ଖବରଦାତାଙ୍କ ସହଯୋଗ ଲୋଡ଼ିଲେ ଏସ୍‌ପି

କୋରାପୁଟ,୧୪ା୧(ସ୍ବ.ପ୍ର.): କାରାପୁଟରେ ନୂଆ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେଇଥିବା ଅଭିନବ ସୋନାକର ଜିଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲାର ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଥମ ଖବରଦାତା ସମ୍ମିଳନୀରେ ଯୋଗଦେଇ ସେ ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଜିଲାର ଟ୍ରାଫିକ୍‌ ସମସ୍ୟା ଗମ୍ଭୀର ରହିଥିବାବେଳେ ଏହାର କିପରି ସମାଧାନ କରାଯିବ ,ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଥିବା ମଟର ସାରଇକେଲ ପାର୍କିଂ ସ୍ଥାନରେ କିଛି ବ୍ୟବସାୟୀ ବସି ପାର୍କିଂ ସ୍ଥାନକୁ ଜବରଦଖଲ କରିଦେଇଛନ୍ତି ା ସେହିପରି ଜିଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଏବଂ ସୀମାନ୍ତ କୋଟିଆ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ସହିତ ଅନୁପ୍ରବେଶ ଉପରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ସେହିପରି ଜିଲାର କିଛି ଥାନାକୁ ଆଦର୍ଶ ଥାନା କରାଯିବା ନେଇ ଆସନ୍ତା ଦିନରେ ଜିଲା ପୋଲିସ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପ୍ରକାଶ କରିଛନ୍ତିା କୋରାପୁଟ ଜିଲାରେ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପୋଲିସ ଭଲ ସମ୍ପର୍କ ରଖିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସମ୍ବିଧାନର ସୁରକ୍ଷା ଓ ନିୟମ ଅନୁଯାୟୀ ଜିଲା ପୋଲିସ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉତ୍କଳ କେଶରୀ ଦାସଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri