୬୨ବର୍ଷରେ ୪୨ ବଙ୍ଗଭାଷୀ ରାଜସ୍ବ ଗାଁ

କେନ୍ଦ୍ରାପଡ଼ା ଅଫିସ,୧୭ା୬: ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତ ରାୟ(୨୯)। ଢାକାର ବାଂଲାଦେଶ ଟେକ୍ନିକାଲ ଏଜୁକେଶନ ବୋର୍ଡ ଅଧୀନରେ ୨୦୦୯ରେ ସେକେଣ୍ଡାରୀ ସ୍କୁଲ ପାସ୍‌ ସହ ବରିସାଲର ପିଙ୍କି କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ୨୦୧୧ ମସିହାରେ ସାର୍ଟିଫିକେଟ ହାସଲ କରିଛନ୍ତି। ତେବେ ତାଙ୍କର ଅନ୍ୟତମ ଠିକଣା ହେଉଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକୋଳିଖଳା। ସ୍ଥାନୀୟ ଅଞ୍ଚଳରେ ଗତ ୩ ବର୍ଷ ଧରି ସୁଭଦ୍ରା ଓ ବିକାଶ ରାୟଙ୍କ ପୁଅ ଭାବେ ପରିଚିତ ହେଉଛନ୍ତି। ସ୍ଥାନୀୟ ରାମନଗରସ୍ଥ ସରସ୍ବତୀ ଶିଶୁ ମନ୍ଦିରରୁ ୨୦୦୨ରୁ ୨୦୧୦ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସାର୍ଟିଫିକେଟ ପାଇଛନ୍ତି। ଏପରି କି ଏହି ସାର୍ଟିଫିକେଟ ବଳରେ ଭୋଟର ପରିଚୟ ପତ୍ରଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ପ୍ରମାଣପତ୍ର ତାଙ୍କ ନାମରେ ଅଛି। ଏ ନେଇ ବରକୋଳିଖଳା ଗାଁର ସୁଭଦ୍ରାଙ୍କ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ୨୦୧୮ରେ ତାଙ୍କର ସମସ୍ତ ପ୍ରମାଣପତ୍ର ରଦ୍ଦ କରାଯାଇଥିଲା। ତେବେ ଅମିତ ଏବେ ବାଂଲାଦେଶକୁ ଯିବା ପରିବର୍ତ୍ତେ କଲିକତା ଓ କେନ୍ଦ୍ରାପଡ଼ା ଜିଲାରେ ରହୁଛନ୍ତି। କେନ୍ଦ୍ରାପଡ଼ା ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ କ୍ଷେତ୍ରରେ ଅମିତ ଏକ ଉଦାହରଣ। ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ସହ ୨୦୦୫ରେ ଦେଶାନ୍ତର ପାଇଁ ନୋଟିସ ଦେଇଛନ୍ତି। ମାତ୍ର ଜଣେ ହେଲେ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯାଇପାରିନାହିଁ। ସେହିପରି ୨୦୧୯ ମସିହାରେ ୧୩୭ଜଣଙ୍କୁ ଚିହ୍ନଟ କରାଯାଇ ଭୋଟର ଲିଷ୍ଟରୁ ନାମ ହଟାଇବାକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ଅପରପକ୍ଷରେ ଉପାନ୍ତ ଅଞ୍ଚଳରେ ମାତ୍ରାଧିକ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳୁଛି। ଜିଲାରେ ୧୯୬୦ମସିହାରୁ ୬୨ ବର୍ଷରେ ୪୨ଟି ବଙ୍ଗଭାଷୀ ଅଧ୍ୟୁଷିତ ରାଜସ୍ବ ଗ୍ରାମ ସୃଷ୍ଟି ହେଲାଣି। ଜଙ୍ଗଲ ଜମି ଜବରଦଖଲଠାରୁ ଆରମ୍ଭ କରି ନିଶା କାରବାରରେ ଏମାନଙ୍କ ହାତ ରହୁଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିବା ସହ ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ପ୍ରଭାତ ଦାସ, ଅଶେଷ ଖଟୁଆ, ଡ. ପି.ଏନ. ଗୌରାଙ୍ଗ ପ୍ରମୁଖ କହିଛନ୍ତି, ଜିଲା ତଥା ଦେଶ ପାଇଁ ଅନୁପ୍ରବେଶକାରୀମାନେ ବିପଦ ସାଜିଛନ୍ତି। ବଙ୍ଗ ଭଙ୍ଗ ସମୟରେ ଜିଲାରେ ମାତ୍ର ୧୨୩୭ ଜଣ ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା। ମହାକାଳପଡ଼ା ବ୍ଲକ ରାମନଗରର ସୀମିତ ଅଞ୍ଚଳରେ ଏମାନେ ରହୁଥିଲେ। ସାମ୍ପ୍ରତିକ ସମୟରେ ବାଂଲାଦେଶୀମାନେ ସମୁଦ୍ର ତଥା ବିଭିନ୍ନ ସଡ଼କ ପଥ ଦେଇ କେନ୍ଦ୍ରାପଡ଼ା ଜିଲାରେ ପହଞ୍ଚୁଛନ୍ତି। ଗତ ୨୦୨୦ ମାର୍ଚ୍ଚରେ ୬ଜଣ ବଙ୍ଗଦେଶୀଙ୍କୁ ସ୍ଥାନୀୟ ଜମ୍ବୁ ପୋଲିସ ଧରିବା ପରେ ଛାଡି ଦେଇଛି। ଏମାନେ ପ୍ରଥମେ ଏଠାରେ ସ୍ଥାନୀୟ ଅଧିବାସୀଙ୍କ ଜରିଆରେ ନିଜର ପରିଚୟ ପତ୍ର ଯୋଗାଡ଼ କରିବା ପରେ ଜଙ୍ଗଲ ଜମିକୁ ମୁଖ୍ୟ ଟାର୍ଗେଟ୍‌ କରି ବସତି ସ୍ଥାପନ କରୁଛନ୍ତି। ଏହାର ପରିଣାମ ସ୍ବରୂପ ୧୯୬୦ରୁ ଅଦ୍ୟାବଧି ଜିଲାରେ ୪୨ଟି ବଙ୍ଗଭାଷୀ ଅଧ୍ୟୁଷିତ ରାଜସ୍ବ ଗ୍ରାମ ସୃଷ୍ଟି ହୋଇସାରିଲାଣି। ଏହାଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ବିପଦରେ ପଡିଛି। ଜାତୀୟ ଉଦ୍ୟାନ ସଂରକ୍ଷିତ ଅଞ୍ଚଳ ହୋଇଥିଲେ ମଧ୍ୟ କ୍ୱାକ୍‌ ହୋଇ ନକଲି ଔଷଧ ଦେବାରୁ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଜୀବଜନ୍ତୁ ଶିକାର, ଚିଙ୍ଗୁଡି ଘେରି ନିର୍ମାଣ, ଗଛ କାଟିବା ଆଦି କାର୍ଯ୍ୟ ସହ ଚୋରା ନିଶା କାରବାରରେ ଲିପ୍ତ ରହୁଛନ୍ତି। ଏ ନେଇ ବହୁ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଜିଲାର ୩ ସାମୁଦ୍ରିକ ଥାନାର ଭିତ୍ତିଭୂମି ସୁଦୃଢ଼ ସହ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ଏବେ ଜରୁରୀ ହୋଇଥିବା ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଅମିତଙ୍କର ସମସ୍ତ ଭାରତୀୟ ପ୍ରମାଣପତ୍ର ରଦ୍ଦ ହୋଇଛି। ତେବେ ଅମିତ ରହୁଥିବା ନେଇ ଅନୁସନ୍ଧାନ କରାଯିବ। ଅନୁପ୍ରବେଶକୁ ନେଇ କୌଣସି ଲିଖିତ ଅଭିଯୋଗ ପତ୍ର ନ ଥିବାରୁ ସାମୂହିକ ଭାବେ ଚିହ୍ନଟ କରିବା ଏବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri