Posted inଫୁରସତ

ଜିଭରେ ନାକକୁ ଛୁଇଁ ରେକର୍ଡ

ବେଙ୍ଗାଲୁରୁ: ବଡ଼ମାନେ ପିଲାମାନଙ୍କ କୌତୁହଳ ପାଇଁ ଅନେକ ଅଜବଗଜବ କାମ କରିବାକୁ କୁହନ୍ତି, ଯାହା ସମସ୍ତଙ୍କ ପକ୍ଷେ ସମ୍ଭବ ପର ହୋଇ ନ ଥାଏ। ଯେମିତି କିଛି ଲୋକ କୁହନ୍ତି ଜିଭକୁ ନାକ ଅଗରେ ଲଗାଇବା ବହୁ କଷ୍ଟ। କିନ୍ତୁ ବେଙ୍ଗାଲୁରୁର ୧୪ ବର୍ଷୀୟା ଦେବଶ୍ରୀ ଅମର ଥୋକାଲେ ଜିଭରେ ନାକ ଅଗକୁ ଛୁଇଁ ଏସିଆନ୍‌ ରେକର୍ଡ କରିଛନ୍ତି। ୨୨ ମିନିଟ ପର୍ଯ୍ୟନ୍ତ ଦେବଶ୍ରୀ ଜିଭକୁ ନାକରେ ଲଗାଇ ରଖିଥିଲେ। ଏ ନେଇ ଏସିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ତାଙ୍କୁ ଗ୍ରାଣ୍ଡ ମାଷ୍ଟର ସାର୍ଟିଫିକେଟ୍‌ ପ୍ରଦାନ କରିଛି। ଆଗାମୀ ଦିନରେ ସେ ୟୁନିକ୍‌ ଓ୍ବାଲର୍‌ଡ ରେକର୍ଡ ଓ ଗ୍ଲୋବାଲି ୟୁନିକ୍‌ ଓ୍ବାଲର୍‌ଡ ରେକର୍ଡରେ ଅଂଶଗ୍ରହଣ କରିବେ।
ଦେବଶ୍ରୀ ଜିଭରେ ନିଜ ନାକ ଅଗକୁ ସ୍ପର୍ଶ କରିପାରୁଥିଲେ। ୨୦୨୧ରେ ଦେଶ୍ରୀଙ୍କ ମା’ ନେଦରଲାଣ୍ଡର ଜଣେ ବ୍ୟକ୍ତି ୧୪ ମିନିଟ ୧ ସେକେଣ୍ଡ ପର୍ଯ୍ୟନ୍ତ ଜିଭରେ ନାକ ଅଗକୁ ସ୍ପର୍ଶ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଥିବା ଏକ ପୁସ୍ତକରେ ପଢ଼ିଥିଲେ। ଏହାପରେ ଦେବଶ୍ରୀଙ୍କୁ ତାଙ୍କ ମା’ ଏହାର ପ୍ରାକ୍ଟିସ୍‌ କରିବାକୁ କହିଥିଲେ। ଘରଲୋକଙ୍କ କଥାମାନି ଦେବଶ୍ରୀ ନିୟମିତ କିଛି କିଛି ସମୟ ଧରି ଜିଭକୁ ନାକ ଅଗରେ ଲଗାଇ ରଖିବାର ଅଭ୍ୟାସ କଲେ। ୨୦୨୨ରେ ସେ ଏସିଆନ୍‌ ରେକର୍ଡରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?