ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ ପ୍ରହସନ ପାଲଟିଛି

ଜଗତ୍‌ସିଂହପୁର ଅଫିସ୍‌, ୬ା୧୨:ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା ଭାବେ ପରିଚିତ। କିନ୍ତୁ ଜିଲାର ମୃତ୍ତିକାର ଗୁଣାବତ୍ତା ଦିନକୁ ଦିନ ହ୍ରାସ ପାଇ ଚାଲିଛି। ମାତ୍ର ସେଥିପ୍ରତି ଧ୍ୟାନ ଦିଆ ନ ଯିବା ଚିନ୍ତାର କାରଣ ପାଲଟିଛି । ମୃତ୍ତିକା ପରୀକ୍ଷା ପାଇଁ ଚାଷୀଙ୍କ ଭିତରେ ସଚେତନତା ବୃଦ୍ଧି ପାଇଁ ଜିଲା କୃଷି ବିଭାଗ ଓ ତିର୍ତ୍ତୋଲ ବ୍ଲକ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଆନ୍ତରିକତା ରହୁ ନ ଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଅନ୍ୟପଟେ ପ୍ରତିବର୍ଷ ଔପଚାରିକତା ପୂରଣ ପାଇଁ ଜିଲା କୃଷି ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୫ ତାରିଖରେ ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି ।
ଜିଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୃତ୍ତିକା ପରୀକ୍ଷାଗାର ରହିଛି।ଗତ ଜୁଲାଇ ୩୦ରେ ଏକ ଘରୋଇ କମ୍ପାନୀକୁ ଏହାର ଦାୟିତ୍ୱ ଦିଆଯାଇଛି। କିନ୍ତୁ ସେଠାରେ ମୃତ୍ତିକା ପରୀକ୍ଷଣ ପାଇଁ କେତେଜଣ କର୍ମଚାରୀ ନିୟୋଜିତ ଅଛନ୍ତି ତାହା ଜଣାପଡ଼ିନାହିଁ। ୨୦୨୨-୨୩ରେ ୧୦ ହଜାର ନମୁନା ସଂଗ୍ରହ ପାଇଁ ସରକାରଙ୍କ ତରଫରୁ ଟାର୍ଗେଟ୍‌ ଦିଆଯାଇଛି। ସେଥିମଧ୍ୟରେ ଖୁବ କମ୍‌ ନମୁନା ଉପରେ ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇଛି । କୃଷକ ସାଥୀମାନେ ବ୍ଲକ ଅଞ୍ଚଳର ଚାଷୀଙ୍କଠାରୁ ମାଟି ନମୁନା ସଂଗ୍ରହ କରି ଏଟିଏମ୍‌ (ଏଗ୍ରିକଲ୍‌ଚର ଟେକ୍‌ନୋଲୋଜୀ ମ୍ୟାନ୍‌)ଙ୍କ ମାଧ୍ୟମରେ ପଞ୍ଜିକରଣ କରିବା କଥା। ତା’ପରେ ପରୀକ୍ଷାଗାର ପଠାଯିବା ପାଇଁ ବ୍ୟବସ୍ଥା ଅଛି । ସେଠାରେ ୧୨ଟି ପାରାମିଟରରେ ସମୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡରେ ଉଲ୍ଲେଖ କରାଯାଏ। ଚାଷୀ ପାଖରେ କାର୍ଡ ପହଞ୍ଚତ୍ଲା ପରେ ସେ କୃଷି ବିଭାଗ କର୍ମଚାରୀଙ୍କ ସହାୟତା ନେଇ ଉପଚାର କରିବା ବ୍ୟବସ୍ଥା ଥିବା ଭାରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ରଘୁନାଥପୁର ବ୍ଲକ ଜିଲା ଗ୍ରାମର ବସନ୍ତ କୁମାର ସ୍ବାଇଁ, ରାଢ଼ଙ୍ଗର ଦେବୀ ପ୍ରସାଦ ମହାରଣା ଓ କଲମୁଲର ଭାଗିରଥି ମହାରଣା, ନାଉଗାଁ ବ୍ଲକ ଏରଡ଼ା ଗ୍ରାମର ସଞ୍ଜୟ କୁମାର ବିଶ୍ୱାଳ, ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ଅଭିଯୋଗରେ କହିଛନ୍ତି, ଜିଲାରେ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା ହେଉଥିବା କଥା କେବଳ ସେମାନେ ନୁହନ୍ତି, ଅଧିକାଂଶ ଚାଷୀ ଜାଣନ୍ତି ନାହିଁ। ମାଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ନିହାତି ଜରୁରି। ଏହା ଜାଣିଲେ ଚାଷୀ ତା’ର ଉପଚାର କରିପାରିବ। ଫଳରେ ଫସଲ ଭଲ ହେବ। କିନ୍ତୁ ଜିଲା କୃଷି ବିଭାଗ ଓ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀ ସଚେତନତା ପାଇଁ ଆନ୍ତରିକତା ଥିବା ବାରି ହେଉନି। ମାଟିର ଗୁଣାବତ୍ତା ଆଶାତୀତ ଭାବେ ହ୍ରାସ ପାଇଛି। ଯେଉଁ କାରଣରୁ ରସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର ହେଉଛି। ଏହା ପ୍ରୟୋଗ ନ ହେଲେ ଅମଳ ନୈରାଶ୍ୟଜନକ ସ୍ଥିତିକୁ ଚାଲିଆସିବ। ସରକାର ଏହାର ବ୍ୟବହାର ବନ୍ଦ କରି ଅଣୁ ସାର ପ୍ରୟୋଗ ପାଇଁ ପଦକ୍ଷେପ ନେବା ଜରୁରି। ଆମେରିକା ଏବେ ରସାୟନିକ ସାର, କୀଟନାଶକ ବନ୍ଦ କରି ସାରିଲାଣି। ଭାରତ ସରକାର କିନ୍ତୁ ନୀରବ। କେବଳ ଜିଲାସ୍ତରରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରିଦେଲେ ଚାଷୀ ସମସ୍ୟା ଦୂର ହୋଇଯିବନାହିଁ ବୋଲି ଏହି ଚାଷୀମାନେ ଅସନ୍ତୋଷବ୍ୟକ୍ତ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?