ବିଜୟର ରହସ୍ୟ

କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲେ ବି ଭାଜପା ତା’ ଭୋଟ ହାର ବଜାୟ ରଖିଛି। କଂଗ୍ରେସ ଅଧିକ ୫% ଭୋଟ ପାଇ ୪୩%ରୁ ସାମାନ୍ୟ କମ୍‌ରେ ଥିବାବେଳେ ଭାଜପା ୦.୨% ଭୋଟ ହରାଇ ୩୬%ରେ ଅଛି। ତେବେ କଂଗ୍ରେସ କେମିତି ଏହାର ଲୋକପ୍ରିୟତା ବଢ଼ାଇଲା? ଏହା ପଛରେ ଅନେକ ବିଷୟ ଥାଇପାରେ, କିନ୍ତୁ ଶାସକ ବିରୋଧୀ ଲହର ଏଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ। କାହିଁକି ନୁହେଁ? କାରଣ, ଭାଜପା ତା’ ଲୋକପ୍ରିୟତା ସ୍ତର ହାସଲ କରି ୨୦୧୮ରେ ଯେତିକି ଭୋଟ ପାଇଥିଲା ଏଥର ମଧ୍ୟ ସମାନ ସଂଖ୍ୟକ ଭୋଟରଙ୍କୁ ଆକର୍ଷିତ କରିପାରିଲା। ଏହା ପଛରେ ଏକ କାରଣ ରହିଛି ଏବଂ ପରେ ଆମେ ସେ ବିଷୟକୁ ଆସିବା। ଯଦି ଶାସକ ବିରୋଧୀ ଲହର ନୁହେଁ ତେବେ ଭାଜପା ହାରିବା ପଛରେ କେଉଁ ବିଷୟ ରହିଛି ତାହା ଦେଖିବା। ଦଳ ନିଜେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ କଥା କହୁଛି। ଗୋଟିଏ ହେଲା ସେମାନେ(କଂଗ୍ରେସ) ଦେଇଥିବା ୫ଟି ଯୋଜନାର ପ୍ରତିଶ୍ରୁତି ଓ ଅନ୍ୟଟି ଭାରତ ଯୋଡ଼ୋ ଯାତ୍ରା। ୫ଟି ଯୋଜନା ମଧ୍ୟରେ ରହିଛି ମାସକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌, ଗୋଟିଏ ପରିବାରର ପ୍ରତ୍ୟେକ ମୁଖ୍ୟ ମହିଳାଙ୍କୁ ୨୦୦୦ ଟଙ୍କା, ଦୁଇ ବର୍ଷ ପାଇଁ ବାର୍ଷିକ ୩,୦୦୦ ଟଙ୍କା ବେରାଜଗାର (ଚାକିରି କରି ନ ଥିବା ଡିଗ୍ରୀଧାରୀ)ଭତ୍ତା ଓ ଡିପ୍ଲୋମାଧାରୀଙ୍କୁ ମାସକୁ ୧୫୦୦ ଟଙ୍କା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ମୁଣ୍ଡ ପିଛା ୧୦ କେ.ଜି. ଚାଉଳ ଏବଂ ରାଜ୍ୟ ବସ୍‌ଗୁଡ଼ିକରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା। କଂଗ୍ରେସ ବିଜୟ ପଛରେ ଏସବୁ ଯୋଜନା ଥିଲା ମୁଖ୍ୟ। ଏହାବ୍ୟତୀତ ଅନ୍ୟ କିଛି କାରଣ ବି ରହିଛି। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟକର୍ମୀ ଭାବେ ଥିବା ଆଶାକର୍ମୀ ମାସିକ ସ୍ଥାୟୀ ଭାବେ ୫,୦୦୦ ଟଙ୍କା ପାଇବେ, ମଧ୍ୟାହ୍ନଭୋଜନ ରୋଷେୟା ଏବଂ ଅଙ୍ଗନଓ୍ବାଡି କର୍ମୀ ମାସକୁ ୨୪୦୦ ରୁ ୩୫୦୦ ଟଙ୍କା ଅଧିକ ପାଇବେ। ନାଇଟ୍‌ ଡ୍ୟୁଟିରେ ରହୁଥିବା ପୋଲିସ କର୍ମଚାରୀମାନେ ମାସକୁ ଅଧିକ ୫,୦୦୦ ଟଙ୍କା ପାଇବା ସହ ଗୋଟିଏ ମାସର ଦରମା ବି ପାଇବେ। ଏବେ କର୍ନାଟକରେ ୬୫,୦୦୦ ଅଙ୍ଗନଓ୍ବାଡି କର୍ମୀ ଓ ୧ ଲକ୍ଷ ପୋଲିସ କାର୍ଯ୍ୟକରୁଛନ୍ତି। ଯଦି ବେଙ୍ଗାଲୁରୁରେ ଜଣେ ମହିଳା ହାଉସହୋଲ୍ଡ ମେଡ୍‌ ଥିବେ ତେବେ ସେ ଏବେଠାରୁ ୨୦୦୦ ଟଙ୍କା, ୧୨୦୦ଟଙ୍କା (ମାସିକିଆ ବସ୍‌ ପାସ୍‌ର ମୂଲ୍ୟ) ଏବଂ ୧୦ କେ.ଜି. ଚାଉଳ ପାଇବା ସହ ମାଗଣା ବିଦ୍ୟୁତ୍‌ ବି ପାଇବେ। ଏହି ଅଧିକ ପରିମାଣର ସହାୟତା ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ଅର୍ଥନୀତି ବିଶ୍ଳେଷକ ଅନିନ୍ଦ୍ୟ ଚକ୍ରବର୍ତ୍ତୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ମାସିକ ହାରାହାରି ମୁଣ୍ଡପିଛା ଆୟ ୨୨,୦୦୦ ଟଙ୍କା। କିନ୍ତୁ ଏହା ସମ୍ପୂର୍ଣ୍ଣ ଅସମାନ। ରାଜ୍ୟ ଜନସଂଖ୍ୟାର ୬୦%ରୁ ଊର୍ଦ୍ଧ୍ୱ ଲୋକଙ୍କର ମୁଣ୍ଡପିଛା ମାସିକ ଆୟ ୧୩,୮୦୦ ଟଙ୍କା। ଏଣୁ ଏଭଳି ଲୋକମାନଙ୍କୁ ଦିଆଯାଇଥିବା ଏହିସବୁ ଗ୍ୟାରେଣ୍ଟିର ମାନେ କ’ଣ ତାହା ବିଚାର କରନ୍ତୁ।
ଏହି ଯୋଜନାଗୁଡ଼ିକର ପ୍ରୟୋଜନ କ’ଣ ସେ ସମ୍ପର୍କରେ ଗୁରୁତ୍ୱର ସହ ଆମକୁ ବିଚାର କରିବାକୁ ପଡ଼ିବ। ସରକାର କ୍ଷୁଧା ସୂଚକାଙ୍କରେ ଭାରତର ଅଧୋଗତିକୁ ରଦ୍ଦ କରିପାରନ୍ତି, ହେଲେ ମାଗଣା ଶସ୍ୟ ଜନସଂଖ୍ୟାର ଏକ ସିଂହଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତରେ ବେରୋଜଗାର ସମ୍ପର୍କିତ ଦୁଇଟି ସୂଚକ ରହିଛି। ଗୋଟିଏ ସରକାର ଓ ଅନ୍ୟଟି ପ୍ରାଇଭେଟ୍‌ ଫାର୍ମ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ସଂଯୋଜିତ କରିଛନ୍ତି। ସିଏମ୍‌ଆଇଇ ପ୍ରକାଶ କରିଛି ଯେ, ଭାରତରେ ବେରୋଜଗାର ଅତ୍ୟଧିକ ଓ ଏହା ୫ ବର୍ଷ ମଧ୍ୟରେ ୬%ରୁ ତଳକୁ ଖସିନାହିଁ। ଏହାସହ ଶ୍ରମ ଭାଗୀଦାରି ହାର ମଧ୍ୟ ଦୁର୍ବଳ ରହିଛି। ଯେଉଁମାନେ ଚାକିରି ପାଇବାକୁ ସକ୍ଷମ ହେଉନାହାନ୍ତି କିମ୍ବା ଯେଉଁ ପ୍ରକାର ଚାକିରି ଚାହଁୁଛନ୍ତି ତାହା ପାଇପାରୁନାହାନ୍ତି, ସେମାନେ ଚାକିରି ଖୋଜିବା ସମ୍ପୂର୍ଣ୍ଣ ବନ୍ଦ କରିଦେଉଛନ୍ତି। ଏ କ୍ଷେତ୍ରରେ ସରକାରୀ ତଥ୍ୟ କହେ ଯେ, ଦେଶରେ ୧୫% ଡିଗ୍ରୀଧାରୀ ଚାକିରି ପାଇନାହାନ୍ତି। ଭାରତୀୟ ମହିଳାମାନଙ୍କ ଶ୍ରମ ଭାଗୀଦାରି ବିିଶ୍ୱରେ ସବୁଠୁ କମ୍‌। ଏହା ପଛରେ ସାମାଜିକ ସହିତ ଅନ୍ୟ ବହୁ କାରଣ ରହିଛି। ସୁରକ୍ଷା, ନିୟମିତ ଏବଂ ଶସ୍ତା ପରିବହନ ବିଷୟଗୁଡ଼ିକ ମଧ୍ୟ ବିଚାର୍ଯ୍ୟ। ଏହି କାରଣଗୁଡ଼ିକୁ ଗ୍ରହଣ କରିବାକୁ ହେଲେ ଆମକୁ ନିର୍ଣ୍ଣୟ କରିବାକୁ ହେବ ଯେ, ୨୦୨୩ରେ ଦାରିଦ୍ର୍ୟ ଏବଂ ବେରୋଜଗାର ଭଳି ଗମ୍ଭୀର ସମସ୍ୟା ଭାରତରେ ଅଛି। କିନ୍ତୁ ସରକାର ଯାହା କହୁଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଏସବୁ ନାହିଁ। ବାସ୍ତବରେ ସମସ୍ୟାକୁ ସିଦ୍ଧ କରୁଥିବା ତଥ୍ୟ ଓ ମତକୁ ସରକାର ଅଗ୍ରାହ୍ୟ କରୁଛନ୍ତି, ଯେଉଁଥିରୁ ଜଣାପଡ଼ୁଛି ସମସ୍ୟା ରହିଛି। ମୋଦି ସରକାରଙ୍କର ଅମୃତକାଳ, ବିଶ୍ୱଗୁରୁର କାହାଣୀରେ ଥିବା ସମସ୍ୟା କଂଗ୍ରେସକୁ ସଫଳତା ଦେଇଛି କି? ଭାଜପା ଏବଂ ଏହାର ସମର୍ଥକମାନେ ସେମାନେ କହୁଥିବା ରାବିଡ଼ି ସଂସ୍କୃତିକୁ ଉପହାସ କରିଛନ୍ତି। ଯେଉଁମାନେ ଏଥିରୁ କିଛି ପାଇବାକୁ ଆଶା କରିଛନ୍ତି ସେହି ବ୍ୟକ୍ତିଙ୍କ ପାଇଁ ଏହା ଏବେ ଅପମାନଜନକ ହୋଇଛି, ତଥାପି ଏହି ଶବ୍ଦକୁ ବ୍ୟବହାର କରାଯାଉଛି। ଏହିସବୁ ବିଷୟକୁ ‘ଫ୍ରିବିଜ୍‌’ କହିବା ନୈତିକତା ଦୃଷ୍ଟିରୁ ଭୁଲ୍‌। ସଭ୍ୟ ଦେଶଗୁଡ଼ିକରେ ଏହି ବିଷୟକୁ ଅଧିକାଂଶ ବୈଧାନିକ ଅଧିକାର ବୋଲି କହନ୍ତି, କାରଣ ସେମାନେ ପାଇବାକୁ ହକ୍‌ଦାର। ଗରିବମାନେ ହିଁ ସରକାରଙ୍କଠାରୁ ଏହିସବୁ ସୁବିଧା ପାଇବାକୁ ଯୋଗ୍ୟ ହୋଇଥା’ନ୍ତି। ମଧ୍ୟବିତ୍ତ ଶ୍ରେଣୀର ଲୋକେ ମାଗଣା ଚାଉଳ କିମ୍ବା ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ପାଇଁ ଧାଡ଼ି ଲଗାଇବା ବିଚାରକୁ ନେଇ ଉତ୍ସାହିତ ହେବେ ନାହିଁ। ଏହି ବିଷୟଗୁଡ଼ିକୁ ନେଇ ଆମେ ଭୋଟ ଦେଉନାହଁୁ। ବାସ୍ତବରେ ଆମେ ଯେଉଁଠୁ ଆରମ୍ଭ କରିଥିଲୁ ସେଥିରୁ ଗୋଟିଏ କାରଣକୁ ଫେରିବାକୁ ଚାହଁୁଛୁ। ଭାଜପା ଏହାର ଭୋଟ ହାର ବଜାୟ ରଖିଲା। ବୁଝାପଡ଼ୁଛି ଏହାର ଆଧାର ହେଉଛି ତା’ର ବିଚାରଧାରା। ଆମେ ଜାଣୁ ଯେ ଏହି ଆଧାର ସହରାଞ୍ଚଳରେ ମଧ୍ୟବିତ୍ତ ଓ ଉଚ୍ଚଜାତିର ଲୋକଙ୍କ ମଧ୍ୟରେ ମଜଭୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri