Posted inରାଜ୍ୟ

ଆମ ସମ୍ବିଧାନ ଗଣତନ୍ତ୍ରର ଆତ୍ମା: ନବୀନ

ଭୁବନେଶ୍ୱର,୨୬ା୧ (ବ୍ୟୁରୋ): ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ, ଆମ ଗଣତନ୍ତ୍ରର ଆତ୍ମା। ଏକ ମହାନ୍‌ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି। ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି।

ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ବକପ୍‌ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବମୁଖର କରିଛି। ଏହାରି ଭିତରେ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ। ସାରା ବିଶ୍ବର ନଜର ଏବେ ଓଡ଼ିଶା ଉପରେ ରହିଛି। ଆମେ ଦୁଇ ଦୁଇ ଥର ବିଶ୍ବକପ୍‌ ହକି ସଫଳତାର ସହ ଆୟୋଜନ କରିଛୁ। ଏହା ସାରା ଦେଶ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା । କେବଳ କ୍ରୀଡ଼ା ନୁହେଁ, ଶିଳ୍ପ ବିକାଶର ଯାତ୍ରା ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ମାଆମାନେ ସ୍ବୟଂ ସହାୟକ ଗୋଷ୍ଠୀରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ହେବାର ସୁଯୋଗ ପାଇଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରତିବଦ୍ଧତା ୫-ଟି ସ୍କୁଲ ଟ୍ରାନ୍ସଫର୍ମେଶନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଚାଷୀମାନଙ୍କ କଲ୍ୟାଣ ଓ ସଶକ୍ତୀକରଣ ପାଇଁ କାଳିଆ, ବଳରାମ ଯୋଜନା ଓ ମିଲେଟ୍‌ ମିଶନ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି । ଜନମାନସରେ ଏବେ ପରିବର୍ତ୍ତନ ଆସିଛି। ଓଡ଼ିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି। ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ୱ ଦେଉଛନ୍ତି।

ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି। ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଚ୍ଛା ବୃଦ୍ଧି ପାଇଛି। ଆମର ସାମର୍ଥ୍ୟ ଉପରେ ଭରସା ବଢ଼ିଛି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡ଼ିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଢ଼େ ଚାରି କୋଟି ଓଡ଼ିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥି। ଏହି ଉତ୍ସାହ ନେଇ ଆଗକୁ ବଢ଼ିଲେ ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡ଼ିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡ.ଆମ୍ବେଡକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡ. ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ମା’ ରମାଦେବୀ, ଶହୀଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ୍‌ ସଂଗ୍ରାମୀ ଏବଂ ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନବର୍ଷ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ

ପୁରୀ ଅଫିସ,୩୦।୧୨: ନୂତନବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏନେଇ ରବିବାର ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ପୁରୀ...

ଫଳ କିଣାକୁ ନେଇ ୨ ଗ୍ରାହକଙ୍କୁ ହାଣିଲେ ଦୋକାନୀ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶନିବାର ଜଣେ ଫଳ ଦୋକାନୀଙ୍କ ଆକ୍ରମଣରେ ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର...

ଅନ୍ୟ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଜଣେ କରୋନା ସଂକ୍ରମିତଙ୍କ ଅନ୍ୟ ରୋଗରେ ପୀଡିତ ଥିବା ଯୋଗୁ ମୃତ୍ୟୁ ଘଟିଛି। ସେ ହେଲେ କଟକ ଜିଲାର ୮୦...

ପୁରୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଦିବାନା ବେହେରା ଗୁରୁତର; ପାଲଟା ଆକ୍ରମଣରେ ପୋଲିସ ଆହତ

ପୁରୀ ଅଫିସ,୨୫।୮: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ କୁମ୍ଭାରପଡା ଓ ବାସେଳି ସାହି ଥାନା ପୋଲିସ ପକ୍ଷରୁ...

ଦଣ୍ଡାଧାର ଡ୍ୟାମରେ ବୁଡ଼ି ସହକାରୀ ମତ୍ସ୍ୟ ଅଧିକାରୀ ମୃତ

କାମାକ୍ଷାନଗର,୨୦ା୪- ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ଦଣ୍ଡାଧାର ଡ୍ୟାମରେ ବୁଡ଼ି କଙ୍କଡାହାଡ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ(୫୯)ଙ୍କ ମୃତ୍ୟୁ ଘଟିଛି । କଙ୍କଡାହାଡ...

ଆରମ୍ଭ ହେଲା ବିଧାନସଭା; ମରୁଡ଼ି ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ

ଭୁବନେଶ୍ୱର,୧।୯(ବ୍ୟୁରୋ): ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବୁଧବାର ଏହାର ପ୍ରଥମ ଦିନରେ କଂଗ୍ରେସ ସଦସ୍ୟମାନେ ଆରମ୍ଭରୁ ଗୃହରେ ହୋ ହଲ୍ଲା ଦେଖିବାକୁ ମିଳିଛି। ମରୁଡ଼ି...

ଏବେ ମାଓବାଦୀଙ୍କ ରାଜ୍‌ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି।...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୪୩୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week