ଫଳକ ଲାଗିଲା, କଢ଼ାଗଲା

କେନ୍ଦ୍ରାପଡ଼ା ଅଫିସ,୮ା୧: କେନ୍ଦ୍ରାପଡ଼ା ସହରର ଶାମଗୁଡ଼ିଆସ୍ଥିତ ଜିଲା ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲ ଉଦ୍‌ଘାଟିତ ହେବାର ଫଳକ ଲଗାଯିବା, ପୁଣି ହଟାଯିବା ଭଳି ଘଟଣା ଶୁକ୍ରବାର ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୫ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ ଉତ୍ସବ ଅବସରରେ ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଥିଲେ। ତାହାର ଫଳକ ଲଗାଯିବା କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ତ୍ତ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିପାଇଁ ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ କ’ଣ ହେଲା କେଜାଣି ପୂର୍ତ୍ତ ବିଭାଗ ପକ୍ଷରୁ ଫଳକକୁ କାଢ଼ି ନିଆଗଲା। ଏ ସମ୍ପର୍କରେ ବିଧାୟକ ବେହେରାଙ୍କୁ ପଚାରିବା ପାଇଁ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଗ୍ରହଣ କରି ନ ଥିଲେ। ସେହିପରି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲଙ୍କୁ ପଚରାଯିବାରୁ ସେ କହିଛନ୍ତି, ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଚୂଡାନ୍ତ ରୂପ ଦିଆଯାଉଛି। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ନାମଫଳକ ହସ୍ପିଟାଲରେ ଲଗାଯିବ। କିନ୍ତୁ କାହିଁକି ଫଳକ କାଢ଼ି ନିଆଗଲା ତାହା ସେ କହି ନ ଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହସ୍ପିଟାଲକୁ ଆଉଥରେ ଉଦ୍‌ଘାଟନ କରିବାର ଚାଲ୍‌ ଫିକା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଏପରି କି ଉପର ମହଲରୁ ନିର୍ଦ୍ଦେଶ ମିଳିବା ପରେ ଫଳକ କାଢ଼ି ନିଆଯାଇଥିବା ଆଲୋଚନା ହେଉଛି।
କେନ୍ଦ୍ରାପଡ଼ା ଜିଲାର ସ୍ବାସ୍ଥ୍ୟସେବାକୁ ତ୍ୱରାନ୍ବିତ କରିବା ପାଇଁ ଶାମଗୁଡିଆଠାରେ ୨୦୧୬ ଡିସେମ୍ବରରେ ଏହି ହସ୍ପିଟାଲର ଶିଳାନ୍ୟାସ ହୋଇଥିଲା। ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ମୁଖ୍ୟ ଫାଟକ ସମେତ ହସ୍ପିଟାଲର ବିଭିନ୍ନ କୋଠରିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାସହ ଡାକ୍ତର, ରୋଗୀଙ୍କ ପ୍ରକୋଷ୍ଠ ପ୍ରସ୍ତୁତ ହୋଇନାହିଁ କି ଆବଶ୍ୟକ ଯନ୍ତ୍ରପାତି ପହଞ୍ଚତ୍ ନାହିଁ। ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ହସ୍ପିଟାଲ ନିର୍ମାଣାଧୀନ ଥିବାରୁ ନିକଟବର୍ତ୍ତୀ ସ୍ଥାନରେ ପିଣ୍ଡି ନିର୍ମାଣ କରି ଶୁକ୍ରବାର ସେଥିରେ ଉଦ୍‌ଘାଟନ ଫଳକ ସ୍ଥାପନ କରାଯାଇଥିଲା। ସେଥିରେ ବିଧାୟକଙ୍କ ନାମ ମଧ୍ୟ ରହିଥିଲା। କିନ୍ତୁ ହଠାତ୍‌ ଫଳକ କାଢ଼ି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri