କାରଖାନା ଫେରାଉଛି ଗରଳପାଣି

ଯାଜପୁର ଅଫିସ,୧୮।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଳ ପ୍ରଦୂଷଣ ଉତ୍କଟ ହୋଇଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରୁ କାରଖାନାଗୁଡିକ ନିର୍ମଳ ପାଣି ନେଇ ସ୍ଥାନୀୟ ଅଞ୍ଚଳକୁ ଫେରାଉଛନ୍ତି ଗରଳ। ଏଥିଯୋଗୁ ଗଣ୍ଡାନାଳର ପାଣିରେ ଅତି ବିଷାକ୍ତ ସାଏନାଇଡ୍‌ ପ୍ରାୟ ୨ ଗୁଣ ଓ ଫେନୋଲିକ୍‌ କମ୍ପାଉଣ୍ଡ ୧୫ ଗୁଣ ଅଧିକ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ୧ା୭ା୨୦୨୧ ଓ ୨ା୭ା୨୦୨୧ରେ କଳିଙ୍ଗନଗର ଅଞ୍ଚଳସ୍ଥିତ ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡାନାଳ ପାଣି ନମୁନା ପରୀକ୍ଷାରେ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ଏସ୍‌ପିସିବିର ଚିଫ୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ଇଞ୍ଜିନିୟରଙ୍କୁ ସେଣ୍ଟ୍ରାଲ ଲାବରେଟୋରିର ବରିଷ୍ଠ ପରିବେଶ ବୈଜ୍ଞାନିକ ୯ା୭ା୨୦୨୧ରେ ସୂଚିତ କରିଛନ୍ତି। ଏଭଳି ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ ସହିତ ମଣିଷ ଓ ପ୍ରାଣୀ ସମ୍ପଦ ପାଇଁ ବିଶାଳ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ, ପରିବେଶ କର୍ମୀମାନେ ଅଭିଯୋଗ କରି ଆସୁଛନ୍ତି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମାମଲା ଚାଲୁଛି। କିନ୍ତୁ କାରଖାନାର ପାଣି ବିଶୋଧିତ ହୋଇ ବାହାରୁଥିବା ନେଇ ରିପୋର୍ଟ ଦେଇ ଆସୁଥିବା ସରକାରୀ ଅଧିକାରୀମାନେ କିଭଳି କମ୍ପାନୀ ଖୁଣ୍ଟରେ ବନ୍ଧା ହୋଇଛନ୍ତି ତାହା ଜଳନମୁନା ପରୀକ୍ଷାରୁ ସ୍ପଷ୍ଟ ହେଉଛି।

ମିଳିଥିବା ରିପୋର୍ଟ ଅନୁସାରେ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌), ଜିନ୍ଦଲ ଷ୍ଟେନଲେସ୍‌ ପ୍ରାଇଭେଟ ଲିମିଟେଡ୍‌(ଜେଏସ୍‌ପିଏଲ୍‌), ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌), ମେସ୍କୋ ଷ୍ଟିଲ, ଟାଟା ଷ୍ଟିଲର ବର୍ଜ୍ୟଜଳ ମିଶୁଥିବା ଗଣ୍ଡାନାଳର କୁସୁନପୁରଠାରୁ ଗତ ଜୁନ ୩୦ରେ ଜଳନମୁନା ସଂଗ୍ରହ ହୋଇଥିଲା। ଏହି ନମୁନା ପରୀକ୍ଷା ପରେ ଅନୁମତି ସୀମା (ପର୍‌ମିସ୍‌ବୁଲ୍‌ ଲିମିଟ୍‌) ୦.୦୦୫ (ମିଲିଗ୍ରାମ/ଲିଟର)ଠାରୁ ହାରାହାରି ୦.୦୭୮ (ମିଲିଗ୍ରାମ/ଲିଟର) ଫେନୋଲିକ୍‌ କମ୍ପାଉଣ୍ଡ ଏବଂ ପର୍‌ମିସିବୁଲ୍‌ ଲିମିଟ୍‌ ୦.୦୫ (ମିଲିଗ୍ରାମ/ଲିଟର)ଠାରୁ ୦.୦୯୭(ମିଲିଗ୍ରାମ/ଲିଟର) ସାଏନାଇଡ୍‌ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ ବ୍ରାହ୍ମଣୀ ନଦୀର କବାଟବନ୍ଧଠାରୁ ସଂଗୃହୀତ ନମୁନାରେ ଲିଟର ପିଛା ୦.୦୨୩ ମିଲିଗ୍ରାମ ଫେନୋଲିକ୍‌ ଏବଂ ୦.୦୩୫ ମିଲିଗ୍ରାମ ସାଏନାଇଡ୍‌, ଖରସ୍ରୋତା ନଦୀର ଟିସ୍କୋ ଇନ୍‌ଟେକ୍‌ ପଏଣ୍ଟରୁ ସଂଗୃହୀତ ଜଳ ନମୁନାରେ ୦.୦୩୨ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୪୦ ମିଲିଗ୍ରାମ ସାଏନାଇଡ୍‌, ଗଣ୍ଡାନାଳର ଓଳଲଠାରେ ୦.୦୨୯ ମିଲିଗ୍ରାମ ଫେନୋଲିକ୍‌୍‌ ଓ ୦.୦୩୦ ମିଲିଗ୍ରାମ ସାଏନାଇଡ୍‌୍‌ ରହିଛି। ସେହିପରି ଗଣ୍ଡାନାଳର ମାର୍ଥାପୁର ପାଖରୁ ସଂଗୃହୀତ ଜଳନମୁନାରେ ଲିଟର ପିଛା ୦.୦୪୪ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୪୫ ମିଲିଗ୍ରାମ ସାଇନାଇଡ, ଖରସ୍ରୋତା ନଦୀର ଜୋକଡିଆ ବ୍ରିଜ ନିକଟ ସଂଗୃହୀତ ପାଣିରୁ ୦.୦୩୧ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୩୩ ମିଲିଗ୍ରାମ ସାଏନାଇଡ୍‌ ଏବଂ ଖରସ୍ରୋତା ନଦୀ ଖଣ୍ଡିତର ନିକଟରୁ ସଂଗୃହୀତ ଜଳନମୁନାରେ ୦.୦୨୫ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୨୨ ମିଲିଗ୍ରାମ ସାଏନାଇଡ୍‌ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଗଣ୍ଡାନାଳର କୁସୁନପୁରଠାରେ ଅନୁମତି ସୀମାଠାରୁ ଅଧିକ ସାଏନାଇଡ୍‌ ରହିଥିବାରୁ ଏସ୍‌ପିସିବି ଚିନ୍ତାବ୍ୟକ୍ତ କରିଛି।

ବିଶେଷକରି ବିଆର୍‌ପିଏଲର ବର୍ଜ୍ୟପାଣି ଏଠାରେ ଅଧିକ ମିଶୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଏନେଇ ବିଆର୍‌ପିଏଲ୍‌ ବିରୋଧରେ ଏନ୍‌ଜିଟିରେ ଏକ ମାମଲା ବିଚାରାଧୀନ ମଧ୍ୟ ରହିଛି। ତେବେ ଏସ୍‌ପିସିବିର ଏହି ରିପୋର୍ଟକୁ ଅବଲୋକନ କଲେ ବିଆର୍‌ପିଏଲ୍‌ ବାହାରକୁ ବର୍ଜ୍ୟଜଳ ଛାଡୁଥିବା ପ୍ରମାଣିତ କରୁଛି। ଏହାବାଦ କେତେକ କାରଖାନାର ବର୍ଜ୍ୟଜଳ ଚାଷଜମି ଦେଇ ଗଣ୍ଡାନାଳରେ ମିଶୁଛି।
ଅନ୍ୟପକ୍ଷେ କାରଖାନାର ବର୍ଜ୍ୟଜଳ ମିଶୁଥିବା ନଦୀ ତଟବର୍ତ୍ତୀ ଅଞ୍ଚଳରେ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ୍‌ ଲଗାଇବାକୁ ପୂର୍ବରୁ ହୋଇଥିବା ନିଷ୍ପତ୍ତି କେବଳ କାଗଜପତ୍ରରେ ସୀମିତ ରହିଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ, ସେ କହିଛନ୍ତି ଫେନୋଲିକ୍‌ ପଦାର୍ଥ ପାଇଁ କାରଖାନା ଦାୟୀ ନୁହେଁ। ସେହି ଅଞ୍ଚଳର ମାଟି, ଗଛ, ପତ୍ର ଆଦି ପ୍ରାକୃତିକ ସ୍ଥିତି ଅନୁସାରେ ଫେନୋଲିକ୍‌ ନିର୍ଭର କରିଥାଏ। ତେବେ ସାଏନାଇଡ୍‌ ଯେଉଁ ପରିମାଣରେ ବାହାରୁଛି ତାକୁ ନିୟନ୍ତ୍ରଣ କରିବାକୁ ଗଣ୍ଡାନାଳରେ ସେତିକି ପାଣି ପ୍ରଭାବିତ ହେଉନାହିଁ। କାରଖାନାରୁ ବାହାରୁଥିବା ପାଣି ବିଶୋଧନ କରି ଗଣ୍ଡାନାଳରେ ଛଡ଼ାଯାଉଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର: ମିଳୁନି ପରିଚୟ

ବରଗଡ଼ ଅଫିସ,୨୦।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଚୋରଗ୍ରୀଣ୍ଡୋଲା ଗ୍ରାମରେ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ନାବାଳିକାଙ୍କୁ ସୋମବାର ଉଦ୍ଧାର କରାଯାଇଛି । ସ୍ବେଚ୍ଛାସେବୀ...

୪ କିମି ଭାରରେ ବୁହା ହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୫ା୯(ଡି.ଏନ.ଏ.): ଏବେବି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଉପଯୁକ୍ତ ସଚେତନତା ଓ ବିଭିନ୍ନ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶର ଅଭାବ ଯୋଗୁ ବିଭିନ୍ନ...

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ସବୁଜ ସଙ୍କେତ

କଟକ ଅଫିସ,୧୯ା୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ରହିଥିବା ଅଦାଲତ କଟକଣା ଏବେ ଅପସରି ଯାଉଛି। ଏହି ପୁରସ୍କାର ପ୍ରଦାନ ଉପରେ ଜାରି...

ଆମପାଣି ଘାଟିରେ ବୁଲୁଛି କଳରାପତରିିଆ ବାଘ: ଜଙ୍ଗଲ ଭିତରକୁ ନ ଯିବାକୁ ବନ ବିଭାଗର ପରାମର୍ଶ

କୋକସରା,୬।୧: କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ସୋମବାର ରାତିରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ସିଉନୀ ଗାଁର ଆଲୋକ ପାଣିଗ୍ରାହୀ...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶହେ ଫୁଟ୍‌ ଉଚ୍ଚରେ ଉଡ଼ିବ ତ୍ରିରଙ୍ଗା

ସମ୍ବଲପୁର,୨୬।୧(ବ୍ୟୁରୋ):  ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଶହେ ଫୁଟ୍‌ ଉଚ୍ଚରେ ଜାତୀୟ ପତାକା ଉଡିବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ...

ଖସୁନି ପରିବା ଦର, ଚିନ୍ତାରେ ଖାଉଟି

ଧରାକୋଟ,୩।୧୧(ଡି.ଏନ୍‌.ଏ.): ଗତ ଲଗାଣ ବର୍ଷାରେ ପରିବା ଚାଷ ବ୍ୟାପକ କ୍ଷତି ହୋଇଛି। ବିଲରେ ପାଣି ଜମି ରହିବାରୁ ଗଛସବୁ ପଚି ଯାଇ ଗଛ ନଷ୍ଟ ହୋଇଯାଇଥିଲା।...

ହେଭି ଭେହିକିଲ୍‌ରେ ସ୍ଥାନାନ୍ତର ହେବ ନରହନ୍ତା ଦନ୍ତା

ତାଳଚେର,୨୨ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ...

ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ; ଚାଲିଗଲା ୪ ଜୀବନ

ଫୁଲବାଣୀ ଅଫିସ,୧୩।୨: ଭୋଜି ଖାଇବା ହେଲା କାଳ । ଭୋଜିଖାଇ ଫେରୁ ଥିବା ବେଳେ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ...

Advertisement
Archives

Model This Week