ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର ସମୟରେ ଏହି ଭାଲ୍ଲା ଫିଙ୍ଗା ଖେଳରେ ଭାଗ ନେଉଥିଲେ ଏବଂ ଯୁଦ୍ଧ ସମୟରେ ରାଜାଙ୍କର ଏକ ସ୍ବତନ୍ତ୍ର ଭାଲ୍ଲା ଫିଙ୍ଗା ବାହିନୀ ଥିଲା, ଯାହା ଯୁଦ୍ଧର ପରିଣତି ନିର୍ଦ୍ଧାରଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲା। ଗତ ୨୦୨୧ ମସିହା ଟୋକିଓ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ଆମ ଦେଶରେ ଜାଭେଲିନ ପ୍ରକ୍ଷେପଣ ଖେଳ ସମ୍ପର୍କରେ ଗଭୀର ଆଗ୍ରହ ଓ କୌତୂହଳ ସୃଷ୍ଟି ହୋଇଛି। ନିକଟରେ ମଧ୍ୟ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ୮୯.୪୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି।
ଇତିହାସ : ଜାଭେଲିନ ଖେଳ ପ୍ରଥମେ ଗ୍ରୀସର ପ୍ରାଚୀନ ଅଲିମ୍ପିକ ଖେଳରେ ଖ୍ରୀଷ୍ଟପୂର୍ବ ୭୦୮ରେ ପାଞ୍ଚୋଟି ଖେଳ (ପେଣ୍ଟାଥଲନ) ମଧ୍ୟରୁ ଅନ୍ୟତମ ବିଭାଗ ରୂପେ ଅନ୍ତର୍ଭୁକ୍ତ ହୋଇଥିଲା। ଊନ୍ନବିଂଶ ଶତାବ୍ଦୀର ମଧ୍ୟଭାଗ ପରଠାରୁ ଏହା ୟୁରୋପର ବିଭିନ୍ନ ଦେଶ ଯଥା ଜର୍ମାନୀ, ସୁଇଡେନ ଓ ଫିନ୍‌ଲାଣ୍ଡରେ ଯଥେଷ୍ଟ ଲୋକପ୍ରିୟତା ଲାଭ କରିଥିଲା। ଆଧୁନିକ ଅଲିମ୍ପିକ ଖେଳରେ ପୁରୁଷ ବିଭାଗରେ ଜାଭେଲିନ ପ୍ରକ୍ଷେପଣକୁ ପ୍ରଥମେ ୧୯୦୮ ମସିହାରେ ଏବଂ ମହିଳା ବିଭାଗରେ ପ୍ରଥମେ ୧୯୩୨ ମସିହାରେ ସ୍ଥାନିତ କରାଯାଇଥିଲା।
ଗଠନ : ଏକ ଜାଭେଲିନ ମୁଖ୍ୟତଃ ତିନୋଟି ଅଂଶକୁ ନେଇ ଗଠିତ, ଯଥା ଅଗ୍ରଭାଗ (ହେଡ୍‌), ଦଣ୍ଡ (ଶାଫ୍ଟ) ଏବଂ ମୁଠା (ଗ୍ରୀପ୍‌)। ଏକ ଜାଭେଲିନ ସାଧାରଣତଃ କାଠ କିମ୍ବା ଧାତୁରେ ତିଅରି ଏକ ଦଣ୍ଡ। ଏହାର ଏକ ମୁନିଆ ଅଗ୍ରଭାଗ ଥାଏ, ଯାହା ପ୍ରକ୍ଷେପଣ ପରେ ସର୍ବପ୍ରଥମେ ଭୂମିକୁ ଆଘାତ କରେ। ପ୍ରତି ଜାଭେଲିନକୁ ହାତରେ ମୁଠାଇ ଧରିବା ପାଇଁ ଏହାର ମାଧ୍ୟାକର୍ଷଣ କେନ୍ଦ୍ର ସ୍ଥାନଠାରେ ଏକ ମୁଠା ଚିହ୍ନିତ ଥାଏ ଏବଂ ଜାଭେଲିନକୁ ଏହି ମୁଠା ସ୍ଥାନରୁ ଧରି ଫିଙ୍ଗିବାକୁ ପଡ଼େ।
ପ୍ରକ୍ଷେପଣ ନିୟମ : ଅନ୍ତର୍ଜାତୀୟ ଦୌଡ଼କୁଦ ପରିସଂଘର ମାର୍ଗଦର୍ଶନ ଅନୁସାରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କୌଣସି ଜାଭେଲିନର ଆକାର, ରୂପରେଖ, ଓଜନ ଓ ମାଧ୍ୟାକର୍ଷଣ କେନ୍ଦ୍ର ନିର୍ଦ୍ଦିଷ୍ଟ ନିୟମାବଳୀର ଅନ୍ତର୍ଭୁକ୍ତ। କୌଣସି ପୁରୁଷ ପ୍ରତିଯୋଗିତାରେ ଜାଭେଲିନର ଦୈଘ୍ୟ ୨.୬ ରୁ ୨.୭ ମିଟର (୮ ଫୁଟ ୬ ଇଞ୍ଚରୁ ୮ଫୁଟ ୧୦ ଇଞ୍ଚ) ମଧ୍ୟରେ ଏବଂ ଓଜନ ୮୦୦ ଗ୍ରାମ୍‌ ହୋଇଥିଲାବେଳେ ଏକ ମହିଳା ପ୍ରତିଯୋଗିତାରେ ଜାଭେଲିନର ଦୈର୍ଘ୍ୟ ୨.୨ ରୁ ୨.୩ ମିଟର (୭ ଫୁଟ ୩ ଇଞ୍ଚରୁ ୭ ଫୁଟ ୭ ଇଞ୍ଚ) ମଧ୍ୟରେ ଏବଂ ଓଜନ ୬୦୦ ଗ୍ରାମ୍‌ ହୋଇଥାଏ। ଫିଙ୍ଗାଳି ଜାଭେଲିନକୁ ହାତରେ ମୁଠା ସ୍ଥାନରୁ ଧରି ପ୍ରାୟ ୩୦ ମିଟର (୯୮ ଫୁଟ) ଦୂରରୁ ଦୌଡ଼ିଦୌଡ଼ି ଆସି ଏକ ବକ୍ରାକାର ସୀମାରେଖା ମଧ୍ୟରୁ ଥାଇ ଜାଭେଲିନକୁ କାନ୍ଧ ଉପରୁ ଫିଙ୍ଗିବାକୁ ପଡ଼େ। ଜାଭେଲିନ ଫିଙ୍ଗାଗଲା ପରେ ଏହା ଆକାଶମାର୍ଗରେ ଗତି କରି ଭୂମିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବତରଣ କରେ। ଖେଳର ନିୟମ ଅନୁଯାୟୀ, ଜାଭେଲିନର ଅଗ୍ରଭାଗ ହିଁ ପ୍ରଥମେ ଭୂମି ସ୍ପର୍ଶ କରି ନରମ ମାଟିରେ ପ୍ରବେଶ କରିବା ଆବଶ୍ୟକ। ଫିଙ୍ଗା ଯାଇଥିବା ସ୍ଥାନରୁ ଜାଭେଲିନ ଭୂମି ଭେଦ କରିଥିବା ସ୍ଥାନର ଦୂରତା ମପାଯାଏ ଏବଂ ଏହି ଦୂରତା ଆଧାରରେ ହିଁ ପ୍ରତିଯୋଗିତାର ବିଜେତା ନିରୂପଣ କରାଯାଏ।
ଜାଭେଲିନ ପଛରେ ବିଜ୍ଞାନ : ଜାଭେଲିନ ଫିଙ୍ଗା ପ୍ରକୃତରେ ଶାରୀରିକ ସାମର୍ଥ୍ୟ, ପ୍ରକ୍ଷେପଣ କୌଶଳ ଓ ଗତିବିଜ୍ଞାନ ପ୍ରୟୋଗର ଏକ ଖେଳ। ଏକ ଉତ୍ତମ ପ୍ରକ୍ଷେପଣକୁ ପ୍ରଭାବିତ କରୁଥିବା ମୁଖ୍ୟ କାରକଗୁଡ଼ିକ ହେଲେ: ସଂବେଗର ସ୍ଥାନାନ୍ତର, ପ୍ରକ୍ଷେପଣ ବେଗ ଏବଂ ପ୍ରକ୍ଷେପଣ କୋଣ।
ସଂବେଗର ସ୍ଥାନାନ୍ତର : ଫିଙ୍ଗାଳି ଫିଙ୍ଗିବା ନିମନ୍ତେ ଦ୍ରୁତ ଦୌଡ଼ିବା ଦ୍ବାରା ନିଜ ଶରୀର ଯଥେଷ୍ଟ ସଂବେଗ ବହନ କରିଥାଏ। କୌଣସି ଗତିଶୀଳ ବସ୍ତୁର ସଂବେଗ, ଏହାର ବସ୍ତୁତ୍ୱ ଓ ବେଗର ଗୁଣଫଳ ସଙ୍ଗେ ସମାନ। ଫିଙ୍ଗାଳି ଜାଭେଲିନ ଫିଙ୍ଗିବା ସମୟରେ ନିଜ ଶରୀରର ଏହି ସଂବେଗକୁ କୌଶଳପୂର୍ଣ୍ଣ ଭାବରେ ଜାଭେଲିନକୁ ସ୍ଥାନାନ୍ତରିତ କରିଥାଏ। ଫିଙ୍ଗାଳିଙ୍କୁ ନିଜ ଶରୀରର ମଧ୍ୟଭାଗରୁ ଦକ୍ଷତାର ସହ ପ୍ରାପ୍ତ ସଂବେଗକୁ ଚାବୁକ ଭଳି ଏକ ତରଙ୍ଗାୟିତ ପ୍ରକ୍ରିୟା ଜରିଆରେ କ୍ରମାନ୍ବୟରେ ଅଣ୍ଟା, କାନ୍ଧ ଓ କହୁଣି ଦେଇ ଜାଭେଲିନକୁ ସ୍ଥାନାନ୍ତରିତ କରିବାକୁ ପଡ଼େ। ପରିଶେଷରେ, ଫିଙ୍ଗାଳି ପଛ ଗୋଡ଼ ଉପରେ ଭରା ରଖି ଏବଂ ଦୁଇ ବାହୁକୁ ସିଧା ପ୍ରସାରିତ କରି ତଥା ଜାଭେଲିନକୁ ଆଖି ସହିତ ଏକ ସରଳରେଖାରେ ରଖି ନିକ୍ଷେପ କରେ। ଜାଭେଲିନର ସ୍ବଳ୍ପ ବସ୍ତୁତ୍ୱ ହେତୁ ସଂବେଗର ସଂରକ୍ଷଣ ନିୟମ ଅନୁସାରେ ଏହା ଉଚ୍ଚ ଗତି ପ୍ରାପ୍ତ ହୋଇ ଅଧିକ ଦୂରତା ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ।
ପ୍ରକ୍ଷେପଣ ବେଗ : ପ୍ରକ୍ଷେପିତ କୌଣସି ବସ୍ତୁର ଅତିକ୍ରାନ୍ତ ଦୂରତା ଏହାର ପ୍ରକ୍ଷେପ ବେଗ ଉପରେ ନିର୍ଭରଶୀଳ। ପ୍ରକ୍ଷେପ ବେଗର ଦୁଇଟି ଉପାଦାନ ଥାଏ, ଯଥା ଭୂଲମ୍ବୀୟ ବେଗ ଏବଂ ଭୂସମାନ୍ତରୀୟ ବେଗ। ପ୍ରକ୍ଷେପର ଭୂଲମ୍ବୀୟ ବେଗ ଦ୍ୱାରା ଏହା ଊର୍ଦ୍ଧ୍ୱ ଗତି ପ୍ରାପ୍ତ ହେବାକୁ ସକ୍ଷମ ହେଉଥିଲାବେଳେ ଭୂସମାନ୍ତରୀୟ ବେଗ ଦ୍ୱାରା ହିଁ ଏହା ଭୂମି ଉପରେ ଦୂରତା ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ। ଗତିବିଜ୍ଞାନରେ ଏହି ଅତିକ୍ରାନ୍ତ ଦୂରତାକୁ ରେଞ୍ଜ କହନ୍ତି। ସୁତରାଂ କୌଣସି ପ୍ରକ୍ଷେପିତ ବସ୍ତୁର ଅତିକ୍ରାନ୍ତ ଦୂରତା ବୃଦ୍ଧି କରିବାକୁ ହେଲେ ଏହାକୁ ଅଧିକ ବେଗରେ ପ୍ରକ୍ଷେପ କରିବା ପାଇଁ ପଡ଼ିଥାଏ। ସେଥିପାଇଁ ଫିଙ୍ଗାଳି ଫିଙ୍ଗିବାର ଅବ୍ୟବହିତ ପୂର୍ବରୁ ଶରୀରକୁ ସ୍ପ୍ରିଙ୍ଗ ଭଳି ପଛକୁ ବଙ୍କେଇ ନେଇ ଜାଭେଲିନକୁ ନିକ୍ଷେପ କରେ। ଏହାଦ୍ୱାରା ଫିଙ୍ଗାଳି ମାତ୍ର ୨୦ କି.ମି./ଘଣ୍ଟା ବେଗରେ ପ୍ରାରମ୍ଭରୁ ଦୌଡୁଥିଲେ ସୁଦ୍ଧା ଜାଭେଲିନକୁ ଯଥେଷ୍ଟ ଅଧିକ ବେଗରେ, ଏପରିକି ପ୍ରାୟ ୧୦୦ କି.ମି./ଘଣ୍ଟା ଭଳି ଉଚ୍ଚ ବେଗରେ ଗତିଶୀଳ କରିବାକୁ ସକ୍ଷମ ହୁଏ। ସୁତରାଂ ପ୍ରକ୍ଷେପଣର ଏହି ଉଚ୍ଚ ପ୍ରାରମ୍ଭିକ ବେଗରେ ଜାଭେଲିନ ଅଧିକ ଦୂରତା ଅତିକ୍ରମ କରିଥାଏ।
ପ୍ରକ୍ଷେପଣ କୋଣ : ଉତ୍ତମ ଅତିକ୍ରାନ୍ତ ଦୂରତା ହାସଲ କରିବା ନିମନ୍ତେ ଜାଭେଲିନକୁ କେବଳ ଅଧିକ ବେଗରେ ଫିଙ୍ଗିଲେ ହେବ ନାହିଁ; ଏହାକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ କୋଣରେ ଫିଙ୍ଗିବା ଆବଶ୍ୟକ। ଗତିବିଜ୍ଞାନରେ ଜାଭେଲିନର ଗତିକୁ ପ୍ରକ୍ଷେପ ଗତି କୁହାଯାଏ। କୌଣସି ବସ୍ତୁକୁ ଫିଙ୍ଗିବା ଦ୍ୱାରା ଏହା ଆକାଶମାର୍ଗରେ ଆଗକୁ ଗତି କରୁଥିବା ସମୟରେ ଏହା ଉପରେ ସର୍ବଦା ପଥିବୀର ମାଧ୍ୟାକର୍ଷଣ ବଳ ନିମ୍ନ ଦିଗରେ କାର୍ଯ୍ୟକାରୀ ହେଉଥାଏ। ଫଳରେ ଏହାର ଗତିପଥ ନିରନ୍ତର ନିମ୍ନ ଦିଗରେ ବିକ୍ଷେପିତ ହୋଇ ଏକ ପାରାବୋଲାକାର ରୂପ ନେଇଥାଏ। ଗତିବିଜ୍ଞାନର ସୂତ୍ର ଅନୁସାରେ, ଉଭୟ ପ୍ରକ୍ଷେପ ବିନ୍ଦୁ ଓ ଅବତରଣ ବିନ୍ଦୁ ଗୋଟିଏ ଉଚ୍ଚତାରେ ଅବସ୍ଥାନ କରୁଥିଲେ ପ୍ରକ୍ଷେପିତ କୋଣର ପରିମାଣ ୪୫୦ ହେଲେ ଯାଇ ଅତିକ୍ରାନ୍ତ ଦୂରତା ସର୍ବାଧିକ ହୋଇଥାଏ। ମାତ୍ର ଜାଭେଲିନ ଫିଙ୍ଗା କ୍ଷେତ୍ରରେ ପ୍ରକ୍ଷେପ ବିନ୍ଦୁ (ଫିଙ୍ଗାଳିର କାନ୍ଧ) ଅବତରଣ ବିନ୍ଦୁ (ଭୂମି) ଠାରୁ ଅଧିକ ଉଚ୍ଚତାରେ ରହୁଥିବାରୁ ଏହି ନିୟମ ସାମାନ୍ୟ ବଦଳି ପ୍ରକ୍ଷେପଣର କୋଣ ୩୨ ରୁ ୩୭ ଡିଗ୍ରୀ ମଧ୍ୟରେ ସୀମିତ ରହିଲେ ହିଁ ସର୍ବାଧିକ ଦୂରତା ପ୍ରାପ୍ତ ହୋଇଥାଏ।
ଏହାବ୍ୟତୀତ ଜାଭେଲିନ ଖେଳ ଆହୁରି ଅନେକ କାରକ ଯଥା ବାୟୁ ପ୍ରବାହର ଦିଗ, ବାୟୁ ପ୍ରବାହର ବେଗ, ଦଣ୍ଡ ଚାରିପଟେ ଅତିକ୍ରମ କରୁଥିବା ବାୟୁସ୍ରୋତର ରୂପରେଖ, ବାୟୁର ତାପମାତ୍ରା ଇତ୍ୟାଦି ଉପରେ ନିର୍ଭର କରେ। ସୁତରାଂ ଜାଭେଲିନ ପ୍ରକ୍ଷେପଣ ଖେଳ ଏକ ଜଟିଳ ଓ ଉଚ୍ଚକୋଟୀର ପ୍ରତିଯୋଗିତା ଏବଂ ଏଥିରେ ପାରଦର୍ଶିତା ହାସଲ କରିବା ପାଇଁ ହେଲେ ଖେଳାଳିଙ୍କୁ ଯଥେଷ୍ଟ ଅଭ୍ୟାସ ତଥା ଉଚ୍ଚକୋଟୀର ବୈଜ୍ଞାନିକ କୌଶଳ ପ୍ରୟୋଗ ତଥା ପ୍ରଦର୍ଶନ କରିବାକୁ ପଡ଼େ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?