ନଭେମ୍ବର ୧୬ ଯାଏ ଘେରି ଉଚ୍ଛେଦ ସ୍ଥଗିତ

କେନ୍ଦ୍ରାପଡ଼ା ଅଫିସ, ୨୬ା୯: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ବିତ କରାଯାଇଥିଲା ।  ତେବେ କେତେଜଣ ମାଲିକ ଘେରି ଅବୈଧ ହୋଇ ନ ଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ୩ ମାମଲା ରୁଜୁ କରିଥିଲେ। ଗତ ୨୩ ତାରିଖରେ ଏହି ମାମଲାର ଶୁଣାଣି କରି ଡିଭିଜନ ବେଞ୍ଚର ଚିଫ୍‌ ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି.ମହାପାତ୍ର ନଭେମ୍ବର ୧୬ ପର୍ଯ୍ୟନ୍ତ ଘେରି ଉଚ୍ଛେଦକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଏହି ସମୟସୀମା ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଅବୈଧ ଘେରି ଚିହ୍ନଟ କରି ସତ୍ୟପାଠ ଜରିଆରେ କୋର୍ଟରେ ସମସ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ପ୍ରଥମ ମାମଲାରେ ୯ ଜଣ ଅଭିଯୋଗକାରୀ ଅଛନ୍ତି । ସେମାନେ ଦର୍ଶାଇଛନ୍ତି, ଜୀବନ ଜୀବିକା ପାଇଁ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଏଥିରେ ପ୍ରଦୂଷଣଜନିତ ସମସ୍ୟା ନାହିଁ। ଦ୍ୱିତୀୟ ଆବେଦନପତ୍ରରେ ୧୭ ଜଣ ଆବେଦନକାରୀ ଦର୍ଶାଇଛନ୍ତି, ଅତ୍ୟାଧୁନିକ ପ୍ରଣାଳୀରେ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ସେହିପରି ତୃତୀୟ ଆବେଦନପତ୍ରରେ ଆଇନ ଅନୁଯାୟୀ ଚିଙ୍ଗୁଡ଼ି ଘେରି କରୁଥିବା ୧୭ ଜଣ ଆବେଦନକାରୀ ଦର୍ଶାଇଛନ୍ତି। ଫଳରେ ବୈଧ ଓ ଅବୈଧ ଘେରିକୁ ନେଇ ପ୍ରଶ୍ନ ଉଠିବାରୁ ଚିହ୍ନଟ ପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ସାମାଜିକ କର୍ମୀ ବୀରେନ କୁମାର ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡ଼ି ଘେରି ଜାତୀୟ ଉଦ୍ୟାନ ଭିତରକନିକା ଓ ଘେରି ନିକଟ ଚାଷୀଙ୍କ ପାଇଁ ବିପଦ ସାଜିଛି । ଏହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରୁଥିବା ବେଳେ ଘେରି ନିକଟ ଚାଷଜମି ଲୁଣା ପାଲଟିଛି । ଫଳରେ ଚାଷୀ ଓ ଘେରିମାଲିକଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ନିକଟରେ ରାଜନଗର ବ୍ଲକ କୁରୁଣ୍ଡି ପଞ୍ଚାୟତରେ ଗୁଳିମାଡ଼ ଘଟଣା ଘଟିଥିଲା। ସେହିପରି ମହାକାଳପଡ଼ା ତହସିଲ ପେଟ୍‌ଛେଲା ରାଜସ୍ବ ଗ୍ରାମ ଅଞ୍ଚଳରେ ୩୯ ଏକର ଗ୍ରାମ୍ୟ ଜଙ୍ଗଲ ଓ ଗୋଚରରେ ଚିଙ୍ଗୁଡି ଘେରି ନିର୍ମାଣକୁ ନେଇ ଘେରି ମାଲିକ ଓ ଗ୍ରାମବାସୀ ମୁହଁାମୁହିଁ ହୋଇଥିଲେ। ରାଜକନିକା ଅଞ୍ଚଳରେ ଘେରି ପାଇଁ ନିର୍ମିତ ନାଳରେ ଲୁଣା ପାଣି ଆସୁଥିବା ନେଇ ବାଦବିବାଦ ଲାଗିଛି । ଜିଲାରେ ୨୦ ହଜାରରୁ ଅଧିକ ଏକର ଜମିରେ ଚିଙ୍ଗୁଡ଼ି ଘେରି ହୋଇଛି ବୋଲି ସେ ଦର୍ଶାଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଭିତରକନିକାର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଛି। ଘେରିରୁ ବାହାରୁ ଥିବା ପ୍ରଦୂଷିତ ଜଳ ଓ ବାୟୁ ସ୍ଥାନୀୟ ଭିତରକନିକାକୁ ନଷ୍ଟ କରୁଛି । ଏହାର ସଦ୍ୟତମ ଉଦାହରଣ ଭିତରକନିକାର ଜଗତଯୋର ଅଞ୍ଚଳରେ ଦେଖିବାକୁ ମିଳୁଛି। ଘେରିର ବିଷାକ୍ତ ଜଳ ସାମୁଦ୍ରିକ ପ୍ରାଣୀଙ୍କ କ୍ଷତି କରୁଥିବା ବେଳେ ନିକଟରେ ଥିବା ହେନ୍ତାଳବଣକୁ ନଷ୍ଟ କରୁଛି। ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇ ନ ପାରିବାର ଅନ୍ୟତମ କାରଣ ଚିଙ୍ଗୁଡି ଘେରି । ୨୦୧୬ରେ ୟୁନେସ୍କୋ ପକ୍ଷରୁ ଆସିଥିବା ଟିମ୍‌ ଭିତରକନିକାରେ ଚିଙ୍ଗୁଡ଼ି ଘେରିକୁ ଅନୁଧ୍ୟାନ କରି କ୍ଷୋଭ ପ୍ରକାଶ କରିଥିଲେ । ଜିଲା ପ୍ରଶାସନ ତୁରନ୍ତ ଜଙ୍ଗଲ ଜମିରୁ ଚିଙ୍ଗୁଡି ଘେରି ଉଚ୍ଛେଦ କରିବାକୁ ସେ ଦାବି କରିଛନ୍ତି ।
ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଚାଲିଛି । ତେବେ କେତେଜଣ ଚିଙ୍ଗୁଡ଼ି ଘେରି ମାଲିକ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା କରିଛନ୍ତି । ଆବେଦନକାରୀଙ୍କ ଘେରି ସମ୍ପର୍କରେ ତଦନ୍ତ କରାଯାଇ ଉଚ୍ଚ ନ୍ୟାୟାଳୟକୁ ଅବଗତ କରାଯିବ ବୋଲି ଉପଜିଲାପାଳ ବେହେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ...

କଣ୍ଠଶିଳ୍ପୀ ସୌରିନ୍‌ଙ୍କୁ ଗିରଫ ପାଇଁ ପୋଲିସ ଟିମ୍‌ ଗଠନ ହେବ

କଟକ,୧ା୯ (କାର୍ତ୍ତିକ ସାହୁ):ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କୁ ଗିରଫ କରିବା ପାଇଁ କମିଶନରେଟ୍‌ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ହାଇକୋର୍ଟରେ ସୌରିନ୍‌ଙ୍କ ଆଗୁଆ ଜାମିନ ଆବେଦନ...

କୁଆପଥର ମାଡ଼ରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଉମରକୋଟ, ୧୩।୧(ସ୍ବ.ପ୍ର.) କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ମୂର୍ତ୍ତୃମା ପଞ୍ଚାୟତରେ ୩୦ହେକ୍ଟର ମକାଚାଷରୁ ୧୨ ହେକ୍ଟର, ବକୋଦା, ଇନ୍ଦ୍ରପୁରୀ, ସ୍ବର୍ଣ୍ଣପୁରୀ, ଗୋଟିଗୁଡ଼ା,ଉମର ଗାଁରେ ହୋଇଥିବା ୩୫୦...

ସ୍ନାନଯାତ୍ରାର ସିଧା ପ୍ରସାରଣ: ସ୍ଥିତି ପରଖିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ

ପୁରୀ ଅଫିସ, ୨।୬:ଆସନ୍ତା ୫ ତାରିଖରେ ସ୍ନାନ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋର୍‌ଦାର ପ୍ରସ୍ତୁତି ଚାଲିଛି। କରୋନା ପାଇଁ ଏଥର ବିନା ଭକ୍ତରେ...

ବଡ଼ ଭାଇ ମାଂସ ତରକାରୀ ଖାଇଦେବାରୁ ସାନ ଭଉଣୀର ଆତ୍ମହତ୍ୟା

ପାଟଣା,୨୨।୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ ଭାଇ ମାଂସ ତରକାରୀ ଖାଇଦେବାରୁ ସାନ ଭଉଣୀ...

ଅସନ୍ତୁଷ୍ଟ କର୍ମୀଙ୍କୁ ଦଳକୁ ଆଣିଲେ ମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୧ା୫: ବ୍ରଜରାଜନଗର ଉପନିର୍ବାଚନରେ ଅଳକା ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଦଳର ମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କ ସହ ହେଭିୱେଟ ନେତୃବୃନ୍ଦ ପ୍ରାଣପଣେ...

ବେଆଇନ କରତକଳରେ ଚଢ଼ାଉ : କାଠ, ଯନ୍ତ୍ରାଂଶ ଜବତ

ଚାନ୍ଦବାଲି, ୧୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଏକ ବେଆଇନ କରତକଳରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶନିବାର ଚଢାଉ କରାଯାଇଛି। ଚାନ୍ଦବାଲି...

ପ୍ରଚାର ମଇଦାନକୁ ଓହ୍ଲାଇଲେ ପିସିସି ସଭାପତି

ଭଦ୍ରକ ଅଫିସ,୨୭।୧୦: ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ସରଗରମ୍‌ ହେବାରେ ଲାଗିଛି। କଂଗ୍ରେସ ଗତ ଦୁଇଦିନ ହେଲା ନିର୍ବାଚନୀ ପ୍ରଚାରକୁ...

Advertisement
Archives

Model This Week