୫ ଏକର ଜଙ୍ଗଲ କାଟିଦେଲା ବନ ବିଭାଗ

ନୟାଗଡ଼ ଅଫିସ,୧୭।୬: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ ପକ୍ଷରୁ ଖେଡପଡ଼ା ସେକ୍ସନ କୋସକା ବିଟ୍‌ର ରାଜଗିରି ଡୁବୁରି ମୁଣ୍ଡିଆରୁ ୨ ଏକର ଓ ମାଳିସାହି ଜାଆଡା ଜଙ୍ଗଲରୁ ୩ ଏକର ଏପରି ମୋଟରେ ୫ ଏକାର ଜଙ୍ଗଲ ସଫା କରାଯାଇଛି। ସିଭିଲି କଲ୍‌ଚରାଲ ଅପରେଶନର ଗ୍ୟାପ୍‌ ପ୍ଲାଣ୍ଟେଶନ ନାଁରେ ବନ ବିଭାଗ ଏପରି ବେଆଇନ ଜଙ୍ଗଲ କାଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାପାଳିରେ ଜଙ୍ଗଲକୁ ସୁରକ୍ଷା ଦିଆଯାଉଥିବା ବେଳେ ବନ ବିଭାଗ ପଦା କରିବା ପରେ ପ୍ରତିବାଦ ବଢ଼ିଛି। ଏ ନେଇ ଆଞ୍ଚଳିକ ହାତୀମୁଣ୍ଡା ଜଙ୍ଗଲ ସୁରକ୍ଷା ଓ ପରିଚାଳନା କମିଟି କ୍ରିଦାଶପୁର ବେଆଇନ ଜଙ୍ଗଲ କଟାର ପ୍ରତିବାଦ କରିବା ପରେ ନୟାଗଡ଼ ରେଞ୍ଜ୍‌ର ବନ କର୍ମଚାରୀଙ୍କ ସହ ବିବାଦ ଦେଖାଦେଇଛି। ନୟାଗଡ଼ ବନ ବିଭାଗର ବେଆଇନ ଜଙ୍ଗଲ କଟାକୁ ଜଙ୍ଗଲ ସୁରକ୍ଷା କମିଟି ଡିଏଫ୍‌ଓଙ୍କୁ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଆଞ୍ଚଳିକ ହାତୀମୁଣ୍ଡା ଜଙ୍ଗଲ ସୁରକ୍ଷା ଓ ପରିଚାଳନା କମିଟି କ୍ରିଦାଶପୁରର ସମ୍ପାଦକ ଶ୍ରୀବତ୍ସ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ହାତୀମୁଣ୍ଡା ଜଙ୍ଗଲର ପ୍ରାୟ ୫ ହଜାର ହେକ୍ଟର ଅଞ୍ଚଳକୁ ୧୬ ଖଣ୍ଡ ଗାଁର ୧୨ଶହ ପରିବାର ଠେଙ୍ଗାପାଳି ଓ ଚୁଲି ଚାନ୍ଦା କରି ସୁରକ୍ଷା ଦେଇ ଆସୁଛନ୍ତି। କ୍ରିଦାଶପୁରର କ୍ରିଦାଶପୁର, ଗୋଡିପାଟଣା, ଜେମାଦେଈପୁର, ଡିମିରିପାଟଣା, ଡିମିରିପାଟଣା ଛକସାହି, ନୂଆ କଣ୍ଟାବଣିଆ, ଗବଡିହ, ଗବଡିହ ଦଳିତସାହି, କୋସକା, ବାଲୁଗାଁ ପଞ୍ଚାୟତର ବାଲୁଗାଁ, କଣ୍ଟାବଣିଆ, ଜୟମଙ୍ଗଳ, ଖେଡପଡା, ଘଣ୍ଟସାହି, ମାଳିସାହି ପଞ୍ଚାୟତର ସାନହାମରା ଗାଁର ଲୋକେ ୨୦୨୨ରୁ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି। ଠେଙ୍ଗାପାଳିରେ ଜଙ୍ଗଲକୁ ସୁରକ୍ଷା ଦେବା ଦେଖି ପୂର୍ବତନ ଡିଏଫ୍‌ଓ ଏଚ୍‌ଡି ଧନରାଜ ଆମ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ଦେବାକୁ ସୁପାରିସ କରିଥିଲେ। ୨୦୨୨ରେ ଆମେ ପୁରସ୍କାର ପାଇଛୁ। ତେବେ ନୟାଗଡ଼ ବନ ବିଭାଗ ଆମକୁ ହଇରାଣ କରିବା ପାଇଁ ଜଙ୍ଗଲ ସଫା କରି ଗଛ ଲଗାଇବା ଅଭିଯାନ ଆରମ୍ଭ କରିଛି। ଆମେ ଜଙ୍ଗଲ ଜଗିବୁ, ବନ ବିଭାଗ ଜଙ୍ଗଲ ସଫା କରିବ କାହିଁକି। ପୁଣି ଜଙ୍ଗଲ ସଫା କରି ଗଛ ଲଗାଇବାକୁ କିଏ ଅନୁମତି ଦେବ। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଜଙ୍ଗଲ କମିଟି ସଭାପତି ସନାତନ ଜେନା କୁହନ୍ତି, ଠେଙ୍ଗାପାଳିରେ ସୃଷ୍ଟି ହୋଇଥିବା ଜଙ୍ଗଳକୁ ବନ ବିଭାଗ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଜଙ୍ଗଲ ସଫା କରିବାକୁ ଉଦ୍ୟମ କରିଥିଲା। ୧୬ଖଣ୍ଡ ଗାଁ ଲୋକଙ୍କ ବିରୋଧ ପରେ ବନ ବିଭାଗ ଜଙ୍ଗଲ ସୁରକ୍ଷା କମିଟି ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଏପରି କି ଜଙ୍ଗଲ କାଟି କମିଟିକୁ ହଇରାଣ କରିବାକୁ ଉଦ୍ୟମ କରୁଛି। ହେଲେ ଜଙ୍ଗଲ କମିଟି ବନ ବିଭାଗର ବେଆଇନ ଜଙ୍ଗଲ କଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ଜଙ୍ଗଲ କମିଟିର ଉପସଭାପତି ଜଳନ୍ଧର ଦଳବେହରା କୁହନ୍ତି, କମିଟି ୧୬ ଖଣ୍ଡ ମୌଜାର ଲୋକଙ୍କ ଦ୍ୱାରା ଜଙ୍ଗଲକୁ ଜଗି ସୁରକ୍ଷା ଦେଇ ଆସୁଛି। ଠେଙ୍ଗାପାଳିରେ ସୁରକ୍ଷିତ ଜଙ୍ଗଲକୁ ବନ ବିଭାଗ କାହିଁକି ଆଖି ପକାଉଛି। ନିଜ ହେପାଜତରେ ଥିବା ଜଙ୍ଗଲରେ ଗଛ ଲଗାଉନି। ହେଲେ ଗଛ କାଟି ଗଛ ଲଗାଇବା କେତେଦୂର ଠିକ୍‌ ବୋଲି ପ୍ରଶ୍ନ କରିଛନ୍ତି। ଜଙ୍ଗଲ କମିଟି ସହସମ୍ପାଦକ ଉଦ୍ୟନାଥ ଲେଙ୍କା କୁହନ୍ତି, ଜଙ୍ଗଲ କାଟି ବୃକ୍ଷରୋପଣ କରିବା ଠିକ୍‌ ନୁହେଁ। ଏହାକୁ ସମସ୍ତେ ବିରୋଧ କରନ୍ତୁ। ପରିବେଶବିତ୍‌ ଆମକୁ ସହଯୋଗ କରି ଜଙ୍ଗଳକୁ ସୁରକ୍ଷା ଦେବାରେ ସହଯୋଗ କରନ୍ତୁ। ନ ହେଲେ ଠେଙ୍ଗାପାଳିରେ ସୁରକ୍ଷିତ ଜଙ୍ଗଲ ଉଜୁଡିଯିବ ବୋଲି ସେ କହିଛନ୍ତି। ନୟାଗଡ଼ ରେଞ୍ଜର ସୁଶାନ୍ତ ସ୍ବାଇଁଙ୍କୁ ପଚାରିବାରେ ସିଭିଲି କଲଚରାଲ ଅପରେଶନର ଗ୍ୟାପ ପ୍ଲାଣ୍ଟେଶନ କରାଯାଉଛି। ଏଥିରେ ଦେଢ଼ଶହ ଏକଟ ପ୍ଲାଣ୍ଟେଶନ ହେବ। ଯେଉଁ ସ୍ଥାନରେ ଗଛ ବଢ଼ି ପାରୁନି ସେ ସ୍ଥାନ ସଫେଇ ହେଉଛି। ପୁଣି ଗ୍ୟାପ୍‌ ସ୍ଥାନରେ ବୃକ୍ଷରୋପଣ ହେବ। କରଞ୍ଜ, ଶିଶୁ, ଅଁଳା, ମହୁଲ, ପରି ଗଛ ଲାଗିବ। ଚଳିତ ବର୍ଷ ଡୁବୁରୀ ମୁଣ୍ଡିଆର କିଛି ଅଞ୍ଚଳରେ ଗଛ ସଫା କରାଯାଇଛି। ଗତବର୍ଷ ଜଆଡା ଜଙ୍ଗଲ ସଫେଇ ହୋଇଥିଲା। ଚଳିତବର୍ଷ ନୁହେଁ। ତେବେ ବନ ବିଭାଗ ଏହା ଖରାପ ପାଇଁ କମା କରୁନି। ବନ ବିଭାଗ ଜଙ୍ଗଲ ବୃଦ୍ଧି ପାଇଁ କାମ କରୁଛି। ଯାହା ହେଉଛି ସରକାରଙ୍କ ନିୟମ ମୁତାବକ ହେଉଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ଗ୍ରୀଲ୍‌ ଭାଙ୍ଗି ନେଇଗଲେ ଇନ୍‌ଭର୍ଟର

ପାତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଚାମ ଜିଲା ପାତ୍ରପୁର ବ୍ଲକ ତୁରିବୁଡ଼ି ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ରବିବାର ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ...

ଓଡ଼ିଶାର ବ୍ୟବସାୟିକ ପରିବେଶ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ):  ଓଡ଼ିଶାର ବ୍ୟବସାୟିକ ପରିବେଶ ବ୍ୟବସ୍ଥା ଭାରତରେ ସର୍ବୋତ୍ତମ। ଆମ ରାଜ୍ୟରେ ଚାକିରି ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା...

ପ୍ରେରଣା ପାଲଟିଛନ୍ତି ନିର୍ମଳା: ରଙ୍ଗବେରଙ୍ଗର କୋବି ଚାଷକରି ଚର୍ଚ୍ଚାରେ

ନିଶ୍ଚିନ୍ତକୋଇଲି,୫।୩: ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ସହ ସମକକ୍ଷ ହୋଇ ଏବେ ଚାଷ କରିବା ଆରମ୍ଭ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, ୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର କରିବା ଘଟଣାରେ ଅତିରିକ୍ତ ଜିଲା ଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ ଲୋକନାଥ...

‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ: ପ୍ରଯୋଜକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରକୁ ନେଇ ବିବାଦ ଲାଗିରହିଛି। ଫିଲ୍ମ ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲଙ୍କୁ ମଙ୍ଗଳବାର ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ନୋଟିସ...

ନିଜେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଯୁବକଙ୍କ ଜୀବନ ଗଲା

ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍‌ ଘୋଷଣା କଲେ ଅନୁପମ ଖେର

ଭୁବନେଶ୍ୱର,୨୩।୧୧: ହିନ୍ଦୀରେ ରିମେକ୍‌ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ପିତା-ପୁତ୍ରଙ୍କ ସମ୍ପର୍କ ଉପରେ ପର୍ଯ୍ୟବେଶିତ ଏହି ସିନେମାର ହିନ୍ଦି ରିମେକ୍‌ର ପ୍ରଯୋଜନା କରିବେ ବଲିଉଡ୍‌ର ଭେଟେରାନ...

ରାଜପଥରେ ମହିଳାଙ୍କ ଭ୍ୟାନିଟ୍‌ ଛଡ଼ାଇନେଲେ ଦୁର୍ବୃତ୍ତ

ବୋଲଗଡ,୨।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ଥାନା ସୀମାନ୍ତରେ ଥିବା ବିଜୁପୁର ଗେଟ୍‌ ନିକଟ ୫୭ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ପୁଅ ସହ ବାଇକରେ ଯାଉଥିବା...

Advertisement
Archives

Model This Week