ଏସ୍‌ସିବି ଆଇସିୟୁରେ ଡାଏଲିସିସ୍‌ ବ୍ୟବସ୍ଥା ନାହିଁ

କଟକ ଅଫିସ,୫ା୫: କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ଏପରିକି ଆଇସିୟୁରୁ ଡାଏଲିସିସ କେନ୍ଦ୍ରକୁ ନେବା ପାଇଁ ପର୍ଯ୍ୟାପ୍ତ ଷ୍ଟ୍ରେଚର ନାହିଁ। ଏଥିସହ ଠିକ୍‌ ଭାବେ ଚିକିତ୍ସା ସୁବିଧା ନ ମିଳିବାରୁ ବଡଭାଇଙ୍କର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି ବୌଦ୍ଧ ଜିଲାର ରାଜୀବ କୁମାର ନାୟକ। ଏ ସମ୍ପର୍କରେ ସେ ବୁଧବାର ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟକୁ ଟୁଇଟ୍‌ କରିବା ସହ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୩୦ ତାରିଖରେ ରାଜୀବଙ୍କ ବଡ଼ଭାଇ ସଞ୍ଜିତ କୁମାର ନାୟକ (୫୪) ଜଣ୍ଡିସରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲର ଜେନେରାଲ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୧ରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଜଣ୍ଡିସ୍‌ ଲିଭରରୁ କିଡ୍‌ନୀକୁ ଆକ୍ରାନ୍ତ କରିଥିଲା। ଏହାପରେ ଡାକ୍ତର ତାଙ୍କୁ ଡାଏଲିସିସ କରିବାକୁ କହିଥିଲେ। ଏପ୍ରିଲ ୯ ତାରିଖରୁ ତାଙ୍କର ଡାଏଲିସିସ ଆରମ୍ଭ ହୋଇଥିଲା। ମାତ୍ର ଏସ୍‌ସିବି ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନ ଥିବାରୁ ୫ ମହଲା ତଳେ ଥିବା ଡାଏଲିସିସ କେନ୍ଦ୍ରକୁ ନେବାକୁ ପଡୁଥିଲା। ଏସ୍‌ସିବିରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଷ୍ଟ୍ରେଚର ନାହିଁ। ଡାଏଲିସିସ ପାଇଁ ସଞ୍ଜିତଙ୍କୁ ନେବାକୁ ମେଡିକାଲ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଷ୍ଟ୍ରେଚର ମିଳି ନ ଥିଲା। ରାଜୀବ ଓ ତାଙ୍କ ପରିବାର ଲୋକ ମେଡିକାଲ କର୍ମଚାରୀଙ୍କୁ ଅନୁରୋଧ କରି ପ୍ରଥମ ଦିନ ହାତବୁହା ଷ୍ଟ୍ରେଚରର ବ୍ୟବସ୍ଥା କରିଥିଲେ। ଏହାପରେ ୧୧ ତାରିଖରେ ଦ୍ୱିତୀୟ ଥର ଡାଏଲିସିସ ପାଇଁ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ ଚକଲଗା ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଥିଲା। ହେଲେ ଆଇସିୟୁ ବିଲ୍ଡିଂ ବାହାରକୁ ଷ୍ଟ୍ରେଚର ନେବାକୁ ସୁରକ୍ଷା କର୍ମୀ ଅନୁମତି ଦେଇ ନ ଥିଲେ। ଫଳରେ ଅନେକ ସମୟ ପାଇଁ ଗୁରୁତର ଅବସ୍ଥାରେ ଥିବା ସଞ୍ଜିତଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ଅପରପକ୍ଷରେ ଆଇସିୟୁ ମଧ୍ୟରେ ପରିବାର ଲୋକଙ୍କୁ ରହିବା ଅନୁମତି ନ ଥିବାବେଳେ ରୋଗୀଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ମେଡିକାଲ କର୍ମଚାରୀଙ୍କ ଉପରେ ରହୁଛି। ହେଲେ ସେଠାରେ ନର୍ସମାନେ ରୋଗୀଙ୍କ ନିକଟରେ ରହୁନାହାନ୍ତି ବୋଲି ରାଜୀବ ଅଭିଯୋଗ କରିଛନ୍ତି। ୧୧ତାରିଖ ବିଳମ୍ବିତ ରାତିରେ ସେ ଆଇସିୟୁ ବାହାରେ ଅପେକ୍ଷା କରିଥିବାବେଳେ କେହି ଜଣେ ଆସି ତାଙ୍କୁ କହିଥିଲେ, ସଞ୍ଜିତଙ୍କ ଭେଣ୍ଟିଲେଟର ଚାଲୁନାହିଁ। ଉକ୍ତ ସ୍ଥାନରେ ଡାକ୍ତର କିମ୍ବା ନର୍ସ ଉପସ୍ଥିତ ନ ଥିଲେ। ତୁରନ୍ତ ସେ ଦୌଡି ଯାଇ ଡାକ୍ତର ଓ ନର୍ସଙ୍କୁ ଡାକି ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖ ଭୋରରୁ ସଞ୍ଜିତଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ରାଜୀବ କହିଛନ୍ତି, ଉନ୍ନତ ମାନର ଚିକିତ୍ସା ପାଇଁ ଏତେ ବାଟରୁ ଭାଇଙ୍କୁ ନେଇ ଏସ୍‌ସିବି ମେଡିକାଲ ଆସିଥିଲୁ। ହେଲେ ଏଠାରେ ଅବ୍ୟବସ୍ଥା ଯୋଗୁ ଭାଇଙ୍କ ମୃତ୍ୟୁ ଘଟିଲା। ଅପରପକ୍ଷେ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଲୁସି ଦାସ କହିଛନ୍ତି, ସେଣ୍ଟ୍ରାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ରୋଗୀ ମୃତ୍ୟୁ ସମ୍ପର୍କରେ ମୋ’ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri