ଏସ୍‌ସିବି ଆଇସିୟୁରେ ଡାଏଲିସିସ୍‌ ବ୍ୟବସ୍ଥା ନାହିଁ

କଟକ ଅଫିସ,୫ା୫: କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ଏପରିକି ଆଇସିୟୁରୁ ଡାଏଲିସିସ କେନ୍ଦ୍ରକୁ ନେବା ପାଇଁ ପର୍ଯ୍ୟାପ୍ତ ଷ୍ଟ୍ରେଚର ନାହିଁ। ଏଥିସହ ଠିକ୍‌ ଭାବେ ଚିକିତ୍ସା ସୁବିଧା ନ ମିଳିବାରୁ ବଡଭାଇଙ୍କର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି ବୌଦ୍ଧ ଜିଲାର ରାଜୀବ କୁମାର ନାୟକ। ଏ ସମ୍ପର୍କରେ ସେ ବୁଧବାର ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟକୁ ଟୁଇଟ୍‌ କରିବା ସହ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୩୦ ତାରିଖରେ ରାଜୀବଙ୍କ ବଡ଼ଭାଇ ସଞ୍ଜିତ କୁମାର ନାୟକ (୫୪) ଜଣ୍ଡିସରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲର ଜେନେରାଲ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୧ରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଜଣ୍ଡିସ୍‌ ଲିଭରରୁ କିଡ୍‌ନୀକୁ ଆକ୍ରାନ୍ତ କରିଥିଲା। ଏହାପରେ ଡାକ୍ତର ତାଙ୍କୁ ଡାଏଲିସିସ କରିବାକୁ କହିଥିଲେ। ଏପ୍ରିଲ ୯ ତାରିଖରୁ ତାଙ୍କର ଡାଏଲିସିସ ଆରମ୍ଭ ହୋଇଥିଲା। ମାତ୍ର ଏସ୍‌ସିବି ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନ ଥିବାରୁ ୫ ମହଲା ତଳେ ଥିବା ଡାଏଲିସିସ କେନ୍ଦ୍ରକୁ ନେବାକୁ ପଡୁଥିଲା। ଏସ୍‌ସିବିରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଷ୍ଟ୍ରେଚର ନାହିଁ। ଡାଏଲିସିସ ପାଇଁ ସଞ୍ଜିତଙ୍କୁ ନେବାକୁ ମେଡିକାଲ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଷ୍ଟ୍ରେଚର ମିଳି ନ ଥିଲା। ରାଜୀବ ଓ ତାଙ୍କ ପରିବାର ଲୋକ ମେଡିକାଲ କର୍ମଚାରୀଙ୍କୁ ଅନୁରୋଧ କରି ପ୍ରଥମ ଦିନ ହାତବୁହା ଷ୍ଟ୍ରେଚରର ବ୍ୟବସ୍ଥା କରିଥିଲେ। ଏହାପରେ ୧୧ ତାରିଖରେ ଦ୍ୱିତୀୟ ଥର ଡାଏଲିସିସ ପାଇଁ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ ଚକଲଗା ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଥିଲା। ହେଲେ ଆଇସିୟୁ ବିଲ୍ଡିଂ ବାହାରକୁ ଷ୍ଟ୍ରେଚର ନେବାକୁ ସୁରକ୍ଷା କର୍ମୀ ଅନୁମତି ଦେଇ ନ ଥିଲେ। ଫଳରେ ଅନେକ ସମୟ ପାଇଁ ଗୁରୁତର ଅବସ୍ଥାରେ ଥିବା ସଞ୍ଜିତଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ଅପରପକ୍ଷରେ ଆଇସିୟୁ ମଧ୍ୟରେ ପରିବାର ଲୋକଙ୍କୁ ରହିବା ଅନୁମତି ନ ଥିବାବେଳେ ରୋଗୀଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ମେଡିକାଲ କର୍ମଚାରୀଙ୍କ ଉପରେ ରହୁଛି। ହେଲେ ସେଠାରେ ନର୍ସମାନେ ରୋଗୀଙ୍କ ନିକଟରେ ରହୁନାହାନ୍ତି ବୋଲି ରାଜୀବ ଅଭିଯୋଗ କରିଛନ୍ତି। ୧୧ତାରିଖ ବିଳମ୍ବିତ ରାତିରେ ସେ ଆଇସିୟୁ ବାହାରେ ଅପେକ୍ଷା କରିଥିବାବେଳେ କେହି ଜଣେ ଆସି ତାଙ୍କୁ କହିଥିଲେ, ସଞ୍ଜିତଙ୍କ ଭେଣ୍ଟିଲେଟର ଚାଲୁନାହିଁ। ଉକ୍ତ ସ୍ଥାନରେ ଡାକ୍ତର କିମ୍ବା ନର୍ସ ଉପସ୍ଥିତ ନ ଥିଲେ। ତୁରନ୍ତ ସେ ଦୌଡି ଯାଇ ଡାକ୍ତର ଓ ନର୍ସଙ୍କୁ ଡାକି ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖ ଭୋରରୁ ସଞ୍ଜିତଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ରାଜୀବ କହିଛନ୍ତି, ଉନ୍ନତ ମାନର ଚିକିତ୍ସା ପାଇଁ ଏତେ ବାଟରୁ ଭାଇଙ୍କୁ ନେଇ ଏସ୍‌ସିବି ମେଡିକାଲ ଆସିଥିଲୁ। ହେଲେ ଏଠାରେ ଅବ୍ୟବସ୍ଥା ଯୋଗୁ ଭାଇଙ୍କ ମୃତ୍ୟୁ ଘଟିଲା। ଅପରପକ୍ଷେ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଲୁସି ଦାସ କହିଛନ୍ତି, ସେଣ୍ଟ୍ରାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ରୋଗୀ ମୃତ୍ୟୁ ସମ୍ପର୍କରେ ମୋ’ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri