ଦି ସାଇଲେଣ୍ଟ ଟ୍ରେନ୍‌

ଶୁଭନାରାୟଣ ଶତପଥୀ

 

ଟ୍ରେନକୁ ନେଇ ଅନେକ ପ୍ରବନ୍ଧ, କାହାଣୀ ରଚନା କରାଯାଇଛି। ସିିନେମା ତିଆରି ହୋଇଛି। ନାଁ ରଖାଯାଇଛି ବର୍ନିଂ ଟ୍ରେନ, ଦି ଘୋଷ୍ଟ ଟ୍ରେନ, ଚେନ୍ନାଇ ଏକ୍ସପ୍ରେସ ଇତ୍ୟାଦି। କେଉଁଠି ଏହା କାଳ୍ପନିକ ତ କେଉଁଠି କିଛି ସତ୍ୟତା ଏଥିରେ ରହିଛି। ତେବେ ଟ୍ରେନ ସହ ମଣିଷର ନିତିଦିନିଆ କାରବାର ବେଶ୍‌ ଜଡ଼ିତ। ସେ କାମଧନ୍ଦା ଉଦ୍ଦେଶ୍ୟରେ ଯାତ୍ରା ହେଉ ବା ଭ୍ରମଣ ନିମନ୍ତେ। ସତେ ଯେମିତି ପ୍ରତିଟି ଟ୍ରେନ ଯାତ୍ରାର ଏକ ନିଆରା ଅନୁଭୂତି ମନରେ ରେଖାଟିଏ ଟାଣିଦିଏ; ଯାହା ଚିରକାଳ ପାଇଁ ମନ ଭିତରେ ଅକୁହା କାହାଣୀ ହୋଇ ରହିଥାଏ। ସେମିତି ଏକ ଭ୍ରମଣ ସମୟର ସଦ୍ୟ ଘଟଣାବଳୀ।
ଏଇ ନିକଟ ଅତୀତରେ ମୁଁ ଏକ ଜରୁରୀ କାମରେ ସମ୍ବଲପୁର ଯାଇଥାଏ। ଦୀର୍ଘ ଦେଢ଼ବର୍ଷ ପରେ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇଥାଏ। ଯେତିକି ଉତ୍ସାହିତ ହେଉଥିଲି, ସେତିକି ଉତ୍କଣ୍ଠିତ ବି ଥିଲି। କାମ କଥା ଛାଡ଼ନ୍ତୁ, ଯିବାଆସିବା ଭିତରେ ଟ୍ରେନ ଯାତ୍ରାର ମଜା ନେବା, ଯାତ୍ରୀଙ୍କ ସହ ଭାବର ଆଦାନପ୍ରଦାନ, ଚଳନ୍ତା ଟ୍ରେନ ଭିତରୁ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ଇତ୍ୟାଦି ମନକୁ ଉଦ୍‌ବେଳିତ କରୁଥାଏ। ଇତିମଧ୍ୟରେ କୋଭିଡ୍‌ କଟକଣା କିଛିମାତ୍ରାରେ କୋହଳ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣର ଭୟ ଧୀରେ ଧୀରେ ମୁଣ୍ଡ ଟେକୁଥାଏ। ତଥାପି ସାନିଟାଇଜର, ମାସ୍କ, ସାମାଜିକ ଦୂରତା ବଜାୟ ରଖି ଏହି ଯାତ୍ରାକୁ ଉପଭୋଗ କରିବାର କଳ୍ପନା ମନକୁ ଆଚ୍ଛାଦିତ କରି ରଖିଥାଏ।
ସମ୍ବଲପୁରରେ ସେହି ଗୋଟିଏ ରାତି ରହଣି ସମୟରେ ଟିିଭି ନ୍ୟୁଜ୍‌ରୁ ଜାଣିବାକୁ ପାଇଲି ଯେ, ଆଜି ଆମ ଓଡ଼ିଶାର କୋଭିଡ୍‌ ରୋଗୀଙ୍କ ସଂଖ୍ୟା ଶହେ ଟପିଲା। ଗଲାବେଳେ ଭୁବନେଶ୍ୱର-ବଲାଙ୍ଗୀର ଓ ଫେରିବା ଦିନ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟିରେ ଆସିଲି। ସେଦିନ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟିର ସବୁ ସିଟ୍‌ ଫିଲ୍‌ଅପ୍‌ ଥାଏ। ଯାହାହେଉ ମୋତେ ଖୁସି ଲାଗୁଥାଏ। ଅତିକମ୍‌ରେ ପରିବେଶ ତା’ର ପୂର୍ବାବସ୍ଥାକୁ ବୋଧହୁଏ ଫେରୁଛି। ଢେଙ୍କାନାଳରେ ଟ୍ରେନ ପହଞ୍ଚତ୍ଲା। ଆଶ୍ଚର୍ଯ୍ୟର କଥା ଟ୍ରେନରେ ନା ଶୁଭୁଥିଲା ବାରମଜା, ସମୋସା, ବରାବାଲାର ଡାକ ନା ଥିଲା କିନ୍ନରଙ୍କ ଉପସ୍ଥିତି। ଆଉ ନ ଥିଲେ ଯାଯାବର ଶିଶୁ ଶ୍ରମିକ; ଯେଉଁମାନେ ଟ୍ରେନ ଡବା ଭିତର ଓଳାଇ ସାରି ଯାତ୍ରୀଙ୍କୁ ପଇସା ମାଗନ୍ତି। ଟ୍ରେନଟି ଯାତ୍ରୀରେ ପୂର୍ଣ୍ଣ ହୋଇଥିଲା ସତ, କିନ୍ତୁ ସେଠି ନ ଥିଲା ଯାତ୍ରୀଙ୍କ କୋଳାହଳ ଓ ନିଜ ଭିତରେ ଭାବ ଆଦାନ ପ୍ରଦାନର ସମ୍ପର୍କ। ସତେ ଯେମିତି ଯାତ୍ରୀଙ୍କ ମୁହଁରୁ କେହି ହସ ଚୋରାଇ ନେଇଛିି। ଏମିତି ଭାବନା ବି ମନକୁ ଆସୁଥିଲା ଯେ କ’ଣ ଆମେ ସମସ୍ତେ ଶୋକସଭା ସାରି ଫେରୁଛୁ କି? ମୁହଁଟି ମାସ୍କରେ ଢାଙ୍କିହୋଇ ରହିଥାଏ ସମସ୍ତଙ୍କର। ଏପଟେ ଚଷମା ଆଢୁଆଳରେ ଜୁଳୁଜୁଳୁ ହୋଇ ଚାହୁଁୁଥିବା ଆଖିରୁ ବାରି ହୋଇପଡୁଥିଲା ଅପେକ୍ଷିତ ପାରସ୍ପରିକ ବାର୍ତ୍ତାଳାପର ପ୍ରତ୍ୟାଶାକୁ। ମାସ୍କ ଭିତରର ମୁହଁର ଭାଷାକୁ ଆଖିରୁ ପଢ଼ି ହେଉଥିଲା। ସ୍ମିତହାସ୍ୟ ସମୟରେ ଯେପରି ନୟନର ଭ୍ରୂକୁଞ୍ଚନ ହୁଏ, ତାହା ଜମାରୁ ଦେଖାଯାଉ ନ ଥିଲା। ଏଣୁ ଏହା ସ୍ପଷ୍ଟ କରେ ଯେ ବଦନ ବିରସ ଓ ବିଷଣ୍ଣ। କେହି ଯାତ୍ରୀ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ମଧ୍ୟରେ ହସମଜାର ଆସର କିମ୍ବା ଖୋଲାପଣର କଥାବାର୍ତ୍ତା ହେଉଥିବା ଦେଖାଯାଉ ନ ଥିଲା। ଏମିତି କି ମୋବାଇଲରେ କଥାବାର୍ତ୍ତା ହେଉଥିବାର ଦୃଶ୍ୟ ଥିଲା ଖୁବ୍‌ କ୍ୱଚିତ ଓ କମ୍‌ ଅବଧିର। ଟ୍ରେନର ନିର୍ଦ୍ଦିଷ୍ଟ ରହଣି କାଳରେ ଟ୍ରେନ ଭିତରୁ ବାହାରକୁ ଓହ୍ଲାଇ ପଡୁଥିବା ଯାତ୍ରୀମାନେ ଏବେ ତାଙ୍କ ସିଟ୍‌ରେ ସ୍ଥିରସ୍ଥିତ। ଯୋଉମାନଙ୍କର ଓହ୍ଲାଇବାର ଅଛି, ସେମାନଙ୍କ ବ୍ୟତୀତ ଅନ୍ୟ ଯାତ୍ରୀମାନେ ରହଣି ସ୍ଥାନରେ ସିଟ୍‌ରୁ ଉଠୁନାହାନ୍ତି। ପୂର୍ବଭଳି ଟ୍ରେନଯାତ୍ରାରେ ଅନେକ କିଛି ପରିବର୍ତ୍ତନ ପରିଲକ୍ଷିତ ହେଉଥିଲା। ବାସ୍ତବରେ ଟ୍ରେନର ଗତି ଅପେକ୍ଷାକୃତ ଅଧିକ ଥିଲା। ରହଣି ବି ସୀମିତ। ଟ୍ରେନ୍‌ଗୁଡ଼ିକ ପ୍ରାୟ ସମୟାନୁବର୍ତ୍ତୀ ଲାଗୁଥିଲେ। ମୁଁ ନୀରବ ନିରୀକ୍ଷଣ କରୁଥିଲି। କାନକୁ ସ୍ପଷ୍ଟ ଭାବେ ଶୁଭୁଥିଲା କେବଳ ଟ୍ରେନର ଛୁକ୍‌ଛୁକ୍‌ ଶବ୍ଦ। ଆହୁରି ଆଶ୍ଚର୍ଯ୍ୟ କରୁଥିଲା, ବିଭିନ୍ନତାର ସମାଗମ ଘଟୁଥିବା ଟ୍ରେନ ଭିତରେ ଦେଖିବାକୁ ମିଳୁଥିଲା ସମଭାବାପନ୍ନ ଯାତ୍ରୀଙ୍କ ସମାହାର। ସମସ୍ତେ ସତର୍କ, ସଚେତନ, ସମଦୃଷ୍ଟିସମ୍ପନ୍ନ। ନିଜ ଭିତରେ କେବଳ କୋଭିଡ୍‌କୁ ହରାଇବାର ପଣ ଛଡ଼ା ଅନ୍ୟ କିଛି ନଜରକୁ ଆସୁ ନ ଥିଲା। ଇତିମଧ୍ୟରେ ଜଣେ ଯାତ୍ରୀ ଛିଙ୍କିଦେବାରୁ ସମସ୍ତେ ତାଙ୍କୁ ବିକଳ ଭାବେ ଚାହଁିଥାନ୍ତି। ଯିବା ଆସିବାର ସ୍ଥଳଗୁଡ଼ିକ ବିଷୟରେ ରେଲଓ୍ବେ ତରଫରୁ ଚେକିଂ କଡ଼ାକଡ଼ି ହେଉଥାଏ। ମୁଁ ନିଶ୍ଚିତ ଥିଲି ଯେ ଆମେ ସମସ୍ତ ଯାତ୍ରୀ କେବଳ ଅତି ଆବଶ୍ୟକତା ଦୃଷ୍ଟିରୁ ଯାତ୍ରା କରୁଛନ୍ତି। ଲକ୍ଷ୍ୟ ହେଉଛି କେବଳ ଲକ୍ଷ୍ୟସ୍ଥଳ। କାମସାରି ଘରକୁ ଫେରିଆସିବା ହିଁ ସମସ୍ତଙ୍କର ଲକ୍ଷ୍ୟ। ଟ୍ରେନ ଭିତରେ କେଉଁଠି ହାତ ମାରିବାକୁ ଇଚ୍ଛା ନ ଥିଲେ ବି ଆବଶ୍ୟକତା ଦୃଷ୍ଟିରୁ ଯେଉଁଠିକୁ ଧରି ଚାଲୁଥାଏ, ସେ ସ୍ଥାନରୁ ହାତରେ ଲାଗୁଥାଏ ବହଳେ ଧୂଳି। କାରଣ ସଭିଙ୍କର ଏ ଅଭ୍ୟାସ ଯୋଗୁ ଅନେକ ସ୍ଥାନ ବାରମ୍ବାର ବ୍ୟବହାର ହେଉ ନ ଥିବା କାରଣରୁ ଏମିତି ହେଉଛି ବୋଲି ମନେହୁଏ। ବାସ୍ତବିକ ଏ ଦୃଶ୍ୟ ନୀରବ ଯାତ୍ରାର। ମନରେ ପ୍ରଶ୍ନ ଉଠୁଥାଏ, ସତରେ କ’ଣ ଏହା ଏକ ଆନନ୍ଦଦାୟକ ଯାତ୍ରା!
ଆହୁରି ଅନେକ ପ୍ରଶ୍ନରେ ଛନ୍ଦି ହେଉଥାଏ ମନ। ଏ ପରିବର୍ତ୍ତନ ଅସ୍ଥାୟୀ ନା ଚିରସ୍ଥାୟୀ। କେତେ ପର୍ଯ୍ୟାୟରେ କୋଭିଡ୍‌ ଆସିବ ତାହା କାହାରିକୁ ଜଣାନାହିଁ। କିନ୍ତୁ ଏପରି ଅଭ୍ୟାସର ଆଶା ଭବିଷ୍ୟତ ରେଳଯାତ୍ରାରେ ନୀରବତାକୁ ଦୃଢ଼ୀଭୂତ କରୁଥାଏ। ଏକଥା ସ୍ପଷ୍ଟ ଯେ, କୋଭିଡ୍‌ କାରଣରୁ ଏ ଅଭ୍ୟାସରେ ପରିବର୍ତ୍ତନ କେବଳ ଯାତ୍ରୀଙ୍କର ନୁହେଁ ବରଂ ବୁଲାବିକାଳିଙ୍କ ବେଉସାରେ ପରିବର୍ତ୍ତନ। ଟ୍ରେନ ଅନେକ ବ୍ୟକ୍ତିଙ୍କ ଜୀବନ ଜୀବିକା ସହ ଯୋଡ଼ା। ପ୍ରତିଦିନର ରୋଜଗାର ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକ କେମିତି ଚଳୁଥିବେ କେଜାଣି। ଏହା ନୀରବ ଟ୍ରେନର ଯାତ୍ରା ହେଇପାରେ, କିନ୍ତୁ ଏ ନୀରବତା ଅନେକ କିଛି ପ୍ରକାଶ କରୁଛି। ଶୁଣିବାକୁ କାନ ନୁହେଁ, ହୃଦୟର ଆବଶ୍ୟକତା ରହିଛି। ଆଉ କେବେ ମୁଁ ଏ ଟ୍ରେନ ଯାତ୍ରାରେ ଯିବି ମୁଁ ଜାଣେନା। ତେବେ ଆଗକୁ କୋଭିଡ୍‌ ସଂକ୍ରମଣ କମାଇବାକୁ ହେଲେ ଏ ଅଭ୍ୟାସର ଆବଶ୍ୟକତା ଢେର ବେଶି। କିନ୍ତୁ ଏପରି ସ୍ଥିତି ବେଶିଦିନ ରହିଲେ ସାରା ବିଶ୍ୱରେ ଅନେକ ସାମାଜିକ, ସାଂସ୍କୃତିକ, ଭାବଗତ ପରିବର୍ତ୍ତନ ଆଣିଦେବ; ଏଥିରେ ସନ୍ଦେହ ନାହିଁ। ତେବେ କୋଭିଡ୍‌ଜନିତ ବିପର୍ଯ୍ୟୟ ଯେ କେତେ ଭୟାନକ ଓ ଏହା ଆଗକୁ ଏହା କେତେ ଭୟଙ୍କର ହୋଇପାରେ ତାହା କହୁଛି ଦି ସାଇଲେଣ୍ଟ ଟ୍ରେନ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri