Posted inଜାତୀୟ

ଶୋଇଥିବାବେଳେ ଛାତ୍ରୀଙ୍କୁ ଜାଳିଦେଲେ

ରାଞ୍ଚି,୩୦ା୮: ଏକତରଫା ପ୍ରେମ ଓ ଏଥିରେ ବିଫଳତା ଝାଡ଼ଖଣ୍ଡର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଜୀବନ ନେଇଛି। ବାରମ୍ବାର ପ୍ରେମ ନିବେଦନରେ ବିଫଳ ହେବା ଯୋଗୁ ଅଭିଯୁକ୍ତ ଶାହାରୁଖ ହୁସେନ୍‌ ୧୯ ବର୍ଷୀୟା ଅଙ୍କିତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛନ୍ତି। ସପ୍ତାହେ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ଯୁକ୍ତ ୨ ଛାତ୍ରୀ ଅଙ୍କିତା ସିଂ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଝାଡ଼ଖଣ୍ଡର ଡୁମ୍‌କାରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଦୋଷୀଙ୍କୁ ଫାଶୀ ଦାବିରେ ବହୁସଂଖ୍ୟାରେ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ସେଠାରେ ୧୪୪ ଧାରା ଲାଗୁ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଘଟଣାକୁ ନିନ୍ଦା କରିବା ସହ ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି।
ବାପା ସଞ୍ଜୀବ ସିଂଙ୍କ କହିବା ଅନୁସାରେ, ଶାହାରୁଖ କିଛି ଦିନ ହେଲା ଝିଅକୁ ହଇରାଣ କରୁଥିଲେ। ରାସ୍ତାରେ ଅଟକାଇ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ୧୦-୧୨ ଦିନ ପୂର୍ବରୁ ଅଙ୍କିତାଙ୍କ ସାଙ୍ଗଙ୍କଠାରୁ ଶାହାରୁଖ ନମ୍ବର ନେଇ ଲଗାତର ଫୋନ୍‌ କରୁଥିଲେ। ଏ ସବୁ କଥା ଅଙ୍କିତା ତାଙ୍କ ବାପାଙ୍କୁ ଜଣାଇଥିଲେ। ପ୍ରଥମେ ସଞ୍ଜୀବ ଓ ପରିବାର ଏହାକୁ ଅଣଦେଖା କରିଦେଇଥିଲେ। ଗତ ୨୨ ତାରିଖରେ ଶାହାରୁଖ ଅଙ୍କିତାଙ୍କୁ ଫୋନ୍‌ କରି ସେ ତାଙ୍କୁ ମିଳିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ କଥା ମଧ୍ୟ ଅଙ୍କିତା ଘରେ ଜଣାଇଥିଲେ। ପରଦିନ ଏ ବାବଦରେ ଶାହାରୁଖଙ୍କ ଘର ଲୋକଙ୍କ ସହ କଥା ହେବେ ବୋଲି ସଞ୍ଜୟ କହିଥିଲେ। ହେଲେ ଅଗଷ୍ଟ ୨୩ ତାରିଖ ଭୋର୍‌ରୁ ଶାହାରୁଖ ପେଟ୍ରୋଲ ନେଇ ଅଙ୍କିତାଙ୍କ ଘର ନିକଟକୁ ଆସିଥିଲେ। ଝରକା ପାଖରେ ଶୋଇଥିବା ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଏଥିରେ ଯୁବତୀଙ୍କ ଶରୀରର ପ୍ରାୟ ୯୦% ଜଳିଯାଇଥିଲା। ତାଙ୍କୁ ପ୍ରଥମେ ଫୁଲୋ ଝାନୋ ମେଡିକାଲ ଏବଂ ପରେ ରାଞ୍ଚତ୍ର ଆର୍‌ଆଇଏମ୍‌ଏସ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ନିକଟରେ ଅଙ୍କିତା ତାଙ୍କ ବୟାନ ରେକର୍ଡ କରାଇଥିଲେ। ଏଥିରେ ସେ ସମସ୍ତ ଘଟଣା ଜଣାଇଥିଲେ। ପୋଲିସ ୨୩ ତାରିଖରେ ହିଁ ଶାହାରୁଖଙ୍କୁ ଗିରଫ କରିଛି। ସୋମବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଘଟଣା ସାମ୍‌ନାକୁ ଆସିବା ପରେ ଏହାକୁ ନେଇ ଡୁମ୍‌କାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇବା ସହ ଅଙ୍କିତାଙ୍କୁ ନ୍ୟାୟ ଦାବିରେ ଏସ୍‌ଡିପିଓ ବିଜୟ କୁମାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଡୁମ୍‌କା ଏସ୍‌ପି ଅମ୍ବର ଲକ୍‌ଡା କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତ୍ୱରିତ ବିଚାର ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟରେ ଆବେଦନ କରାଯିବ। ଲୋକ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରନ୍ତୁ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri