ରୁପା ଛାଉଣି ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ, , ୨୪।୯:ଶ୍ରୀମନ୍ଦିରର ୩ଟି ପ୍ରମୁଖ କବାଟ ରୁପା ଛାଉଣି ହେବ। କଳାହାଟ ଦ୍ୱାର, ବେହେରଣ ଦ୍ୱାର ଏବଂ ଜୟବିଜୟ ଦ୍ୱାରରେ ଲାଗିଥିବା କବାଟଗୁଡ଼ିକୁ ରୁପା ଛାଉଣି କରାଯିବ। ଏଥିପାଇଁ ଆବଶ୍ୟକ ରୁପା ଜଣେ ଦାତା ଦେବେ। ତେବେ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ବୁଧବାରଠାରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରୋକ୍ତ ୩ କବାଟର ମାପ ନେଇଛନ୍ତି ଦାତାଙ୍କ ପକ୍ଷରୁ ଆସିଥିବା ମୁମ୍ବାଇର ୪ ଜଣିଆ ପ୍ରତିନିଧି। ଶ୍ରୀମନ୍ଦିରର ନିର୍ବାହୀ ଯନ୍ତ୍ରୀ ଆଶିଷ ସୁବୁଦ୍ଧିଙ୍କ ନେତୃତ୍ୱରେ ପ୍ରତିନିଧିମାନେ ମାପଚୁପ କରିଛନ୍ତି। ଏମାନଙ୍କ ମଧ୍ୟରେ ରୁପା କାରିଗର ରହିଥିବା ଜଣାପଡ଼ିିଛି।

ସୂଚନା ଅନୁଯାୟୀ, ଜଣେ ବଦାନ୍ୟ ବ୍ୟକ୍ତି ଏଥିପାଇଁ ରୁପା ଦାନ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଏହାକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ୩ଟି କବାଟ ରୁପା ଛାଉଣି ଲାଗି ନିଷ୍ପତ୍ତି ନେଇଛି। ଏହି ତିନୋଟି ଯାକ ଦ୍ୱାର କବାଟ ମଧ୍ୟ ନଷ୍ଟ ଅବସ୍ଥାକୁ ଚାଲି ଆସିଲାଣି। ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ପ୍ରଥମେ ବର୍ମାଟିକ କାଠରେ ୩ଟି ଦ୍ୱାର ପାଇଁ ନୂଆ କବାଟ ତିଆରି କରାଯିବ। ଏହାପରେ ଏହି କବାଟଗୁଡ଼ିକରେ ୧.୬୩ ଇଞ୍ଚର ରୁପା ଛାଉଣି କରାଯିବାକୁ ପ୍ରାଥମିକ ଭାବେ ଆଲୋଚନା କରାଯାଇଛି। ୩ଟି କବାଟରେ ପ୍ରାୟ ୧,୯୨୦ କେଜି ରୁପା ଲାଗିବ। ଅର୍ଥାତ୍‌ ପ୍ରାୟ ୧୪ କୋଟି ଟଙ୍କାର ରୁପା ଲାଗିବ ବୋଲି ଆକଳନ କରାଯାଇଛି। ସେହିପରି କାଗରିଗରଙ୍କ ପାରିଶ୍ରମିକ ବାବଦରେ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ବର୍ମାଟିକ୍‌ କାଠ ମଧ୍ୟ କିଣାଯିବ। ଏହି ୩ଟି କବାଟ ସମ୍ପୂଣ୍ଣର୍ର୍ ହେବାରେ ପ୍ରାୟ ୧୮ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରୀମନ୍ଦିରର ସଂସ୍କୃତି, ଐତିହ୍ୟ, ପରମ୍ପରା ହେଉଛି ବିଶ୍ୱରେ ଅନନ୍ୟ। ୩ଟି ଦ୍ୱାର ସହ ମହାପ୍ରଭୁଙ୍କ ନୀତିକାନ୍ତିର ବି ସମ୍ପର୍କ ରହିଛି। ତେଣୁ ଏ ସମସ୍ତ ଦିଗକୁ ନଜରରେ ରଖି ମରାମତି ଏବଂ ରୁପା ଛାଉଣି କରାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରୁପା ଛାଉଣି ପାଇଁ ଦାତାଙ୍କ ପକ୍ଷରୁ ଆସିଥିବା ପ୍ରତିନିଧିମାନେ ୩ଟି କବାଟର ମାପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ: ଗ୍ରାମସଭାରେ ଅଧିକାର ପାଇଁ ଉଠିଲା ଦାବି

କର୍ଲାମୁଣ୍ଡା,୨୮।୯(ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ପ୍ରଣୟନର ଦଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଗ୍ରାମସଭାଗୁଡ଼ିକରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସରକାରୀ ସୁବିଧା…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?