ଆକାଶ ମେଘାଚ୍ଛନ୍ନ, ଡରାଉଛି ବାତ୍ୟା

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦:କେନ୍ଦ୍ରାପଡ଼ା ଜିଲାରେ ରବିବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡକୁ ନେଇ ବିପଦ ନ ଥିବା ପାଣିପାଗ ବିଭାଗର ସୂଚନା ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ସମ୍ପର୍କରେ ସତର୍କତା ଅବଲମ୍ବନ ପାଇଁ ସଚେତନତା କରାଯାଉଛି। ଜିଲାକୁ ରେଡ୍‌ ଆଲର୍ଟ ମଧ୍ୟରେ ରଖାଯାଇଛି। ଆବଶ୍ୟକସ୍ଥଳେ ସୁନାମି ପ୍ରବଣ ୬୪ ଗ୍ରାମ ଓ ବନ୍ୟାପ୍ରବଣ ୩୬ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର, ଜିଲାର ୯୭ ବାତ୍ୟା ଆଶ୍ରୟସ୍ଥଳ ଓ ୧୭ ରେଡ୍‌କ୍ରସ ଆଶ୍ରୟସ୍ଥଳର ତନଖିକୁ ଗୁରୁତ୍ୱ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀ ଫେରି ଆସିବାକୁ ସୂଚନା ଦିଆଯାଇଛି।
ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ସାମୁଦ୍ରିକ ଝଡକୁ ଲକ୍ଷ୍ୟ କରି ସ୍ଥାନାନ୍ତର, ଆବଶ୍ୟକ ପଡିଲେ ସ୍କୁଲ ଘରକୁ ବ୍ୟବହାର, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ, ଡଙ୍ଗା ଓ ମୋଟରଯାନ ବ୍ୟବସ୍ଥା, ଗମନାଗମନକୁ ବିଶେଷ ଧ୍ୟାନ ଦିଆଯାଇଛି। ଜିରୋ କାଜୁଆଲିଟି ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ସମ୍ଭାବ୍ୟ ସାମୁଦ୍ରିକ ଝଡକୁ ନେଇ ଜିଲା ବିଦ୍ୟୁତ୍‌ ବିଭାଗ ସତର୍କ ସୂଚନା ଜାରି କରିଛି। ଅତ୍ୟଧିକ ବର୍ଷା ସମୟରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବ। କୌଣସି ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିଲେ ଏହାଠାରୁ ଦୂରରେ ରହି ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଅଞ୍ଚଳବାସୀ ଦିଅନ୍ତୁ। ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଗ୍ୟାଜେଟରେ ଫୁଲ ଚାର୍ଜ ବାତ୍ୟା ପୂର୍ବରୁ କରି ନିଅନ୍ତୁ। ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, କିରୋସିନ ଆଦି ସହଜ ଉପଲବ୍ଧି ସହ ଦରବୃଦ୍ଧିକୁ ରୋକାଯାଉଛି ବୋଲି ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗୋଚ୍ଛାୟତ କହିଛନ୍ତି। ଅତ୍ୟାବଶ୍ୟକ ଦରବୃଦ୍ଧି ଜଣାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଚଳିତ ସାମୁଦ୍ରିକ ଝଡ ସମୟରେ ସମୁଦ୍ର ତଟକ୍ଷୟ ଆଶଙ୍କା ରହିଥିବା ପରିବେଶବିତ୍‌ ପ୍ରଭୁ ପ୍ରସାଦ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଜିଲାର ୪୮ କିଲୋମିଟର ସମୁଦ୍ର ତଟ ରହିଛି। ତଟବର୍ତ୍ତୀ ଅଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକା ସହ ଛୋଟ ଛୋଟ ପଠା, ଚଟକା, ଦ୍ୱୀପ ଅଛି। ସାମୁଦ୍ରିକ ଝଡ ଅତ୍ୟଧିକ ହେଲେ ଉଚ୍ଚ ଜୁଆର ଅଧିକ ହେବ। ଫଳରେ ବିରଳ ସାମୁଦ୍ରିକ ପ୍ରାଣୀ ଅଲିଭରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥା ରେଞ୍ଜର ବାବୁବାଲି, ଚିଂଚିରି, ମାଦଳୀ, ନାସୀ ଆଦି ଦ୍ୱୀପାଞ୍ଚଳ ନଷ୍ଟ ସହ ସାତଭାୟା, ପେଣ୍ଠ, ବରୁଣେଇ ଆଦି ନଷ୍ଟ ହେବ। ତଟାଞ୍ଚଳରେ ହେନ୍ତାଳବଣର ସୁରକ୍ଷା ଓ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇଛନ୍ତି। ଅପରପକ୍ଷରେ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଖରିଫ ଚାଷ ଆରମ୍ଭରେ ଜିଲାରେ ବନ୍ୟା ହୋଇଥିଲା। ଏବେ ବାତ୍ୟା ଥୋଡ ବାହାରୁଥିବା ଖରିଫ ଧାନ ଓ ଶୀତଦିନିଆ ପନିପରିବା ଉପରେ ପ୍ରଭାବ ପକାଇବ। ଜିଲାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ବ୍ଲକ ଅଞ୍ଚଳରେ ଡାଳୁଅ ଧାନ ଚାଷ ହୋଇଛି। ଧାନ ଏବେ ପାଚିଲା ଅବସ୍ଥାରେ ଅଛି। ଉଠା ଜଳସେଚନ ଦ୍ୱାରା ହୋଇଥିବା ଏହି ଚାଷ ପାଇଁ ବିଦ୍ୟୁତ୍‌ ଦେୟ, ସାର, କୀଟନାଶକ, ମଜୁରି ଆଦି ପାଇଁ ବହୁ ଅର୍ଥ ବ୍ୟୟ ହୋଇଛି। ଏଥିସହ ପରିବା ଚାଷ ନଷ୍ଟ ହେବ ବୋଲି କଂସାର ଗଁାର ନିରଞ୍ଜନ ପରିଡା, ପ୍ରଭାକରପୁର ଗଁାର ହରେକୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri