ସ୍କ୍ବାଡ୍‌ ଗଠନ ହୋଇଛି, ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୪ା୪: କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ଓ ତମାଖୁ ସେବନ ବହୁ ଅଧିକ ଥିବାରୁ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏସବୁର ଅହେତୁକ ବୃଦ୍ଧି ପରିବାରରେ ସମସ୍ୟା ସୃଷ୍ଟି କରୁଛି। ଜିଲାର ବିଭିନ୍ନ ସ୍ଥାନରେ କଟକଣାରେ ଥିବା ତମାଖୁ ଯୁକ୍ତ ଗୁଟ୍‌ଖା ଖୋଲାଖୋଲି ବିକ୍ରି ହେଉଛି। ଏହାକୁ ଦେଖି ଲୋକେ ନକଲି ଗୁଟ୍‌ଖା କମ୍ପାନୀ ଖୋଲିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ତଦାରଖ ହେଉ ନ ଥିବାରୁ ମୁଖଗହ୍ବର ରୋଗ ବଢ଼ିବା ସହିତ ନାବାଳିକା, ନାବାଳକ ବ୍ୟବହାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି, ଜିଲାରେ ନକଲି ଜର୍ଦ୍ଦାର ପ୍ରଚାର ପ୍ରସାର ବଢ଼ି ଚାଲିଛି। ମହାକାଳପଡ଼ା ବ୍ଲକ ରାଜଗଡ଼ ଗ୍ରାମରେ ରାଜା ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ନକଲି ଜର୍ଦ୍ଦା ତିଆରି ଅଭିଯୋଗରେ ୨୦୧୯ ଜାନୁୟାରୀରେ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ପୋଲିସ ଗୁଟ୍‌ଖା ତିଆରିରେ ବ୍ୟବହୃତ ବହୁ ମାରାତ୍ମକ ରାସାୟନିକ ଦ୍ରବ୍ୟ ସହିତ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଖୋଳ ଜବତ କରିଥିଲେ। ସେହିପରି ଡେରାବିଶ ପୋଲିସ ଗତ ୩ ବର୍ଷ ପୂର୍ବେ ବିଭିନ୍ନ କମ୍ପାନୀର ଜର୍ଦ୍ଦା ନିଆଯାଉଥିବା ଏକ ଟାଟା ମ୍ୟାଜିକକୁ ଜବତ କରିଥିଲା। ତେବେ ଦୁଇଦିନ ପରେ ସେହି ଗାଡ଼ି ଥାନାରୁ ଉଭାନ ହୋଇଥିବା ବେଳେ ମାମଲାକୁ ନେଇ ସ୍ଥାନୀୟ ଲୋକ ସନ୍ଦିହାନ ଅଛନ୍ତି। ସଦରଥାନା ଅନ୍ତର୍ଗତ ଦୁହୁରିଆଠାରେ ଏକ ଜର୍ଦ୍ଦା ଗୋଦାମ ଚଢ଼ାଉ ପରେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ନିଷ୍କ୍ରିୟ ହୋଇପଡିଛି। ତଦାରଖ ନ ଥିବାରୁ ଏହି ବେପାର ବଢ଼ି ଚାଲିଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ଗୁଟ୍‌ଖା, ମଦ ଆଦି ଦ୍ରବ୍ୟ କେନ୍ଦ୍ରାପଡ଼ା ଜିଲାରେ ବେଧଡ଼କ ବିକ୍ରି ଚାଲିଛି। ସ୍କୁଲ କଲେଜ, ମନ୍ଦିର ଆଦି ନିକଟରେ ଏହାର ଦୋକାନ ଖୋଲା ହୋଇଛି। ଏହାର ବହୁଳ ପ୍ରଚାର ପ୍ରସାର ଯୋଗୁ ନାବାଳିକା ନାବାଳକ ଆକର୍ଷିତ ହେଉଛନ୍ତି। ଜିଲାରେ ଏହି କାରବାରକୁ ରୋକିବା ପାଇଁ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଏଥିରେ ଫୁଡ୍‌ ଇନ୍ସପେକ୍ଟର, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ସଦସ୍ୟ ତଥା କର୍ମକର୍ତ୍ତା ଅଛନ୍ତି। ତେବେ ଧରପଗଡ଼ ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଭାରତରେ ମଦ୍ୟପାନ ହାର ୧୮.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ୨୮.୮ ପ୍ରତିଶତ ରହିଥିବା ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ତମାଖୁ ସେବନରେ ମଧ୍ୟ ଓଡ଼ିଶା ଆଗରେ ଅଛି। ଦେଶରେ ୩୮ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଓଡ଼ିଶାରେ ୫୧.୬ ପ୍ରତିଶତ ଓ ମହିଳାଙ୍କ କ୍ଷେତ୍ରରେ ଦେଶରେ ୮.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୬ ପ୍ରତିଶତ ତମାଖୁ ସେବନ କରୁଛନ୍ତି। ତମାଖୁ ସେବନ ଓ ନକଲି ତମାଖୁର ପ୍ରସାରଣକୁ ରୋକିବା ପାଇଁ ଜନସଚେତନତା, ମେ’ ୩୧କୁ ତମାଖୁ ବର୍ଜନ ଦିବସ ସହିତ କୋଟପା ଆଇନ ୨୦୦୩, ଏଫ୍‌ଏସ୍‌ଏସ୍‌ଆଇ ଆଇନ ୨୦୦୬ ପ୍ରଣୟନ ହୋଇଛି। ଏଥିସହିତ ଗୁଟ୍‌ଖା ବ୍ୟବସାୟକୁ ବେଆଇନ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ବ୍ୟବସାୟ ବୃଦ୍ଧି ଜନଜୀବନ ଉପରେ ପ୍ରଭାବ ପକାଇଛି। ଡା. ବୀରେନ୍ଦ୍ର କୁମାର ଦାଶ କହିଛନ୍ତି, ଏବେ ମୁଖଗହ୍ବର କର୍କଟ ରୋଗ ବଢ଼ିବାରେ ଲାଗିଛି। ଗୁଟ୍‌ଖାର ବହୁଳ ବ୍ୟବହାର ରୋକା ନ ଗଲେ ଏହି ରୋଗ ଅଧିକ ହେବ। ମୁହଁ ଘାଆ ଶୀଘ୍ର ନ ଶୁଖିବା, ମୁଖ ମଧ୍ୟରେ ଧଳା ଆସ୍ତରଣ ସୃଷ୍ଟି ହେବା, ଦାନ୍ତ ଭାଙ୍ଗିବା, ମୁଖ ଖୋଲିବା ସମୟରେ କଠିନ ଲାଗିବା, ମୁହଁ, କାନରେ ବିନ୍ଧା ହେବା, ଖାଇବା ସମୟରେ ଗଳାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ବ୍ୟାନ୍‌ ହୋଇଥିବା ଗୁଟ୍‌ଖା ଓ ନକଲି ଜର୍ଦ୍ଦା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ତମାଖୁ ସେବନକୁ ରୋକିବା ପାଇଁ ଜନସଚେତନତା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?