Posted inଫୁରସତ

ଦେଶର ସୁରକ୍ଷା ସେନା ହାତରେ

ପ୍ରତି ବର୍ଷ ଜାନୁୟାରୀ ୧୫ରେ ଭାରତରେ ସେନାଦିବସ ପାଳନ କରାଯାଏ। ଫିଲ୍ଡ ମାର୍ଶଲ କୋଡାଣ୍ଡେରା ଏମ୍‌ କାରିଆପ୍ପା ଜଣେ ଲ୍ୟୁଟନାଣ୍ଟ ଜେନେରାଲ ଭାବେ ଶେଷ ବ୍ରିଟିଶ ଜେନେରାଲ ଫ୍ରାନ୍‌ସିସ ରଏ ବୁଚରଙ୍କଠାରୁ ଭାରତୀୟ ସେନାର ପ୍ରଥମ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ୧୫ ଜାନୁୟାରୀ ୧୯୪୯ରେ ସେ ଭାରତର ସେନାଧ୍ୟକ୍ଷ ହୋଇଥିଲେ। ଏହାକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିନ ସେନାଦିବସ ପାଳନ କରାଯାଇଥାଏ। ଜାତୀୟ ରାଜଧାନୀ ନୂଆଦିଲ୍ଲୀ ତଥା ସମସ୍ତ ମୁଖ୍ୟାଳୟରେ ପରେଡ ଏବଂ ଅନ୍ୟାନ୍ୟ ସାମରିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିନଟି ପାଳନ କରାଯାଇଥାଏ। ଦେଶ ତଥା ଏହାର ନାଗରିକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଯବାନମାନଙ୍କୁ ଅଭିବାଦନ ଜଣାଇବା ପାଇଁ ସେନାଦିବସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମଗ୍ର ଦେଶରେ ଉତ୍ସବ ପାଳନ କରାଯାଉଥିବା ବେଳେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର କାରିଆପ୍ପା ପରେଡ ଗ୍ରାଉଣ୍ଡରେ ମୁଖ୍ୟ ସେନାଦିବସ ପରେଡ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଗାଲାଣ୍ଟ୍ରି ପୁରସ୍କାର ଏବଂ ସେନା ପଦକ ମଧ୍ୟ ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ସେନାଦିବସ ପରେଡରେ ପରମ ବୀର ଚକ୍ର ଏବଂ ଅଶୋକ ଚକ୍ର ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନେ ଅଂଶଗ୍ରହଣ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri