Posted inଜାତୀୟ

ଶୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ବାଇ,୩।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏବଂ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ବେଳେ ଗୋରେଗାଓଁ ସ୍ଥିତ ସେଟ୍‌ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପାଖାପାଖି ୫୦ରୁ ୬୦ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ ସୁଟିଂ ବେଳେ ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ସେଟରେ ଲାଗିଥିବା ନିଆଁର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଫିଲ୍ମରେ ପ୍ରଭାସଙ୍କୁ ଆଦିପୁରୁଷ ଭୂମିକାରେ ଦେଖିବାକୁ ମିଳିବ। ରାବଣ ଭୂମିକାରେ ସୈଫ ନଜରକୁ ଆସିବେ । ଫିଲ୍ମ ହିନ୍ଦୀ ଏବଂ ତେଲୁଗୁରେ ସୁଟିଂ କରାଯିବ। ୨୦୨୨ରେ ଫିଲ୍ମ ରିଲିଜ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଦିଲ୍ଳୀ-ଗୁରୁଗ୍ରାମ ବର୍ଡର ସିଲ୍‌

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟକୁ ଦେଖି ଏବେ ଗୁରୁଗ୍ରାମ ସୀମାକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ କେବଳ ସେହି ଲୋକଙ୍କୁ ଯିବାକୁ...

ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ...

ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଶିମ୍‌ଲା,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ବିରୋଧୀ କଂଗ୍ରେସ...

ହାଇକୋର୍ଟ ଗଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬ା୧: ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ତଳକୋର୍ଟ ଦ୍ୱାରା ଡିସେମ୍ବର ୨୦ରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ନିଲମ୍ବିତ ଭାଜପା ବିଧାୟକ କୁଲଦୀପ ସେନ୍‌ଗାର ବୁଧବାର ଦିଲ୍ଲୀ...

୨ ରାଜ୍ୟ ସଭା ଆସନ ଲାଗି ଉପନିର୍ବାଚନ ୧୬ରେ

ନୂଆଦିଲ୍ଲୀ,୨୭।୯(ପି.ଟି.):ରାଜ୍ୟ ସଭାରେ ଖାଲିପଡ଼ିଥିବା ଦୁଇଟି ଆସନ ଲାଗି ଉପନିର୍ବାଚନ ଅକ୍ଟୋବର ୧୬ରେ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ...

ୟୁପିଏସ୍‌ସି ପରୀକ୍ଷା: ଓଭର ଏଜ୍‌ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ,୨୪।୨: ୟୁପିଏସ୍‌ସି ପରୀକ୍ଷା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଝଟ୍‌କା ଲାଗିଛି। ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ସମୟରେ ପରୀକ୍ଷା ଦେଇଥିବା ଓଭର ଏଜ୍‌...

ଶୋପିଆନ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ରେବାନ ଖାଜରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ...

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର...

Advertisement

BGU

Archives

Model This Week

Why Dharitri