ଜନ ଔଷଧୀ ନାମରେ ନକଲି ଔଷଧ ବିକ୍ରି ନିଷେଧ

ଭୁବନେଶ୍ୱର,୧୭ା୧୦ (ଅନୁରାଧା ମହାରଣା): ମଧ୍ୟପ୍ରଦେଶର ଭୋପାଳରେ ଜନ ଔଷଧୀ ସଂଘ ନାମରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା କେନ୍ଦ୍ର ଫାର୍ମାସ୍ୟୁଟିକାଲ୍ସ ବିଭାଗ ଅଧୀନ ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସେସ୍‌ ବ୍ୟୁରୋ ଅଫ୍‌ ଇଣ୍ଡିଆ(ପିଏମ୍‌ବିଆଇ) ଟ୍ରେଡ୍‌ ମାର୍କ ବ୍ୟବହାରକରି ନକଲି ଔଷଧ ବିକ୍ରି କରୁଥିଲା। ନିୟମ ଉଲ୍ଲଂଘନକାରୀ ଏବଂ ଏହାର ମାଲିକ ଏବଂ ସହଭାଗୀ ଏହି ଟ୍ରେଡ୍‌ ମାର୍କ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦ ପାଇପାଇପାରୁଥିବା ବେଳେ କୋର୍ଟଙ୍କ ନିଷ୍ପତ୍ତି ଏହି ବ୍ରାଣ୍ଡ୍‌କୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ପିଏମ୍‌ବିଆଇ ଟ୍ରେଡ୍‌ ମାର୍କ ନାମରେ ବିକ୍ରି କରାଯାଉଥିବା ସମସ୍ତ ସାମଗ୍ରୀକୁ ନଷ୍ଟ କରିବା ପାଇଁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବାବେଳେ ପିଏମ୍‌ବିଆଇ ସପକ୍ଷରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସବୁ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଜେନେରିକ୍‌ ମେଡିସିନ୍‌ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହାର ନେଟ୍‌ୱର୍କ ଜରିଆରେ ୧୩,୮୦୦ ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ସୁଲଭ ଏବଂ ଗୁଣାତ୍ମକ ଔଷଧ ଯୋଗାଣ କରାଯାଉଛି। ଏହି ରିଟେଲ ଦୋକାନରୁ ଔଷଧ କିଣିବା ସମୟରେ ଲୋକମାନେ ଔଷଧ ମୂଲ୍ୟରେ ୫୦% ରୁ ୯୦% ସଞ୍ଚୟ କରନ୍ତି। ଗତ କିଛି ବର୍ଷ ମଧ୍ୟରେ ଜନ ଔଷଧୀ ଦେଶର ସବୁଠାରୁ ବଡ଼ ରିଟେଲ ଫାର୍ମାସି ଚେନ୍‌ ପାଲଟିଛି। ମାତ୍ର ଏହାର ନାମରେ କେତେକ ସ୍ଥାନରେ ନକଲି ଔଷଧ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

UPI AutoPay ମାଧ୍ୟମରେ SIP ଏବଂ Insurance ଭରୁଛନ୍ତି କି? ଜାଣନ୍ତୁ ୧୫ ଅକ୍ଟୋବରରୁ କ’ଣ ବଦଳିବ…

ନୂଆଦିଲ୍ଲୀ,୧୭।୯: ଯଦି ଆପଣ ପ୍ରତିମାସରେ Mutual Fund SIP, ଇନ୍ସୁରାନ୍ସ ପ୍ରିମିୟମ୍, OTT ସବସ୍କ୍ରିପସନ୍ କିମ୍ବା ବିଜୁଳି-ମୋବାଇଲ୍ ବିଲ୍ ପରିଶୋଧ ପାଇଁ UPI AutoPay ବ୍ୟବହାର କରୁଛନ୍ତି,…

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?