ରାଜ୍ୟର ୬ ବେଳାଭୂମିରେ ଜମିବ ନାଚ ଗୀତର ଆସର

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ଓଡ଼ିଶା ବେଳାଭୂମିର ରୂପ ବଦଳିବ। ସୌଖୀନ ଖାଦ୍ୟ ସାଙ୍ଗକୁ ନାଚ ଗୀତର ଆସର ଜମିବ। ପର୍ଯ୍ୟଟକମାନେ ମଦ୍ୟପାନ ସହ ନାଚ ଗୀତର ମଜା ନେଇପାରିବେ। ବେଳାଭୂମିକୁ ଏକ ପ୍ରକାର ରଙ୍ଗିନ କରାଯିବା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ସମୁଦ୍ର ବେଳାଭୂମିକୁ ନେଇ ଏପରି ପରିକଳ୍ପନା କରାଯିବା ସହିତ ଗୋଆ ବିଚ୍‌ ଭଳି ରୂପ ଦେବା ନେଇ ସରକାର ଯୋଜନା କରିଛନ୍ତି। ବେଳାଭୂମିରେ ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ସଙ୍ଗୀତ ସାଙ୍ଗକୁ ସୁସ୍ବାଦୁ ଖାଦ୍ୟ ଏବଂ ମୃଦୁ ପାନୀୟ ବ୍ୟବସ୍ଥା ରହିବ। ରାଜ୍ୟରେ ମୋଟ ୬ଟି ବେଳାଭୂମିରେ ଓଟିଡିସି ପକ୍ଷରୁ ଝୁମ୍ପୁଡି ତିଆରି ଲାଗି ନିଷ୍ପତ୍ତି ହୋଇଛି। ଝୁମ୍ପୁଡି ନିର୍ମାଣ ଲାଗି ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମ ଜିଲାର ଗୋପାଳପୁର, ବାଲେଶ୍ୱର ଜିଲା ତାଳସାରି-ଉଦୟପୁର ଏବଂ ଚାନ୍ଦିପୁର, ଜଗତ୍‌ସିଂହପୁର ଜିଲାର ପାରାଦୀପ ଏବଂ ଗଞ୍ଜାମ ଜିଲାର ପାତି ସୋନାପୁର ବେଳାଭୂମିରେ ଏହି ବ୍ୟବସ୍ଥା କରାଯିବ। ଉକ୍ତ ବେଳାଭୂମିରେ ନିର୍ମାଣ ହେବାକୁ ଥିବା ଝୁମ୍ପୁଡିରେ ମଦ ଦୋକାନ ରହିବ। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ବ୍ୟବସ୍ଥା କରାଯିବ। ଯେଉଁମାନେ ସେହିଠାରେ ବସି ମଦ ପିଇ ଖାଇବେ ସେମାନଙ୍କୁ ମଦ ମିଳିବ ବୋଲି ସରକାରଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅନ୍ତରୀଣ ରହିତାଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୭ା୯: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତରେ...

ବଡ଼ମ୍ବା ରାଜବାଟୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ

ବଡ଼ମ୍ବା, ୨୮ା୧୧(ଡି.ଏନ୍‌.ଏ.): ବଡମ୍ବା ରାଜବାଟୀସ୍ଥିତ ଜଗନ୍ନାଥଙ୍କର ଶୁକ୍ରବାର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ପ୍ରଥମଥର ଲାଗି ରାଜବାଟୀରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର...

୧୩ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଏଥର ତାତିରୁ ଆଶ୍ୱସ୍ତି ମିଳିବ । ୩ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ...

ବ୍ରିଟେନ୍‌ ଫେରନ୍ତା ୪ବର୍ଷ ଶିଶୁକନ୍ୟା ପଜିଟିଭ

ଭୁବନେଶ୍ୱର, ୨୬ା୧୨(ବ୍ୟୁରୋ): ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ଜଣେ ୪ବର୍ଷର ଶିଶୁକନ୍ୟା କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ...

ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୯: ଷ୍ଟାର୍‌ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ।...

ତୋଟାବନ୍ଧ ସାହିର ୨୫ ପରିବାରଙ୍କୁ ଥଇଥାନ ଦାବି: ବିଏମ୍‌ସି ଦ୍ୱାରସ୍ଥ ହେଲେ ଉଚ୍ଛେଦ ପରିବାର

ବ୍ରହ୍ମପୁର ଅଫିସ,୨୨ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର...

ଜଳପ୍ରପାତରେ ବୁଡି ନିଖୋଜ ଥିଲେ: ମିଳିଲା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ

କୁଚିଣ୍ଡା,୮ା୯(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ମହୁଲପାଲି ଥାନା ଅଧୀନ ଗୁଦ୍‌ଗୁଦା ଜଳପ୍ରପାତରେ ବୁଡ଼ି ନିଖୋଜ ଥିବା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ ୨୪ଘଣ୍ଟା ପରେ...

ଟାଙ୍କି ଖନନବେଳେ ଭୁଶୁଡ଼ିଲା ପାଚେରି

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟର ସ୍ବେରେଜ ଟାଙ୍କି ଖୋଳାଯାଉଥିବାବେଳେ ପାଚେରୀ ଭୁଶୁଡି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ...

Advertisement
Archives

Model This Week