ରୁପା ଛାଉଣି ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ, , ୨୪।୯:ଶ୍ରୀମନ୍ଦିରର ୩ଟି ପ୍ରମୁଖ କବାଟ ରୁପା ଛାଉଣି ହେବ। କଳାହାଟ ଦ୍ୱାର, ବେହେରଣ ଦ୍ୱାର ଏବଂ ଜୟବିଜୟ ଦ୍ୱାରରେ ଲାଗିଥିବା କବାଟଗୁଡ଼ିକୁ ରୁପା ଛାଉଣି କରାଯିବ। ଏଥିପାଇଁ ଆବଶ୍ୟକ ରୁପା ଜଣେ ଦାତା ଦେବେ। ତେବେ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ବୁଧବାରଠାରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରୋକ୍ତ ୩ କବାଟର ମାପ ନେଇଛନ୍ତି ଦାତାଙ୍କ ପକ୍ଷରୁ ଆସିଥିବା ମୁମ୍ବାଇର ୪ ଜଣିଆ ପ୍ରତିନିଧି। ଶ୍ରୀମନ୍ଦିରର ନିର୍ବାହୀ ଯନ୍ତ୍ରୀ ଆଶିଷ ସୁବୁଦ୍ଧିଙ୍କ ନେତୃତ୍ୱରେ ପ୍ରତିନିଧିମାନେ ମାପଚୁପ କରିଛନ୍ତି। ଏମାନଙ୍କ ମଧ୍ୟରେ ରୁପା କାରିଗର ରହିଥିବା ଜଣାପଡ଼ିିଛି।

ସୂଚନା ଅନୁଯାୟୀ, ଜଣେ ବଦାନ୍ୟ ବ୍ୟକ୍ତି ଏଥିପାଇଁ ରୁପା ଦାନ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଏହାକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ୩ଟି କବାଟ ରୁପା ଛାଉଣି ଲାଗି ନିଷ୍ପତ୍ତି ନେଇଛି। ଏହି ତିନୋଟି ଯାକ ଦ୍ୱାର କବାଟ ମଧ୍ୟ ନଷ୍ଟ ଅବସ୍ଥାକୁ ଚାଲି ଆସିଲାଣି। ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ପ୍ରଥମେ ବର୍ମାଟିକ କାଠରେ ୩ଟି ଦ୍ୱାର ପାଇଁ ନୂଆ କବାଟ ତିଆରି କରାଯିବ। ଏହାପରେ ଏହି କବାଟଗୁଡ଼ିକରେ ୧.୬୩ ଇଞ୍ଚର ରୁପା ଛାଉଣି କରାଯିବାକୁ ପ୍ରାଥମିକ ଭାବେ ଆଲୋଚନା କରାଯାଇଛି। ୩ଟି କବାଟରେ ପ୍ରାୟ ୧,୯୨୦ କେଜି ରୁପା ଲାଗିବ। ଅର୍ଥାତ୍‌ ପ୍ରାୟ ୧୪ କୋଟି ଟଙ୍କାର ରୁପା ଲାଗିବ ବୋଲି ଆକଳନ କରାଯାଇଛି। ସେହିପରି କାଗରିଗରଙ୍କ ପାରିଶ୍ରମିକ ବାବଦରେ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ବର୍ମାଟିକ୍‌ କାଠ ମଧ୍ୟ କିଣାଯିବ। ଏହି ୩ଟି କବାଟ ସମ୍ପୂଣ୍ଣର୍ର୍ ହେବାରେ ପ୍ରାୟ ୧୮ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରୀମନ୍ଦିରର ସଂସ୍କୃତି, ଐତିହ୍ୟ, ପରମ୍ପରା ହେଉଛି ବିଶ୍ୱରେ ଅନନ୍ୟ। ୩ଟି ଦ୍ୱାର ସହ ମହାପ୍ରଭୁଙ୍କ ନୀତିକାନ୍ତିର ବି ସମ୍ପର୍କ ରହିଛି। ତେଣୁ ଏ ସମସ୍ତ ଦିଗକୁ ନଜରରେ ରଖି ମରାମତି ଏବଂ ରୁପା ଛାଉଣି କରାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରୁପା ଛାଉଣି ପାଇଁ ଦାତାଙ୍କ ପକ୍ଷରୁ ଆସିଥିବା ପ୍ରତିନିଧିମାନେ ୩ଟି କବାଟର ମାପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତିମ ରଣକୌଶଳ ଉପରେ ଭରସା

ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୨୨ା୩:ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ପୌର ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି । ସେଥିପାଇଁ ସହରର ୩...

ନାଉଗାଁ ତହସିଲ: ୨୨ ପଦବୀରୁ ୧୩ ଫାଙ୍କା

ନାଉଗାଁ,୯ା୬(ସ୍ବ.ପ୍ର.): ଜନସାଧାରଣଙ୍କୁ ସୁବିଧାରେ ପ୍ରଶାସନିକ ସେବା ଯୋଗାଇ ଦେବା ସହ ରାଜସ୍ବ ଆଦାୟ ପାଇଁ ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଅଛି। ଏହି...

ଅମାନିଆଙ୍କୁ ଲାଠି

ଅନୁଗୋଳ ଅଫିସ, ୮।୪- ଲକ୍‌ଡାଉନ ସମୟରେ ବାହାରେ ବୁଲାବୁଲି କରୁଥିବା ଅନୁଗୋଳର କେତେଜଣ ଅମାନିଆଙ୍କୁ ପୋଲିସ ଉତ୍ତମ ମଧ୍ୟମ ଦେଇଛି। ସେହିପରି ବଅଁରପାଳ ଅଞ୍ଚଳରେ କ୍ରିକେଟ...

ରଥଖଳାରୁ…ଉଠିଲା ଦ୍ୱିତୀୟ ଭୂଇଁ

ପୁରୀ ଅଫିସ,୭।୬: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶନିବାର...

ପୂର୍ବତନ ବିଧାୟକ ଦୈତାରି ବେହେରାଙ୍କ ପରଲୋକ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପୁଅ

ଗଞ୍ଜାମ,୪ା୧(ଡି.ଏନ.ଏ.)- ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରି ବେହେରାଙ୍କର ୮୪ ବର୍ଷରେ ଗୁରୁବାର ରାତିରେ ବ୍ରହ୍ମପୁର ବଡ ମେଡିକାଲରେ ପରଲୋକ ଘଟିଛି। ଚିକିତ୍ସା ଅବହେଳାରୁ ବାପାଙ୍କ ମୃତ୍ୟୁ...

ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ...

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ...

ଜାତୀୟ ରାଜପଥରେ ପ୍ରାଣୀଧନ ପରିବହନ

ଜଳେଶ୍ୱର, ୧୩।୧(ସ୍ବ.ପ୍ର.)- ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥ ଓ ୫୭ନଂ. ରାଜ୍ୟ ରାଜପଥରେ ଛେଳି, ମେଣ୍ଢା ଓ ଗୋରୁ ଆଦି ଗୃହପାଳିତ...

Advertisement
Archives

Model This Week