ଖବରଦାତାଙ୍କ ସହଯୋଗ ଲୋଡ଼ିଲେ ଏସ୍‌ପି

କୋରାପୁଟ,୧୪ା୧(ସ୍ବ.ପ୍ର.): କାରାପୁଟରେ ନୂଆ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେଇଥିବା ଅଭିନବ ସୋନାକର ଜିଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲାର ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଥମ ଖବରଦାତା ସମ୍ମିଳନୀରେ ଯୋଗଦେଇ ସେ ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଜିଲାର ଟ୍ରାଫିକ୍‌ ସମସ୍ୟା ଗମ୍ଭୀର ରହିଥିବାବେଳେ ଏହାର କିପରି ସମାଧାନ କରାଯିବ ,ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଥିବା ମଟର ସାରଇକେଲ ପାର୍କିଂ ସ୍ଥାନରେ କିଛି ବ୍ୟବସାୟୀ ବସି ପାର୍କିଂ ସ୍ଥାନକୁ ଜବରଦଖଲ କରିଦେଇଛନ୍ତି ା ସେହିପରି ଜିଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଏବଂ ସୀମାନ୍ତ କୋଟିଆ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ସହିତ ଅନୁପ୍ରବେଶ ଉପରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ସେହିପରି ଜିଲାର କିଛି ଥାନାକୁ ଆଦର୍ଶ ଥାନା କରାଯିବା ନେଇ ଆସନ୍ତା ଦିନରେ ଜିଲା ପୋଲିସ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପ୍ରକାଶ କରିଛନ୍ତିା କୋରାପୁଟ ଜିଲାରେ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପୋଲିସ ଭଲ ସମ୍ପର୍କ ରଖିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସମ୍ବିଧାନର ସୁରକ୍ଷା ଓ ନିୟମ ଅନୁଯାୟୀ ଜିଲା ପୋଲିସ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉତ୍କଳ କେଶରୀ ଦାସଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri