ପିପିଲି,୧୬।୭(ଦୁର୍ଗାମାଧବ ମିଶ୍ର)ରାଜ୍ୟରେ ବଢୁଥିବା ଅପରାଧକୁ ରୋକିବା, ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଜନସାସଧାରଣଙ୍କୁ ସୁରକ୍ଷା ଦେବା, ଅପରାଧ ସଂଖ୍ୟା କମାଇବା ପାଇଁ ପୋଲିସ ବିଭାଗର କାର୍ଯ୍ୟ ଗୁରୁଦାୟିତ୍ୱ ରହିଛି। ସାଧାରଣତଃ ପୋଲିସ ବିଭାଗ ଏକତା, ଶାନ୍ତି ଓ ଶୃଙ୍ଖଳିତ ଉପରେ ଗୁରୁତ୍ୱ ଦେଇଥାଏ। କିନ୍ତୁ ପୁରୀ ଜିଲା ପିପିଲି ଥାନା ଏବଂ ଏହାର ଅଧୀନରେ ଥିବା ଫାଣ୍ଡିଗୁଡ଼ିକରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପିପିଲି ଥାନା ଓ ଫାଣ୍ଡିଗୁଡ଼ିକରେ ଥିବା କର୍ମଚାରୀମାନଙ୍କ ବଦଳି ନିୟମ ଠିକ୍ ଭାବେ ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି। ପିପିଲି ଥାନା ଏବଂ ଏହି ଥାନା ଅଧୀନରେ ୩ଟି ଫାଣ୍ଡି କାର୍ଯ୍ୟ କରୁଛି। ଯଥା କୌଶଲ୍ୟାଗଙ୍ଗ ଫାଣ୍ଡି, ସାତଶଙ୍ଖ ଫାଣ୍ଡି ଓ ନିଜଗଡ଼କୁରୁଖି ଫାଣ୍ଡି। ତେବେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ଜିଲାରେ ୩ବର୍ଷ ଯାଏଁ କାର୍ଯ୍ୟ କରିପାରିବେ। କିନ୍ତୁ ପିପିଲି ଥାନା ଓ ଫାଣ୍ଡିଗୁଡ଼ିକରେ ଥିବା କର୍ମଚାରୀମାନଙ୍କ କ୍ଷେତ୍ରରେ ଏହି ନିୟମରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ଅନେକ କର୍ମଚାରୀ ରହିଆସିଥିବା ଜଣାପଡ଼ିଛି। ବଦଳି ସମୟ ଆସିଲେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧରାଧରି କରି ଏ ଫାଣ୍ଡିରୁ ସେ ଫାଣ୍ଡିକୁ ବଦଳି ହୋଇ ପିପିଲି ଥାନା ଅଞ୍ଚଳରେ କାର୍ଯ୍ୟ କରନ୍ତି। ଏପରିକି କେତେଜଣ କନଷ୍ଟେବଲ୍ଙ୍କ ହାବିଲଦାର ଭାବେ ପଦୋନ୍ନତି ହୋଇ ମଧ୍ୟ ସେହିଠାରେ ହିଁ ଅବସ୍ଥାପିତ ଅଛନ୍ତି। ଅପରପକ୍ଷେ କେତେଜଣ ପୁରୁଷ କନଷ୍ଟେବଲ ବର୍ଷ ବର୍ଷ ଧରି ସରକାରୀ ବାସଗୃହକୁ ନିଜ ଅକ୍ତିଆରରେ ରଖିବା ଫଳରେ ମହିଳା କନଷ୍ଟେବଲ ବାସଗୃହ ନ ପାଇଁ ବହୁ ହଇରାଣ ହେଉଛନ୍ତି। ଦୀର୍ଘଦିନ ରହି ଗୋଟିଏ ଅଞ୍ଚଳରେ ରହିଯିବାରୁ ସେମାନେ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି। ସେହିପରି ନିଶା କାରବାର କରୁଥିବା ଯୁବକ, ସ୍ଥାନୀୟ ଅପରାଧୀମାନେ ଦୀର୍ଘଦିନ ଧରି ରହିଥିବା ପୋଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କିଛି ହାତଗୁଞ୍ଜା ଦେଇ ମାମଲାଗୁଡ଼ିକ ରଫାଦଫା କରି ଦିଅନ୍ତି। ଅନ୍ୟପଟେ ଉକ୍ତ କର୍ମଚାରୀମାନେ ଲୋକଙ୍କ ପ୍ରତି ରୁକ୍ଷ ବ୍ୟବହାର କରିବା ସହ ଆଇନଶୃଙ୍ଖଳାରେ ବ୍ୟାଘାତ ହେଉଛି। ବିଶେଷ କରି ଅଧିକ ଦିନ ଧରି ରହିବା ଯୋଗୁ କର୍ମଚାରୀମାନେ ଅଧିକାରୀମାନଙ୍କୁ ହାତ କରି ନିଜ କାର୍ଯ୍ୟ ହାସଲ କରିଥାନ୍ତି। ଏଥିଯୋଗୁ ମାମଲାଗୁଡ଼ିକ ମଧ୍ୟ ସମାଧାନ ଦିଗରେ ବିଳମ୍ବ ହେଉଥିବା ପରିଲକ୍ଷିତ ହେଉଛି। ତେଣୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପିପିଲି ଏସ୍ଡିପିଓ ଦାୟିତ୍ୱରେ ଥିବା ନିମାପଡ଼ା ଏସ୍ଡିପିଓ ଦେବାଶିଷ ମିଶ୍ର କହିଛନ୍ତି, ଏହି ଅଭିଯୋଗ ପାଇବା ପରେ ଏଥିପ୍ରତି ତଦନ୍ତ କରାଯିବ। ଖୁବ୍ଶୀଘ୍ର କର୍ମଚାରୀ କାର୍ଯ୍ୟକାଳ ଦେଖି ପଦକ୍ଷେପ ନିଆଯିବ।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
Archives

