ବାବୁଙ୍କୁ ଖୋଜା ଚାଲିଛି

ବର୍ଷକରୁ ବେଶୀ ହେବ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇସାରିଲାଣି। ହେଲେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ସେବା ଅଧିକାରୀମାନଙ୍କର ଘୋର ଅଭାବ ରହିଛିି। ଏହି ପରିସ୍ଥିତିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚଏ) ଗମ୍ଭୀରତାର ସହ ନେଇ କ୍ୟାଡର କଣ୍ଟ୍ରୋଲିଂ ଅଥରିଟିଙ୍କୁ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟସେବାର ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ଲିଖିତ ଭାବେ ଜଣାଇଛି। ତାଲିକା ପ୍ରସ୍ତୁତ କରାଯିବା ପରେ ସେମାନଙ୍କୁ ଶୀଘ୍ର ଜମ୍ମୁ-କଶ୍ମୀର ଓ ଲଦାଖରେ ପ୍ରତିନିଯୁକ୍ତି ଦିଆଯାଇପାରେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ସବୁଆଡ଼େ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି। ସୂତ୍ରରୁ ପ୍ରକାଶ ଯେ,ରେଲଓ୍ବେ ବୋର୍ଡ ଚେୟାରମ୍ୟାନ,କମ୍ପଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ, କମ୍ପଟ୍ରୋଲର ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ, ବହିର୍ବ୍ୟାପାର,କର୍ପୋରେଟ ବ୍ୟାପାର ଓ ସୂଚନା ପ୍ରସାରଣ ବିଭାଗର ସଚିବମାନଙ୍କୁ ଏବଂ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ , ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ୍‌ କଷ୍ଟମ୍ସର ସମସ୍ତ ଚେୟାରପଷର୍ର୍ନଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠି କରିଛି। ବାଣିଜ୍ୟ ବିଭାଗ, ଦୂରସଞ୍ଚାର ଓ ଡାକ ବିଭାଗକୁ ମଧ୍ୟ ଏହା ପ୍ରଦାନ କରାଯାଇଛି। ଏବେ ସୁଦ୍ଧା ଦୁଇଜଣ ଅଧିକାରୀ ଡେପୁଟେଶନରେ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୁଇ ଅଧିକାରୀଙ୍କ ଜନ୍ମ କଶ୍ମୀରରେ। ଜଣେ ଆସାମ-ମେଘାଳୟ କ୍ୟାଡର ଆଇଏଏସ୍‌ ଅଧିକାରୀ ଏବଂ ଆଉ ଜଣେ ଆଇଆର୍‌ଏସ ଅଧିକାରୀ। ଲାଗୁଛି ଏହା ଏତେ ଉତ୍ସାହ ଜନକ ନୁହେଁ। ଜମ୍ମୁ-କଶ୍ମୀରରେ ଆଇଏଏସ୍‌ ଅଧିକାରୀଙ୍କ ନିର୍ଦ୍ଧାରିତ କ୍ୟାଡର ସଂଖ୍ୟା ୧୩୭ । କିନ୍ତୁ କେନ୍ଦ୍ର ଡେପୁଟେଶନରେ ଥିତ୍ବା ୯ ଜଣଙ୍କୁ ମିଶାଇ ଏବେ କ୍ୟାଡରରେ ୫୮ ଜଣ କାର୍ଯ୍ୟ କରୁଛନ୍ତି। ସେହିପରି ଆଇପିଏସ୍‌ ଅଧିକାରୀଙ୍କ କ୍ୟାଡର ସଂଖ୍ୟା ୧୪୭, କିନ୍ତୁ ଏବେ କେବଳ ୬୬ ଜଣ କ୍ୟାଡରରେ କାର୍ଯ୍ୟ କରୁଛନ୍ତି।

ତଥ୍ୟରେ ତାଲା
ଯଶବର୍ଦ୍ଧନ କୁମାର ସିହ୍ନା ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇବା ପରେ କେନ୍ଦ୍ରୀୟ ସୂଚନା କମିଶନ( ସିଆଇସି) ପ୍ରଥମେ ସେଣ୍ଟ୍ରାଲ ସେକ୍ରେଟାରିଏଟକୁ ପୂର୍ବତନ ଗୃହ ସଚିବ ଅନିଲ ଗୋସ୍ବାମୀଙ୍କ ଇସ୍ତଫା ରେକର୍ଡକୁ ଅଟକାଇବାକୁ ଅନୁମତି ଦେଇଛି। ସିହ୍ନା ଜଣେ ପୂର୍ବତନ ଆଇଏଫ୍‌ଏସ ଅଧିକାରୀ ଏବଂ ଇଂଲଣ୍ଡରେ ହାଇ କମିଶନର ରହିଥିତ୍ଲେ। ସୂଚନା କମିଶନର ପଦରୁ ବିମଳ ଜୁଲକା ଅଗଷ୍ଟରେ ଅବସର ନେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିହ୍ନାଙ୍କୁୁ ଶପଥପାଠ କରାଇଥିଲେ। ଅଧିକାରୀମାନଙ୍କର କିମ୍ବା ଅଥରିଟିଙ୍କ ଫାଇଲ ନୋଟିଂ ଏବଂ ବିଚାରବିମର୍ଶ ସମ୍ପର୍କିତ ତଥ୍ୟ ପ୍ରଘଟ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶ ଆଧାରରେ ପ୍ୟାନେଲ ତା’ର ନିଷ୍ପତ୍ତି ନେଇଛି। ଗୋସ୍ବାମୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଉପରେ କ’ଣ ପଦକ୍ଷେପ ନିଆଯାଇଛି, ବିଭିନ୍ନ ଅଥରିଟିଙ୍କ ସହ କିଭଳି ଯୋଗାଯୋଗ କରାଯାଇଛି ଏବଂ ଫାଇଲ ନୋଟିଂ ସମ୍ପର୍କିତ ସବିଶେଷ ବିବରଣୀ ସେଣ୍ଟ୍ରାଲ ସେକ୍ରେଟାରିଏଟରୁ ଜାଣିବା ପାଇଁ ଆଇପିଏସ୍‌ ଅଧିକାରୀ ଅନୁରାଗ ଠାକୁର ଆର୍‌ଟିଆଇ ଆବେଦନ ପତ୍ର ଦାଖଲ କରିବା ପରେ ସିଆଇସି ଏଭଳି ନିର୍ଦ୍ଦେଶ ଦେଇଥିଲେ। ସେଣ୍ଟ୍ରାଲ ସେକ୍ରେଟାରିଏଟରୁ ସନ୍ତୋଷଜନକ ଉତ୍ତର ନ ପାଇବା ପରେ ଠାକୁର ସିଆଇସିଙ୍କ ନିକଟରେ ଆବେଦନ କରିଥିଲେ। ସିବିଆଇ ମାମଲାରେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଗିରଫକୁ ଅଟକାଇବା ଅଭିଯୋଗରେ ଗୋସ୍ବାମୀଙ୍କୁ ୨୦୧୫ ଫେବୃୟାରୀରେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

ସୁଶାସନ ପାଇଁ ପୁରସ୍କାର
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବିରେନ ସିଂ ସୁଶାସନ ପାଇଁ ଏକ ପୁରସ୍କାର ଦେବାର ଅଭିଯାନ ଆରମ୍ଭ କରିଛନ୍ତି। ତୃଣମୂଳ ସ୍ତରରେ ଅଭିନବ ତଥା ଅସାଧାରଣ କାର୍ଯ୍ୟ କରିବା ଲାଗି ବାବୁମାନଙ୍କୁ ପ୍ରେତ୍ସାହିତ କରିବା ନିମନ୍ତେ ସେ ଏହି ବ୍ୟବସ୍ଥା କରିଛନ୍ତି। ଯେଉଁ ସରକାରୀ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ବା ସମ୍ପାଦନ ସବୁଠୁ ଭଲ ରହିବ ଏବଂ ଯେଉଁମାନଙ୍କ କାର୍ଯ୍ୟ ଦ୍ୱାରା ବିପୁଳ ଲୋକ ଓ ହିତାଧିକାରୀ ଉପକୃତ ହେବେ ସେମାନଙ୍କୁ ପୁରସ୍କୃତ କରାଯିବ। ସୂତ୍ରରୁ ଜଣାପଡିଛି ଯେ, ଜଣେ ଅଧିକାରୀଙ୍କୁ ବ୍ୟକ୍ତଗତ ଭାବେ କିମ୍ବା ପ୍ରଶାସନିକ ସଚିବ,ଡେପୁଟି କମିଶନର ଓ ବିଭାଗୀୟ ମୁଖ୍ୟମାନଙ୍କର ଏକ ଟିମ୍‌କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ଯେ କୌଣସି ଦପ୍ତର କିମ୍ବା ବିଭାଗକୁ ବି ଏହା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। କେଉଁମାନେ ବ୍ୟକ୍ତିଗତ ବର୍ଗରେ ଏବଂ ଦଳଗତ ବର୍ଗରେ ଯଥାକ୍ରମେ ୧ ଲକ୍ଷ ଟଙ୍କା ଓ ୨ ଲକ୍ଷ ଟଙ୍କା ପାଇବେ ତାହା ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ରାଜେଶ କୁମାର ଏବଂ ଅନ୍ୟ ବରଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ସ୍ଥିର କରିବ । ପୁରସ୍କାର ପାଇବା ପାଇଁ ଯୋଗ୍ୟ ହେବାକୁ ହେଲେ ଅଧିକାରୀମାନଙ୍କୁ ଚାଲେଞ୍ଜିିଂ କାର୍ଯ୍ୟ ବା ଯୋଜନାକୁ କମ୍‌ ସମୟରେ କମ୍‌ ବ୍ୟୟରେ ସଫଳତାର ସହ ଶେଷ କରିବାକୁ ହେବ , ଯାହା ସାଧାରଣଲୋକଙ୍କ ପାଇଁ ଉଲ୍ଲେଖନୀୟ ଉପକାର ପହଞ୍ଚାଇପାରୁଥିବ। ଏହାସହ ସେମାନଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଯୋଜନାଗୁଡ଼ିକରେ ମଧ୍ୟ ସଫଳତା ପାଇବାକୁ ପଡ଼ିବ। ପ୍ରତିବର୍ଷ ଏହି ପୁରସ୍କାର ରାଜ୍ୟ ପ୍ରତିଷ୍ଠା ଦିବସ,ସାଧାରଣତନ୍ତ୍ର ଦିବସ କିମ୍ବା ସ୍ବାଧୀନତା ଦିବସ ଅବସରରେ ପ୍ରଦାନ କରାଯିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri