କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଏସ୍‌ପି

ଜଗତ୍‌ସିଂହପୁର ଅଫିସ,୧୫ା୭: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ(୩୦) ଓ ତାଙ୍କ ପ୍ରେମିକା ତଥା ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱର ଗଁାର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା(୨୯)ଙ୍କ ବିବାହ ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। ଜୁନ ୧୮ ତାରିଖରେ ସୋମାଲିକା ଜଗତ୍‌ସିଂହପୁର ଥାନାରେ ବିଧାୟକ ଦାସଙ୍କ ସମେତ ୮ରୁ ଅଧିକ ଲୋକଙ୍କ ନଁାରେ ଅଭିଯୋଗ କରିଥିଲେ। ଏପରି କି ବିଧାୟକ ତାଙ୍କୁ ଠକିବାକୁ ଉଦ୍ୟମ ସହ ସେକ୍ସ ରାକେଟ୍‌ ଓ ବେଶ୍ୟାଳୟ ଚଳାଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ। ଏ ନେଇ ପୋଲିସ ନଂ. ୩୭୯/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। କିନ୍ତୁ ଗତ ୪ ତାରିଖରେ ଜଗତ୍‌ସିଂହପୁର ଏସ୍‌ପି ଅଖିଳେଶ୍ୱର ସିଂ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ସିଆଇଡି କରିବାକୁ ବିଭାଗର ଅତିରିକ୍ତ ପୋଲିସ ଡିଜିଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଚିଠିରେ ଉଲ୍ଲେଖ ଅଛି, ସୋମାଲିକାଙ୍କ ସଙ୍ଗିନ ଅଭିଯୋଗକୁ ନେଇ ରାଜନୈତିକ ଓ ସାମାଜିକ ଗଣମାଧ୍ୟମରେ ହୋହଲ୍ଲା ହେଉଛି। ଯେହେତୁ ଅଭିଯୁକ୍ତ ଜଣେ ବିଧାୟକ ତେଣୁ ତାଙ୍କ ନଁାରେ ହେଉଥିବା ଅଭିଯୋଗ ସମ୍ବେଦନଶୀଳ। ତଦନ୍ତର ନିରପେକ୍ଷତା ପାଇଁ ଅଭିଯୋଗକାରିଣୀ କ୍ରାଇମବ୍ରାଞ୍ଚ ସିଆଇଡିଙ୍କୁ ଦାୟିତ୍ୱ ଦିଆଯିବାକୁ ଚାହୁଁଥିବା ଛାପା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ତେଣୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସିଆଇଡି ନେବାକୁ ନିର୍ଦ୍ଦେଶ ଜାରି କରାଯିବାକୁ ଏସ୍‌ପି ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି।
ବିଜୟଶଙ୍କର ଓ ସୋମାଲିକା ବିବାହ କରିବାକୁ ନିଷ୍ପତ୍ତି ନେଇ ମେ ୧୭ ତାରିଖରେ ଜଗତ୍‌ସିଂହପୁର ଜିଲା ସବ୍‌-ରେଜିଷ୍ଟ୍ରାର (ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆବେଦନ କରିଥିଲେ। ଆଇନ ଅନୁଯାୟୀ କାହାର କୌଣସି ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ୩୦ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ୩୧ରୁ ୯୦ଦିନ ଭିତରେ ଉଭୟ ଯେକୌଣସି ଦିନ ବିବାହ ପାଇଁ ସୁଯୋଗ ରହିଛି। ଯେହେତୁ ୩୦ଦିନ ଭିତରେ କୌଣସି ଆପତ୍ତି ଅଭିଯୋଗ ହୋଇ ନ ଥିଲା, ତେଣୁ ସେମାନଙ୍କ ବିବାହରେ ଅସୁବିଧା ନ ଥିଲା। କିନ୍ତୁ ଆବେଦନର ୩୧ଦିନ ଅର୍ଥାତ ଜୁନ ୧୭ରେ ସୋମାଲିକା ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିବା କହି ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବିଧାୟକ ଦାସଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ଫେରି ଯାଉଥିବା କଥା ଗଣମାଧ୍ୟମ ଆଗରେ କହିଥିଲେ। ସେ ଏକଥା ମଧ୍ୟ କହିଥିଲେ, କୋର୍ଟରେ ବିବାହ ପାଇଁ ଜୁନ ୧୭ରେ ଦିନ ଧାର୍ଯ୍ୟ ହୋଇଥିଲା। ଏ ବାବଦରେ ବିଜୟଶଙ୍କରଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା। ବିବାହ ପରେ ରାତିରେ ରିଙ୍ଗ ସେରିମନି ହୋଇଥାନ୍ତା। କିନ୍ତୁ ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ। ତେଣୁ ତାଙ୍କୁ କେହି ଅପହରଣ କରି ଥାଇପାରନ୍ତି କିମ୍ବା ଜାଣିଶୁଣି ଠକିବାକୁ ଚେଷ୍ଟା କରୁଛନ୍ତି। ଏପରି କି ଅନ୍ୟ କେଉଁଠି ତାଙ୍କର ଆଫେୟାର ଥାଇ ପାରେ ବୋଲି ଆଶଙ୍କା ପ୍ରକଟ କରିଥିଲେ। ପୂର୍ବରୁ ସେ ବିଜୟଶଙ୍କରଙ୍କ ନଁାରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିବାରୁ ଏବେ ଏହି ମାମଲା ପୁନଃ ଚାଲୁ କରିବେ ବୋଲି ସୂଚନା ଦେଇଥିଲେ।
ଏହାର ଗୋଟିଏ ଦିନ ପରେ ବିଧାୟକ ତାଙ୍କ ମା’ଙ୍କ ଶରୀର ଅସୁସ୍ଥ କାରଣରୁ ଚିନ୍ତିତ ଥିବା ସୂଚନା ଦେଇଥିଲେ। ବିବାହ କରିବାକୁ କେବେ ମନା କରିନାହାନ୍ତି। ଏ ନେଇ ଆଉ ୨ ମାସ ସମୟ ଥିବାବେଳେ ସୋମାଲିକା ଓ ତାଙ୍କ ସମ୍ପର୍କୀୟମାନେ କାହିଁକି ବ୍ୟସ୍ତ ହେଉଛନ୍ତି ବୋଲି ପାଲଟା ପ୍ରଶ୍ନ କରିଥିଲେ। ତେବେ କୌଣସି ଭଲଦିନ ଦେଖି ବିବାହ କରିବାକୁ ସେ ଚିନ୍ତା କରୁଛନ୍ତି। ଏ ପରିସ୍ଥିତିରେ ତାଙ୍କ ନଁାରେ ସେକ୍ସ ରାକେଟ୍‌ ଓ ବେଶ୍ୟାଳୟ ଚଳାଇଥିବା ଭଳି ଅଭିଯୋଗ କରିବା ଦୁର୍ଭାଗ୍ୟଜନକ। ଏଭଳି ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri