ନଭେମ୍ବର ୧୬ ଯାଏ ଘେରି ଉଚ୍ଛେଦ ସ୍ଥଗିତ

କେନ୍ଦ୍ରାପଡ଼ା ଅଫିସ, ୨୬ା୯: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ବିତ କରାଯାଇଥିଲା ।  ତେବେ କେତେଜଣ ମାଲିକ ଘେରି ଅବୈଧ ହୋଇ ନ ଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ୩ ମାମଲା ରୁଜୁ କରିଥିଲେ। ଗତ ୨୩ ତାରିଖରେ ଏହି ମାମଲାର ଶୁଣାଣି କରି ଡିଭିଜନ ବେଞ୍ଚର ଚିଫ୍‌ ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି.ମହାପାତ୍ର ନଭେମ୍ବର ୧୬ ପର୍ଯ୍ୟନ୍ତ ଘେରି ଉଚ୍ଛେଦକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଏହି ସମୟସୀମା ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଅବୈଧ ଘେରି ଚିହ୍ନଟ କରି ସତ୍ୟପାଠ ଜରିଆରେ କୋର୍ଟରେ ସମସ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ପ୍ରଥମ ମାମଲାରେ ୯ ଜଣ ଅଭିଯୋଗକାରୀ ଅଛନ୍ତି । ସେମାନେ ଦର୍ଶାଇଛନ୍ତି, ଜୀବନ ଜୀବିକା ପାଇଁ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଏଥିରେ ପ୍ରଦୂଷଣଜନିତ ସମସ୍ୟା ନାହିଁ। ଦ୍ୱିତୀୟ ଆବେଦନପତ୍ରରେ ୧୭ ଜଣ ଆବେଦନକାରୀ ଦର୍ଶାଇଛନ୍ତି, ଅତ୍ୟାଧୁନିକ ପ୍ରଣାଳୀରେ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ସେହିପରି ତୃତୀୟ ଆବେଦନପତ୍ରରେ ଆଇନ ଅନୁଯାୟୀ ଚିଙ୍ଗୁଡ଼ି ଘେରି କରୁଥିବା ୧୭ ଜଣ ଆବେଦନକାରୀ ଦର୍ଶାଇଛନ୍ତି। ଫଳରେ ବୈଧ ଓ ଅବୈଧ ଘେରିକୁ ନେଇ ପ୍ରଶ୍ନ ଉଠିବାରୁ ଚିହ୍ନଟ ପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ସାମାଜିକ କର୍ମୀ ବୀରେନ କୁମାର ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡ଼ି ଘେରି ଜାତୀୟ ଉଦ୍ୟାନ ଭିତରକନିକା ଓ ଘେରି ନିକଟ ଚାଷୀଙ୍କ ପାଇଁ ବିପଦ ସାଜିଛି । ଏହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରୁଥିବା ବେଳେ ଘେରି ନିକଟ ଚାଷଜମି ଲୁଣା ପାଲଟିଛି । ଫଳରେ ଚାଷୀ ଓ ଘେରିମାଲିକଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ନିକଟରେ ରାଜନଗର ବ୍ଲକ କୁରୁଣ୍ଡି ପଞ୍ଚାୟତରେ ଗୁଳିମାଡ଼ ଘଟଣା ଘଟିଥିଲା। ସେହିପରି ମହାକାଳପଡ଼ା ତହସିଲ ପେଟ୍‌ଛେଲା ରାଜସ୍ବ ଗ୍ରାମ ଅଞ୍ଚଳରେ ୩୯ ଏକର ଗ୍ରାମ୍ୟ ଜଙ୍ଗଲ ଓ ଗୋଚରରେ ଚିଙ୍ଗୁଡି ଘେରି ନିର୍ମାଣକୁ ନେଇ ଘେରି ମାଲିକ ଓ ଗ୍ରାମବାସୀ ମୁହଁାମୁହିଁ ହୋଇଥିଲେ। ରାଜକନିକା ଅଞ୍ଚଳରେ ଘେରି ପାଇଁ ନିର୍ମିତ ନାଳରେ ଲୁଣା ପାଣି ଆସୁଥିବା ନେଇ ବାଦବିବାଦ ଲାଗିଛି । ଜିଲାରେ ୨୦ ହଜାରରୁ ଅଧିକ ଏକର ଜମିରେ ଚିଙ୍ଗୁଡ଼ି ଘେରି ହୋଇଛି ବୋଲି ସେ ଦର୍ଶାଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଭିତରକନିକାର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଛି। ଘେରିରୁ ବାହାରୁ ଥିବା ପ୍ରଦୂଷିତ ଜଳ ଓ ବାୟୁ ସ୍ଥାନୀୟ ଭିତରକନିକାକୁ ନଷ୍ଟ କରୁଛି । ଏହାର ସଦ୍ୟତମ ଉଦାହରଣ ଭିତରକନିକାର ଜଗତଯୋର ଅଞ୍ଚଳରେ ଦେଖିବାକୁ ମିଳୁଛି। ଘେରିର ବିଷାକ୍ତ ଜଳ ସାମୁଦ୍ରିକ ପ୍ରାଣୀଙ୍କ କ୍ଷତି କରୁଥିବା ବେଳେ ନିକଟରେ ଥିବା ହେନ୍ତାଳବଣକୁ ନଷ୍ଟ କରୁଛି। ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇ ନ ପାରିବାର ଅନ୍ୟତମ କାରଣ ଚିଙ୍ଗୁଡି ଘେରି । ୨୦୧୬ରେ ୟୁନେସ୍କୋ ପକ୍ଷରୁ ଆସିଥିବା ଟିମ୍‌ ଭିତରକନିକାରେ ଚିଙ୍ଗୁଡ଼ି ଘେରିକୁ ଅନୁଧ୍ୟାନ କରି କ୍ଷୋଭ ପ୍ରକାଶ କରିଥିଲେ । ଜିଲା ପ୍ରଶାସନ ତୁରନ୍ତ ଜଙ୍ଗଲ ଜମିରୁ ଚିଙ୍ଗୁଡି ଘେରି ଉଚ୍ଛେଦ କରିବାକୁ ସେ ଦାବି କରିଛନ୍ତି ।
ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଚାଲିଛି । ତେବେ କେତେଜଣ ଚିଙ୍ଗୁଡ଼ି ଘେରି ମାଲିକ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା କରିଛନ୍ତି । ଆବେଦନକାରୀଙ୍କ ଘେରି ସମ୍ପର୍କରେ ତଦନ୍ତ କରାଯାଇ ଉଚ୍ଚ ନ୍ୟାୟାଳୟକୁ ଅବଗତ କରାଯିବ ବୋଲି ଉପଜିଲାପାଳ ବେହେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?