ସରକାରୀ ଆଇଟିଆଇରେ ଫାଙ୍କା ପଡ଼ିିଲା ସିଟ୍‌

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ଆଇଟିଆଇଗୁଡ଼ିକରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଏହାପରେ କଟକ ସହରସ୍ଥ ୨ଟି ଯାକ ସରକାରୀ ଆଇଟିଆଇରେ ୫୦ ପ୍ରତିଶତ ସିଟ୍‌ ଫାଙ୍କା ପଡ଼ିଛି। ଏହାକୁ ନେଇ ଏବେ ଚିନ୍ତା ବଢିଛି। ସ୍ପଟ୍‌ ଆଡ୍‌ମିଶନ ଉପରେ ସମସ୍ତଙ୍କ ନଜର ରହିଛି। ଯଦି କମ୍‌ ଛାତ୍ରୀଛାତ୍ର ନାମଲେଖାନ୍ତି ତେବେ ବହୁ ସିଟ ଫାଙ୍କା ପଡ଼ିିବ। କଟକ ଜିଲାରେ ୨ଟି ସରକାରୀ ଆଇଟିଆଇ ରହିଛି। ସେଗୁଡ଼ିକ ହେଲା ଖପୁରିଆ ଆଇଟିଆଇ ଏବଂ ଯୋବ୍ରାସ୍ଥିତ ମଧୁସୂଦନ ଆଇଟିଆଇ। ପ୍ରତିବର୍ଷ ଏଠାରେ ବହୁ ଛାତ୍ରୀଛାତ୍ର ନାମ ଲେଖାଇଥାନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ପ୍ରାୟ ସମସ୍ତ ସିଟ ପୂରଣ ହୋଇଯାଏ। ମାତ୍ର ଚଳିତ ଶିକ୍ଷାବର୍ଷରେ ଏଥିରେ ବ୍ୟତିକ୍ରମ ଘଟିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ପରେ ବି ୫୦ ପ୍ରତିଶତ ସିଟ ଫାଙ୍କା ପଡ଼ିଛି। ଖପୁରିଆ ଆଇଟିଆଇର ମୋଟ ୧୧୪୬ ସିଟ୍‌ ମଧ୍ୟରୁ ୬୫୯ ପୂରଣ ହୋଇଥିବାବେଳେ ୪୮୭ଟି ଶୂନ୍ୟ ପଡ଼ିିଛି। ସେହିପରି ମଧୁସୂଦନ ଆଇଟିଆଇରେ ୩୫୨ ସିଟ୍‌ ମଧ୍ୟରୁ ୧୭୧ଟି ପାଇଁ ଆଡ୍‌ମିଶନ ସରିଥିବାବେଳେ ୧୮୧ଟି ଫାଙ୍କା ରହିଛି। ଚଳିତବର୍ଷ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାକୁ ବାଦ୍‌ ଦିଆଯାଇଛି। ତେଣୁ ସ୍ପଟ ଆଡମିଶନ ଉପରେ ଭରସା। ଆସନ୍ତା ୨୫ ତାରିଖରୁ ସ୍ପଷ୍ଟ ଆଡମିଶନ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏତେ ସଂଖ୍ୟକ ସିଟ୍‌ ପୂରଣ ହେବା ନେଇ ବିଭାଗୀୟ ଅଧିକାରୀମାନେ ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?