ଉତ୍ପାଦିତ ଚାରାକୁ ଜଙ୍ଗଲରେ ଫୋପାଡ଼ି ଦେଲେ

ନୂଆଗାଁ,୧୭।୬ (ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହୀପୁର ବନ ବିଭାଗର ପ୍ରତି କ୍ଷେତ୍ରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ସେହିଭଳି ଚାରା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଛି। ମହୀପୁର ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚାରା ଉତ୍ପାଦନ କରିବା ନାଁରେ କର୍ମଚାରୀମାନେ ଲକ୍ଷାଧିକ ଟଙ୍କା ହେରଫେର ହୋଇଛି। ଉତ୍ପାଦିତ ଚାରାକୁ ଜଙ୍ଗଲରେ ଫୋପାଡି ଦିଆଯାଉଥିବା ଅଭିଯୋଗ ହେଉଛି।
ଲଣ୍ଡା ପାହାଡ, ପଡିଆ ଜମି ଆଦି ସ୍ଥାନରେ ଚାରା ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସରକାର ଚେଷ୍ଟା କରୁଛନ୍ତି। ସେହି ଚାରା ସୃଷ୍ଟି କରିବାକୁ ବନ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବନ ବିଭାଗର କର୍ମଚାରୀଙ୍କ ସହାୟତାରେ ମଞ୍ଜିରୁ ଚାରା ସୃଷ୍ଟି କରିଥାନ୍ତି। ସେଥିପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ସରକାର ଚାରା ସୃଷ୍ଟି କରିବାଠାରୁ ଚାରାକୁ ରୋପଣ କରିବା, ସୁରକ୍ଷା ଦେଇ ବଡ କରିବାକୁ ଯେଉଁ ଅର୍ଥ ବ୍ୟୟ କରୁଛନ୍ତି ତାହା ଯଦି ଠିକ୍‌ ରୂପେ ବ୍ୟୟ ହୋଇ ଥାଆନ୍ତା ତା’ହେଲେ ମହୀପୁର ବନାଞ୍ଚଳ ଅଧୀନରେ ଥିବା ଲଣ୍ଡା ପାହାଡ, ପଡିଆ ଜମି ଆଜି ଘଞ୍ଚ ଜଙ୍ଗଲରେ ପରିଣତ ହୋଇ ଅଭୟାରଣ୍ୟ ପାଲଟି ଯାଇଥା’ନ୍ତା। କିନ୍ତୁ କେତେଜଣ ଅସାଧୁ ତଥା ଲାଭଖୋର ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ସରକାରଙ୍କ ଅର୍ଥବ୍ୟୟ ବ୍ୟର୍ଥ ଯାଉଛି। ସରକାରୀ ଅର୍ଥ ଲୁଟିବାକୁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ବନ କର୍ମଚାରୀ। ମହୀପୁର ବନାଞ୍ଚଳ ଅଧୀନରେ ଅନେକ ସ୍ଥାନରେ ପ୍ରତିବର୍ଷ ଚାରା ଉତ୍ପାଦନ କରାଯାଉଛି। କିନ୍ତୁ ଚାରା ରୋପଣ ନ କରି ତାହାକୁ ନଷ୍ଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦେଖିବାକୁ ମିଳିଛି ମହୀପୁର ସେକ୍ସନ କାଣିଗିରି ବିଟ୍‌ ଟଭାପଲି ଅସ୍ଥାୟୀ ଚାରା ଉପତ୍ାଦନ କେନ୍ଦ୍ରରେ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୯,୧୮,୩୦୦ଟଙ୍କା ବ୍ୟୟରେ ଚାରା ଉତ୍ପାଦନ କରାଯାଇଥିଲା। ଉକ୍ତ କାର୍ଯ୍ୟ ୯ା୬ା୨୦୨୦ରେ ଆରମ୍ଭ ହୋଇ ୩୦ା୬ା୨୦୨୧ରେ ଶେଷ ହେବାର ସୂଚନା ଲେଖାଯାଇଥିଲା। ତେଣୁ ନିର୍ଦ୍ଧାରିତ ତାରିଖ ପରେ ସେହି ଚାରାର କେହି ଦେଖାଶୁଣା କରି ନ ଥିଲେ। ତେବେ ଜାନୁୟାରୀ ୨୦୨୨ ସୁଦ୍ଧା ଉତ୍ପାଦିତ ଚାରାଗୁଡିକ ବଡ଼ ହୋଇ ଘାସ ମାଡି ରହିଥିଲେ ମଧ୍ୟ ସେଥି ମଧ୍ୟରୁ ଗୋଟିଏ ବି ଚାରା ରୋପଣ ପାଇଁ ଯାଇ ନ ଥିଲା। ଚାରା ନଷ୍ଟ ହେଉଥିବା ବାବଦରେ ତତ୍କାଳୀନ ମହୀପୁର ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କୁ ପଚାରିବାରେ ଅନୁଦାନ ଆସିଲେ ଚାରା ରୋପଣ କରାଯିବ ବୋଲି କହିଥିଲେ। କିନ୍ତୁ ସେହି ସ୍ଥାନରେ କାମ୍ପା ଯୋଜନାରେ ଚାରା ସୃଷ୍ଟି କରିବାର ଅନୁଦାନ ଆସିବା ପରେ ପୁରୁଣା ଚାରା ସବୁକୁ ଜଙ୍ଗଲ ମଧ୍ୟରେ ଫୋପାଡି ସେହି ସ୍ଥାନରେ ୧ ଲକ୍ଷ ୧୦ ହଜାର ନୂତନ ଚାରା ସୃଷ୍ଟି କରାଯାଇଛି। ମହୀପୁର ବନ ବିଭାଗର ଏପରି କାର୍ଯ୍ୟ ବିଷୟରେ ଫରେଷ୍ଟର ବବୁଲ ସାହୁଙ୍କୁ ପଚାରିବାରେ ଏପରି କରାଯାଇନାହିଁ କହି କଥାକୁ ଏଡାଇ ଯାଇଛନ୍ତି। ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ପଚାରିବାରେ ତଦନ୍ତ ପରେ ଯାହା କହିବି ବୋଲି ସେ କହିଛନ୍ତି। ଏ ବାବଦରେ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଠାକୁରମୁଣ୍ଡା,୨୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଦୁବପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ବିଦ୍ୟାଳୟରୁ ତୁରନ୍ତ ବଦଳି କରିବା ଦାବିରେ...

ବିଧାନସଭାରେ ଉଠିଲା କଟକ ସିଟି ହସ୍ପିଟାଲ ସମସ୍ୟା

କଟକ ଅଫିସ, ୨।୭: ସୋମବାର ବିଧାନସଭା ଅଧିବେଶନ କାଳରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଟକ ସିଟି ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ ଅଭାବ ସମସ୍ୟା...

ରକ୍ତଭଣ୍ଡାରର ଆବଶ୍ୟକତା ପୂରଣ କରିବାକୁ ୩୫ ୟୁନିଟ ରକ୍ତ ସହାୟକ ହେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍‌ ଡାଉନ କରାଯାଇଛି । ଏହା ଦ୍ୱାରା ରକ୍ତ ଭଣ୍ଡାର ଗୁଡିକରେ...

ନର୍ଲା ପୋଲିସର ବଡ଼ ସଫଳତା: ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ

ରୁପ୍ରାରୋଡ,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛି। ଇତିମଧ୍ୟରେ କୌଣସି ସୂତ୍ରରୁ ଖବରପାଇ ପୋଲିସ...

ଏଥର ଖାଲି ପରିଚୟପତ୍ର ଦେଖାଇଲେ ବି ଛାଡ଼ିବନି ପୋଲିସ

ଭୁବନେଶ୍ୱର,୮।୫(ବ୍ୟୁରୋ): ଶନିବାରଠାରୁ ଭୁବନେଶ୍ୱର-କଟକରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ପରିଚୟପତ୍ର ଦେଖାଇ ବାହାନା ମାରି ଚାରିଆଡ଼େ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ...

ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୧୮।୫-ବାଲେଶ୍ୱର-ଭଦ୍ରକ ଜିଲାର ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ)ରେ କାଜୁଆଲ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ବାଲେଶ୍ୱର ବିଏସ୍‌ଏନ୍‌ଏଲ୍‌ ଅଫିସ୍‌...

ରାଜଧାନୀ ପାଣି ପାଣି

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଶୁକ୍ରବାର ଦେଢ଼ଘଣ୍ଟାର ବର୍ଷା ସ୍ମାର୍ଟସିଟିର ଜନଜୀବନକୁ ପୂରା ଅସ୍ତବ୍ୟସ୍ତ କରିଦେଇଥିଲା। ଜନପଥ, ଜାତୀୟ ରାଜପଥଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଇସ୍କନ...

ଭୋକ ଉପାସରେ ୧୫୭୯ କଳାକାର

କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଗାଁରେ ଆଉ କେନ୍ଦରା  ସ୍ବର ଶୁଭୁନାହିଁ। ପାଲା, ଦାସକାଠିଆରେ ଲୋକଙ୍କ ରାତି ଆଉ ପାଉ ନାହିଁ। କଣ୍ଢେଇ ଲୋକ କଳା ବିଲୁପ୍ତ...

Advertisement
Archives

Model This Week