ଉତ୍ପାଦିତ ଚାରାକୁ ଜଙ୍ଗଲରେ ଫୋପାଡ଼ି ଦେଲେ

ନୂଆଗାଁ,୧୭।୬ (ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହୀପୁର ବନ ବିଭାଗର ପ୍ରତି କ୍ଷେତ୍ରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ସେହିଭଳି ଚାରା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଛି। ମହୀପୁର ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚାରା ଉତ୍ପାଦନ କରିବା ନାଁରେ କର୍ମଚାରୀମାନେ ଲକ୍ଷାଧିକ ଟଙ୍କା ହେରଫେର ହୋଇଛି। ଉତ୍ପାଦିତ ଚାରାକୁ ଜଙ୍ଗଲରେ ଫୋପାଡି ଦିଆଯାଉଥିବା ଅଭିଯୋଗ ହେଉଛି।
ଲଣ୍ଡା ପାହାଡ, ପଡିଆ ଜମି ଆଦି ସ୍ଥାନରେ ଚାରା ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସରକାର ଚେଷ୍ଟା କରୁଛନ୍ତି। ସେହି ଚାରା ସୃଷ୍ଟି କରିବାକୁ ବନ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବନ ବିଭାଗର କର୍ମଚାରୀଙ୍କ ସହାୟତାରେ ମଞ୍ଜିରୁ ଚାରା ସୃଷ୍ଟି କରିଥାନ୍ତି। ସେଥିପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ସରକାର ଚାରା ସୃଷ୍ଟି କରିବାଠାରୁ ଚାରାକୁ ରୋପଣ କରିବା, ସୁରକ୍ଷା ଦେଇ ବଡ କରିବାକୁ ଯେଉଁ ଅର୍ଥ ବ୍ୟୟ କରୁଛନ୍ତି ତାହା ଯଦି ଠିକ୍‌ ରୂପେ ବ୍ୟୟ ହୋଇ ଥାଆନ୍ତା ତା’ହେଲେ ମହୀପୁର ବନାଞ୍ଚଳ ଅଧୀନରେ ଥିବା ଲଣ୍ଡା ପାହାଡ, ପଡିଆ ଜମି ଆଜି ଘଞ୍ଚ ଜଙ୍ଗଲରେ ପରିଣତ ହୋଇ ଅଭୟାରଣ୍ୟ ପାଲଟି ଯାଇଥା’ନ୍ତା। କିନ୍ତୁ କେତେଜଣ ଅସାଧୁ ତଥା ଲାଭଖୋର ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ସରକାରଙ୍କ ଅର୍ଥବ୍ୟୟ ବ୍ୟର୍ଥ ଯାଉଛି। ସରକାରୀ ଅର୍ଥ ଲୁଟିବାକୁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ବନ କର୍ମଚାରୀ। ମହୀପୁର ବନାଞ୍ଚଳ ଅଧୀନରେ ଅନେକ ସ୍ଥାନରେ ପ୍ରତିବର୍ଷ ଚାରା ଉତ୍ପାଦନ କରାଯାଉଛି। କିନ୍ତୁ ଚାରା ରୋପଣ ନ କରି ତାହାକୁ ନଷ୍ଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦେଖିବାକୁ ମିଳିଛି ମହୀପୁର ସେକ୍ସନ କାଣିଗିରି ବିଟ୍‌ ଟଭାପଲି ଅସ୍ଥାୟୀ ଚାରା ଉପତ୍ାଦନ କେନ୍ଦ୍ରରେ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୯,୧୮,୩୦୦ଟଙ୍କା ବ୍ୟୟରେ ଚାରା ଉତ୍ପାଦନ କରାଯାଇଥିଲା। ଉକ୍ତ କାର୍ଯ୍ୟ ୯ା୬ା୨୦୨୦ରେ ଆରମ୍ଭ ହୋଇ ୩୦ା୬ା୨୦୨୧ରେ ଶେଷ ହେବାର ସୂଚନା ଲେଖାଯାଇଥିଲା। ତେଣୁ ନିର୍ଦ୍ଧାରିତ ତାରିଖ ପରେ ସେହି ଚାରାର କେହି ଦେଖାଶୁଣା କରି ନ ଥିଲେ। ତେବେ ଜାନୁୟାରୀ ୨୦୨୨ ସୁଦ୍ଧା ଉତ୍ପାଦିତ ଚାରାଗୁଡିକ ବଡ଼ ହୋଇ ଘାସ ମାଡି ରହିଥିଲେ ମଧ୍ୟ ସେଥି ମଧ୍ୟରୁ ଗୋଟିଏ ବି ଚାରା ରୋପଣ ପାଇଁ ଯାଇ ନ ଥିଲା। ଚାରା ନଷ୍ଟ ହେଉଥିବା ବାବଦରେ ତତ୍କାଳୀନ ମହୀପୁର ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କୁ ପଚାରିବାରେ ଅନୁଦାନ ଆସିଲେ ଚାରା ରୋପଣ କରାଯିବ ବୋଲି କହିଥିଲେ। କିନ୍ତୁ ସେହି ସ୍ଥାନରେ କାମ୍ପା ଯୋଜନାରେ ଚାରା ସୃଷ୍ଟି କରିବାର ଅନୁଦାନ ଆସିବା ପରେ ପୁରୁଣା ଚାରା ସବୁକୁ ଜଙ୍ଗଲ ମଧ୍ୟରେ ଫୋପାଡି ସେହି ସ୍ଥାନରେ ୧ ଲକ୍ଷ ୧୦ ହଜାର ନୂତନ ଚାରା ସୃଷ୍ଟି କରାଯାଇଛି। ମହୀପୁର ବନ ବିଭାଗର ଏପରି କାର୍ଯ୍ୟ ବିଷୟରେ ଫରେଷ୍ଟର ବବୁଲ ସାହୁଙ୍କୁ ପଚାରିବାରେ ଏପରି କରାଯାଇନାହିଁ କହି କଥାକୁ ଏଡାଇ ଯାଇଛନ୍ତି। ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ପଚାରିବାରେ ତଦନ୍ତ ପରେ ଯାହା କହିବି ବୋଲି ସେ କହିଛନ୍ତି। ଏ ବାବଦରେ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri