ବଢୁଛି ସ୍କେଟିଂ କ୍ରେଜ୍‌

ଢେଙ୍କାନାଳ ଅଫିସ,୩୦।୩: ‘ସ୍କେଟିଂ’ର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା। ଏକଦା ବରଫାବୃତ୍ତ ଦେଶରେ ଏହାକୁ ମାଧ୍ୟମ କରି ଲୋକେ ସୁବିଧାରେ ଯାତାୟାତ କରୁଥିଲେ। ତେବେ ଆଧୁନିକ ‘ସ୍କେଟିଂ’ ଆରମ୍ଭ ହୋଇଥିଲା ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ। ସମୟ ସହିତ ଏଥିରେ ଅନେକ ପରିବର୍ତ୍ତନ ଆସିଛି। ଦୁଃସାହସିକ କ୍ରୀଡ଼ା କୌଶଳ ପ୍ରଦର୍ଶନରେ ଆଗ୍ରହୀ ଯୁବପିଢ଼ିଙ୍କ ପାଇଁ ଏହା ଏବେ ପାଲଟିଛି ସଉକ। ଓଜନ କମାଇବା, ମାନସିକ ସନ୍ତୁଳନ ଠିକ୍‌ ରଖିବା, ରକ୍ତବାହୀ ପ୍ରଣାଳୀକୁ ସୁସ୍ଥ ରଖିବା ଲାଗି ଏହା ଏକ ମହୌଷଧି ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ଢେଙ୍କାନାଳ ସହରରେ ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ନେଇ ବଢୁଛି ଉତ୍ସାହ।
ଅଭିଭାବକଙ୍କ ପ୍ରୋତ୍ସାହନରେ ଢେଙ୍କାନାଳ ସହରର ବହୁ ସ୍କୁଲ, କଲେଜ ପଢୁଆ ଛାତ୍ରୀଛାତ୍ରମାନେ ‘ସ୍କେଟିଂ’ ଭଳି ଦୁଃସାହସିକ କ୍ରୀଡ଼ାରେ ମନୋନିବେଶ କରିଛନ୍ତି। ଯଦିଓ ଏଥିଲାଗି ଭିତ୍ତିଭୂମି ସେତେଟା ସୁଦୃଢ଼ ହୋଇପାରିନାହଁ, ତଥାପି ‘ଗୁରୁଦେବଜୀ ଗୁରୁକୁଳ ଏକାଡେମୀ’ ପକ୍ଷରୁ ଦୀର୍ଘ ୧୬ ବର୍ଷ ହେଲା ଯୋଗ, ଟାଏକୋଣ୍ଡୋ ସହ ସ୍କେଟିଂ ପ୍ରଶିକ୍ଷଣ ଦିଆଯାଉଛି। ଅନୁଷ୍ଠାନରେ ୩ରୁ ୧୭ ବର୍ଷ ବୟସର ମୋଟ ୩୦ଜଣ ପ୍ରଶିକ୍ଷଣ ନେଉଛନ୍ତି। ‘ସ୍କେଟିଂ’ ବିଭିନ୍ନ ପ୍ରକାରର। କ୍ୱାଡ୍‌ ରୋଲର ସ୍କେଟ୍‌ସ, ଇନ୍‌ଲାଇନ୍‌ ସ୍କେଟ୍‌ସ୍‌, ଟ୍ରାଇ ସ୍କେଟ୍‌ସ ପ୍ରମୁଖ। ଏହାକୁ ବାଦ୍‌ଦେଲେ ଆଇସ୍‌ ସ୍କେଟିଂ, ଓ୍ବାଟର ସ୍କେଟିଂ ମଧ୍ୟ ରହିଛି। ତେବେ ଢେଙ୍କାନାଳରେ ରୋଲର ସ୍କେଟିଂ ଲୋକପ୍ରିୟ ହେବାରେ ଲାଗିଛି।
ଅନୁଷ୍ଠାନ ପକ୍ଷରୁ ୩ ପ୍ରକାର ତାଲିମ ପ୍ରଦାନ କରାଯାଉଛି। ନୂଆ ନୂଆ ସ୍କେଟିଂ ଶିଖୁଥିବା ପ୍ରଶିକ୍ଷାର୍ଥୀଙ୍କୁ ବେସିକ୍‌, ଇଣ୍ଟରମିଡିଏଟ୍‌ ପାଇଁ ୧ରୁ ୨ ବର୍ଷ ଏବଂ ଇନଲାଇନ୍‌ ପାଇଁ ୩ ବର୍ଷରୁ ଊର୍ଦ୍ଧ୍ୱ ପ୍ରଶିକ୍ଷଣ ଦିଆଯାଉଛି। ସ୍ଥାନୀୟ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଶନିବାର, ରବିବାର ତାଲିମ ଦିଆଯାଉଛି। ଏଥିସହ ସୋମବାର, ଗୁରୁବାର ଓ ଶୁକ୍ରବାର ସ୍ବତନ୍ତ୍ର କ୍ଲାସ୍‌ ରହୁଛି। ଏହାକୁ ବାଦ୍‌ଦେଲେ ସମର କ୍ୟାମ୍ପ ମଧ୍ୟ ଆୟୋଜନ କରାଯାଉଛି। ୨୦୧୯ରେ ଅନୁଷ୍ଠାନର ୨ଜଣ ପ୍ରଶିକ୍ଷାର୍ଥୀ ଛତିଶଗଡ଼ ରାୟପୁରଠାରେ ଅନୁଷ୍ଠିତ ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଥିଲେ। ସେହିପରି ଜାତୀୟ ଦିବସ ସମେତ ସ୍ବତନ୍ତ୍ର ଦିନରେ କେତେଜଣ ପ୍ରଶିକ୍ଷାର୍ଥୀ ଢେଙ୍କାନାଳରୁ ସପ୍ତଶଯ୍ୟା ଏବଂ ସପ୍ତଶଯ୍ୟାରୁ ଢେଙ୍କାନାଳ ରାସ୍ତାରେ ଜାତୀୟ ପତାକା ଧରି ‘ସ୍କେଟିଂ’ କରୁଛନ୍ତି। ପ୍ରଶାସନ ପକ୍ଷରୁ ଆୟୋଜିତ ପଥୋତ୍ସବ ମଧ୍ୟ ପ୍ରତିଭା ପ୍ରଦର୍ଶନର ମାଧ୍ୟମ ପାଲଟିଛି। ହେଲେ ଏହା କେବଳ ଆଞ୍ଚଳିକସ୍ତରରେ ସୀମିତ ହୋଇ ରହିଯାଉଛି। ଜିଲା ପ୍ରଶାସନ, କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଭୁବନେଶ୍ୱର, ରାଉରକେଲା ଭଳି ଢେଙ୍କାନାଳରେ ମଧ୍ୟ ‘ସ୍କେଟିଂ’ର ଲୋକପ୍ରିୟତା ବୃଦ୍ଧି ପାଇପାରନ୍ତା ବୋଲି କ୍ରୀଡ଼ା ସଙ୍ଗଠକମାନେ ମତବ୍ୟକ୍ତ କରିଛନ୍ତି।

‘ଧୁମ୍‌-୨’ ସିନେମା ଉତ୍ସାହିତ କରିଥିଲା
୨୦୦୬ରେ ମା,ବାପାଙ୍କ ସହ ଦିଲ୍ଲୀ ଯାଇଥିବାବେଳେ ‘ଧୁମ୍‌-୨’ ସିନେମା ଦେଖିବାର ସୁଯୋଗ ମିଳିଥିଲା। ଏଥିରେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ‘ସ୍କେଟିଂ’ କରୁଥିବା ଦୃଶ୍ୟ ପ୍ରଭାବିତ କରିଥିଲା। ପ୍ରଥମେ ବ୍ୟକ୍ତିଗତସ୍ତରରେ ଏବଂ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ‘ସ୍କେଟିଂ’ ପ୍ରଶିକ୍ଷଣ ନେଇଥିଲି। ଏବେ ଆଗ୍ରହୀ ପିଲାଙ୍କୁ ତାଲିମ ଦିଆଯାଉଛି।
-ଇଂ. ସୌମ୍ୟବ୍ରତ ସାହୁ,
ଗୁରୁଦେବଜୀ ଗୁରୁକୁଳ ଏକାଡେମୀ ପ୍ରତିଷ୍ଠାତା
ଟ୍ରାକ୍‌ କରାଗଲେ ଉନ୍ନତ ପ୍ରଶିକ୍ଷଣ ମିଳିପାରିବ
ଭିତ୍ତିଭୂମି ନ ଥିବା ସତ୍ତ୍ୱେ ଗୁରୁକୁଳ ଗୁରୁଦେବଜୀ ଅନୁଷ୍ଠାନ ପକ୍ଷରୁ ଆଗ୍ରହୀ ପିଲାଙ୍କୁ ‘ସ୍କେଟିଂ’ ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ଟ୍ରାକ୍‌ ତିଆରି ହେଲେ ପିଲାଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ମିଳିପାରିବ। ଏଥିସହ ନିୟମିତ ବ୍ୟବଧାନରେ ପ୍ରତିଯୋଗିତାର ଆୟୋଜନ କରାଗଲେ ଏଥିପ୍ରତି ପିଲାଙ୍କ ଆଗ୍ରହ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri