ଲୁଣା ନଦୀବନ୍ଧ ରାସ୍ତା ୪୦ଫୁଟ୍‌ ଦବିଲା

ମାର୍ଶାଘାଇ/ଡ଼େରାବିଶ/ପାଟକୁରା,୬।୧୧(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ଲୁଣା-କରାଣ୍ଡିଆ ଦୀପାଞ୍ଚଳ ଜଳପୋକ ପଞ୍ଚାୟତର ପକ୍ଷଟ ଗ୍ରାମଠାରେ ଲୁଣା ନଦୀବନ୍ଧର ଦକ୍ଷିଣପାର୍ଶ୍ୱ ରାସ୍ତା ଶନିବାର ୪୦ ମିଟର ଦବି ଯାଇଛି ା ଫଳରେ ସେହି ରାସ୍ତାରେ ଯାତାୟତ ବନ୍ଦ ରହିଛି ା ଏହାକୁ ନେଇ ୨ ପଞ୍ଚାୟତବାସୀ ଯାତାୟତ ବନ୍ଦ ରହିଛି ା
ସୂଚନା ଅନୁଯାୟୀ, ପକ୍ଷଟଠାରେ ଲୁଣା ନଦୀବନ୍ଧ ରାସ୍ତାରେ ଶୁକ୍ରବାର ରାତିରେ ଏକ ସରୁ ଫାଟ ସୃଷ୍ଟି ହୋଇଥିଲା ା ଶନିବାର ସକାଳୁ ସେହି ଫାଟ କ୍ରମଶଃ ଚଉଡା ହୋଇ ପ୍ରାୟ ୪୦ ମିଟର ପର୍ଯ୍ୟନ୍ତ ତଳକୁ ଦବି ଯାଇଥିଲା ା ସେହି ରାସ୍ତା କେନ୍ଦ୍ରାପଡ଼ା ସଦର ମହକୁମାକୁ ଏକ ମାତ୍ର ଯାତାୟତ ପଥ ହୋଇଥିବାରୁ ସ୍ଥାନୀୟ ଲୋକେ ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି ା ପକ୍ଷଟ ଗ୍ରାମର ବିଶ୍ୱ ଭୂଷଣ ମହାନ୍ତି, ମେଘନାଦ ରାଉତ, ସୁରେଶ ଦଳାଇ ଓ ଶାନ୍ତିଲତା ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି, ଏହି ବନ୍ଧରୁ ନଦୀର ଦୂରତା ମାତ୍ର ୫ମିଟର ା ନଦୀପଠାରୁ ଦିନରାତି ବାଲି ଚାଲାଣ ଯୋଗୁ ବନ୍ଧ ଦୁର୍ବଳ ହୋଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ା ଜଳପୋକ ପଞ୍ଚାୟତର ପକ୍ଷଟ, ଜଳ ପୋକ, କଣିବାଙ୍କ, ଶ୍ରୁତିପୁର ଓ ପାଖ ବଙ୍ଗାଳପୁର ପଞ୍ଚାୟତର ଶିଶୁଆ-ସଠିଲ. ପୁରସ୍ତମପୁର ଗ୍ରାମର ଲୋକମାନେ ଏହି କାରଣରୁ ଚିନ୍ତାରେ ଅଛନ୍ତି ା ସେମାନଙ୍କ ଯାତାୟତ ପଥ ବନ୍ଦ ହୋଇଯାଇଥିବାରୁ ଗାଁରୁ ବାହାରକୁ ଆସି ପାରୁ ନାହାନ୍ତି ା ବନ୍ଧ ଦବିବା ସ୍ଥାନରୁ ୨ଶହ ମିଟର ପର୍ଯ୍ୟନ୍ତ ନଦୀ ପଟକୁ ଏକ ସରୁ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ା ବନ୍ଧ ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ଓ ପାନୀୟ ଜଳ ଯୋଗାଣ ପାଇପ ଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ା ପାଣି ଓ ବିଦ୍ୟୁତ୍‌ ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଖବର ପାଇ ଜଗତପୁର ନର୍ଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ ବେହେରା, ପୁନ୍ଦାଳ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ରାକେଶ ନାୟକ ଓ ତରତ ସେକ୍ସଶନ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ା ବର୍ତ୍ତମାନ ନଦୀ ବନ୍ଧ ରାସ୍ତାକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଯାତାୟତ ଉପଯୋଗୀ କରାଯିବ ା ଖୁବ୍‌ଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ା ଆମ ଡେରାବିଶ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ନଦୀବନ୍ଧ ସୁଦୃଢ଼ୀକରଣ ଯୋଜନାରେ ଏହି ନଦୀବନ୍ଧକୁ ସାମିଲ କରାଯାଇଥିଲା। ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ପକ୍ଷଟଠାରୁ କରିଲୋପାଟଣା ଯାଏ ନଦୀବନ୍ଧ ସଦୃଢ଼ୀକରଣ କରାଯାଇଥିଲା ା ନିମ୍ନମାନର କାର୍ଯ୍ୟ ପାଇଁ ଏହି ଯୋଜନା ଫେଲ୍‌ ମାରିଛି। ଏ ସଂକ୍ରାନ୍ତରେ କଟକ ନର୍ଥ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି ା ଲୁଣାନଦୀରେ ଜଳର ସ୍ରୋତ ଅଧିକ ଥିବାରୁ ବନ୍ଧ ପ୍ରତି ଏଭଳି ବିପଦ ସୃଷ୍ଟି ହୋଇଛି ା ଖୁବ୍‌ଶୀଘ୍ର ସେହି ନଦୀବନ୍ଧର ମରାମତି କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri