ଆହାର କେନ୍ଦ୍ରକୁ ଆଚାର ଯୋଗାଇବେ ଏସ୍‌ଏଚ୍‌ଜି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟର ୧୬୬ ଆହାର କେନ୍ଦ୍ର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଦ୍ୱାରା ପରିଚାଳିତ ହେଉଛି। ପ୍ରତି ମିଲ୍‌ରେ ୧୦ ଗ୍ରାମର ଆଚାର ହିସାବରେ ପ୍ରତିଦିନ ୧ ମେଟ୍ରିକ୍‌ ଟନ୍‌ ଓ ବର୍ଷକୁ ପ୍ରାୟ ୩୦୦ ମେଟ୍ରିକ୍‌ ଟନ୍‌ ଆଚାରର ଆବଶ୍ୟକତା ପଡୁଛି। ଏଣିକି ସ୍ବୟଂ ସହାୟକ ଗୋଷ୍ଠୀମାନେ ଆଉ ଖୋଲାବଜାରରୁ ଆଚାର କିଣିବେ ନାହିଁ। ନିଜେ ଆଚାର ତିଆରି କରି ଏହି ଚାହିଦା ପୂରଣ କରିବେ। ମହିଳା ଉଦ୍ୟୋଗୀ ସୃଷ୍ଟି ସହ ଏହି ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ(ସୁଡ଼ା)ଙ୍କ ସହଯୋଗରେ ମିଶନ ଶକ୍ତି ୩ ଅତ୍ୟାଧୁନିକ ଆଚାର ଉଦ୍ୟୋଗ ସ୍ଥାପନ କରୁଛି। ବାରିପଦାର ମା’ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀ, ବ୍ରହ୍ମପୁରର ବିଘ୍ନେଶ୍ୱର-୨ ସ୍ବୟଂ ସହାୟକ ଗୋଷ୍ଠୀ ଓ ଢେଙ୍କାନାଳର ମହାସଙ୍ଗମ ମିଶନ ଶକ୍ତି ଆଞ୍ଚଳିକ ମହାସଂଘଙ୍କୁ ଏହି ତିନୋଟି ଉଦ୍ୟୋଗ ପରିଚାଳନା ପାଇଁ ଚୟନ କରାଯାଇଛି। ପ୍ରତ୍ୟେକ ୟୁନିଟ୍‌ ୧୦ଟି ଲେଖାଏ ଜିଲାର ଆହାର କେନ୍ଦ୍ରକୁ ଆଚାର ଯୋଗାଇବ।

ଆଚାର ପ୍ରସ୍ତୁତିର ବିବିଧ କୌଶଳ ଓ ଗୁଣବତ୍ତା ସୁନିଶ୍ଚିତ କରିବା ନିମନ୍ତେ ମିଶନ ଶକ୍ତି ବିଭାଗର ଉଦ୍ୟମରେ ଉକ୍ତ ୩ ଏସ୍‌ଏଚ୍‌ଜି ସହ ମହୀଶୂରସ୍ଥିତ କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ (ସିଏଫ୍‌ଟିଆର୍‌ଆଇ)ର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ଜ୍ଞାନକୌଶଳ ଏହି ପ୍ରତିଷ୍ଠାନ ଯୋଗାଇ ଦେବ। ପ୍ରତି ଉଦ୍ୟୋଗ ପାଇଁ ଜଣେ ଲେଖାଏ ଖାଦ୍ୟ ସୁରକ୍ଷା ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ଆଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଯଥା-ଆମ୍ବ, ଲେମ୍ବୁ, ଗାଜର, ଅଦା, କଞ୍ଚାଲଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଏସ୍‌ଏଚ୍‌ଜିମାନେ ସଂଗ୍ରହ କରି ମହଜୁଦ ରଖିଛନ୍ତି। ଇତି ମଧ୍ୟରେ ସିଏଫ୍‌ଟିଆର୍‌ଆଇଠାରୁ ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ଅଣାଯାଇସାରିଛି। ୟୁନିଟ୍‌ଗୁଡ଼ିକ ଅଗଷ୍ଟ ୨୦୨୧ରେ ଉତ୍ପାଦନ ଆରମ୍ଭ କରିବେ। ପ୍ରତି ୧ କେଜି ଆଚାରର ଉତ୍ପାଦନ ଖର୍ଚ୍ଚ ୪୫ ଟଙ୍କା ହୋଇଥିବାବେଳେ କେଜି ପିଛା ୫୧ ଟଙ୍କାରେ ବିକ୍ରି କରିବାକୁ ସ୍ଥିର କରାଯାଇଛି। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗରେ ଉତ୍ପାଦନ ବୃଦ୍ଧି ପାଇଲେ ଖୋଲାବଜାରରେ ମଧ୍ୟ ଆଚାର ବିକ୍ରି କରାଯିବ। ଏହାଦ୍ୱାରା ଏସ୍‌ଏଚ୍‌ଜିଙ୍କ ଆୟ ବୃଦ୍ଧି ପାଇବ। ଏହି ବ୍ୟବସାୟିକ ଉଦ୍ୟୋଗକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ ବୈଷୟିକ ସହାୟତା ବ୍ୟବସ୍ଥାର ବିକାଶ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri