ଡମ୍ପିଂୟାର୍ଡ ବିବାଦର ସମାଧାନ ଆଶା ମଉଳିଲା

ଭୁବନେଶ୍ୱର, ୩୦।୮ (ବ୍ୟୁରୋ):ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ ଥମିବାର ନାଁ ଧରୁନି। ଯେତେ ଉଦ୍ୟମ କଲେ ବି ସମାଧାନ କରିବାରେ ବିଏମ୍‌ସି ସଫଳ ହୋଇପାରୁନି। ସୋମବାର ସମାଧାନର କୌଣସି ନିଷ୍କର୍ଷ ବାହାରିବ ବୋଲି କୁହାଯାଉଥିଲା। ସହରରୁ ଅଳିଆ ଉଠିବା ସହିତ ସମସ୍ତ ପ୍ରକ୍ରିୟା ସ୍ବାଭାବିକ ହେବାର ଆଶା ବି ଥିଲା। ମାତ୍ର ଦାରୁଠେଙ୍ଗବାସୀ କୌଣସି ନିଷ୍ପତ୍ତି ନ ଜଣାଇବାରୁ ବିଏମ୍‌ସିକୁ ପୁଣିଥରେ ନିରାଶ ହେବାକୁ ପଡିଛି। ଫଳରେ ସହରର ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ସବୁଆଡେ ଆବର୍ଜନା ଗଦା ବଢ଼ିବାରେ ଲାଗିଛି।
ଶନିବାର ହୋଇଥିବା ଆଲୋଚନାରେ ଦାରୁଠେଙ୍ଗ ଗ୍ରାମବାସୀ ନିଷ୍ପତ୍ତି ଜଣାଇବା ନେଇ ବିଏମ୍‌ସିକୁ ଦୁଇଦିନ ସମୟ ମାଗିଥିଲେ। ରବିବାର ଗାଁରେ ବସିଥିବା ବୈଠକରେ ଗ୍ରାମବାସୀ ଜୋର୍‌ଦାର ବିରୋଧ କରିଥିଲେ। ସୋମବାର ସନ୍ଧ୍ୟାରେ ଆଉଥରେ ଗ୍ରାମସଭା ବସିଥିଲା। ମାତ୍ର କ’ଣ ନିଷ୍ପତ୍ତି ହେଲା ସେ ସମ୍ପର୍କରେ ଜଣାଇଲେ ନାହିଁ ଗ୍ରାମବାସୀ। ଏଭଳି ସ୍ଥିତିରେ ସୋମବାର ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଏକ ଜରୁରିକାଳୀନ ବୈଠକ ବସିଥିଲା। ଏଥିରେ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ କୌଣସି ଖବର ଆସି ନ ଥିଲେ ମଧ୍ୟ ସକାରାତ୍ମକ ଫଳ ମିଳିବ ବୋଲି ମେୟର ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟ ବିଏମ୍‌ସିକୁ ଭୁଆସୁଣୀଠାରେ ପ୍ରାୟ ୬୩ ଏକର ପରିମିତ ସ୍ଥାନ ଦେଇଥିଲେ, ଯେଉଁଠାରେ ସହରରୁ ବାହାରୁଥିବା ଅଳିଆ ପକାଯିବ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠାରେ ବାୟୋ ମାଇନିଂ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନ ୩୨ଟି ଏମ୍‌ସିସି ଏବଂ ୧୪ଟି ଏମ୍‌ଆର୍‌ଏଫ୍‌ ଚାଲିଛି। ଏହାକୁ ଭିତ୍ତିକରି ବୈଜ୍ଞାନିକ ପଦ୍ଧତିରେ ପ୍ରାୟ ୫୫୦ଟନ ଅଳିଆ ମଧ୍ୟରୁ ୩ଶହ ଟନ୍‌ ଅଳିଆ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ରେ ପ୍ରକ୍ରିୟାକରଣ କରାଯାଉଛି। ଆଗକୁ ୬ଟି ଏମ୍‌ସିସି ସହିତ ବଡ଼ ବଡ଼ ଏମ୍‌ସିସି କରି ସମ୍ପୂର୍ଣ୍ଣ ଅଳିଆ ଏଥିରେ ପ୍ରକ୍ରିୟାକରଣ କରାଯିବ ବୋଲି ଗ୍ରାମବାସୀଙ୍କୁ କାର୍ଯ୍ୟସୂଚୀ ପ୍ରଦାନ କରିଥିଲୁ। ଏଥିପାଇଁ ୯ମାସ ସମୟ ମଗାଯାଇଛି। ସବୁ ମାସରେ ଏନେଇ ସମୀକ୍ଷା କରାଯିବ। ଏଥିରେ ସେମାନେ ରାଜି ହୋଇଥିଲେ। ତେବେ ବାୟୋ ମାଇନିଂ ବନ୍ଦ କରିବାକୁ ସେମାନେ ଦାବି କରିଥିଲେ। ତେବେ ଏସବୁ ପରେ ଗ୍ରାମବାସୀଙ୍କ ପକ୍ଷରୁ ସକାରାତ୍ମକ ଖବର ଆସିପାରେ ବୋଲି ମେୟର କହିଛନ୍ତି। ଏଥିସହ ବାହାରେ ଅଳିଆ ଗଦା ନ ହୋଇ କିଭଳି ଟିଟିଏସ୍‌କୁ ଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦାରୁଠେଙ୍ଗଠାରେ ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହେବାପରେ ଗ୍ରାମବାସୀ ୨୦ ଦିନ ହେବ ଅଳିଆ ଗାଡ଼ି ଛାଡୁ ନାହାନ୍ତି। ଫଳରେ ସହରରୁ ବାହାରୁଥିବା ଆବର୍ଜନା ସୈନିକ ସ୍କୁଲ ପାଖ ଟିଟିଏସ୍‌ରେ ଗଦା ହେଉଛି। ଟିଟିଏସ୍‌ରେ ଏବେ ଅଳିଆ ପାହାଡ଼ ସୃଷ୍ଟି ହୋଇ ଉଛୁଳିବାକୁ ବସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri