପଡା ଅଫିସ,୨୨ା୯ ନୂଆପଡା ଜିଲାର ଖଡିଆଳ, ବୋଡେନ ଏବଂ ସିନାପାଲି ବ୍ଲକ ଅଞ୍ଚଳରେ ସରକାରୀ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସରକାରଙ୍କ ତରଫରୁ ବିଭିନ୍ନ...

ମିଳୁନି ଆଶାନୁରୂପ କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ୍‌, ୧୧।୨:କେନ୍ଦ୍ରାପଡ଼ା ଜିଲାରେ କର୍ମ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା। ଜିଲାରେ ଶିଳ୍ପ ପ୍ରତିଷ୍ଠାନ ନଥିବା ବେଳେ ଅର୍ଥକରୀ ଫସଲ ପାଇଁ ପ୍ରୋତ୍ସାହନ ନ...

କାର ଚକା ଫାଟି ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଛତ୍ରପୁର,୨୮।୧: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଗୁରୁବାର ଏକ କାର ଚକା ଫାଟିଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ...

ବେଆଇନ ଗୋ ଚାଲାଣ: ପୋଲିସର ନିଷ୍କ୍ରିୟତା ବିରୋଧରେ ରାସ୍ତାରୋକୋ

ଭଦ୍ରକ ଅଫିସ,୨।୨: କଣ୍ଟେନରରେ ଲେଖା ହୋଇଛି ଡାକ ପାର୍ସଲ, ମାତ୍ର ଭିତରେ ବୋଝେଇ ହୋଇଛନ୍ତି ଗୋରୁ । ବେଆଇନ୍‌ ଗୋ ଚାଲାଣକୁ ବିରୋଧ କରିବା ସହ...

ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

କଟକ ଅଫିସ, ୭ା୧- ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି। ଭାରତୀୟ...

୩ ଜୁଆ ଆଡ୍ଡାରେ ଚଢ଼ାଉ: ୧୦ ଗିରଫ, ୨୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୯।୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ପୋଲିସ ମଙ୍ଗଳବାର ରାତିରେ ତିନୋଟି ଜୁଆ ଅଡ୍ଡାରେ ଚଢ଼ାଉ କରି ପୃଥକ୍‌ ଭାବେ ୧୦ ଜୁଆଡ଼ିଙ୍କୁ ଗିରଫ...

ସମବାୟ ସମିତିରେ ମିଳୁନାହିଁ ଧାନ ବିହନ

ପଟ୍ଟାମୁଣ୍ଡାଇ,୧୭।୭(ସ୍ବ.ପ୍ର.): ଚାଷୀଙ୍କୁ ଉନ୍ନତମାନର ବିହନ, ସାର, ଔଷଧ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। ପ୍ରକୃତରେ ଉନ୍ନତମାନର ବିହନ...

ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ

ଭଦ୍ରକ ଅଫିସ,୧୯।୪: ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି କୁ ଭଦ୍ରକ ଡିଷ୍ଟ୍ରିକ୍ଟ ଫ୍ଲlଇଆସ ବ୍ରିକ୍ସ ଓନର୍‌ ଆସୋସିଏଶନ ପକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ...

Advertisement
Archives

Model This Week