ବଢୁଛି ସ୍କେଟିଂ କ୍ରେଜ୍‌

ଢେଙ୍କାନାଳ ଅଫିସ,୩୦।୩: ‘ସ୍କେଟିଂ’ର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା। ଏକଦା ବରଫାବୃତ୍ତ ଦେଶରେ ଏହାକୁ ମାଧ୍ୟମ କରି ଲୋକେ ସୁବିଧାରେ ଯାତାୟାତ କରୁଥିଲେ। ତେବେ ଆଧୁନିକ ‘ସ୍କେଟିଂ’ ଆରମ୍ଭ ହୋଇଥିଲା ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ। ସମୟ ସହିତ ଏଥିରେ ଅନେକ ପରିବର୍ତ୍ତନ ଆସିଛି। ଦୁଃସାହସିକ କ୍ରୀଡ଼ା କୌଶଳ ପ୍ରଦର୍ଶନରେ ଆଗ୍ରହୀ ଯୁବପିଢ଼ିଙ୍କ ପାଇଁ ଏହା ଏବେ ପାଲଟିଛି ସଉକ। ଓଜନ କମାଇବା, ମାନସିକ ସନ୍ତୁଳନ ଠିକ୍‌ ରଖିବା, ରକ୍ତବାହୀ ପ୍ରଣାଳୀକୁ ସୁସ୍ଥ ରଖିବା ଲାଗି ଏହା ଏକ ମହୌଷଧି ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ଢେଙ୍କାନାଳ ସହରରେ ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ନେଇ ବଢୁଛି ଉତ୍ସାହ।
ଅଭିଭାବକଙ୍କ ପ୍ରୋତ୍ସାହନରେ ଢେଙ୍କାନାଳ ସହରର ବହୁ ସ୍କୁଲ, କଲେଜ ପଢୁଆ ଛାତ୍ରୀଛାତ୍ରମାନେ ‘ସ୍କେଟିଂ’ ଭଳି ଦୁଃସାହସିକ କ୍ରୀଡ଼ାରେ ମନୋନିବେଶ କରିଛନ୍ତି। ଯଦିଓ ଏଥିଲାଗି ଭିତ୍ତିଭୂମି ସେତେଟା ସୁଦୃଢ଼ ହୋଇପାରିନାହଁ, ତଥାପି ‘ଗୁରୁଦେବଜୀ ଗୁରୁକୁଳ ଏକାଡେମୀ’ ପକ୍ଷରୁ ଦୀର୍ଘ ୧୬ ବର୍ଷ ହେଲା ଯୋଗ, ଟାଏକୋଣ୍ଡୋ ସହ ସ୍କେଟିଂ ପ୍ରଶିକ୍ଷଣ ଦିଆଯାଉଛି। ଅନୁଷ୍ଠାନରେ ୩ରୁ ୧୭ ବର୍ଷ ବୟସର ମୋଟ ୩୦ଜଣ ପ୍ରଶିକ୍ଷଣ ନେଉଛନ୍ତି। ‘ସ୍କେଟିଂ’ ବିଭିନ୍ନ ପ୍ରକାରର। କ୍ୱାଡ୍‌ ରୋଲର ସ୍କେଟ୍‌ସ, ଇନ୍‌ଲାଇନ୍‌ ସ୍କେଟ୍‌ସ୍‌, ଟ୍ରାଇ ସ୍କେଟ୍‌ସ ପ୍ରମୁଖ। ଏହାକୁ ବାଦ୍‌ଦେଲେ ଆଇସ୍‌ ସ୍କେଟିଂ, ଓ୍ବାଟର ସ୍କେଟିଂ ମଧ୍ୟ ରହିଛି। ତେବେ ଢେଙ୍କାନାଳରେ ରୋଲର ସ୍କେଟିଂ ଲୋକପ୍ରିୟ ହେବାରେ ଲାଗିଛି।
ଅନୁଷ୍ଠାନ ପକ୍ଷରୁ ୩ ପ୍ରକାର ତାଲିମ ପ୍ରଦାନ କରାଯାଉଛି। ନୂଆ ନୂଆ ସ୍କେଟିଂ ଶିଖୁଥିବା ପ୍ରଶିକ୍ଷାର୍ଥୀଙ୍କୁ ବେସିକ୍‌, ଇଣ୍ଟରମିଡିଏଟ୍‌ ପାଇଁ ୧ରୁ ୨ ବର୍ଷ ଏବଂ ଇନଲାଇନ୍‌ ପାଇଁ ୩ ବର୍ଷରୁ ଊର୍ଦ୍ଧ୍ୱ ପ୍ରଶିକ୍ଷଣ ଦିଆଯାଉଛି। ସ୍ଥାନୀୟ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଶନିବାର, ରବିବାର ତାଲିମ ଦିଆଯାଉଛି। ଏଥିସହ ସୋମବାର, ଗୁରୁବାର ଓ ଶୁକ୍ରବାର ସ୍ବତନ୍ତ୍ର କ୍ଲାସ୍‌ ରହୁଛି। ଏହାକୁ ବାଦ୍‌ଦେଲେ ସମର କ୍ୟାମ୍ପ ମଧ୍ୟ ଆୟୋଜନ କରାଯାଉଛି। ୨୦୧୯ରେ ଅନୁଷ୍ଠାନର ୨ଜଣ ପ୍ରଶିକ୍ଷାର୍ଥୀ ଛତିଶଗଡ଼ ରାୟପୁରଠାରେ ଅନୁଷ୍ଠିତ ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଥିଲେ। ସେହିପରି ଜାତୀୟ ଦିବସ ସମେତ ସ୍ବତନ୍ତ୍ର ଦିନରେ କେତେଜଣ ପ୍ରଶିକ୍ଷାର୍ଥୀ ଢେଙ୍କାନାଳରୁ ସପ୍ତଶଯ୍ୟା ଏବଂ ସପ୍ତଶଯ୍ୟାରୁ ଢେଙ୍କାନାଳ ରାସ୍ତାରେ ଜାତୀୟ ପତାକା ଧରି ‘ସ୍କେଟିଂ’ କରୁଛନ୍ତି। ପ୍ରଶାସନ ପକ୍ଷରୁ ଆୟୋଜିତ ପଥୋତ୍ସବ ମଧ୍ୟ ପ୍ରତିଭା ପ୍ରଦର୍ଶନର ମାଧ୍ୟମ ପାଲଟିଛି। ହେଲେ ଏହା କେବଳ ଆଞ୍ଚଳିକସ୍ତରରେ ସୀମିତ ହୋଇ ରହିଯାଉଛି। ଜିଲା ପ୍ରଶାସନ, କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଭୁବନେଶ୍ୱର, ରାଉରକେଲା ଭଳି ଢେଙ୍କାନାଳରେ ମଧ୍ୟ ‘ସ୍କେଟିଂ’ର ଲୋକପ୍ରିୟତା ବୃଦ୍ଧି ପାଇପାରନ୍ତା ବୋଲି କ୍ରୀଡ଼ା ସଙ୍ଗଠକମାନେ ମତବ୍ୟକ୍ତ କରିଛନ୍ତି।

‘ଧୁମ୍‌-୨’ ସିନେମା ଉତ୍ସାହିତ କରିଥିଲା
୨୦୦୬ରେ ମା,ବାପାଙ୍କ ସହ ଦିଲ୍ଲୀ ଯାଇଥିବାବେଳେ ‘ଧୁମ୍‌-୨’ ସିନେମା ଦେଖିବାର ସୁଯୋଗ ମିଳିଥିଲା। ଏଥିରେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ‘ସ୍କେଟିଂ’ କରୁଥିବା ଦୃଶ୍ୟ ପ୍ରଭାବିତ କରିଥିଲା। ପ୍ରଥମେ ବ୍ୟକ୍ତିଗତସ୍ତରରେ ଏବଂ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ‘ସ୍କେଟିଂ’ ପ୍ରଶିକ୍ଷଣ ନେଇଥିଲି। ଏବେ ଆଗ୍ରହୀ ପିଲାଙ୍କୁ ତାଲିମ ଦିଆଯାଉଛି।
-ଇଂ. ସୌମ୍ୟବ୍ରତ ସାହୁ,
ଗୁରୁଦେବଜୀ ଗୁରୁକୁଳ ଏକାଡେମୀ ପ୍ରତିଷ୍ଠାତା
ଟ୍ରାକ୍‌ କରାଗଲେ ଉନ୍ନତ ପ୍ରଶିକ୍ଷଣ ମିଳିପାରିବ
ଭିତ୍ତିଭୂମି ନ ଥିବା ସତ୍ତ୍ୱେ ଗୁରୁକୁଳ ଗୁରୁଦେବଜୀ ଅନୁଷ୍ଠାନ ପକ୍ଷରୁ ଆଗ୍ରହୀ ପିଲାଙ୍କୁ ‘ସ୍କେଟିଂ’ ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ଟ୍ରାକ୍‌ ତିଆରି ହେଲେ ପିଲାଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ମିଳିପାରିବ। ଏଥିସହ ନିୟମିତ ବ୍ୟବଧାନରେ ପ୍ରତିଯୋଗିତାର ଆୟୋଜନ କରାଗଲେ ଏଥିପ୍ରତି ପିଲାଙ୍କ ଆଗ୍ରହ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri