ବେଧଡ଼କ ଚାଲିଛି ଚୋରା ମଦ ବ୍ୟବସାୟ

ଦିଗପହଣ୍ଡି,୫।୬(ଡି.ଏନ.ଏ.): ଦିଗପହଣ୍ଡି ଥାନା ଇଲାକାର ମଧ୍ୟସ୍ଥଳ ଡେଙ୍ଗାଓସ୍ତା – ସିଙ୍ଗପୁର ଛକ ଚୋରା ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି। ଚୋରା ବିଦେଶୀ ମଦ କାରବାରର ମୁଖ୍ୟ ବ୍ୟକ୍ତି ଜଣକ ଏହି ଅଞ୍ଚଳ ପାଇଁ ଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ହାସଲ କରି ଦୀର୍ଘଦିନ ହେଲା ବ୍ୟବସାୟ ଚଳାଇଥିବା ବେଳେ ଏବେ ନକଲି ବିଦେଶୀ ମଦ କାରବାର କରି ବେଶ୍‌ ମୁନାଫା ଉଠାଉଥିବା ବେଳେ ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ସବୁ ଜାଣି କିଛି ନ ଜାଣିବା ପରି ଚୁପ୍‌ ରହୁଥିବାରୁ ଚୋରା ବିଦେଶୀ ମଦ କାରବାର ବୃଦ୍ଧି ପାଉଛି। ଡେଙ୍ଗାଓସ୍ତା, ପୋଡ଼ାମାରି ଗ୍ରାମର ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ ଦୋକାନ ଏବଂ ରାଶନ ଦୋକାନଗୁଡ଼ିକରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ପୋଡ଼ାମାରି, ଡେଙ୍ଗାଓସ୍ତା ବଜାର, ସିଙ୍ଗପୁର, ରତ୍ନମଣିପୁର, ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ, କଂସାମାରି, ଧରମପୁର, ଛଣମେରି, ଫାସିଗୁଡ଼ା, ମଳାଭଞ୍ଜା, ରାଧାନଗର ସମେତ ଆଖାପାଖ ଗ୍ରାମ ଗୁଡ଼ିକରେ ୫୦ରୁ ଊଦ୍ଧର୍‌ବ ସ୍ଥାନରେ ବେଆଇନ ମଦ ଦୋକାନ ଖୋଲାଯାଇ ଦୈନିକ ପ୍ରାୟ ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ଦେଶୀ ଓ ବିଦେଶୀ ମଦ କାରବାର ହେଉଛି। ଡେଙ୍ଗାଓସ୍ତା – ସିଙ୍ଗପୁର ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଘରେ ନକଲି ବିଦେଶୀ ମଦ ମହଜୁଦ କରାଯାଇ ସେଠାରୁ ବିଭିନ୍ନ ଗାଁ ଛକରେ ଥିବା ମଦ ଦୋକାନଗୁଡ଼ିକୁ ଚୋରା ଚାଲାଣ କରାଯାଉଛି। ଡେଙ୍ଗାଓସ୍ତା ଓ ପୋଡ଼ାମାରି ଅଞ୍ଚଳରେ ଦିନକୁ ଦିନ ନ କଲି ବିଦେଶୀ ମଦ ଏବଂ ଚୋରା ଦେଶୀମଦ ପାଉଚର କାରବାର ବେଧଡକ ଚାଲିଥିବା ବେଳେ ଏହାକୁ ରୋକିବାରେ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପାଟପୁର ଏବଂ ଦିଗପହଣ୍ଡି ପୋଲିସର ନିଷ୍କ୍ରିୟତା ଜନ ଅସନ୍ତୋଷର କାରଣ ପାଲଟିଛି। ଡେଙ୍ଗାଓସ୍ତା, ସିଙ୍ଗପୁର, ପୋଡ଼ାମାରି ଗାଁର ୩ ଘରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ମହଜୁଦ ଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କୁ ଅଛପା ନଥିବା ବେଳେ ଅବକାରୀ ବିଭାଗ କିମ୍ବା ପୋଲିସ କିପରି ଜାଣି ପାରୁନାହିଁ ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗଜପତି ଜିଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ବେଳେ ସେଠାରୁ ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ ଆଣି ଏଠାରେ ଅବାଧ କାରବାର ଚାଲିଛି। ଡେଙ୍ଗାଓସ୍ତା, ବାଙ୍ଗରଡ଼ା, କଂସାମାରି, ଧରମପୁର, ଛଣମେରି, ପଟିଗୁଡ଼ା, ରଥପୁର, ଦସେଇପୁର, କତାପଲ୍ଲୀ, ଖପରାବାଡ଼ ସମେତ ଅନୁସୂଚିତ ଜନଜାତି ବହୁଳ ଦୁର୍ଗମ ଗାଁ ଗୁଡ଼ିକ ଏବେ ଚୋରା ରନ୍ଧା ମଦ ଏବଂ ଗଞ୍ଜେଇ କାରବାରର ଟ୍ରାଞ୍ଜିଟ ପଏଣ୍ଟ ପାଲଟିଛି। ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବିରୋଧରେ ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗ ପକ୍ଷରୁ ନାମକୁ ମାତ୍ର ଚଢ଼ାଉ କରାଯାଇ କେରାଣ୍ଡି ଧରି ଶେଉଳ ଛାଡ଼ିବା ସଦୃଶ ହେଉଛି।
ଦିଗପହଣ୍ଡି ଥାନା ଅଧୀନରେ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଏବଂ ବିଦେଶୀ ମଦ ବାର ଥିବା ବେଳେ ପୁନର୍ବାର ଡେଙ୍ଗାଓସ୍ତା ଏବଂ ପୋଡ଼ାମାରିରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ଯୋଜନା ଚାଲିଛି। ଯଦ୍ୱାରା ଏହି ଅଞ୍ଚଳର ଜନସାଧାରଣଙ୍କ ଆର୍ଥିକ ମାନ ଦଣ୍ଡ ଦୁର୍ବଳ ହୋଇପଡ଼ିବା ଆଶଙ୍କା ରହିଛି। ଏଣୁ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଅବକାରୀ ଏସ୍‌ପି ଏବଂ ପୋଲିସ ଏସପିଙ୍କୁ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?