Posted inଖେଳ

ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୩୦ା୬ (ପି.ଟି.)-ଦେଶର ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ମାନ୍ୟତା ଦେବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଛି। ମନ୍ତ୍ରଣାଳୟ ଆବେଦନପତ୍ରର ଶୁଣାଣି ଜୁଲାଇ ୨ରେ ହେବ। ମନ୍ତ୍ରଣାଳୟ ଆହୁରି ମଧ୍ୟ ତିନୋଟି ଜାତୀୟ କ୍ରୀଡ଼ା ମହାସଂଘ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ସହ ସେମାନଙ୍କୁ ଅସ୍ଥାୟୀ ଭାବେ ବାର୍ଷିକ ସ୍ବୀକୃତି ପ୍ରଦାନ ପାଇଁ ଅନୁମତି ଚାହିଁଛି। ହାଇକୋର୍ଟଙ୍କ ଜୁନ୍‌ ୨୪ ନିର୍ଦ୍ଦେଶନାମାକୁ ଭିତ୍ତି କରି ଆବେଦନ କରାଯାଇଛି। ଗତମାସରେ ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ସ୍ବୀକୃତିକୁ ସାମୟିକ ପଞ୍ଜୀକରଣ ନିଷ୍ପତ୍ତି ନେଇଥିଲା। ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମା ବଳରେ ଏହାକୁ ରଦ୍ଦ କରିଦେଇଥିଲେ। ହିମା କୋହଲି ଓ ନାଜ୍‌ମି ଓ୍ବାଜିରିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଫେବୃୟାରୀରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମନ୍ତ୍ରଣାଳୟ ଏଡାଇଦେବାକୁ ଚେଷ୍ଟା କରିଥିଲା। ଯଦିଓ ଏହା ସାମୟିକ ସ୍ବୀକୃତି ଥିଲା କିନ୍ତୁ ଏ ସଂକ୍ରାନ୍ତରେ କୋର୍ଟଙ୍କ ଅନୁମତି ନେବା ଆବଶ୍ୟକ ଥିଲା। କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କନ୍‌ସେଲ ଅନୀଲ ସୋନିଙ୍କ ଜରିଆରେ ଆବେଦନ ପତ୍ର ଦାଖଲ କରାଯାଇଛି। ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଯେଉଁ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ସରକାରଙ୍କ ସ୍ବୀକୃତି ଲାଭ କରିଛି ସେଗୁଡ଼ିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବାର୍ଷିକ ସ୍ବୀକୃତି ପ୍ରଦାନ ପାଇଁ ଅନୁମତି ଦେବା ଲାଗି ହାଇକୋର୍ଟଙ୍କ ସମ୍ମତି ଲୋଡାଯାଇଛି। ଏହାଛଡ଼ା ୨୦୧୯ ଡିସେମ୍ବର ୩୧ ପରେ ଯେଉଁ କ୍ରୀଡ଼ା ମହାସଂଘଗୁଡ଼ିକୁ ରଦ୍ଦ କରାଯାଇଥିଲା, ସେଗୁଡ଼ିକୁ ପୁନଃ ସ୍ବୀକୃତି ପାଇଁ ଅନୁମତି ଭିକ୍ଷା କରାଯାଇଛି। ଏହି ତିନୋଟି କ୍ରୀଡ଼ା ମହାସଂଘ ହେଲେ ଇଣ୍ଡିଆନ ଗଲ୍ଫ ୟୁନିୟନ (ଆଇଜିୟୁ), ସ୍କୁଲ ଗେମ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଏବଂ ରୋଇଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଆରଏଫ୍‌ଆଇ)। ସୂଚନାଯୋଗ୍ୟ, ଜାତୀୟକ୍ରୀଡ଼ା ମହାସଂଘଗୁଡ଼ିକ ସ୍ବୀକୃତି ନ ପାଇଲେ ଖେଳର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି ହେବ। କୋଭିଡ୍‌-୧୯ ଯୋଗୁ ସମସ୍ତ ପ୍ରକାର ଟ୍ରେନିଂ ଓ ପ୍ରତିଯୋଗିତା ସ୍ଥଗିତ ରହିଛି। ଏଥିଯୋଗୁ ହତୋତ୍ସାହିତ ହୋଇ ପଡ଼ିଥିବା ଆଥଲେଟ୍‌/କ୍ରୀଡ଼ାବିତ୍‌ମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ପୁନଶ୍ଚ ସ୍ବୀକୃତିପ୍ରାପ୍ତ କ୍ରୀଡ଼ା ମହାସଂଘ ଗୁଡ଼ିକୁ ସରକାରୀ ଅନୁଦାନ ମିଳିଥାଏ। ସରକାର କ୍ରୀଡ଼ା କାର୍ଯ୍ୟକଳାପ ଓ ଟ୍ରେନିଂ ଆରମ୍ଭ କରିବା ଲାଗି ଯୋଜନା ଚଳାଇଛନ୍ତି। ଏସବୁ କ୍ରୀଡ଼ାମହାସଂଘଗୁଡ଼ିକ ଅଧୀନରେ ପରିଚାଳିତ ହେବ। ସୂଚନାଯୋଗ୍ୟ, ୨୦୧୦ରେ ରାହୁଲ ମେହେରା ନାମକ ଜଣେ ଆଡ୍‌ଭୋକେଟ ତଥା ସ୍ବେଚ୍ଛାକର୍ମୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ହକି ଇଣ୍ଡିଆ (ଏଚ୍‌ଆଇ) ଓ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସମେତ ବିଭିନ୍ନ କ୍ରୀଡ଼ା ସଂଗଠନ ଗୁଡ଼ିକର କାର୍ଯ୍ୟକାରିତା ଉପରେ ତଦନ୍ତ ପାଇଁ ସେ ନିବେଦନ କରିଥିଲେ। ଏହି ମାମଲାର ବିଚାର କରି ହାଇକୋର୍ଟ ଫେବୃୟାରୀ ୭ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଆଇଓଏ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନେବାବେଳେ ଆଗୁଆ କୋର୍ଟକୁ ଜଣାଇବେ ବୋଲି ଏଥିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri