ଗୁଳି, ବୋମାବର୍ଷଣର ଶବ୍ଦ ଛାତି ଥରାଇ ଦେଉଛି

ରାୟଗଡ଼ା ଅଫିସ,୯।୩: ଦିନ ରାତି ବୋମା ଓ ଗୁଳିବର୍ଷଣର ଭୟଙ୍କର ଶବ୍ଦ ମନେ ପଡ଼ିଲେ ଏବେବି ଛାତି ଥରୁଛି। ଘରକୁ ଫେରିବା ଆଶା ନ ଥିଲା। କେବଳ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲୁ। ୟୁକ୍ରେନ୍‌ରେ ଯୁଦ୍ଧକୁ ଅତି ନିକଟରୁ ଦେଖି ଘରକୁ ଫେରିଥିବା ରାୟଗଡ଼ା ସହର ନେହେରୁ ନଗର ଅଞ୍ଚଳର ପ୍ରଫୁଲ୍ଲ କୁମାର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ପାତ୍ର ଗଣମାଧ୍ୟମ ନିକଟରେ ଏଭଳି କହିଛନ୍ତି।
ଆଦିତ୍ୟ ଖାର୍‌କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ୩ୟ ବର୍ଷର ଡାକ୍ତରି ଛାତ୍ର ଥିଲେ। ୨୦୧୯ରୁ ସେ ସେଠାରେ ପଢ଼ୁଥିବାବେଳେ ଯୁଦ୍ଧ ଯୋଗୁ ଫସିଯାଇଥିଲେ। ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେ ୟୁନିଭର୍ସିଟି ବଙ୍କରରେ ଅନ୍ୟ ପିଲାଙ୍କ ସହ ଆଶ୍ରୟ ନେଇଥିଲେ। ପରେ ଭାରତୀୟ ଦୂତାବାସ ସହାୟତାରେ ରୋମାନିଆ ବର୍ଡରରେ ପହଞ୍ଚିଥିଲେ। ପ୍ରାୟ ୪୦ କି.ମି. ବାଟ ଚାଲି ଚାଲି ଯିବା ପରେ ପୁଣି ବସ୍‌ରେ ୩୦ ଘଣ୍ଟା ଯାତ୍ରା କରି ରୋମାନିଆ ବର୍ଡରରେ ପହଞ୍ଚିଥିଲେ। ସେଠାରୁ ଭାରତ ସରକାରଙ୍କ ଅପରେଶନ ଗଙ୍ଗା ଜରିଆରେ ଯାଇଥିବା ବିମାନରେ ଆଦିତ୍ୟଙ୍କ ସମେତ ୧୦୦୦ ଛାତ୍ରୀଛାତ୍ର ଭାରତ ଫେରିଥିଲେ। ପରେ ଓଡ଼ିଶା ସରକାରଙ୍କ ସହାୟତାରେ ଘରକୁ ଫେରିଥିବା ଆଦିତ୍ୟ କହିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଘରେ ପହଞ୍ଚିବା ପରେ ପରିବାର ବର୍ଗ ଭାବବିହ୍ବଳ ହୋଇପଡ଼ିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଦିତ୍ୟ ଓ ତାଙ୍କ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

କେବଳ ଚାକିରି ନୁହେଁ, ରୋଜଗାରଦାତା ହୁଅନ୍ତୁ: ସ୍ବଦେଶୀ ଜାଗରଣ ମଞ୍ଚର ଆହ୍ବାନ

କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ…

କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି, ବାବାସାହେବ…..

କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri