ପୋଲିସ ଚାପରେ ସ୍କୁଲ ଖୋଲିଲା, ପିଲା ଆସିଲେନି

ନିରାକାରପୁର,୨୭।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ପଞ୍ଚାୟତରେ ଥିବା ବୋଡଙ୍ଗରାପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ୨ ଦଫା ଦାବି ନେଇ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ଫାଟକରେ ୩ଥର ତାଲା ପକାଇଥିଲେ। ଏହାପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ଦାବି ପୂରଣ କରିବା ସହ ୧୪ଜଣ ଆନ୍ଦୋଳନକାରୀଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିବା ଗ୍ରାମବାସୀଙ୍କୁ ଜଣାଇବା ପରେ ବୁଧବାର ସ୍କୁଲ ଖୋଲାଯାଇଥିଲା। କିନ୍ତୁ କୌଣସି ଛାତ୍ରୀଛାତ୍ର ସ୍କୁଲକୁ ଆସି ନ ଥିବା ଦେଖାଯାଇଥିଲା।

ଉକ୍ତ ବିଦ୍ୟାଳୟରୁ ଶିକ୍ଷକ କିଶୋର କୁମାର ଦାଶ ବଦଳି ହୋଇଥିବା ବେଳେ ତାଙ୍କୁ ପୁନଃ ନିଯୁକ୍ତି କରିବା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ସ୍କୁଲ ଦାୟିତ୍ୱ ହସ୍ତାନ୍ତର କରିବା ଦାବି ନେଇ ଅଭିଭାବକ ଓ ଗ୍ରାମବାସୀ ବାରମ୍ବାର ଦାବି କରୁଆସୁଥିଲେ। ହେଲେ କେହି ଅଧିକାରୀ ନ ଶୁଣିବାରୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଧାରଣା ଦେଇଥିଲେ। ଏପରି କି ଗତ ୧୭ତାରିଖରୁ ସ୍କୁଲ ମୁଖ୍ୟ ଫାଟକରେ ତାଲା ପଡିରହିଥିଲା। ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଶନିବାର ସ୍କୁଲ ଖୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ତେବେ ସକାଳୁଆ ସ୍କୁଲ ଯୋଗୁ ଅନେକ ଛାତ୍ରୀଛାତ୍ର ସ୍କୁଲରେ ଅନୁପସ୍ଥିତ ରହିଥିଲେ। ଏହାପରେ ରବିବାର, ସୋମବାରେ ଦୀପାବଳି ଓ ମଙ୍ଗଳବାର ସୂର୍ଯ୍ୟୋପରାଗ ଯୋଗୁ ସ୍କୁଲ ଛୁଟି ରହି ବୁଧବାର ସ୍କୁଲ ଖୋଲିଥିବା ବେଳେ ସ୍କୁଲକୁ ପିଲା କେହି ଆସି ନ ଥିବା ଦେଖାଯାଇଥିଲା। ଏ ନେଇ କେତେଜଣ ଅଭିଭାବକଙ୍କୁ ପଚାରିବାରେ ସ୍କୁଲ ଉନ୍ନତି ପାଇଁ ଆମେ ଗେଟରେ ତାଲା ପକାଇଥିଲୁ। ସେଥିପାଇଁ ୧୪ଜଣଙ୍କ ନଁାରେ ଥାନାରେ ବ୍ଲକ୍‌ ଶିକ୍ଷା ବିଭାଗ ଦ୍ୱାରା ଅଭିଯୋଗ ହୋଇଛି। ଏହି କଥା ପୋଲିସ ଆମକୁ ଜଣାଇବା ପରେ ସ୍କୁଲରୁ ତାଲା ଖୋଲି ଦେଇଛୁ କିନ୍ତୁ ଆମକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପିଲାଙ୍କୁ ଆଉ ସେ ସ୍କୁଲକୁ ଛାଡିବୁ ନାହିଁ। ଏତେ ଘଟଣା ହୋଇଥିଲେ ମଧ୍ୟ କୌଣସି ଉଚ୍ଚ ଅଧିକାରୀ ଏଠାକୁ ନ ଆସି ଆମ ନାମରେ ଥାନାରେ ଅଭିଯୋଗ କରିଛନ୍ତି ବୋଲି ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏବିଓ ସାବିତ୍ରୀ ସାହୁଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଆମେ ଉପର ଅଧିକାରୀଙ୍କୁ ଅବଗତ କରାଇଛୁ। ବୁଧବାର ସ୍କୁଲ ଖୋଲା ରହିଥିଲା ଏବଂ ଶିକ୍ଷକମାନେ ଉପସ୍ଥିତ ରହିଥିଲେ, ହେଲେ କେବଳ ଜଣେ ଦୁଇ ଜଣ ପିଲା ଆସିଥିଲେ। ଖୁବ୍‌ଶୀ୍ରଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ପିଲାମାନେ କ’ଣ ପାଇଁ ଆସିନାହାନ୍ତି ଜାଣିନି ଏବଂ ଏ ନେଇ ଉପର ଅଧିକାରୀଙ୍କୁ ଜଣାଇଛି। ଉଲ୍ଲେଖଥାଉ କି, ଚଳିତବର୍ଷ ମେ ୭ ରେ ମଧ୍ୟାହ୍ନ ଭୋଜନରେ ବାସିଖାଦ୍ୟ ଖାଇ ୬ଜଣ ପିଲା ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ନେଇ ଉକ୍ତ ସମୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ନିୟୋଜିତ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଆଗରୁ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ଦେଇ ନ ଥିବାରୁ ସ୍କୁଲରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନ ଥିଲା ଏନେଇ ଅସନ୍ତୋଷ ଲାଗିରହିଥିଲା। ଏହାଦ୍ୱାରା ପିଲାଙ୍କ ପାଠପଢ଼ାରେ ବ୍ୟାହତ ହେଉଥିବାରୁ ଏଥିପାଇଁ କିଏ ଦାୟୀ ବୋଲି ଗ୍ରାମର ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ସମୟରେ ବର୍ଷା, ବ୍ୟାପକ ଫସଲ ନଷ୍ଟ ଆଶଙ୍କା

ନିରାକାରପୁର,୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୯ହଜାର ହେକ୍ଟର ଜମିରେ ଚାଷୀମାନେ ଧାନଫସଲ କରିଛନ୍ତି। ତେବେ ଧାନଫୁଲ ଉଡ଼ାଇବା...

ବାଘଛାଲ ଜବତ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା/କୋକସରା,୬ା୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡିରେ ପୁଣି ବାଘଛାଲ ଜବତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଛତିଶଗଡ଼ ଉଦନ୍ତି ସୀତାନଦୀ...

ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, କୋରାପୁଟ...

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri