୫ ଏକର ଜଙ୍ଗଲ କାଟିଦେଲା ବନ ବିଭାଗ

ନୟାଗଡ଼ ଅଫିସ,୧୭।୬: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ ପକ୍ଷରୁ ଖେଡପଡ଼ା ସେକ୍ସନ କୋସକା ବିଟ୍‌ର ରାଜଗିରି ଡୁବୁରି ମୁଣ୍ଡିଆରୁ ୨ ଏକର ଓ ମାଳିସାହି ଜାଆଡା ଜଙ୍ଗଲରୁ ୩ ଏକର ଏପରି ମୋଟରେ ୫ ଏକାର ଜଙ୍ଗଲ ସଫା କରାଯାଇଛି। ସିଭିଲି କଲ୍‌ଚରାଲ ଅପରେଶନର ଗ୍ୟାପ୍‌ ପ୍ଲାଣ୍ଟେଶନ ନାଁରେ ବନ ବିଭାଗ ଏପରି ବେଆଇନ ଜଙ୍ଗଲ କାଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାପାଳିରେ ଜଙ୍ଗଲକୁ ସୁରକ୍ଷା ଦିଆଯାଉଥିବା ବେଳେ ବନ ବିଭାଗ ପଦା କରିବା ପରେ ପ୍ରତିବାଦ ବଢ଼ିଛି। ଏ ନେଇ ଆଞ୍ଚଳିକ ହାତୀମୁଣ୍ଡା ଜଙ୍ଗଲ ସୁରକ୍ଷା ଓ ପରିଚାଳନା କମିଟି କ୍ରିଦାଶପୁର ବେଆଇନ ଜଙ୍ଗଲ କଟାର ପ୍ରତିବାଦ କରିବା ପରେ ନୟାଗଡ଼ ରେଞ୍ଜ୍‌ର ବନ କର୍ମଚାରୀଙ୍କ ସହ ବିବାଦ ଦେଖାଦେଇଛି। ନୟାଗଡ଼ ବନ ବିଭାଗର ବେଆଇନ ଜଙ୍ଗଲ କଟାକୁ ଜଙ୍ଗଲ ସୁରକ୍ଷା କମିଟି ଡିଏଫ୍‌ଓଙ୍କୁ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଆଞ୍ଚଳିକ ହାତୀମୁଣ୍ଡା ଜଙ୍ଗଲ ସୁରକ୍ଷା ଓ ପରିଚାଳନା କମିଟି କ୍ରିଦାଶପୁରର ସମ୍ପାଦକ ଶ୍ରୀବତ୍ସ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ହାତୀମୁଣ୍ଡା ଜଙ୍ଗଲର ପ୍ରାୟ ୫ ହଜାର ହେକ୍ଟର ଅଞ୍ଚଳକୁ ୧୬ ଖଣ୍ଡ ଗାଁର ୧୨ଶହ ପରିବାର ଠେଙ୍ଗାପାଳି ଓ ଚୁଲି ଚାନ୍ଦା କରି ସୁରକ୍ଷା ଦେଇ ଆସୁଛନ୍ତି। କ୍ରିଦାଶପୁରର କ୍ରିଦାଶପୁର, ଗୋଡିପାଟଣା, ଜେମାଦେଈପୁର, ଡିମିରିପାଟଣା, ଡିମିରିପାଟଣା ଛକସାହି, ନୂଆ କଣ୍ଟାବଣିଆ, ଗବଡିହ, ଗବଡିହ ଦଳିତସାହି, କୋସକା, ବାଲୁଗାଁ ପଞ୍ଚାୟତର ବାଲୁଗାଁ, କଣ୍ଟାବଣିଆ, ଜୟମଙ୍ଗଳ, ଖେଡପଡା, ଘଣ୍ଟସାହି, ମାଳିସାହି ପଞ୍ଚାୟତର ସାନହାମରା ଗାଁର ଲୋକେ ୨୦୨୨ରୁ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି। ଠେଙ୍ଗାପାଳିରେ ଜଙ୍ଗଲକୁ ସୁରକ୍ଷା ଦେବା ଦେଖି ପୂର୍ବତନ ଡିଏଫ୍‌ଓ ଏଚ୍‌ଡି ଧନରାଜ ଆମ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ଦେବାକୁ ସୁପାରିସ କରିଥିଲେ। ୨୦୨୨ରେ ଆମେ ପୁରସ୍କାର ପାଇଛୁ। ତେବେ ନୟାଗଡ଼ ବନ ବିଭାଗ ଆମକୁ ହଇରାଣ କରିବା ପାଇଁ ଜଙ୍ଗଲ ସଫା କରି ଗଛ ଲଗାଇବା ଅଭିଯାନ ଆରମ୍ଭ କରିଛି। ଆମେ ଜଙ୍ଗଲ ଜଗିବୁ, ବନ ବିଭାଗ ଜଙ୍ଗଲ ସଫା କରିବ କାହିଁକି। ପୁଣି ଜଙ୍ଗଲ ସଫା କରି ଗଛ ଲଗାଇବାକୁ କିଏ ଅନୁମତି ଦେବ। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଜଙ୍ଗଲ କମିଟି ସଭାପତି ସନାତନ ଜେନା କୁହନ୍ତି, ଠେଙ୍ଗାପାଳିରେ ସୃଷ୍ଟି ହୋଇଥିବା ଜଙ୍ଗଳକୁ ବନ ବିଭାଗ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଜଙ୍ଗଲ ସଫା କରିବାକୁ ଉଦ୍ୟମ କରିଥିଲା। ୧୬ଖଣ୍ଡ ଗାଁ ଲୋକଙ୍କ ବିରୋଧ ପରେ ବନ ବିଭାଗ ଜଙ୍ଗଲ ସୁରକ୍ଷା କମିଟି ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଏପରି କି ଜଙ୍ଗଲ କାଟି କମିଟିକୁ ହଇରାଣ କରିବାକୁ ଉଦ୍ୟମ କରୁଛି। ହେଲେ ଜଙ୍ଗଲ କମିଟି ବନ ବିଭାଗର ବେଆଇନ ଜଙ୍ଗଲ କଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ଜଙ୍ଗଲ କମିଟିର ଉପସଭାପତି ଜଳନ୍ଧର ଦଳବେହରା କୁହନ୍ତି, କମିଟି ୧୬ ଖଣ୍ଡ ମୌଜାର ଲୋକଙ୍କ ଦ୍ୱାରା ଜଙ୍ଗଲକୁ ଜଗି ସୁରକ୍ଷା ଦେଇ ଆସୁଛି। ଠେଙ୍ଗାପାଳିରେ ସୁରକ୍ଷିତ ଜଙ୍ଗଲକୁ ବନ ବିଭାଗ କାହିଁକି ଆଖି ପକାଉଛି। ନିଜ ହେପାଜତରେ ଥିବା ଜଙ୍ଗଲରେ ଗଛ ଲଗାଉନି। ହେଲେ ଗଛ କାଟି ଗଛ ଲଗାଇବା କେତେଦୂର ଠିକ୍‌ ବୋଲି ପ୍ରଶ୍ନ କରିଛନ୍ତି। ଜଙ୍ଗଲ କମିଟି ସହସମ୍ପାଦକ ଉଦ୍ୟନାଥ ଲେଙ୍କା କୁହନ୍ତି, ଜଙ୍ଗଲ କାଟି ବୃକ୍ଷରୋପଣ କରିବା ଠିକ୍‌ ନୁହେଁ। ଏହାକୁ ସମସ୍ତେ ବିରୋଧ କରନ୍ତୁ। ପରିବେଶବିତ୍‌ ଆମକୁ ସହଯୋଗ କରି ଜଙ୍ଗଳକୁ ସୁରକ୍ଷା ଦେବାରେ ସହଯୋଗ କରନ୍ତୁ। ନ ହେଲେ ଠେଙ୍ଗାପାଳିରେ ସୁରକ୍ଷିତ ଜଙ୍ଗଲ ଉଜୁଡିଯିବ ବୋଲି ସେ କହିଛନ୍ତି। ନୟାଗଡ଼ ରେଞ୍ଜର ସୁଶାନ୍ତ ସ୍ବାଇଁଙ୍କୁ ପଚାରିବାରେ ସିଭିଲି କଲଚରାଲ ଅପରେଶନର ଗ୍ୟାପ ପ୍ଲାଣ୍ଟେଶନ କରାଯାଉଛି। ଏଥିରେ ଦେଢ଼ଶହ ଏକଟ ପ୍ଲାଣ୍ଟେଶନ ହେବ। ଯେଉଁ ସ୍ଥାନରେ ଗଛ ବଢ଼ି ପାରୁନି ସେ ସ୍ଥାନ ସଫେଇ ହେଉଛି। ପୁଣି ଗ୍ୟାପ୍‌ ସ୍ଥାନରେ ବୃକ୍ଷରୋପଣ ହେବ। କରଞ୍ଜ, ଶିଶୁ, ଅଁଳା, ମହୁଲ, ପରି ଗଛ ଲାଗିବ। ଚଳିତ ବର୍ଷ ଡୁବୁରୀ ମୁଣ୍ଡିଆର କିଛି ଅଞ୍ଚଳରେ ଗଛ ସଫା କରାଯାଇଛି। ଗତବର୍ଷ ଜଆଡା ଜଙ୍ଗଲ ସଫେଇ ହୋଇଥିଲା। ଚଳିତବର୍ଷ ନୁହେଁ। ତେବେ ବନ ବିଭାଗ ଏହା ଖରାପ ପାଇଁ କମା କରୁନି। ବନ ବିଭାଗ ଜଙ୍ଗଲ ବୃଦ୍ଧି ପାଇଁ କାମ କରୁଛି। ଯାହା ହେଉଛି ସରକାରଙ୍କ ନିୟମ ମୁତାବକ ହେଉଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?