ପିପିଲି,୧୬।୭(ଦୁର୍ଗାମାଧବ ମିଶ୍ର)ରାଜ୍ୟରେ ବଢୁଥିବା ଅପରାଧକୁ ରୋକିବା, ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଜନସାସଧାରଣଙ୍କୁ ସୁରକ୍ଷା ଦେବା, ଅପରାଧ ସଂଖ୍ୟା କମାଇବା ପାଇଁ ପୋଲିସ ବିଭାଗର କାର୍ଯ୍ୟ ଗୁରୁଦାୟିତ୍ୱ ରହିଛି। ସାଧାରଣତଃ ପୋଲିସ ବିଭାଗ ଏକତା, ଶାନ୍ତି ଓ ଶୃଙ୍ଖଳିତ ଉପରେ ଗୁରୁତ୍ୱ ଦେଇଥାଏ। କିନ୍ତୁ ପୁରୀ ଜିଲା ପିପିଲି ଥାନା ଏବଂ ଏହାର ଅଧୀନରେ ଥିବା ଫାଣ୍ଡିଗୁଡ଼ିକରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପିପିଲି ଥାନା ଓ ଫାଣ୍ଡିଗୁଡ଼ିକରେ ଥିବା କର୍ମଚାରୀମାନଙ୍କ ବଦଳି ନିୟମ ଠିକ୍ ଭାବେ ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି। ପିପିଲି ଥାନା ଏବଂ ଏହି ଥାନା ଅଧୀନରେ ୩ଟି ଫାଣ୍ଡି କାର୍ଯ୍ୟ କରୁଛି। ଯଥା କୌଶଲ୍ୟାଗଙ୍ଗ ଫାଣ୍ଡି, ସାତଶଙ୍ଖ ଫାଣ୍ଡି ଓ ନିଜଗଡ଼କୁରୁଖି ଫାଣ୍ଡି। ତେବେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ଜିଲାରେ ୩ବର୍ଷ ଯାଏଁ କାର୍ଯ୍ୟ କରିପାରିବେ। କିନ୍ତୁ ପିପିଲି ଥାନା ଓ ଫାଣ୍ଡିଗୁଡ଼ିକରେ ଥିବା କର୍ମଚାରୀମାନଙ୍କ କ୍ଷେତ୍ରରେ ଏହି ନିୟମରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ଅନେକ କର୍ମଚାରୀ ରହିଆସିଥିବା ଜଣାପଡ଼ିଛି। ବଦଳି ସମୟ ଆସିଲେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧରାଧରି କରି ଏ ଫାଣ୍ଡିରୁ ସେ ଫାଣ୍ଡିକୁ ବଦଳି ହୋଇ ପିପିଲି ଥାନା ଅଞ୍ଚଳରେ କାର୍ଯ୍ୟ କରନ୍ତି। ଏପରିକି କେତେଜଣ କନଷ୍ଟେବଲ୍ଙ୍କ ହାବିଲଦାର ଭାବେ ପଦୋନ୍ନତି ହୋଇ ମଧ୍ୟ ସେହିଠାରେ ହିଁ ଅବସ୍ଥାପିତ ଅଛନ୍ତି। ଅପରପକ୍ଷେ କେତେଜଣ ପୁରୁଷ କନଷ୍ଟେବଲ ବର୍ଷ ବର୍ଷ ଧରି ସରକାରୀ ବାସଗୃହକୁ ନିଜ ଅକ୍ତିଆରରେ ରଖିବା ଫଳରେ ମହିଳା କନଷ୍ଟେବଲ ବାସଗୃହ ନ ପାଇଁ ବହୁ ହଇରାଣ ହେଉଛନ୍ତି। ଦୀର୍ଘଦିନ ରହି ଗୋଟିଏ ଅଞ୍ଚଳରେ ରହିଯିବାରୁ ସେମାନେ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି। ସେହିପରି ନିଶା କାରବାର କରୁଥିବା ଯୁବକ, ସ୍ଥାନୀୟ ଅପରାଧୀମାନେ ଦୀର୍ଘଦିନ ଧରି ରହିଥିବା ପୋଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କିଛି ହାତଗୁଞ୍ଜା ଦେଇ ମାମଲାଗୁଡ଼ିକ ରଫାଦଫା କରି ଦିଅନ୍ତି। ଅନ୍ୟପଟେ ଉକ୍ତ କର୍ମଚାରୀମାନେ ଲୋକଙ୍କ ପ୍ରତି ରୁକ୍ଷ ବ୍ୟବହାର କରିବା ସହ ଆଇନଶୃଙ୍ଖଳାରେ ବ୍ୟାଘାତ ହେଉଛି। ବିଶେଷ କରି ଅଧିକ ଦିନ ଧରି ରହିବା ଯୋଗୁ କର୍ମଚାରୀମାନେ ଅଧିକାରୀମାନଙ୍କୁ ହାତ କରି ନିଜ କାର୍ଯ୍ୟ ହାସଲ କରିଥାନ୍ତି। ଏଥିଯୋଗୁ ମାମଲାଗୁଡ଼ିକ ମଧ୍ୟ ସମାଧାନ ଦିଗରେ ବିଳମ୍ବ ହେଉଥିବା ପରିଲକ୍ଷିତ ହେଉଛି। ତେଣୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପିପିଲି ଏସ୍ଡିପିଓ ଦାୟିତ୍ୱରେ ଥିବା ନିମାପଡ଼ା ଏସ୍ଡିପିଓ ଦେବାଶିଷ ମିଶ୍ର କହିଛନ୍ତି, ଏହି ଅଭିଯୋଗ ପାଇବା ପରେ ଏଥିପ୍ରତି ତଦନ୍ତ କରାଯିବ। ଖୁବ୍ଶୀଘ୍ର କର୍ମଚାରୀ କାର୍ଯ୍ୟକାଳ ଦେଖି ପଦକ୍ଷେପ ନିଆଯିବ।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

