Posted inଖେଳ

ନର୍ଦ୍ଦର୍ନ ଓ୍ବାରିୟର୍ସକୁ ଦ୍ୱିତୀୟ ଆବୁଧାବି ଟାଇଟଲ

ଆବୁଧାବି, ୮ା୨ (ପି.ଟି.)-ନର୍ଦ୍ଦର୍ନ ଓ୍ବାରିୟର୍ସ ଦ୍ୱିତୀୟ ଥର ପାଇଁ ଆବୁଧାବି ଟି୧୦ ଟାଇଟଲ ହାସଲ କରିଛି। ଫାଇନାଲରେ ପ୍ରଭାବୀ ବୋଲିଂ ଦଳ ଦିଲ୍ଲୀ ବୁଲ୍ସକୁ ୮ ଉଇକେଟରେ ପରାସ୍ତ କରଛି। ଶନିବାର ରାତିରେ ଆବୁ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କାର ଉଦୀୟମାନ ଅପ୍‌ ସ୍ପିନର ମହେଶ ଥିକ୍‌ସାନା (୩/୧୪), ଫାଷ୍ଟବୋଲର ଧନଞ୍ଜୟ ଲକ୍ଷନ (୨/୧୪) ଓ ୟୁଏଇ ମିଡିୟମ ପେସର ଜୁନେଜ ସିଦ୍ଦିକି (୨/୧୯)ଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନେଇଥିବା ନର୍ଦ୍ଦର୍ନ ଓ୍ବାରିୟର୍ସ ଦିଲ୍ଲୀ ବୁଲ୍ସକୁ ୮୧/୯ ସ୍କୋରରେ ସୀମିତ କରିଦେଇଥିଲା। ଦିଲ୍ଲୀ ବୁଲ୍ସର ୩ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରିପାରିଥିଲେ। ଟପ୍‌ ସ୍କୋରର ଆଫଗାନ ଅଲରାଉଣ୍ଡର ମହମ୍ମଦ ନବି ୧୦ବଲ୍‌ରୁ ୨୧ରନ କରିଥିଲେ। ଦୁଇ ଅଙ୍କ ସ୍କୋର କରିଥିବା ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନ ହେଲେ ରହମାନୁଲ୍ଲା ଗୁର୍‌ବାଜ (୧୩) ଓ ଓ୍ବେଷ୍ଟଇଣ୍ଡିଜର ଇଭିନ ଲିଓ୍ବିସ (୧୦)। ନର୍ଦ୍ଦର୍ନ ଓ୍ବାରିୟର୍ସ ୧୦ ବଲ୍‌ ବାକି ଥାଇ ମାତ୍ର ୨ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଓପନର ଓ୍ବାସିମ ଅହମ୍ମଦ ୨୭ ରନ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜର ୩ଜଣ ଅଧିନାୟକ ନିକୋଲାସ ପୁରାନ (୧୨), ଲେଣ୍ଡଲ ସିମନ୍ସ (୧୪*) ଏବଂ ରୋଭମ୍ୟାନେ ପାଓ୍ବେଲ୍ସ ଦଳର ଅବଶିଷ୍ଟ ଦାୟିତ୍ୱ ତୁଲାଇଥିଲେ। ଏହି ବିଜୟ ଦ୍ୱାରା କ୍ୱାଲିଫାୟର୍ସରେ ଦିଲ୍ଲୀ ବୁଲ୍ସ ବିପକ୍ଷ ପରାଜୟର ପ୍ରତିଶୋଧ ନେଇପାରିଛି ନର୍ଦ୍ଦର୍ନ ଓ୍ବାରିୟର୍ସ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri