ନୀରବଦ୍ରଷ୍ଟା ଜାତିସଂଘ

ପ୍ରଥମ ବିଶ୍ୱଯୁଦ୍ଧର ବିଭୀଷିକା ପରେ ଗଠିତ ହୋଇଥିଲା ଜାତିସଂଘ । ତାହାର ସ୍ବଚ୍ଛତା ଏବଂ ସ୍ବାତନ୍ତ୍ର୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟିହେବା ତଥା ଅପାରଗତା ପ୍ରମାଣ ହେବାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୁଣ୍ତଟେକିଥିଲା ମିଳିତ ଜାତିସଂଘ, ୧୯୪୫ ଅକ୍ଟୋବର ୨୪ ତାରିଖରେ। ଯଦିଓ ଏହାର ପରିଚାଳନା ଧନିକ ରାଷ୍ଟ୍ରଗୁଡ଼ିକର କର୍ତ୍ତୃତ୍ୱରେ ହେଉଥିଲା, କିନ୍ତୁ ଲୋକଦେଖାଣିଆ ଅପାରଗତା ତଥା ପକ୍ଷପାତିତା କେବେ ବି ବିଶ୍ୱ ସମୁଦାୟ ଦେଖି ନ ଥିଲେ। କରୋନା ସମୟରେ ଏହି ମହାପାପ ଯୋଗୁ ବିଶ୍ୱ ସମୁଦାୟ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେଲେ। ବିଶ୍ୱ ସମୁଦାୟକୁ ନିୟନ୍ତ୍ରଣ କରିବା ନିମିତ୍ତ ତୃତୀୟ ଅନୁଷ୍ଠାନ ସ୍ବପ୍ନ ଦେଖିବା ବୃଥା। ମିଳିତ ଜାତିସଂଘର ଯେତେ ପରିମାଣରେ ସଂସ୍ଥା ଏବଂ ମାନବ ସମ୍ବଳ ବିଶ୍ୱ ସମୁଦାୟରେ କାର୍ଯ୍ୟ କରୁଛି, ସେଗୁଡ଼ିକୁ ବନ୍ଦ କରିଦେଲେ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡି଼ବ। ତେବେ ପରିଚାଳନାଗତ ସଂସ୍କାର ଏବଂ ସମ୍ବେଦନଶୀଳତାର ପ୍ରକୃଷ୍ଟ ପ୍ରୟୋଗ ଫଳତଃ କାହା ମନରେ କଷ୍ଟ ନ ରହିବା ସହ ବିଶ୍ୱ ସମୁଦାୟ ଶାନ୍ତିରେ ନିଃଶ୍ୱାସ ନେବେ। ସେହି ସମ୍ବନ୍ଧରେ ଆଜିର ଆଲୋଚନା କରିବା, କିନ୍ତୁ ତାହା ପୂର୍ବରୁ କ’ଣ ସବୁ ଅଭିଯୋଗ ରହିଛି ତଥା ଅପାରଗତା କିଭଳି ପରିଦୃଶ୍ୟ ହେଉଛି ସେ ବିଷୟରେ କିଛିଟା ଅବଲୋକନ କରିବା।
ସ୍ଥାପନା ସମୟରୁ ଆଜି ପର୍ଯ୍ୟନ୍ତ ୧୯୩ ଦେଶ ଏହାର ଗୋଷ୍ଠୀଭୁକ୍ତ ହୋଇଛନ୍ତି । ଏହାର ସୁରକ୍ଷା ପରିଷଦରେ ୧୦ ଅସ୍ଥାୟୀ ତଥା ୫ ସ୍ଥାୟୀ ସଦସ୍ୟ ରହିଛନ୍ତି, ଯାହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ। ପୁନଶ୍ଚ ଏହି ସଦସ୍ୟଙ୍କ ଦ୍ୱାରା ଉପଭୋଗ କରାଯାଉଥିବା ଭିଟୋ କ୍ଷମତା ସ୍ବୈରତନ୍ତ୍ରକୁ ଉତ୍ସାହିତ କରୁଛି । ବିଶ୍ୱରେ ସାମରିକ ହସ୍ତକ୍ଷେପକୁ ପ୍ରତିହତକରି ଶାନ୍ତି ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ ଥିଲା।
କିନ୍ତୁ ଏଥିରେ ଆମେରିକାର ଅଯଥା ଆଗ୍ରହ ସବୁବେଳେ ଦେଖିବାକୁ ମିଳେ। ପିତାମାତାଙ୍କ ଜିଦିଆ ତଥା ବାଧ୍ୟସନ୍ତାନ ଭଳି ସେ ନିଜର ମନମାନି କରୁଛି, ଯାହାକୁ ଅନେକେ ପରୋକ୍ଷରେ ସମ୍ମତି ପ୍ରକାଶ କରୁଛନ୍ତି। ନିଜର ଅର୍ଥନୀତିର ଚାହିଦା ପରିପୂରଣ କରିବାକୁ ସେ ଗଣମାଧ୍ୟମରେ କାହାଣୀ ସବୁ ଉପସ୍ଥାପନା କରି ବ୍ୟକ୍ତିଗତ ଆକ୍ରୋଶ ରଖି ଅନେକ ଆରବୀ ରାଷ୍ଟ୍ରମୁଖ୍ୟଙ୍କ ପ୍ରାଣବାୟୁ ମଧ୍ୟ ଶୋଷିନେଉଛି। ଆମର ତଥାକଥିତ ବୁଦ୍ଧିଜୀବୀ ସବୁ ଦେଶ ଅସହିଷ୍ଣୁତା ରହିଛି ବୋଲି ଅତୀତରେ ପୁରସ୍କାର ସବୁ ଫେରେଇ ଦେଉଥିଲେ, କିନ୍ତୁ ବୈଶ୍ୱିକ ଅରାଜକତା ଦେଖି ଆହା ପଦେ କହିବାକୁ କାହାର ସାହସ ନାହିଁ। କେବଳ ଆମେରିକା ନୁହେଁ, ମିଳିତ ଜାତିସଂଘର କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ସମସ୍ତ ସ୍ଥାୟୀ ସଦସ୍ୟଙ୍କ ରାଜନୈତିକ ପିପାସା ତଥା କୌଶଳଗତ ଅଭିପ୍ସା ସାଧନ ହୁଏ ବୋଲି ଅନେକ ସମୟରେ ଅଭିଯୋଗ ହୁଏ। ଉଦାହରଣ ଭାବେ ତେଲିଆ ମୁଣ୍ତରେ ତେଲ ନ୍ୟାୟରେ ତୈଳ ସମ୍ପଦରେ ସମୃଦ୍ଧ କୁଏଟକୁ ୧୯୯୧ରେ ସହାୟତାର ହାତ ବଢ଼ାଯାଇଥିବା ସ୍ଥଳେ ୧୯୯୪ରେ ଖଣିଖାଦାନ ହୀନ ର୍ବାଣ୍ତାର ବିକଳ ଚିତ୍କାର କାହା ହୃଦୟରେ କରୁଣା ଜାତ କରିପାରିଲା ନାହିଁ! ମିଳିତ ଜାତିସଂଘରେ ସୁରକ୍ଷା ପରିଷଦରେ ସାମଗ୍ରିକ ଭାବେ ସମସ୍ତ ରାଷ୍ଟ୍ରଙ୍କୁ ପ୍ରତିନିଧିତ୍ୱ ମିଳେ।
କିନ୍ତୁ ୧୯୯୪ରୁ ସଦସ୍ୟ ଥିବା ପାଲେଷ୍ଟାଇନକୁ ଆଜି ସୁଦ୍ଧା ଥରୁଟିଏ ମଧ୍ୟ ସୁଯୋଗ ମିଳିନାହିଁ। ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଅନେକ ସମୟରେ ମୁଣ୍ତବ୍ୟଥାର କାରଣ ସାଜେ। କିନ୍ତୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅଭିପ୍ରେତ ଏହି ସଂସ୍ଥା ଇସ୍ରାଏଲକୁ ପକ୍ଷପାତ କରୁ୍‌ଛି। ଏହି ରାଷ୍ଟ୍ରକୁ ବିଶ୍ୱ ସମୁଦାୟ ନିକଟରେ ଆନୁଷ୍ଠାନିକ ଭାବେ ନିଜର ପକ୍ଷ ରଖିବାର ସୁଯୋଗ କେବେ ବି ଦିଆଯାଉନାହିଁ।
ଲିଙ୍ଗାନୁପାତ ରିପୋର୍ଟ ନିୟମିତ ବ୍ୟବଧାନରେ ପରିପ୍ରକାଶକରି ଉତ୍ସାହିତ କରୁଥିବା ଏହି ସଂସ୍ଥାରେ ମହିଳା ବିଷୟକ କମିଟିରେ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳେନାହିଁ। ସାମଗ୍ରିକ ଭାବେ ଦେଖିଲେ ୨୦୧୫ରେ ପ୍ରକାଶିତ ରିପୋର୍ଟରେ ମିଳିତ ଜାତିସଂଘର ବିଭିନ୍ନ ମୁଖ୍ୟ ପଦବୀର ୭୮ ପ୍ରତିଶତ ପୁରୁଷଙ୍କ ଦ୍ୱାରା ଅଧିକୃତ।
ବାଂଲାଦେଶରେ ପାକିସ୍ତାନ ସେନା ଦ୍ୱାରା ନରସଂହାରକୁ ମୁକାବିଲା କରିଥିଲା କେବଳ ଭାରତୀୟ ସେନା। ସର୍ବିଆ ସେନା ଦ୍ୱାରା ବୋସ୍‌ନିଆନ ମୁସଲମାନଙ୍କ ନରସଂହାର କ୍ଷେତ୍ରରେ ମଧ୍ୟ ନୀରବ ରହିଥିଲା ମିଳିତ ଜାତିସଂଘ। ୪୦୦ ଡଚ୍‌ ଶାନ୍ତି ସେନାଙ୍କ ଦ୍ୱାରା ଏହି ସମସ୍ୟା ସମାଧାନ ହୋଇଥିଲା। ସୁଦାନ ସରକାରଙ୍କ ପ୍ରାୟୋଜିତ ଜଞ୍ଜାୱିଦ ମିଲିସିଆ ୩ଲକ୍ଷ ନରସଂହାର କରିଥିଲେ, ଯାହା ବିଶ୍ୱ ଇତିହାସରେ ସବୁଠୁ ଅଧିକ କଳଙ୍କିତ ଅଧ୍ୟାୟ ଥିଲା। କିନ୍ତୁ ଏଥିରେ ମଧ୍ୟ ମିଳିତ ଜାତିସଂଘ ନୀରବତା ବଜାୟ ରଖିଥିଲା।
ଶ୍ରୀଲଙ୍କାରେ ୨୦୦୯ର ଯୁଦ୍ଧ ନିମନ୍ତେ ମିଳିତ ଜାତିସଂଘ ତରଫରୁ ଏକ ସମୀକ୍ଷା ପ୍ରକାଶିତ ହୋଇଥିଲା, ଯେଉଁଠି ସରକାରୀ ଭାବେ ୧୦ହଜାର ନାଗରିକଙ୍କ ମୃତ୍ୟ ହୋଇଥିଲା ବୋଲି ଉଲ୍ଲେଖ ରହିଛି। କିନ୍ତୁ ବେସରକାରୀ ଭାବେ ଏହା ୪୦ ହଜାର ବୋଲି ସ୍ଥାନୀୟ ଗଣମାଧ୍ୟମ ପରିପ୍ରକାଶ କରିଛି। ଯେଉଁ ରାଷ୍ଟ୍ରଗୁଡ଼ିକର ସ୍ବର ଶାଣିତ ରହିଛି, ସେମାନଙ୍କ ହିତ ସାଧନ ହେଉଥିଲେ ମିଳିତ ଜାତିସଂଘ ନୀରବଦ୍ରଷ୍ଟା ସାଜେ।
ପୁନଶ୍ଚ ଚାଇନାକୁ ପ୍ରୋତ୍ସାହନ ଦେଇ ତାଇୱାନକୁ ସ୍ବତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା ଦିଆଯାଉନାହିଁ।
ଅନେକ ସମୟରେ ଏହାର କାର୍ଯ୍ୟକର୍ତ୍ତା ଦୁର୍ନୀତି କରନ୍ତି ବୋଲି ଗଣମାଧ୍ୟମ ଖବର ପ୍ରକାଶ କରେ। ଏହାଦ୍ୱାରା ପ୍ରେରିତ ଶାନ୍ତିସେନା ଅନେକ ଦେଶରେ ଯାଇ ମହିଳାଙ୍କ ସହ ଶିଶୁଙ୍କୁ ମଧ୍ୟ ଅମାନୁଷିକ ବ୍ୟବହାର କରିବାର ପ୍ରାମାଣିକ ରିପୋର୍ଟ ସବୁ ମିଳିଛି। ପୁନଶ୍ଚ ଆର୍ଥିକ ଖର୍ଚ୍ଚର ହିସାବ ରଖାଯାଏ ନାହିଁ। ୨୦୦୭ରେ କୋସୋଭୋରେ ମିଳିତ ଜାତିସଂଘର ଆର୍ଥିକ ମନମାନି ଚାଲିଛି ବୋଲି ଆମେରିକାର କୂଟନୀତିଜ୍ଞ ଜେମ୍‌ସ ୱାସେରଷ୍ଟୋର୍ମ ଅଭିଯୋଗ କରି ନିଜ ପଦବୀରୁ ବରଖାସ୍ତ ହୋଇଥିଲେ। ଖାଲି ସେତିକି ନୁହେଁ, ବାନ୍‌ କି ମୁନ୍‌ଙ୍କୁ ସମାଲୋଚନା କରିବାରୁ ସେ ମିଳିତ ଜାତିସଂଘ ପୋଲିସ ଦ୍ୱାରା ଗିରଫ ମଧ୍ୟ ହୋଇଥିଲେ।
ସମୟ ଆସିଛି ସଂସ୍କାରର। ସସ୍‌ଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ବା ନିରନ୍ତର ବିକାଶ ଲକ୍ଷ୍ୟରେ ଗୋଟିଏ ବୈଶିଷ୍ଟ୍ୟ ରହିଛି ମାନବୀୟ ଗୁଣାବଳୀ ଗୁଡ଼ିକର ବିକାଶ।
ଆଜିର ସମାଲୋଚନା ଅନୁଷ୍ଠାନର ବଡ଼ପଣ୍ତାମାନଙ୍କୁ କରାଯାଇଛି। ଉପଯୁକ୍ତ ପ୍ରତିନିଧିତ୍ୱ ତଥା ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସ୍ଥାପନା କରାଯାଇପାରିଲେ ଅନେକ ଏବଂ ସମସ୍ତ ସମସ୍ୟାର ସାମାଧାନ ହୋଇପାରିବ।

  • ଅରୁଣ କୁମାର ତ୍ରିପାଠୀ
    ଜୟପୁର, ମୋ-୯୦୭୮୮୩୮୬୨୭

Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri