ଆକାଶ ମେଘାଚ୍ଛନ୍ନ, ଡରାଉଛି ବାତ୍ୟା

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦:କେନ୍ଦ୍ରାପଡ଼ା ଜିଲାରେ ରବିବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡକୁ ନେଇ ବିପଦ ନ ଥିବା ପାଣିପାଗ ବିଭାଗର ସୂଚନା ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ସମ୍ପର୍କରେ ସତର୍କତା ଅବଲମ୍ବନ ପାଇଁ ସଚେତନତା କରାଯାଉଛି। ଜିଲାକୁ ରେଡ୍‌ ଆଲର୍ଟ ମଧ୍ୟରେ ରଖାଯାଇଛି। ଆବଶ୍ୟକସ୍ଥଳେ ସୁନାମି ପ୍ରବଣ ୬୪ ଗ୍ରାମ ଓ ବନ୍ୟାପ୍ରବଣ ୩୬ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର, ଜିଲାର ୯୭ ବାତ୍ୟା ଆଶ୍ରୟସ୍ଥଳ ଓ ୧୭ ରେଡ୍‌କ୍ରସ ଆଶ୍ରୟସ୍ଥଳର ତନଖିକୁ ଗୁରୁତ୍ୱ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀ ଫେରି ଆସିବାକୁ ସୂଚନା ଦିଆଯାଇଛି।
ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ସାମୁଦ୍ରିକ ଝଡକୁ ଲକ୍ଷ୍ୟ କରି ସ୍ଥାନାନ୍ତର, ଆବଶ୍ୟକ ପଡିଲେ ସ୍କୁଲ ଘରକୁ ବ୍ୟବହାର, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ, ଡଙ୍ଗା ଓ ମୋଟରଯାନ ବ୍ୟବସ୍ଥା, ଗମନାଗମନକୁ ବିଶେଷ ଧ୍ୟାନ ଦିଆଯାଇଛି। ଜିରୋ କାଜୁଆଲିଟି ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ସମ୍ଭାବ୍ୟ ସାମୁଦ୍ରିକ ଝଡକୁ ନେଇ ଜିଲା ବିଦ୍ୟୁତ୍‌ ବିଭାଗ ସତର୍କ ସୂଚନା ଜାରି କରିଛି। ଅତ୍ୟଧିକ ବର୍ଷା ସମୟରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବ। କୌଣସି ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିଲେ ଏହାଠାରୁ ଦୂରରେ ରହି ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଅଞ୍ଚଳବାସୀ ଦିଅନ୍ତୁ। ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଗ୍ୟାଜେଟରେ ଫୁଲ ଚାର୍ଜ ବାତ୍ୟା ପୂର୍ବରୁ କରି ନିଅନ୍ତୁ। ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, କିରୋସିନ ଆଦି ସହଜ ଉପଲବ୍ଧି ସହ ଦରବୃଦ୍ଧିକୁ ରୋକାଯାଉଛି ବୋଲି ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗୋଚ୍ଛାୟତ କହିଛନ୍ତି। ଅତ୍ୟାବଶ୍ୟକ ଦରବୃଦ୍ଧି ଜଣାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଚଳିତ ସାମୁଦ୍ରିକ ଝଡ ସମୟରେ ସମୁଦ୍ର ତଟକ୍ଷୟ ଆଶଙ୍କା ରହିଥିବା ପରିବେଶବିତ୍‌ ପ୍ରଭୁ ପ୍ରସାଦ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଜିଲାର ୪୮ କିଲୋମିଟର ସମୁଦ୍ର ତଟ ରହିଛି। ତଟବର୍ତ୍ତୀ ଅଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକା ସହ ଛୋଟ ଛୋଟ ପଠା, ଚଟକା, ଦ୍ୱୀପ ଅଛି। ସାମୁଦ୍ରିକ ଝଡ ଅତ୍ୟଧିକ ହେଲେ ଉଚ୍ଚ ଜୁଆର ଅଧିକ ହେବ। ଫଳରେ ବିରଳ ସାମୁଦ୍ରିକ ପ୍ରାଣୀ ଅଲିଭରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥା ରେଞ୍ଜର ବାବୁବାଲି, ଚିଂଚିରି, ମାଦଳୀ, ନାସୀ ଆଦି ଦ୍ୱୀପାଞ୍ଚଳ ନଷ୍ଟ ସହ ସାତଭାୟା, ପେଣ୍ଠ, ବରୁଣେଇ ଆଦି ନଷ୍ଟ ହେବ। ତଟାଞ୍ଚଳରେ ହେନ୍ତାଳବଣର ସୁରକ୍ଷା ଓ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇଛନ୍ତି। ଅପରପକ୍ଷରେ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଖରିଫ ଚାଷ ଆରମ୍ଭରେ ଜିଲାରେ ବନ୍ୟା ହୋଇଥିଲା। ଏବେ ବାତ୍ୟା ଥୋଡ ବାହାରୁଥିବା ଖରିଫ ଧାନ ଓ ଶୀତଦିନିଆ ପନିପରିବା ଉପରେ ପ୍ରଭାବ ପକାଇବ। ଜିଲାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ବ୍ଲକ ଅଞ୍ଚଳରେ ଡାଳୁଅ ଧାନ ଚାଷ ହୋଇଛି। ଧାନ ଏବେ ପାଚିଲା ଅବସ୍ଥାରେ ଅଛି। ଉଠା ଜଳସେଚନ ଦ୍ୱାରା ହୋଇଥିବା ଏହି ଚାଷ ପାଇଁ ବିଦ୍ୟୁତ୍‌ ଦେୟ, ସାର, କୀଟନାଶକ, ମଜୁରି ଆଦି ପାଇଁ ବହୁ ଅର୍ଥ ବ୍ୟୟ ହୋଇଛି। ଏଥିସହ ପରିବା ଚାଷ ନଷ୍ଟ ହେବ ବୋଲି କଂସାର ଗଁାର ନିରଞ୍ଜନ ପରିଡା, ପ୍ରଭାକରପୁର ଗଁାର ହରେକୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?